ଡିସେମ୍ବର ୨୬ରୁ ଖରିଫ ଧାନ ସଂଗ୍ରହ

ପୁରୀ ଅଫିସ,୧୬।୧୧: ଜିଲାସ୍ତରୀୟ ଧାନ ସଂଗ୍ରହ କମିଟିର ଏକ ବୈଠକ ମଙ୍ଗଳବାର ସର୍କିଟ ହାଉସରେ ଅନୁଷ୍ଠିତ ହୋଇଥିଲା। ୨୦୨୨-୨୩ ଖରିଫ୍‌ ଧାନ ସଂଗ୍ରହ ଡିସେମ୍ବର ୨୬ ତାରିଖରୁ ଶୁଭାରମ୍ଭ ହେବ। ଏଥିସହ ବିଭିନ୍ନ ବ୍ଲକରେ ଧାନ ଅମଳକୁ ଦେଖି ଭିନ୍ନ ଭିନ୍ନ ତାରିଖରେ ଧାନସଂଗ୍ରହ କାର୍ଯ୍ୟ ଆରମ୍ଭ କରିବା ପାଇଁ ସର୍ବସମ୍ମତି କ୍ରମେ ସ୍ଥିର ହୋଇଥିଲା। ଏହି ବୈଠକରେ କ୍ରୀଡ଼ା ଓ ଯୁବ ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା ଯୋଗଦେଇ ଚାଷୀମାନେ ମଣ୍ଡିରେ ଧାନ ବିକ୍ରି ସମୟରେ ଯେପରି କୌଣସି ସମସ୍ୟାର ସମ୍ମୁଖୀନ ନ ହୁଅନ୍ତି ଓ ଠିକ୍‌ ମୂଲ୍ୟ ନିର୍ଦ୍ଧାରିତ ସମୟରେ ପାଇବେ, ସେଥିପ୍ରତି ଯନତ୍ବାନ୍‌ ହେବାକୁ ପରାମର୍ଶ ଦେଇଥିଲେ। ଅତିରିକ୍ତ ଜିଲାପାଳ (ପ୍ରୋଟୋକଲ) ଦିଲୀପ କୁମାର ମହାପାତ୍ର ଏଥିରେ ଅଧ୍ୟକ୍ଷତା କରିବା ସହ ଧାନ ସଂଗ୍ରହ ବ୍ୟବସ୍ଥାକୁ ସରକାରୀ ନିୟମ ଅନୁସାରେ ପରିଚାଳନା କରିବା ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ଦାୟିତ୍ୱରେ ଥିବା ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଜିଲା ଯୋଗାଣ ଅଧିକାରୀ ସୁବୋଧ ହୋତା ସମସ୍ତଙ୍କୁ ସ୍ବାଗତ ସହ ଆଲୋଚନା କରିଥିଲେ।
୨୦୨୧-୨୨ ଖରିଫ୍‌ ଓ ରବି ଋତୁରେ ୧୬୪୭୮୪.୦୪୪ ମେଟ୍ରିକ ଟନ୍‌ ଧାନ ସଂଗ୍ରହ ହୋଇ ଥିବାବେଳେ ୧୧୨୦୫୩.୧୫୦ ମେଟ୍ରିକ ଟନ୍‌ ଚାଉଳ ପ୍ରସ୍ତୁତ ହୋଇଥିଲା। ୪୭,୧୧୯ ଚାଷୀ ପଞ୍ଜୀକରଣ କରିଥିବା ବେଳେ ୩୪୭୬୬ ଚାଷୀ ୧୮୫ଟି ପାକ୍ସରେ ଧାନ ବିକ୍ରି କରିଥିଲେ। ସେହିପରି ରବି ଋତୁରେ ୧୭,୪୮୧ ପଞ୍ଜିକରଣ କରିଥିବା ଚାଷୀଙ୍କ ମଧ୍ୟରୁ ୧୪,୧୩୪ଜଣ ୧୦୦ଟି ପାକ୍ସରେ ଧାନ ବିକ୍ରି କରିଥିଲେ। ଚଳିତ ଖରିଫ୍‌ରେ ୪୬,୧୬୭ ପଞ୍ଜୀକରଣ କରିଥିବା ବେଳେ ଯାଞ୍ଚ ପରେ ୪୨,୬୫୧ ଯୋଗ୍ୟ ଚାଷୀ ରହିଛନ୍ତି। ୧୭୫ଟି ପାକ୍ସ ଓ ୩ଟି ମହିଳା ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ୯୭୭୭୯.୪୧୨ ମେଟ୍ରିକ ଟନ ଧାନ ସଂଗ୍ରହ କରାଯିବ। ନିଷ୍ପତ୍ତି ଅନୁସାରେ ଜଣେ ଚାଷୀ ଟୋକନ୍‌ ମାଧ୍ୟମରେ ଦୈନିକ ସର୍ବାଧିକ ୧୦୦ କୁଇଣ୍ଟାଲ ଧାନ ବିକ୍ରି କରିପାରିବେ। ଚାଷୀମାନଙ୍କ ପାଇଁ ମଣ୍ଡିରେ ଆଶ୍ରୟସ୍ଥଳୀ, ପିଇବା ପାଣିର ବ୍ୟବସ୍ଥା, ନିର୍ଦ୍ଧାରିତ ଦିନରେ ମିଲରଙ୍କ ଦ୍ୱାରା ଧାନ ସଂଗ୍ରହ ସହ ଧାନ ସଂଗ୍ରହ ମଧ୍ୟରେ ଠିକ୍‌ ଭାବରେ ଧାନ ସଂଗ୍ରହ ସମ୍ପର୍କରେ ଆଉ ଏକ ବୈଠକ ଆୟୋଜନ କରି ସମୀକ୍ଷା କରିବାକୁ ଚାଷୀ ପ୍ରତିନିଧିମାନେ ପ୍ରସ୍ତାବ ଦେଇଥିଲେ ଯାହା ଗ୍ରହଣ କରାଯାଇଥିଲା। ଏହି ବୈଠକରେ ଉପଜିଲାପାଳ ଭବତାରଣ ସାହୁ, ଡିଆଇବି ଡିଏସ୍‌ପି ହେମନ୍ତ କୁମାର ପଣ୍ଡା, ଡିଆର୍‌ସିଏସ୍‌ ଭୀମସେନ ସାହୁ, ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି, ବିଧାୟକମାନଙ୍କ ପ୍ରତିନିଧି, ବିଭିନ୍ନ ବିଭାଗର ଅଧିକାରୀ, ଆର୍‌ଏମ୍‌ସିର ସମ୍ପାଦକ, ମିଲର, ଯୋଗାଣ ନିରୀକ୍ଷକ ପ୍ରମୁଖ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆକ୍ସନରେ ନୟନତାରା: ନୂଆବର୍ଷରେ କରିବେ ଧମାଲ୍‌

ପ୍ରଶଂସକମାନେ ୟଶଙ୍କ ଫିଲ୍ମ ‘ଟକ୍ସିକ’ର ମୁକ୍ତିଲାଭ ପାଇଁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି। ନୂଆବର୍ଷ ପୂର୍ବରୁ ପ୍ରଶଂସକଙ୍କୁ ବଡ଼ ଉପହାର ଦେଇଛନ୍ତି ଏହି ଫିଲ୍ମର ନିର୍ମାତା।...

ବିଜେଡି ଅସନ୍ତୁଷ୍ଟଙ୍କ ଉପରେ ମୋକିମଙ୍କ ନଜର, ନୂଆ ସମୀକରଣକୁ ନେଇ କହିଲେ…

ଭୁବନେଶ୍ୱର,୩୧ା୧୨: ନୂଆଦଳ ଓ ସମୀକରଣକୁ ନେଇ କଂଗ୍ରେସର ପୂର୍ବତନ ବିଧାୟକ ମହମ୍ମଦ ମୋକିମ ଏକ ବଡ଼ ବୟାନ ଦେଇଛନ୍ତି। ମୁଖ୍ୟତଃ ଭାଜପା, ବିଜେଡି ଏବଂ କଂଗ୍ରେସକୁ...

ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା: ସବୁଠି ଚର୍ଚ୍ଚା

ଭଦ୍ରକ,୩୧।୧୨(ସନାତନ ରାଉତ): ମହମ୍ମଦ ମୋକିମଙ୍କୁ ଭେଟିଲେ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକି ଦଲୱାଜ। ସାଧୀନ ଭାବେ ଜିତି ବିଜେଡିରେ ଯୋଗ ଦେଇଥିଲେ ଗୁଲମକି। ବର୍ତ୍ତମାନ ଗୁଲମକି ମୋକିମଙ୍କ...

PEOଙ୍କୁ ପଚରାଉଚରା କରୁଛି ଭିଜିଲାନ୍ସ: ଚଢାଉବେଳେ ମିଳିଥିଲା ପୁଳାପୁଳା ଟଙ୍କା

ହାଟଡିହୀ,୩୧l୧୨(ଶୁଭକାନ୍ତ ନାୟକ):କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ପିଇଓ ଜିତେନ୍ଦ୍ର ଜେନାଙ୍କ ଘର, ବ୍ୟବସାୟ ପ୍ରତିଷ୍ଠାନ ଏବଂ କାର୍ଯ୍ୟରତ ପଞ୍ଚାୟତ କାର୍ଯ୍ୟାଳୟ ଉପରେ ଗତ ମଙ୍ଗଳବାରରୁ ଭିଜିଲାନ୍ସ...

ଭଦ୍ରକ ଏସପି ଅଫିସକୁ ନୂଆ ବର୍ଷରେ ଫୁଲତୋଡ଼ା ମନା: ଲାଗିଲା ନୋଟିସ

ଭଦ୍ରକ,୩୧।୧୨(ସନାତନ ରାଉତ): ଭଦ୍ରକ ଏସ୍‌ପି ଅଫିସକୁ ନୂଆବର୍ଷରେ ଫୁଲ ତୋଡ଼ା ନେଇ ଯିବାକୁ ବାରଣ କରାଯାଇଛି। ନୂଆ ବର୍ଷରେ ଶୁଭେଚ୍ଛା ଜଣାଇବା ପାଇଁ ବହୁ ବହୁ...

ଭିତରେ ମିଟିଂ କରୁଥିଲେ ସିଏସଓ: ଅଫିସ ଭିତରେ ଧାରଣା ଦେଲେ ଚାଷୀ, ଧାନ ନ ଉଠିବାରୁ…

ବଲାଙ୍ଗୀର, ୩୧।୧୨(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ଲୋଇସିଂହା ବ୍ଳକ କୁସମେଲ ପ୍ୟାକ୍ସରେ ଚାଷୀମାନଙ୍କ ଧାନ କିଣା ନ ଥିବାରୁ ଏହି ପ୍ୟାକ୍ସ ଅନ୍ତର୍ଗତ ବିଭିନ୍ନ...

ଆଜି ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ, ତାଙ୍କ ସ୍ଥାନ ନେବେ…

ଭୁବନେଶ୍ୱର,୩୧ା୧୨: ଆଜି ଅର୍ଥାତ୍‌ ବୁଧବାର ସରୁଛି ମୁଖ୍ୟ ଶାସନ ସଚିବ ମନୋଜ ଆହୁଜାଙ୍କ କାର୍ଯ୍ୟକାଳ। ୨୦୨୪ ଜୁଲାଇରୁ ମୁଖ୍ୟ ଶାସନ ସଚିବ ଦାୟିତ୍ୱରେ ସେ ରହି...

ଗାଡ଼ି ଧକ୍କାକୁ ତୁମୁଳ କାଣ୍ଡ: ଆହତ ହେଲେ ବାଇଁଆ

ଭୁବନେଶ୍ୱର,୩୧।୧୨: ଗାଡ଼ି ଧକ୍କାକୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ। ୪୫ ନଂ କର୍ପୋରେଟର ଅମରେଶ ଜେନା ଓରଫ ବାଇଁଆ ଭାଇ ଆହତ ହୋଇଛନ୍ତି। ଲକ୍ଷ୍ମୀସାଗର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri