ଭୁଶୁଡ଼ିଲା ଭିତରକନିକା ଖୋଳା ପର୍ଯ୍ୟଟନ ଜେଟି

ରାଜନଗର, ୨୬ା୧୧(ଡି.ଏନ.ଏ.): ଭିତରକନିକା ଜାତୀୟ ଉଦ୍ୟାନର ଖୋଳା ଏଣ୍ଟ୍ରି ପଏଣ୍ଟ ନିକଟରେ ଥିବା ଜେଟି ଶୁକ୍ରବାର ସନ୍ଧ୍ୟାରେ ସନ୍ଧ୍ୟାରେ ଭୁଶୁଡି ପଡିଛି। ପ୍ରାୟ ୨୦ ଫୁଟ ଚଉଡାର ମାଟି ଅତଡା ଧସିବା ସହ ଜେଟିର ନଦୀ ପଟରେ ଥିବା ପିଲାର ଦବି ଯାଇ ଧସେଇ ପଡିଛି। ଜେଟି ଧସେଇ ପଡିବା ପରେ ଶନିବାର ଭିତରକନିକା ଜାତୀୟ ଉଦ୍ୟାନକୁ ପରିଭ୍ରମଣରେ ଆସିବାକୁ ଥିବା ପର୍ଯ୍ୟକମାନେ କିପରି ଜଳପଥରେ ଯାତ୍ରା କରିବେ ସେ ନେଇ ଚିନ୍ତା ବଢିଛି। ଭିତରକନିକା ଜାତୀୟ ଉଦ୍ୟାନକୁ ବୁଲି ଆସୁଥିବା ପର୍ଯ୍ୟଟକମାନେ ଜଳପଥରେ ପ୍ରାକୃତିକ ଶୋଭା ଉପଭୋଗ କରିବାକୁ ପସନ୍ଦ କରିଥାନ୍ତି। କୁମ୍ଭୀର ସାଲୁବାଲୁ ବ୍ରାହ୍ମଣୀ ନଦୀରେ ପର୍ଯ୍ୟଟକମାନେ ବୋଟରେ ଚଢିବା ଓ ଓହ୍ଲାଇବା ପାଇଁ ପୂର୍ବରୁ ଥିବା ଜେଟି ଭାଙ୍ଗିଯିବା ପରେ ୨୦୧୮ରେ ନୂତନ ଜେଟି ନିର୍ମାଣ ହୋଇଥିଲା। ହଠତ୍‌ ଜେଟି ର ନଦୀ ମଧ୍ୟକୁ ଥିବା ପିଲାର ଧସିବା ସହ କିଛି ଅଂଶ ଧସି ପଡିଛି। ଜେଟିିଟି ଏପରି ଭାବେ ଧସିଛି, ବୋଟରେ ଆଉ ଯିବା ସମ୍ଭବ ନୁହେଁ। କେବଳ ଜେଟି ନୁହେଁ ନିକଟରେ ପ୍ରାୟ ୨୦ ଫୁଟର ମାଟି ଅତଡା ଧସି ଯାଇଛି। ପର୍ଯ୍ୟଟକମାନଙ୍କ ଭିଡ ଆରମ୍ଭ ହୋଇଯାଇଥିବା ବେଳେ ଜେଟି ଧସି ପଡିବା ଘଟଣା ପର୍ଯ୍ୟଟକମାନେ କିପରି ବୋଟରେ ଚଢିବେ ଓ ଓହ୍ଲାଇବେ ସେ ନେଇ ଆଶଙ୍କା ପ୍ରକାଶ ପାଇଛି। ଯୁଦ୍ଧକାଳୀନ ଭିତରିରେ ବହ୍ଲା ମାଧ୍ୟମରେ ଶନିବାର ସୁଦ୍ଧା ଅସ୍ଥାୟୀ ଜେଟି ନିର୍ମାଣ କରାଯିବ ବୋଲି କନିକା ରେଞ୍ଜ ଅଫିସର ମାନସ କୁମାର ଦାସ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିବାହ ପ୍ରତିଶ୍ରୁତି ଦେଇ ପ୍ରତାରଣା, ଯୁବକ ଗିରଫ

ଗୋପାଳପୁର,୧।୪(ନବୀନ ରାଜ ଆଚାରୀ): ବରଗଡ଼ ଜିଲା ଯୁବତୀଙ୍କୁ ବିବାହ ପ୍ରତିଶ୍ରୁତ ଦେଇ ବଳତ୍କାର କରିବା ଅଭିଯୋଗରେ ଗୋଳନ୍ଥରା ପୋଲିସ ମଙ୍ଗଳବାର ବଳାତ୍କାରୀକୁ ଗିରଫ କରି କୋର୍ଟଚାଲାଣ କରିଛି।…

ମୃତ ବ୍ୟକ୍ତିଙ୍କ ନାମରେ ଜାଲ ଆଧାର କାର୍ଡ କରି ଜମି ବିକ୍ରି: ୨୦ ଭରଣ ଜମି ହଡପ

ସୋରଡା,୧।୪(ରଜନୀ ମହାପାତ୍ର): ଗଞ୍ଜାମ ଜିଲା ସୋରଡା ଉପନିବନ୍ଧକଙ୍କ କାର୍ଯ୍ୟାଳୟରେ ଜମି କିଣାବିକାରେ ଜାଲିଆତି ହେଉଥିବା ଅଭିଯୋଗ ହେଉଛି। ଜାଲ୍‌ ଆଧାରକାର୍ଡ ପ୍ରସ୍ତୁତ କରି ଜାଲ ଦସ୍ତଖତରେ ଜଣେ…

ବିଜୟ ପରେ ମଧ୍ୟ BCCI ଶ୍ରେୟସ ଆୟରଙ୍କ ଉପରେ କାହିଁକି ଲଗାଇଲା ଜରିମାନା? ହେଲା ୧୨ ଲକ୍ଷର କ୍ଷତି

ନୂଆଦିଲ୍ଲୀ,୧।୪: ୨୦୨୬ ଇଣ୍ଡିଆନ ପ୍ରିମିୟର ଲିଗର ଆରମ୍ଭ ପଞ୍ଜାବ କିଙ୍ଗ୍ସ ପାଇଁ ଚମତ୍କାର ପ୍ରମାଣିତ ହୋଇଥିଲା, କାରଣ ସେମାନେ ଗୁଜରାଟ ଟାଇଟାନ୍ସ ବିପକ୍ଷରେ ଶେଷ ଓଭରରେ ଏକ…

ବିଧାନସଭାରେ ୧୧ ଘୋଡ଼ାର ନାଁ କହିଲେ ଅରୁଣ କୁମାର: ଚିହ୍ନିପାରିଲେନି ବିଧାୟକ ସିଦ୍ଧାନ୍ତ, ଜାଣନ୍ତୁ ରୋଚକ ଘଟଣା ବିଷୟରେ…

ଭୁବନେଶ୍ୱର, ୧।୪(ସୁନିତ୍‌ ମିଶ୍ର):ବିଧାନସଭାରେ ୨୦୨୬-୨୭ ଆର୍ଥିକ ବର୍ଷର ବ୍ୟୟ ମଞ୍ଜୁର ବିଧେୟକ ଉପରେ ଆଲୋଚନା ହେବା ସମୟରେ ବିଜେଡିର ବରିଷ୍ଠ ବିଧାୟକ ଅରୁଣ କୁମାର ସାହୁଙ୍କ ଘୋଡ଼ା…

ଶେଷରେ ନଇଁଲେ ଟ୍ରମ୍ପ୍‌! ‘ଏତିକି ସପ୍ତାହ ମଧ୍ୟରେ ଶେଷ କରିବେ ଯୁଦ୍ଧ’

ଓ୍ବାଶିଂଟନ,୧।୪: ପଶ୍ଚିମ ଏସିଆରେ ଚାଲିଥିବା ସଂଘର୍ଷ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛନ୍ତି। ସେ କହିଛନ୍ତି ଯେ ଆମେରିକୀୟ ସୈନ୍ୟମାନେ…

କୁଏଟ୍‌ରୁ ସ୍ବତନ୍ତ୍ର ବିମାନରେ କେରଳ ଆସିଲା ୨୦ ଭାରତୀୟଙ୍କ ମୃତଦେହ, ହେଲେ କିଏ ଏମାନେ କେମିତି ହେଲା ଏମାନଙ୍କ ମୃତ୍ୟୁ? ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ,୧।୪: କୁଏତରେ ବିଭିନ୍ନ ଘଟଣାରେ ପ୍ରାଣ ହରାଇଥିବା ୨୦ ଜଣ ଭାରତୀୟ ନାଗରିକଙ୍କ ପାର୍ଥିବ ଶରୀର ବୁଧବାର କେରଳର କୋଚିନ ଅନ୍ତର୍ଜାତୀୟ ବିମାନବନ୍ଦରରେ ପହଞ୍ଚିଛି। ଅଧିକାରୀଙ୍କ ଅନୁଯାୟୀ,…

ବ୍ରାହ୍ମଣୀଗାଁରେ ବିଏସଏନଏଲ ନେଟୱାର୍କ ଫେଲ୍‌: ସପ୍ତାହେ ହେଲା ବିକାଶ କାର୍ଯ୍ୟ ଠପ୍‌

ଦାରିଙ୍ଗବାଡି, ୧।୪ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ବ୍ରାହ୍ମଣୀଗାଁରେ ବିଏସଏନଏଲ ମୋବାଇଲ ସେବା ସହ ଇଣ୍ଟରନେଟ ସେବା ସମ୍ପୂର୍ଣ୍ଣ ଅଚଳ ହୋଇପଡିଛି। ପ୍ରାୟ ସପ୍ତାହେ…

କୁବେର ଡେପୁଟି ମ୍ୟାନେଜର: ଘରୁ ମିଳିଲା ପୁଳାପୁଳା ଟଙ୍କା-ସୁନା, ବାବୁଙ୍କ ରହିଛି…

ଭୁବନେଶ୍ୱର,୧।୪: ଓଡ଼ିଶା ପୋଲିସ ହାଉସିଂ ଆଣ୍ଡ ୱେଲ୍‌ଫେୟାର କର୍ପୋରେଶନ (ଓପିଏଚ୍‌ଡବ୍ଲ୍ୟୁସି) ସମ୍ବଲପୁର ଡିଭିଜନର ଡେପୁଟି ମ୍ୟାନେଜର ବିଦ୍ୟୁତ୍‌ ରଞ୍ଜନ ଭୋଳ ଭିଜିଲାନ୍ସ ଜାଲରେ ଧରାପଡ଼ିଛନ୍ତି। ୫.୧୮ଲକ୍ଷ ଲାଞ୍ଚ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri