ଆରମ୍ଭରୁ ଶୀତଳ ଭଣ୍ଡାର ଅଚଳ

ଘଟଗଁା,୨୭ା୮(ରାଜେନ୍ଦ୍ର କୁମାର ପଟ୍ଟନାୟକ)କେନ୍ଦୁଝର ଜିଲା ଘଟଗଁା ବ୍ଲକ୍‌ ବଡ଼ଜାମପୋଷି ପଞ୍ଚାୟତର ଯାମାପସୀ ଗ୍ରାମରେ ଗତବର୍ଷ ରାଜ୍ୟ ସରକାରଙ୍କ ମିଶନ ଶକ୍ତି ତରଫରୁ ସ୍ଥାପନ ହୋଇଥିବା ଶୀତଳ ଭଣ୍ଡାର ଅଚଳ ଅବସ୍ଥାରେ ପଡ଼ିଛି। ୧୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ଏହା ନିର୍ମାଣ ହୋଇଥିବା ବେଳେ ସ୍ଥାପନ ଦିନରୁ କାର୍ଯ୍ୟରେ ଲାଗିପାରିନାହିଁ। ଉକ୍ତ ଶୀତଳ ଭଣ୍ଡାର ଚାଲିବା ପାଇଁ ସୌରଚାଳିତ ବିଦ୍ୟୁତ୍‌ ବ୍ୟବସ୍ଥା କରାଯାଇଥିଲା। ଶୀତଳ ଭଣ୍ଡାର ବସିବା ଖବର ଅଞ୍ଚଳବାସୀଙ୍କ ମନରେ ବେଶ୍‌ ଖୁସି ଭରିଦେଇଥିଲା। ଏ ନେଇ ସ୍ଥାନୀୟ ସ୍ବୟଂ ସହାୟିକ ଗୋଷ୍ଠୀର ସମ୍ପାଦିକା ଜମି ସହ ଆର୍ଥିକ ଖର୍ଚ୍ଚ ମଧ୍ୟ କରିଥିଲେ। ମାତ୍ର ତାହାର ମୂଲ୍ୟ ରହିଲା ନାହିଁ ବୋଲି ମା’ ମଙ୍ଗଳା ଏସ୍‌ଏଚ୍‌ଜିର ସମ୍ପାଦିକା ସବିତା ମହାନ୍ତ କହିଛନ୍ତି।
ସୂଚନା ଅନୁଯାୟୀ, ସ୍ଥାନୀୟ ଅଞ୍ଚଳବାସୀ ଚାଷ ଉପରେ ନିର୍ଭରଶୀଳ। ପରିବା ଚାଷକରି ପରିବାର ଚଳାଇଥାଆନ୍ତି। ମାତ୍ର ଅଧିକାଂଶ ସମୟରେ ଅଧିକ ଅମଳ ଯୋଗୁ ଦର କମି ଯାଇଥାଏ। ଏପରିକି ମୂଳ ପୁଞ୍ଜି ବାହାରିବା ତ ଦୂରର କଥା ପାରିଶ୍ରମିକ ବି ମିଳେନାହିଁ। ଚାଷୀ ଅମଳ ନ କରି କ୍ଷେତରେ ନଷ୍ଟହେବାକୁ ଛାଡ଼ିଦିଅନ୍ତି। ଏହାକୁ ଦୃଷ୍ଟିରେ ରଖି ୧୦ ବର୍ଷ ତଳେ ଢେଙ୍କିକୋଟଠାରେ ତତ୍କାଳୀନ କୃଷି, ସମବାୟ ମନ୍ତ୍ରୀ ଦାମୋଦର ରାଉତ ଏକ ଶୀତଳ ଭଣ୍ଡାର ପାଇଁ ଶୁଭ ଦେଇଥିଲେ। ମାତ୍ର ତାହା କାର୍ଯ୍ୟକାରୀ ହୋଇପାରି ନ ଥିଲା। ବାରମ୍ବାର ଦାବି ପରେ ମିଶନ ଶକ୍ତି ବିଭାଗ ତରଫରୁ ଗତବର୍ଷ ଯାମାପସୀଠାରେ ଶୀତଳଭଣ୍ଡାର ସ୍ଥାପନ ହୋଇଥିଲା। ଏହାର ଆବଶ୍ୟକତାକୁ ଲକ୍ଷ୍ୟକରି ସ୍ଥାନୀୟ ଅଗ୍ରଣୀ ମା’ ମଙ୍ଗଳା ଏସ୍‌ଏଚ୍‌ଜିର ସମ୍ପାଦିକା ଶୀତଳଭଣ୍ଡାର ପାଇଁ ନିଜ ଘରବାଡ଼ି ଜାଗା ଦେଇଥିଲେ। ଶୀତଳ ଭଣ୍ଡାର ମେଶିନ ବସିବା ପାଇଁ ୧୫ ହଜାର ଟଙ୍କା ଖର୍ଚ୍ଚ କରି ଏକ ସିମେଣ୍ଟ ପିଣ୍ଡି ମଧ୍ୟ ତିଆରି କରିଥିଲେ। ଏହାକୁ ମା’ ମଙ୍ଗଳା ଏସ୍‌ଏଚ୍‌ଜିକୁ ପରିଚାଳନା ଦାୟିତ୍ୱ ଦିଆଯାଇଥିଲା। ସମ୍ପାଦିକା ମୁଖ୍ୟ ଭାବେ ରହିଛନ୍ତି। ପ୍ରଥମେ ସବିତା ୧୫ ହଜାର ଟଙ୍କାର କଲମୀ ଆମ୍ବ କିଣି ଏଥିରେ ରଖିଥିଲେ। ମାତ୍ର ତାହା ୭ ଦିନରେ ପଚି ନଷ୍ଟ ହୋଇଯାଇଥିଲା। ଫଳରେ ଶୀତଳ ଭଣ୍ଡାରରେ କେହି ପରିବା ରଖିବାକୁ ଆଗ୍ରହ ପ୍ରକାଶ କଲେନାହିଁ। ଏ ନେଇ ଅଭିଯୋଗ ପରେ କମ୍ପାନୀ ଗ୍ରାମକୁ ଆସି ଏହାର ଯାଞ୍ଚ କରିଥିଲା। ମାତ୍ର ଯଥା ପୂର୍ବଂ ତଥା ପରମ୍‌ ନୀତିରେ ରହିଛି, ଆବଶ୍ୟକ ଥଣ୍ଡା ରହୁନାହିଁ, ଫଳରେ ସ୍ଥାପନ ଦିନଠାରୁ ଏହା ଅଚଳ ହୋଇପଡ଼ିଛି। ଫଳରେ ୧୫ ଲକ୍ଷ ଟଙ୍କା ପାଣିରେ ପଡ଼ିବା ସାର ହେଲା ବୋଲି ସ୍ଥାନୀୟ ଅଞ୍ଚଳବାସୀ କ୍ଷୋଭର ସହ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିଭିନ୍ନ ଦାବି ନେଇ ଜିଲାପାଳଙ୍କ କାର୍ଯ୍ୟାଳୟ ଘେରିଲେ ଅଙ୍ଗନଓ୍ବାଡି କର୍ମୀ: ଦେଲେ ଚେତାବନୀ, ସମାଧାନ ନ ହେଲେ…

ବରଗଡ଼,୨୨।୧୨(ପ୍ରେମାନନ୍ଦ ଖମାରୀ): ସୋମବାର ପଶ୍ଚିମ ଓଡ଼ିଶା ଅଙ୍ଗନଓ୍ବାଡି କର୍ମୀ ଓ ସହାୟିକା ସଂଘ ନେତୃତ୍ୱରେ ବରଗଡ଼ ଜିଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଶାଳ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି।...

ଗାଁକୁ ଫେରୁଥିବାବେଳେ ଟ୍ରେନରୁ ଖସି ଦାଦନ ଶ୍ରମିକଙ୍କ ମୃତ୍ୟୁ

ପାତ୍ରପୁର, ୨୨।୧୨(ଉମା ଚରଣ ନେପାକ): ପାତ୍ରପୁର ବ୍ଳକ ବାଦପୁର ପଞ୍ଚାୟତ ତିନିଘରିଆ ଗ୍ରାମର ନରସିଂହ ନାଇକ (୨୮) ନେଲୁରୁ ସ୍ଥିତ ଦିଶା ନାମକ ଏକ କମ୍ପାନୀରେ...

MGNREGA ନାମ ବଦଳାଇବା ବିବାଦ: ରାଜରାସ୍ତାକୁ ଓହ୍ଲାଇଲା କଂଗ୍ରେସ, କେନ୍ଦ୍ର ସରକାରଙ୍କୁ ଦେଲା ଚେତାବନୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ନାମକୁ କେନ୍ଦ୍ର ସରକାର ଇତିମଧ୍ୟରେ ବଦଳାଇଛନ୍ତି। ଏଥିସହ ନୂଆ ଯୋଜନାରେ ବ୍ୟାପକ...

ଭଞ୍ଜନଗର ଏନ୍‌ଏସିକୁ ମିଳିଲା ମ୍ୟୁନିସିପାଲଟି ମାନ୍ୟତା: ମିଶିବ ଏହି ସବୁ ଗାଁ, ଖୁସିରେ ଅଞ୍ଚଳବାସୀ

ଭଞ୍ଜନଗର,୨୨।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଏନ୍‌ଏସିକୁ ସୋମବାରଠାରୁ ବିଧିବଦ୍ଧ ଭାବେ ମ୍ୟୁନିସିପାଲଟି ମାନ୍ୟତା ମିଳିଛି। ସେହିଭଳି ଜଗନ୍ନାଥପ୍ରସାଦ ପଞ୍ଚାୟତକୁ ଏନ୍‌ଏସି ମାନ୍ୟତା ମିଳିଛି। ଆଜି...

ଦିନକ ପରେ ବରଗଡ଼ ଧନୁଯାତ୍ରା: ମହୋତ୍ସବକୁ ନେଇ ଏମିତି କହିଲେ ଜିଲାପାଳ

ବରଗଡ,୨୨।୧୨(ପ୍ରେମାନନ୍ଦ ଖମାରୀ): ବୃହତ୍‌ ମୁକ୍ତାକାଶ ରଙ୍ଗମଞ୍ଚ ୭୮ତମ ବରଗଡ଼ ଧନୁଯାତ୍ରା ମହୋତ୍ସବକୁ ଆଉ ମାତ୍ର ଦିନେ ବାକି। ଆସନ୍ତା ୨୪ତାରିଖରୁ ଏହି ମହୋତ୍ସବ ଆରମ୍ଭ ହେବ।...

ଲିକ୍‌ ହୋଇ ଫାଟିଲା ରନ୍ଧନ ଗ୍ୟାସ୍‌ ସିଲିଣ୍ଡର, ଘରେ ଥିଲେ…

କୋକସରା,୨୨।୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ଟେମରା ଗ୍ରାମରେ ରନ୍ଧନ ଗ୍ୟାସ୍‌ ଲିକେଜ ହୋଇ ନିଆଁ ଲାଗି ଯିବାରୁ ୪ ଜଣ ଗୁରୁତର...

ଦିଗପହଣ୍ଡିରେ ‘ଆସ ସ୍କୁଲ ଯିବା’ ସଚେତନତା ସଭା ଅନୁଷ୍ଠିତ

ଦିଗପହଣ୍ଡି,୨୨।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ମଧୁବିଦ୍ୟାପୀଠ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ‘ଆସ ସ୍କୁଲ ଯିବା’ ସଚେତନତା ସଭା ସୋମବାର...

ଟି-୨୦ ବିଶ୍ୱକପ ପାଇଁ ଚୟନ ହୋଇଥିବା ଭାରତୀୟ ଦଳ ଉପରେ ପ୍ରଶ୍ନ ଉଠାଇଲେ ୱାସିମ ଜାଫର, କହିଲେ ଇଶାନ-ୱାଶିଂଟନଙ୍କ ବଦଳରେ…

ନୂଆଦିଲ୍ଲୀ,୨୨।୧୨: ୨୦୨୬ ଟି୨୦ ବିଶ୍ୱକପ ପାଇଁ ଭାରତୀୟ ଦଳ ଘୋଷଣା କରାଯାଇଛି। ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଇଶାନ କିଷାନ ଦଳକୁ ଫେରିଛନ୍ତି। ଉପ-ଅଧିନାୟକ ଶୁବମନ ଗିଲ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri