ଆରମ୍ଭରୁ ଶୀତଳ ଭଣ୍ଡାର ଅଚଳ

ଘଟଗଁା,୨୭ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ)କେନ୍ଦୁଝର ଜିଲା ଘଟଗଁା ବ୍ଲକ୍‌ ବଡ଼ଜାମପୋଷି ପଞ୍ଚାୟତର ଯାମାପସୀ ଗ୍ରାମରେ ଗତବର୍ଷ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ତରଫରୁ ସ୍ଥାପନ ହୋଇଥିବା ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ପଡ଼ିଛି। ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଥିବା ବେଳେ ସ୍ଥାପନ ଦିନରୁ କାର୍ଯ୍ୟରେ ଲାଗିପାରିନାହିଁ। ଉକ୍ତ ଶୀତଳ ଭଣ୍ଡାର ଚାଲିବା ପାଇଁ ସୌରଚାଳିତ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇଥିଲା। ଶୀତଳ ଭଣ୍ଡାର ବସିବା ଖବର ଅଞ୍ଚଳବାସୀଙ୍କ ମନରେ ବେଶ୍‌ ଖୁସି ଭରିଦେଇଥିଲା। ଏ ନେଇ ସ୍ଥାନୀୟ ସ୍ବୟଂ ସହାୟିକ ଗୋଷ୍ଠୀର ସମ୍ପାଦିକା ଜମି ସହ ଆର୍ଥିକ ଖର୍ଚ୍ଚ ମଧ୍ୟ କରିଥିଲେ। ମାତ୍ର ତାହାର ମୂଲ୍ୟ ରହିଲା ନାହିଁ ବୋଲି ମା’ ମଙ୍ଗଳା ଏସ୍‌ଏଚ୍‌ଜିର ସମ୍ପାଦିକା ସବିତା ମହାନ୍ତ କହିଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳବାସୀ ଚାଷ ଉପରେ ନିର୍ଭରଶୀଳ। ପରିବା ଚାଷକରି ପରିବାର ଚଳାଇଥାଆନ୍ତି। ମାତ୍ର ଅଧିକାଂଶ ସମୟରେ ଅଧିକ ଅମଳ ଯୋଗୁ ଦର କମି ଯାଇଥାଏ। ଏପରିକି ମୂଳ ପୁଞ୍ଜି ବାହାରିବା ତ ଦୂରର କଥା ପାରିଶ୍ରମିକ ବି ମିଳେନାହିଁ। ଚାଷୀ ଅମଳ ନ କରି କ୍ଷେତରେ ନଷ୍ଟହେବାକୁ ଛାଡ଼ିଦିଅନ୍ତି। ଏହାକୁ ଦୃଷ୍ଟିରେ ରଖି ୧୦ ବର୍ଷ ତଳେ ଢେଙ୍କିକୋଟଠାରେ ତତ୍କାଳୀନ କୃଷି, ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏକ ଶୀତଳ ଭଣ୍ଡାର ପାଇଁ ଶୁଭ ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ବାରମ୍ବାର ଦାବି ପରେ ମିଶନ ଶକ୍ତି ବିଭାଗ ତରଫରୁ ଗତବର୍ଷ ଯାମାପସୀଠାରେ ଶୀତଳଭଣ୍ଡାର ସ୍ଥାପନ ହୋଇଥିଲା। ଏହାର ଆବଶ୍ୟକତାକୁ ଲକ୍ଷ୍ୟକରି ସ୍ଥାନୀୟ ଅଗ୍ରଣୀ ମା’ ମଙ୍ଗଳା ଏସ୍‌ଏଚ୍‌ଜିର ସମ୍ପାଦିକା ଶୀତଳଭଣ୍ଡାର ପାଇଁ ନିଜ ଘରବାଡ଼ି ଜାଗା ଦେଇଥିଲେ। ଶୀତଳ ଭଣ୍ଡାର ମେଶିନ ବସିବା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ କରି ଏକ ସିମେଣ୍ଟ ପିଣ୍ଡି ମଧ୍ୟ ତିଆରି କରିଥିଲେ। ଏହାକୁ ମା’ ମଙ୍ଗଳା ଏସ୍‌ଏଚ୍‌ଜିକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ସମ୍ପାଦିକା ମୁଖ୍ୟ ଭାବେ ରହିଛନ୍ତି। ପ୍ରଥମେ ସବିତା ୧୫ ହଜାର ଟଙ୍କାର କଲମୀ ଆମ୍ବ କିଣି ଏଥିରେ ରଖିଥିଲେ। ମାତ୍ର ତାହା ୭ ଦିନରେ ପଚି ନଷ୍ଟ ହୋଇଯାଇଥିଲା। ଫଳରେ ଶୀତଳ ଭଣ୍ଡାରରେ କେହି ପରିବା ରଖିବାକୁ ଆଗ୍ରହ ପ୍ରକାଶ କଲେନାହିଁ। ଏ ନେଇ ଅଭିଯୋଗ ପରେ କମ୍ପାନୀ ଗ୍ରାମକୁ ଆସି ଏହାର ଯାଞ୍ଚ କରିଥିଲା। ମାତ୍ର ଯଥା ପୂର୍ବଂ ତଥା ପରମ୍‌ ନୀତିରେ ରହିଛି, ଆବଶ୍ୟକ ଥଣ୍ଡା ରହୁନାହିଁ, ଫଳରେ ସ୍ଥାପନ ଦିନଠାରୁ ଏହା ଅଚଳ ହୋଇପଡ଼ିଛି। ଫଳରେ ୧୫ ଲକ୍ଷ ଟଙ୍କା ପାଣିରେ ପଡ଼ିବା ସାର ହେଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍‌ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…

ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍‌ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri