ଘରେ ଘରେ ବ୍ୟାପୁଛି ଥଣ୍ଡା, ଜ୍ୱର

ବ୍ରହ୍ମପୁର ଅଫିସ,୬ା୩- କରୋନା ସହ ଜନସାଧାରଣ ସଂଘର୍ଷ କରିଆସିଥିବା ବେଳେ ଏବେ ଘରେ ଘରେ ଥଣ୍ଡାକାଶ ଓ ଜ୍ୱର ଯୋଗୁ ଲୋକେ ଚିନ୍ତାରେ ପଡିଛନ୍ତି। ଗତ ଡିସେମ୍ବର ୧୦ରୁ ଏଯାବତ ହୋଇଥିବା ନିରୀକ୍ଷଣରୁ ଏଭଳି ସୂଚନା ମିଳିଛି। ଶ୍ୱାସ ସଂକ୍ରମଣ ଲକ୍ଷଣ ଥିବା ରୋଗୀମାନଙ୍କଠାରେ ଏହି ରୋଗ ଲାଗି ରହୁଛି।

ଇନ୍‌ଫ୍ଲୁଏଞ୍ଜା କାରଣରୁ ଜ୍ୱର, ଥଣ୍ଡାକାଶ ଓ ଶରୀର ଯନ୍ତ୍ରଣା ଲାଗି ରହୁଛି। ଅଧିକାଂଶ ରୋଗୀ ଦୀର୍ଘଦିନ ଧରି ଔଷଧ ଖାଇ ମଧ୍ୟ ଅସୁସ୍ଥ ରହୁଛନ୍ତି। ସେମାନଙ୍କଠାରେ କରୋନାର ସମସ୍ତ ଲକ୍ଷଣ ଦେଖାଯାଉଛି। ଏହା କୌଣସି ସିଜନାଲ ଡିଜିଜ୍‌ ନୁହେଁ ବରଂ ଏଚ୍‌୩ଏନ୍‌୨ ଭୂତାଣର ଉପପ୍ରଜାତି ଇନ୍‌ଫ୍ଲୁଏଞ୍ଜା ବୋଲି ଇଣ୍ଡିଆନ କାଉନ୍‌ସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ ପକ୍ଷରୁ ସତର୍କ ସୂଚନା ଦିଆଯାଇଛି। ଏହି ଆଧାରରେ ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ଉମାଶଙ୍କର ମିଶ୍ର ଗ୍ରାମାଞ୍ଚଳରେ ଥିବା ୯୩ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ୨୮ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର, ୪ ଉପଖଣ୍ଡସ୍ତରୀୟ ହସ୍ପିଟାଲ, ମହାନଗର ନିଗମରେ ଥିବା ସମସ୍ତ ସ୍ବାସ୍ଥ୍ୟ କେନ୍ଦ୍ର, ସିଟି ହସ୍ପିଟାଲ, ବଡ଼ ମେଡିକାଲକୁ ସତର୍କ ସୂଚନା ଦେଇଥିବା କହିଛନ୍ତି।

ରୋଗୀ ସୁସ୍ଥ ହେଲେ ବି ଏହି ଲକ୍ଷଣ ଦୀର୍ଘଦିନ ପର୍ଯ୍ୟନ୍ତ ରହୁଛି। ଏହି ନୂଆ ପ୍ରଜାତିର ଇନ୍‌ଫ୍ଲୁଏଞ୍ଜା ଜୀବନ ପ୍ରତି ବିପଜ୍ଜନକ ନୁହେଁ। ଏଥିପାଇଁ କେହି ଭୟଭୀତ ନ ହୋଇ ଡାକ୍ତରଙ୍କ ପରାମର୍ଶ କ୍ରମେ ଔଷଧ ସେବନ କରିବାକୁ ସେ କହିଛନ୍ତି। ବହୁ କ୍ଷେତ୍ରରେ ଏହି ଥଣ୍ଡାକାଶରୁ ବାନ୍ତିି ଲାଗିବା, ଗଳା ଦରଜ, ଦେହବିନ୍ଧା ଓ ତରଳ ଝାଡ଼ା ହେଉଛି। ଏହା ଏଚ୍‌୩ଏନ୍‌୨ ଭୂତାଣୁ ଯୋଗୁ ହେଉଛି। ଜ୍ୱର ୨/୩ ଦିନ ଯାଏ ରହୁଥିବା ବେଳେ କାଶ ପ୍ରାୟ ୩ ସପ୍ତାହ ପର୍ଯ୍ୟନ୍ତ ରହୁଛି। ବାୟୁ ପ୍ରଦୂଷଣ ଯୋଗୁ ମଧ୍ୟ ଭୂତାଣୁ ସଂକ୍ରମଣ ହୋଇପାରେ ବୋଲି ମଧ୍ୟ ଅନୁମାନ କରାଯାଉଛି। କାଶ ଓ ଛିଙ୍କ ବେଳେ ମୁହଁକୁ ଘୋଡାଇ ରଖିବା, ଯାତାୟାତ ବେଳେ ମାସ୍କ ପିନ୍ଧିବା, ଗହଳି ସ୍ଥାନକୁ ନ ଯିବା, ଲକ୍ଷଣ ଥିଲେ ହାତ ଭଳଭାବେ ଧୋଇବା ସହ ରୋଗୀମାନଙ୍କୁ ଏ ଦିଗରେ ବିଶେଷ ସତର୍କ ରହିବାକୁ ସେ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ସରକାରର ବିଫଳତାକୁ ନେଇ ଗାଁକୁ ଯିବ ବିଜେଡି

ଭବାନୀପାଟଣା: ୨୬ା୧୨(ଉତ୍ତମ କୁମାର ଦାଶ):୨୮ ବର୍ଷ ଅତିକ୍ରମ କରି ୨୯ ବର୍ଷରେ ପାଦ ଦେଇଛି ବିଜୁ ଜନତା ଦଳ। ଏହି ଅବସରରେ ଶୁକ୍ରବାର କଳାହାଣ୍ଡି ଜିଲା...

ଅଚାନକ ଦିଲ୍ଲୀ ଟିମ୍‌ ଛାଡ଼ି ଘରକୁ ଫେରିଗଲେ କୋହଲି, କାରଣ ଜାଣିଲେ…

ବେଙ୍ଗାଲୁରୁ,୨୬।୧୨: ଭାରତୀୟ କ୍ରିକେଟର ଷ୍ଟାର ଖେଳାଳି ବିରାଟ କୋହଲି ବିଜୟ ହଜାରେ ଟ୍ରଫି ୨୦୨୫-୨୬ରେ ଦିଲ୍ଲୀ ପାଇଁ ଜବରଦସ୍ତ ପ୍ରଦର୍ଶନ କରିଥିଲେ। କିନ୍ତୁ ଏବେ ସେ...

୨ ମହିଳାଙ୍କ ସମେତ ୬ ଦାଦନ ଶ୍ରମିକ ଉଦ୍ଧାର

ନୂଆପଡ଼ା/କୋମନା,୨୬ା୧୨(ମକାରୁ ବେମାଲ/ମହେଶ ବାଗ): ନୂଆପଡ଼ା ଜିଲା କୋମନା ଅଞ୍ଚଳରେ ଦାଦନ ଦଲାଲ ସକ୍ରିୟ ରହିଛନ୍ତି। ପ୍ରତିଦିନ ଜିଲାରୁ ଶତାଧିକ ଶ୍ରମିକ ଚାଲାଣ ହେଉଥିବା ଅଭିଯୋଗ ହୋଇଆସୁଛି।...

ଭାଜପା ପକ୍ଷରୁ ବନବିହାର କାର୍ଯ୍ୟକ୍ରମ: ସାମୂହିକ ବନ୍ଦେ ମାତରମ ଗାନ

କେସିଙ୍ଗା,୨୬ା୧୨ (ତୁମେଶ୍ୱର ସାହୁ)- କଳାହାଣ୍ଡି ଜିଲା କେସିଙ୍ଗା ଭାଜପା ନଗର ମଣ୍ଡଳ କମିଟି ପକ୍ଷରୁ ଶୁକ୍ରବାର ତହସିର ଚେକ୍‌ଡ୍ୟାମ ପରିସରରେ ବନବିହାର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି।...

ନିଖୋଜ ରାତ୍ର ଜଗୁଆଳିଙ୍କ ମୃତଦେହ ଜବତ : ହତ୍ୟା ଅଭିଯୋଗ କଲେ ପରିବାର ଲୋକେ

ଥୁଆମୂଳ ରାମପୁର,୨୬ା୧୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ କର୍ଲାପାଟ ଥାନା ଅଧୀନ ଗୁଣୁପୁର ସାଇସୁରୁଣି ଛକ ନିକଟ ପୋଲ ତଳୁ ଶୁକ୍ରବାର ନିଖୋଜ...

ସମସ୍ତଙ୍କ ଆଗରେ ଭୋ ଭୋ ହୋଇ କାନ୍ଦିଲେ ରୋହିତ, କାରଣ ଜାଣିଲେ…Video

ମୁମ୍ବାଇ,୨୬।୧୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ଓପନର ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଏକ ଭାବୁକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏହି...

ଖୋଲିଲା ମା’ ବାଙ୍କେଶ୍ବରୀଙ୍କ ଦାନହୁଣ୍ଡି: ମିଳିଲା ୧୧ ଲକ୍ଷ ୯୩ ହଜାର

ଦିଗପହଣ୍ଡି,୨୬।୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡିି ପଞ୍ଚାୟତ କେରାଣ୍ଡିମାଳ ପର୍ବତ ଶିଖରରେ ପୂଜା ପାଉଥିବା ସମଗ୍ର ଦକ୍ଷିଣ ଓଡ଼ିଶାର ପ୍ରମୁଖ...

କଳାହାଣ୍ଡିର ଯୁବତୀଙ୍କୁ ତେଲେଙ୍ଗାନାରେ ହତ୍ୟା, ନଦୀବ୍ରିଜ ତଳୁ ମୃତଦେହ…

ଭବାନୀପାଟଣା,୨୬।୧୨(ଉତ୍ତମ କୁମାର ଦାଶ)-କଳାହାଣ୍ଡି ର ଯୁବତୀ ଙ୍କୁ ତେଲେଙ୍ଗାନା ରେ ହତ୍ୟା ଭଳି ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଗତ ୩ ମାସ ତଳେ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri