ଶୀତଳଭଣ୍ଡାର ବିକିବାକୁ ଗରାଖ ଖୋଜା

ଭୁବନେଶ୍ୱର,୧୦ା୭(ବ୍ୟୁରୋ): ରାଜ୍ୟରେ ଆଳୁ ଚାଷ ଦିନକୁ ଦିନ ହ୍ରାସ ପାଇବାରେ ଲାଗିଛି। ଆଳୁ ରଖିବା ଏବଂ ଉପଯୁକ୍ତ ବଜାର ସୁବିଧା ମିଳୁ ନ ଥିବାରୁ ଚାଷୀମାନେ ଏଥିପ୍ରତି ଆଗ୍ରହ ଦେଖାଉନାହାନ୍ତି । କେବଳ ଖାଇବା ଆଳୁ ନୁହେଁ, ମଞ୍ଜି ପାଇଁ ମଧ୍ୟ ଓଡ଼ିଶାକୁ ପଞ୍ଜାବ ଓ ହରିୟାଣା ଭଳି ରାଜ୍ୟ ଉପରେ ନିର୍ଭର କରିବାକୁ ପଡୁଛି। ଚାଷୀଙ୍କୁ ଠିକ୍‌ ସମୟରେ ବିହନ, ସାର, ବଜାର ସୁବିଧା ଓ ଉପଯୁକ୍ତ ଦର ମିଳୁ ନ ଥିବାରୁ ଆଳୁ ଉତ୍ପାଦନ ହ୍ରାସ ପାଇବାରେ ଲାଗିଛି। ଏପରି କି ଏହାର ଉତ୍ପାଦନ ବଢ଼ାଇବାକୁ ସରକାର କରିଥିବା ରାଜ୍ୟ ଆଳୁ ମିଶନ ବାଟବଣା ହୋଇଛି । ସ୍ଥିତି ଏଭଳି ହେଲାଣି ଯେ ଆଳୁ ମିଶନ ହେବା ପରଠୁ କୃଷି ଉଦ୍ୟୋଗୀଙ୍କ ଦ୍ୱାରା ଯେଉଁ ଶୀତଳଭଣ୍ଡାର ପ୍ରତିଷ୍ଠା ହୋଇଥିଲା ସେଗୁଡ଼ିକୁ ଏବେ ସେମାନେ ବିକିବା ଲାଗି ଗରାଖ ଖୋଜୁଛନ୍ତି। ଆଳୁ ଉତ୍ପାଦନ କମିବା, ସରକାରୀ ପ୍ରୋତ୍ସାହନ ଅଭାବ ଏବଂ ବ୍ୟାଙ୍କ ଋଣ ଶୁଝି ନ ପାରି ଏମାନେ ଦେବାଳିଆ ସ୍ତରକୁ ଚାଲିଗଲେଣି। ଏଭଳି ସ୍ଥଳେ ସେମାନଙ୍କ ପକ୍ଷେ ଶୀତଳଭଣ୍ଡାର ଚଳାଇବା ସମ୍ଭବ ହେଉ ନ ଥିବାରୁ ସେଗୁଡ଼ିକୁ ସରକାର ନିଅନ୍ତୁ ବୋଲି ନିବେଦନ କରିଛନ୍ତି।
ରାଜ୍ୟରେ ଦୈନିକ ୨୫୦୦ ଟନ୍‌ରୁ ୩ ହଜାର ଟନ୍‌ ଆଳୁର ଆବଶ୍ୟକତା ରହିଛି। ମାତ୍ର ୨ ଲକ୍ଷ ମେଟ୍ରିକ ଟନ୍‌ ଆଳୁ ଉତ୍ପାଦନ ହେଉଥିବା ବେଳେ ବାର୍ଷିକ ଚାହିଦା ରହିଛି ୧୨ ଲକ୍ଷ ମେଟ୍ରିକ ଟନ୍‌। ରାଜ୍ୟର ଆଳୁ ଚାହିଦା ମେଣ୍ଟାଇବା ସହ ଉପତ୍ାଦନ ବଢ଼ାଇବା ପାଇଁ ରାଜ୍ୟ ସରକାର ୨୦୧୫ରେ ରାଜ୍ୟ ଆଳୁ ମିଶନ ଆରମ୍ଭ କରିଥିଲେ। ଏଥିରେ ଆଳୁ ଚାଷୀଙ୍କୁ ପ୍ରୋତ୍ସାହନ ଦେବା ସହ ପ୍ରତ୍ୟେକ ବ୍ଲକରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ବ୍ୟବସ୍ଥା ରହିଛି । ୨୦୧୬-୧୭ରେ ରାଜ୍ୟର ୬୦ ହଜାର ହେକ୍ଟରରେ ଆଳୁ ଚାଷ କରିବାକୁ ନିଷ୍ପତ୍ତି ହୋଇଥିଲା। ୧୧୨ଟି ଶୀତଳଭଣ୍ଡାର ସ୍ଥାପନ କରିବାକୁ ଏଥିରେ ବ୍ୟବସ୍ଥା ରହିଥିବା ବେଳେ ଆଳୁ ଉପତ୍ାଦନକୁ ୭ ଲକ୍ଷ ମେଟ୍ରିକ ଟନ୍‌ରେ ପହଞ୍ଚାଇବାକୁ ଲକ୍ଷ୍ୟ ରଖାଯାଇଥିଲା। ରାଜ୍ୟରେ ଆଳୁ ଉପତ୍ାଦନ ୨ ଲକ୍ଷ ମେଟ୍ରିକ ଟନ୍‌ ଉପରକୁ ଛୁଇଁପାରିଲା ନାହିଁ। ଏହି ଅତ୍ୟାବଶ୍ୟକ ସାମଗ୍ରୀ ରଖିବା ପାଇଁ ମିଶନ ଜରିଆରେ ଶୀତଳଭଣ୍ଡାର ନିର୍ମାଣ କରିବାକୁ ସରକାରୀ ପ୍ରୋତ୍ସାହନ ଆଶାରେ ଯୁବ କୃଷି ଉଦ୍ୟୋଗୀମାନେ ଆଗେଇ ଆସିଥିଲେ। ୨୦୧୫ରୁ ୨୦୧୯ ମଧ୍ୟରେ ୨୬ଟି ଶୀତଳଭଣ୍ଡାର ନିର୍ମାଣ ହେଲା । ଯେଉଁ ଉଦ୍ୟୋଗୀମାନେ ପ୍ରାୟ ୮ କୋଟି ଟଙ୍କା ବ୍ୟୟରେ ଶୀତଳଭଣ୍ଡାର ନିର୍ମାଣ କରିଥିଲେ, ସେମାନେ ଏବେ ନିଜ ସଂସ୍ଥାକୁ ବିକ୍ରିି କରିବାକୁ ବସିଛନ୍ତି । ମିଶନ ଚାଷୀଙ୍କୁ ଆକୃଷ୍ଟ କରିପାରି ନ ଥିବା ବେଳେ ଶୀତଳଭଣ୍ଡାର କରିଥିବା କୃଷି ଉଦ୍ୟୋଗୀମାନଙ୍କୁ ମଧ୍ୟ ତଳିତଳାନ୍ତ କରିଛି। ଆଳୁ ରଖିବା ପାଇଁ ନିର୍ମାଣ ହୋଇଥିବା ଶୀତଳଭଣ୍ଡାର ଖର୍ଚ୍ଚ ବୋଝ ଏତେ ବଢ଼ିଗଲାଣି ଯେ ଉଦ୍ୟୋଗୀମାନେ ଏହାକୁ ବିକ୍ରି କରିବାକୁ ଗରାଖ ପାଉନାହାନ୍ତି। ଶେଷରେ ବାଧ୍ୟ ହୋଇ ସେମାନଙ୍କ ଶୀତଳଭଣ୍ଡାର ବୋଝ ସରକାର ନିଅନ୍ତୁ ବୋଲି ଏହାର ମାଲିକମାନେ କହିଲେଣି।
ରାଜ୍ୟରେ ଥିବା ୧୪୦ଟି ଶୀତଳଭଣ୍ଡାର ମଧ୍ୟରୁ ମାତ୍ର ୪୦ଟି କାର୍ଯ୍ୟକ୍ଷମ ରହିଛି। ଋଣ ଛାଡ଼ କରିବା ସହ ପରିବହନ ଓ ବିଦ୍ୟୁତ୍‌ ବିଲ୍‌ ଉପରେ ରିହାତି ଏବଂ ଷ୍ଟୋରେଜ ସବ୍‌ସିଡି ଦେବାକୁ ଉଦ୍ୟୋଗୀମାନେ ଦାବି କରିଛନ୍ତି । ପ୍ରତ୍ୟେକ ଶୀତଳଭଣ୍ଡାରରେ ୫ ହଜାର ମେଟ୍ରିକ ଟନ୍‌ ଆଳୁ ଗଚ୍ଛିତ ରଖିବା ଭଳି କ୍ଷମତା ରହିଛି। ଏଥିରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ୩୦୦ ଲୋକଙ୍କୁ ନିଯୁକ୍ତି ସୁଯୋଗ ମିଳିଛି। ଏହାଛଡ଼ା ୧୦ ହଜାର ଚାଷୀ ସେମାନଙ୍କର ଉପତ୍ାଦିତ ଦ୍ରବ୍ୟକୁ ଏଠାରେ ସାଇତି ରଖିପାରିବେ । ସମଗ୍ର ରାଜ୍ୟରେ ପ୍ରାୟ ୪ ଲକ୍ଷ କୃଷକ ପରିବାର ଏଥିରେ ଉପକୃତ ହେଉଛନ୍ତି । ରାଜ୍ୟ ସରକାର ଶୀତଳଭଣ୍ଡାର କରିଥିବା ଉଦ୍ୟୋଗୀଙ୍କୁ ସହାୟତା ନ କଲେ ଶୀତଳଭଣ୍ଡାର ସହ ବ୍ୟାଙ୍କରେ ବନ୍ଧା ପଡ଼ିଥିବା ଘରଦ୍ୱାର ମଧ୍ୟ ନିଲାମ ହୋଇଯିବ ବୋଲି ସଂଘର ସମ୍ପାଦକ ଜନାର୍ଦ୍ଦନ ସାହୁ କହିଛନ୍ତି।
ଅନ୍ୟପକ୍ଷରେ ରାଜ୍ୟ ସରକାର ଏବେ ଶୀତଳଭଣ୍ଡାରଗୁଡ଼ିକ ପାଇଁ ଥିବା ଗାଇଡ୍‌ଲାଇନକୁ ସଂଶୋଧନ କରିବାକୁ ଯାଉଛନ୍ତି । ବିଦ୍ୟୁତ୍‌ ବିଲ୍‌ ଛାଡ଼ କରିବା ସହିତ ସ୍ଥାନୀୟ ମାର୍କେଟରୁ ୫୦% ଦ୍ରବ୍ୟ ରଖିବାକୁ ଥିବା ସର୍ତ୍ତକୁ କୋହଳ କରିବା ଲାଗି ନିଷ୍ପତ୍ତି ହୋଇଛି। ଏ ନେଇ ସରକାରଙ୍କ ସ୍ବୀକୃତି ମିଳିବା ପରେ ଗାଇଡ୍‌ଲାଇନକୁ ସଂଶୋଧନ କରାଯିବ। ଫଳରେ ଶୀତଳଭଣ୍ଡାରଗୁଡ଼ିକ ସରକାରଙ୍କ ସୁବିଧା ପାଇପାରିବେ ବୋଲି କୃଷି ଉପତ୍ାଦନ କମିଶନର ଆର.କେ. ଶର୍ମା କହିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

IPL 2026: ଚେପକ୍‌ରେ ପଞ୍ଜାବ କିଙ୍ଗସର ଐତିହାସିକ ବିଜୟ; ଚେନ୍ନାଇକୁ ୫ ୱିକେଟରେ ହରାଇ ରଚିଲା ଇତିହାସ

ଚେନ୍ନାଇ,୩/୪ : ଆଇପିଏଲ୍ ୨୦୨୬ର ସପ୍ତମ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସ ଏକ ଚମତ୍କାର ପ୍ରଦର୍ଶନ କରି ଚେନ୍ନାଇ ସୁପର କିଙ୍ଗସକୁ ତା’ର ଘରୋଇ ଗ୍ରାଉଣ୍ଡ୍ ଏମ୍.ଏ. ଚିଦାମ୍ବରମ୍…

ଭୂକମ୍ପ ଝଟ୍‌କାରେ ଥରିଲା ଜମ୍ମୁ-କଶ୍ମୀରରୁ ନେଇ ଦିଲ୍ଲୀ, ଭୟରେ ଘରୁ ବାହାରକୁ ଦୌଡ଼ିଲେ ଲୋକେ…

ନୂଆଦିଲ୍ଲୀ,୩।୪: ଭାରତର ରାଜଧାନୀ ଦିଲ୍ଲୀ-ଏନ୍‌ସିଆର (Delhi-NCR), ଜମ୍ମୁ-କାଶ୍ମୀର ଏବଂ ଚଣ୍ଡିଗଡ଼ ସମେତ ଉତ୍ତର ଭାରତର ବିଭିନ୍ନ ସ୍ଥାନରେ ଶକ୍ତିଶାଳୀ ଭୂକମ୍ପ ଝଟକା ଅନୁଭୂତ ହୋଇଛି। ଜମ୍ମୁ-କାଶ୍ମୀରରେ ପରସ୍ପର…

ଇଣ୍ଡକ୍ସନରେ ରୋଷେଇ କରୁଛନ୍ତି କି? ଭୁଲରେ ବି କରନ୍ତୁ ନାହିଁ ଏହି ୫ ଜିନିଷ ରୋଷେଇ, ନଚେତ…

ନୂଆଦିଲ୍ଲୀ,୩।୪: ମଧ୍ୟପ୍ରାଚ୍ୟରେ ଜାରି ରହିଥିବା ଯୁଦ୍ଧ ପରିସ୍ଥିତିର ପ୍ରଭାବ ଏବେ ଭାରତୀୟ ରୋଷେଇ ଘର ପର୍ଯ୍ୟନ୍ତ ପହଞ୍ଚିଛି। ତୈଳ ଏବଂ ଗ୍ୟାସ ଯୋଗାଣ ବାଧାପ୍ରାପ୍ତ ହେବା ଯୋଗୁଁ…

ନମ୍ବର ସେଭ୍‌ ନ କରି କରିପାରିବେ WhatsAppରେ ଚାଟ୍‌, ଅନେକେ ଜାଣନ୍ତି ନାହିଁ ଏହି ସିକ୍ରେଟ୍‌…

ନୂଆଦିଲ୍ଲୀ,୩।୪: ସାଧାରଣତଃ ହାଟ୍ସଆପରେ କାହା ସହିତ କଥା ହେବାକୁ ହେଲେ ଆମକୁ ପ୍ରଥମେ ସେହି ବ୍ୟକ୍ତିଙ୍କ ନମ୍ବର ନିଜ ଫୋନରେ ସେଭ କରିବାକୁ ପଡ଼ିଥାଏ। କିନ୍ତୁ ଅନେକ…

କାଳବୈଶାଖୀ ତାଣ୍ଡବ: ଭାଙ୍ଗିଲା ଗଛ, ଉଡ଼ିଲା ଆଜ୍‌ବେଷ୍ଟସ୍‌

କୋରାପୁଟ,୩।୪(ଅମିତାଭ ବେହେରା): କୋରାପୁଟ ସହରରେ ଶୁକ୍ରବାର ସନ୍ଧ୍ୟାରେ କାଳବୈଶାଖୀ ତାଣ୍ଡବ ରଚିଛି। କାଳବୈଶାଖୀ ପ୍ରଭାବରେ ଅଞ୍ଚଳର ବିଭିନ୍ନ ସ୍ଥାନରେ ଝଡ଼ତୋଫାନ ହୋଇଛି। ଝଡ଼ତୋଫାନରେ କୋରାପୁଟ-ରାୟଗଡ଼ା ସଂଯୋଗ କରୁଥିବା…

ପ୍ରପର୍ଟି କାଗଜପତ୍ର ନାହିଁ, ତଥାପି ମିଳିପାରିବ ହୋମ୍‌ ଲୋନ୍‌? ଜାଣନ୍ତୁ କ’ଣ କହୁଛି ବ୍ୟାଙ୍କ ନିୟମ

ନୂଆଦିଲ୍ଲୀ,୩।୪: ନିଜର ଏକ ସୁନ୍ଦର ଘରଟିଏ କରିବା ସମସ୍ତଙ୍କର ସ୍ବପ୍ନ ଥାଏ। ଏହି ସ୍ବପ୍ନକୁ ସାକାର କରିବାରେ ‘ହୋମ ଲୋନ୍‌’ ବା ଗୃହ ଋଣ ଏକ ମୁଖ୍ୟ…

ଉତ୍ସବମୁଖର ଦାରିଙ୍ଗବାଡି: ଉତ୍ସାହ ସହ ପାଳନହେଲା ଗୁଡ ଫ୍ରାଇଡେ, ଯୀଶୁଖ୍ରୀଷ୍ଟଙ୍କ ଯାତନାର ଦୃଶ୍ୟ…

ଦାରିଙ୍ଗବାଡି,୩।୪ (ଅରୁଣ ସାହୁ): ଗୁଡ୍‌ ଫ୍ରାଇଡେ ପାଇଁ କନ୍ଧମାଳ ଜିଲା  ଉତ୍ସବ ମୁଖର ହୋଇଥିବା ବେଳେ ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ମଧ୍ୟ ଏହି ପର୍ବ ବଡ଼ ଧୁମଧାମରେ…

ମାମୁଁ ଘରକୁ ଆସି ଗତକାଲିଠୁ ଥିଲେ ନିଖୋଜ: ଆଜି କେନାଲରୁ ମିଳିଲା ମୃତଦେହ, ପରିବାର ଲୋକେ ଆଣିଲେ ସାଂଘାତିକ ଅଭିଯୋଗ

ପଟ୍ଟାମୁଣ୍ଡାଇ ୩।୪(କଳ୍ପତରୁ ନାୟକ) କେନ୍ଦ୍ରାପଡା ଜିଲାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଗୁରୁବାର ପୂର୍ବାହ୍ନରୁ ନିଖୋଜ ଥିବା ଜଣେ ୭ ବର୍ଷୀୟ ନାବାଳିକା ସ୍କୁଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri