Posted inଖେଳ

ବାସନ୍ଦ କାରଣରୁ କୋଲମ୍ୟାନ ଟୋକିଓ ଅଲିମ୍ପିକ୍ସ ଖେଳିବେନି

ମୋନାକୋ,୨୯।୧୦(ଏପି): ପୁରୁଷ ୧୦୦ ମିଟର ବିଶ୍ୱ ଚାମ୍ପିୟନ ତଥା ଆମେରିକୀୟ ସ୍ପ୍ରିଣ୍ଟର ଖ୍ରୀଷ୍ଟିଆନ କୋଲମ୍ୟାନ ଡୋପିଂ କଣ୍ଟ୍ରୋଲ ନିୟମର ୩ଟି ଉଲ୍ଲଂଘନ କରି ଦୁଇ ବର୍ଷ ବାସନ୍ଦ ହୋଇଛନ୍ତି। ସେ ୨୦୨୨ ପର୍ଯ୍ୟନ୍ତ ବାସନ୍ଦ ହୋଇଛନ୍ତି ବୋଲି ଟ୍ରାକ୍‌ ଆଣ୍ଡ ଫିଲ୍ଡ ଆଥଲେଟିକ୍ସ ଇଣ୍ଟିଗ୍ରିଟି ୟୁନିଟ ତରଫରୁ କୁହାଯାଇଛି। ଫଳରେ ସେ ଆସନ୍ତାବର୍ଷ ଆୟୋଜନ ହେବାକୁଥିବା ଟୋକିଓ ଅଲିମ୍ପିକ୍ସ ନ ଖେଳିବା ନିଶ୍ଚିତ ହୋଇଛି।
ଗତ ମେ’ରୁ ପ୍ରତିଯୋଗିତାରୁ ସାମୟିକ ଭାବେ ୨୪ ବର୍ଷୀୟ କୋଲମ୍ୟାନ ବାସନ୍ଦ ହୋଇଥିଲେ। ଏହାର କିଛି ସପ୍ତାହ ପରେ ତାଙ୍କ ତ୍ରୁଟି ସମ୍ପର୍କରେ ସାର୍ବଜନୀନ କରାଯାଇଥିଲା। ୨୦୧୯ରେ ସଂଗ୍ରହ କରାଯାଇଥିବା ନମୁନାରେ ତାଙ୍କର ଏକାଧିକ ତ୍ରୁଟିଥିବା ଜଣାଯାଇଥିଲା। ହୋୟାର ଏବାଉଟ୍‌ ନିୟମ ଉଲ୍ଲଂଘନ ୧୨ ମାସ ମଧ୍ୟରେ ୩ଥର କଲେ ଜଣେ ଆଥଲେଟ୍‌ ଦୁଇବର୍ଷ ବାସନ୍ଦ ହୋଇଥାନ୍ତି। ଏବେ ବାସନ୍ଦାଦେଶ ବିରୋଧରେ ସେ କୋର୍ଟ ଅଫ୍‌ ଆର୍ବିଟ୍ରେଶନ ଫର ସ୍ପୋଟର୍‌ସ (କାସ)ରେ ଅପିଲ କରିପାରିବେ। କାତାରର ଦୋହାରେ ଅନୁଷ୍ଠିତ ୨୦୧୯ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ୧୦୦ ଓ ୪X ୧୦୦ ମିଟର ରିଲେ ରେସ୍‌ରେ ସ୍ବର୍ଣ୍ଣ ପଦକ ଜିତିଥିଲେ। ତେଣୁ ଟୋକିଓ ଅଲିମ୍ପିକ୍ସରେ ସେ ଟାଇଟଲ ହାସଲ କରିବେ ବୋଲି ଆଶା କରାଯାଉଥିଲା। ଲଣ୍ଡନରେ ଅନୁଷ୍ଠିତ ୨୦୧୭ ବିଶ୍ୱ ଚାମ୍ପିୟନଶିପ୍‌ରେ ସେ ଏହି ଦୁଇଟି ଇଭେଣ୍ଟରେ ରୌପ୍ୟ ପଦକ ଜିତିଥିଲେ। ପୂର୍ବରୁ ସେ ଥରେ ହୋୟାର ଏବାଉଟ୍‌ ନିୟମ ଉଲ୍ଲଂଘନ କରିଥିଲେ ଓ ଏହାକୁ ବାଦ୍‌ ଦେବା ଫଳରେ ସେ ଦୌଡିବାକୁ ସକ୍ଷମ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

କୋହଲିଙ୍କ ଦକ୍ଷତା ମାନିଲା ଗିନିଜ୍‌ ବୁକ: IPL 2026 ପୂର୍ବରୁ ଏମିତି କିଛି ଶେୟାର କରି ସମସ୍ତଙ୍କୁ କଲା ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୮।୩: IPL 2026 ପୂର୍ବରୁ ଗିନିଜ ବୁକ ସୋସିଆଲ ମିଡିଆ ମାଧ୍ୟମରେ ବିରାଟ କୋହଲିଙ୍କ ପାଞ୍ଚଟି IPL ରେକର୍ଡ ଉପରେ ଆଲୋକପାତ କରି ଏକ ପୋଷ୍ଟ ଶେୟାର…

IPL 2026 ର ପ୍ରାରମ୍ଭିକ ମ୍ୟାଚରୁ ବାଦ ପଡ଼ିଲେ ଧୋନୀ, ଜାଣନ୍ତୁ ଏହା ପଛର ବଡ଼ କାରଣ

ନୂଆଦିଲ୍ଲୀ,୨୮।୩: ଇଣ୍ଡିଆନ ପ୍ରିମିୟର ଲିଗର ୧୯ତମ ସିଜିନ ଆଜି ଅର୍ଥାତ୍‌ ଶନିବାର, ୨୮ ମାର୍ଚ୍ଚରେ ଆରମ୍ଭ ହେବାକୁ ଯାଉଛି। ଟୁର୍ଣ୍ଣାମେଣ୍ଟର ଉଦଘାଟନୀ ମ୍ୟାଚ ଶନିବାର RCB ଏବଂ…

ପ୍ରଖ୍ୟାତ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ଗିରଫ: ମଦ ପିଇ କରୁଥିଲେ ଏହି କାମ

ଫ୍ଲୋରିଡା,୨୮।୩: ପ୍ରଖ୍ୟାତ ଆମେରିକୀୟ ଗଲ୍ଫ ଖେଳାଳି ଟାଇଗର ଉଡ୍ସ ପୁଣି ଥରେ ବିବାଦରେ ଫସିଛନ୍ତି। ମଦ୍ୟପାନ କରି ଗାଡ଼ି ଚଲାଇବା ସନ୍ଦେହରେ ତାଙ୍କୁ ଫ୍ଲୋରିଡାରେ ଗିରଫ କରାଯାଇଛି।…

ଆଜିଠୁ ଆଇପିଏଲ୍‌: ମୁହାଁମୁହିଁ ହେବେ ଏହି ୨ ଟିମ୍‌

ବେଙ୍ଗାଲୁରୁ, ୨୮।୩:ଅନ୍ତର୍ଜାତୀୟ ଟି୨୦ରେ ସବୁଠାରୁ ବ୍ୟୟବହୁଳ ଲିଗ୍‌ ଆଇପିଏଲ୍‌ (ଇଣ୍ଡିଆନ ପ୍ରିମିୟର ଲିଗ୍‌)ର ୧୯ଶ ସଂସ୍କରଣ ଶନିବାରଠାରୁ ଆରମ୍ଭ ହେବାକୁ ଯାଉଛି। ଏହା ମେ’ ୩୧ ପର୍ଯ୍ୟନ୍ତ…

ଖେଳାଳିଙ୍କ ଗସ୍ତ ଉପରେ କଟକଣା ଲଗାଇଲା ଇରାନ

ତେହେରାନ,୨୭ା୩: ଇରାନ ଶତ୍ରୁରାଷ୍ଟ୍ର ଭାବେ ବିବେଚନା ଦେଶଗୁଡ଼ିକୁ ଖେଳାଳିଙ୍କ ଗସ୍ତ ଉପରେ କଟକଣା ଜାରି କରିଛି। ସାଉଦି ଆରବରେ ଟ୍ରାକ୍ଟର ଏଫ୍‌ସି ବିପକ୍ଷ ଗେମ୍‌ ପୂର୍ବରୁ ଇରାନ…

କାହିଁକି ବାତିଲ ହେଲା IPL 2026 ଉଦ୍‌ଘାଟନୀ ଉତ୍ସବ, ଜାଣନ୍ତୁ ପ୍ରକୃତ କାରଣ…

ବେଙ୍ଗାଲୁରୁର,୨୭।୩: IPL ବିଶ୍ୱର ସବୁଠୁ ବଡ଼ କ୍ରିକେଟ ଲିଗ୍‌। IPLର ୧୯ତମ ସଂସ୍କରଣ ମାର୍ଚ୍ଚ ୨୮ରେ ଆରମ୍ଭ ହେବ। ପ୍ରଥମ ମ୍ୟାଚ୍‌ ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଏବଂ…

IPL 2026: ବେଙ୍ଗାଲୁରୁ-ହାଇଦ୍ରାବାଦ ମଧ୍ୟରେ ପ୍ରଥମ ମ୍ୟାଚ୍‌, କେଉଁଠି ଏବଂ କିପରି ଲାଇଭ ଦେଖିବେ ଜାଣନ୍ତୁ…

ବେଙ୍ଗାଲୁରୁର,୨୭।୩: IPL 2026 ସିଜିନର ପ୍ରଥମ ମ୍ୟାଚ୍‌ ଦୁଇଟି ଶକ୍ତିଶାଳୀ ଦଳ ବେଙ୍ଗାଲୁରୁ ଏବଂ ହାଇଦ୍ରାବାଦ ମଧ୍ୟରେ ମୁକାବିଲା ହେବ। RCB ଘରୋଇ ପଡ଼ିଆରେ ବିଜୟ ସହିତ…

ଅନ୍ତର୍ଜାତୀୟ ଡେବ୍ୟୁ କରିପାରିବେ ବୈଭବ ସୂର୍ଯ୍ୟବଂଶୀ, ଆଉ ବାଧକ ସାଜିବନି ICC ନିୟମ

ନୂଆଦିଲ୍ଲୀ,୨୭।୩: ହରାରେ ସ୍ପୋଟର୍‌ସ କ୍ଲବରେ ଅନୁଷ୍ଠିତ ୧୯ ବର୍ଷରୁ କମ ବିଶ୍ୱକପ ୨୦୨୬ର ଫାଇନାଲରେ ବୈଭବ ସୂର୍ଯ୍ୟବଂଶୀ ତାଙ୍କର ରୌଦ୍ର ରୂପ ଦେଖାଇଥିଲେ। ଇଂଲଣ୍ଡ ବିପକ୍ଷରେ ଫାଇନାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri