ଘରେ ଘରେ ବ୍ୟାପୁଛି ଥଣ୍ଡା, ଜ୍ୱର

ବ୍ରହ୍ମପୁର ଅଫିସ,୬ା୩- କରୋନା ସହ ଜନସାଧାରଣ ସଂଘର୍ଷ କରିଆସିଥିବା ବେଳେ ଏବେ ଘରେ ଘରେ ଥଣ୍ଡାକାଶ ଓ ଜ୍ୱର ଯୋଗୁ ଲୋକେ ଚିନ୍ତାରେ ପଡିଛନ୍ତି। ଗତ ଡିସେମ୍ବର ୧୦ରୁ ଏଯାବତ ହୋଇଥିବା ନିରୀକ୍ଷଣରୁ ଏଭଳି ସୂଚନା ମିଳିଛି। ଶ୍ୱାସ ସଂକ୍ରମଣ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ଏହି ରୋଗ ଲାଗି ରହୁଛି।

ଇନ୍‌ଫ୍ଲୁଏଞ୍ଜା କାରଣରୁ ଜ୍ୱର, ଥଣ୍ଡାକାଶ ଓ ଶରୀର ଯନ୍ତ୍ରଣା ଲାଗି ରହୁଛି। ଅଧିକାଂଶ ରୋଗୀ ଦୀର୍ଘଦିନ ଧରି ଔଷଧ ଖାଇ ମଧ୍ୟ ଅସୁସ୍ଥ ରହୁଛନ୍ତି। ସେମାନଙ୍କଠାରେ କରୋନାର ସମସ୍ତ ଲକ୍ଷଣ ଦେଖାଯାଉଛି। ଏହା କୌଣସି ସିଜନାଲ ଡିଜିଜ୍‌ ନୁହେଁ ବରଂ ଏଚ୍‌୩ଏନ୍‌୨ ଭୂତାଣର ଉପପ୍ରଜାତି ଇନ୍‌ଫ୍ଲୁଏଞ୍ଜା ବୋଲି ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ଆଧାରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ଗ୍ରାମାଞ୍ଚଳରେ ଥିବା ୯୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୨୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୪ ଉପଖଣ୍ଡସ୍ତରୀୟ ହସ୍ପିଟାଲ, ମହାନଗର ନିଗମରେ ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର, ସିଟି ହସ୍ପିଟାଲ, ବଡ଼ ମେଡିକାଲକୁ ସତର୍କ ସୂଚନା ଦେଇଥିବା କହିଛନ୍ତି।

ରୋଗୀ ସୁସ୍ଥ ହେଲେ ବି ଏହି ଲକ୍ଷଣ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଛି। ଏହି ନୂଆ ପ୍ରଜାତିର ଇନ୍‌ଫ୍ଲୁଏଞ୍ଜା ଜୀବନ ପ୍ରତି ବିପଜ୍ଜନକ ନୁହେଁ। ଏଥିପାଇଁ କେହି ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ସେ କହିଛନ୍ତି। ବହୁ କ୍ଷେତ୍ରରେ ଏହି ଥଣ୍ଡାକାଶରୁ ବାନ୍ତିି ଲାଗିବା, ଗଳା ଦରଜ, ଦେହବିନ୍ଧା ଓ ତରଳ ଝାଡ଼ା ହେଉଛି। ଏହା ଏଚ୍‌୩ଏନ୍‌୨ ଭୂତାଣୁ ଯୋଗୁ ହେଉଛି। ଜ୍ୱର ୨/୩ ଦିନ ଯାଏ ରହୁଥିବା ବେଳେ କାଶ ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ରହୁଛି। ବାୟୁ ପ୍ରଦୂଷଣ ଯୋଗୁ ମଧ୍ୟ ଭୂତାଣୁ ସଂକ୍ରମଣ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡାଇ ରଖିବା, ଯାତାୟାତ ବେଳେ ମାସ୍କ ପିନ୍ଧିବା, ଗହଳି ସ୍ଥାନକୁ ନ ଯିବା, ଲକ୍ଷଣ ଥିଲେ ହାତ ଭଳଭାବେ ଧୋଇବା ସହ ରୋଗୀମାନଙ୍କୁ ଏ ଦିଗରେ ବିଶେଷ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର-ବାଇକ୍‌ ମୁହାଁମୁହିଁ ଧକ୍କା: ସ୍ବାମୀ, ସ୍ତ୍ରୀ ଗୁରୁତର

ବଲାଙ୍ଗୀର,୫।୪(ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା କୁଶଙ୍ଗ-ନର୍ଲାକଟା ନିକଟରେ ରବିବାର ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। କାର-ବାଇକ୍‌ ମଧ୍ୟରେ ମୁହାଁମୁହିଁ ଧକ୍କା ହେବାରୁ ବାଇକ୍‌ରେ ଥିବା…

କୋଟିଆରେ ପୁଣି ପସିଲେ ଆନ୍ଧ୍ର ଅଧିକାରୀ

ପଟ୍ଟାଙ୍ଗି,୫ା୪(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ବ୍ଲକ ଅଧୀନ କୋଟିଆ ପଞ୍ଚାୟତରେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଆନ୍ଧ୍ର ପ୍ରଦେଶ ସରକାରୀ ତଥା ପଦାଧିକାରୀ…

‘ତାମ୍ପରା ତରଙ୍ଗିଣୀ’ର ମଜା ଉଠାଇଲେ ପର୍ଯ୍ୟଟକ

ଛତ୍ରପୁର,୫ା୪(ଦିଲୀପ ସାମଲ): ଛତ୍ରପୁର ନିକଟ ତାମ୍ପରା ହ୍ରଦକୁ ରାଜ୍ୟ ଏବଂ ରାଜ୍ୟ ବାହାରୁ ପର୍ଯ୍ୟଟକ ଆସିଥାନ୍ତି। ପର୍ଯ୍ୟଟକଙ୍କୁ ଆହୁରି ଆକୃଷ୍ଟ କରିବା ଲାଗି ଜିଲା ପ୍ରଶାସନ ପକ୍ଷରୁ…

ଘରେ ଆଶ୍ରୟ ଦେଲେନି ପୁଅ

ପାରଳାଖେମୁଣ୍ଡି,୫ା୪(ଗିରିଧାରୀ ପରିଛା): ଘରେ ରଖେଇ ଦେଲେନି। ପ୍ରାୟ ୨୦ ଦିନ ହେଲା ମା’ ଝିଅ ଦୋକାନ ବାରଣ୍ଡାରେ ଆଶ୍ରୟ ନେଇଛୁ। ଏଇଠି ରୋଷେଇ କରି ଖାଉଛୁ। ପ୍ରବଳ…

ଝଡ଼ତୋଫାନ ସାଙ୍ଗକୁ କୁଆପଥର ବର୍ଷା: ବଜ୍ରପାତ ନେଲା ମଇଁଷି ଜୀବନ

ଦିଗପହଣ୍ଡି,୫।୪(ଅଶେଷ ନାଥ ମିଶ୍ର) ଦିଗପହଣ୍ଡି ସହର ସମେତ ଆଖପାଖ ଅଞ୍ଚଳରେ ରବିବାର କାଳ ବୈଶାଖୀ ପ୍ରଭାବରେ ଝଡ଼ତୋଫାନ ବଜ୍ରପାତ ସାଙ୍ଗକୁ କୁଆପଥର ବର୍ଷା ଯୋଗୁଁ ଜନଜୀବନ ଅସ୍ତବ୍ୟସ୍ତ…

ଛାତ୍ରୀଛାତ୍ରଙ୍କ ପାଇଁ ଗୁଡ୍ ନ୍ୟୁଜ, ଲଗାତାର ଏତେ ଦିନ ଛୁଟି ରହିବ ସ୍କୁଲ୍…

ଭୁବନେଶ୍ୱର,୫ା୪: ଏପ୍ରିଲ ମାସ ସ୍କୁଲ ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର ଆଣିଛି। ଏପ୍ରିଲ ମାସରେ ନୂଆ ସେମିଷ୍ଟ, ନୂଆ ଶ୍ରେଣୀ ଏବଂ ଏକ ନୂଆ ପାଠ୍ୟକ୍ରମ ସହିତ…

ଯୁଦ୍ଧ ଭିତରେ ବଡ଼ ଖବର, ପୁଣି ଖୋଲିବ ହର୍ମୁଜ ପ୍ରଣାଳୀ?

ନୂଆଦିଲ୍ଲୀ,୫।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ମଧ୍ୟରେ, ହର୍ମୁଜ ପ୍ରଣାଳୀ ସମ୍ପର୍କରେ ଆଶାର ଏକ କ୍ଷୀଣ କିରଣ ଦେଖାଦେଇଛି। ୪ ଏପ୍ରିଲ, ୨୦୨୬ ରେ, ଓମାନ ସୁଲତାନତ ଏବଂ…

ପଞ୍ଜଲ ଜଙ୍ଗଲରେ ଲାଗିଲା ନିଆଁ

ନନ୍ଦପୁର, ୫ା୪ (ତୁଷାର କାନ୍ତ ମହାନ୍ତି) କୋରାପୁଟ ଜିଲା ସେମିଳିଗୁଡ଼ା ବନଖଣ୍ଡ ଏବଂ ନନ୍ଦପୁର ବନପାଳ କ୍ଷେତ୍ର ଟିକରପଡ଼ା ପଞ୍ଚାୟତ ପଞ୍ଜଲ ଗ୍ରାମ ପାର୍ଶ୍ୱ ଜଙ୍ଗଲରେ ନିଆଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri