Posted inଜାତୀୟ

କୋଏମ୍ବାଟୁର ବୋମା ବିସ୍ଫୋରଣ ମାମଲା: ୪୫ ସ୍ଥାନରେ ଏନଆଇଏ ଚଢ଼ାଉ…

ଚେନ୍ନାଇ,୧୦।୧୧ : ଜାତୀୟ ତଦନ୍ତ ଏଜେନ୍ସି (ଏନଆଇଏ) ପକ୍ଷରୁ ଗୁରୁବାର ତାମିଲନାଡୁର ୪୫ ଟି ସ୍ଥାନରେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛି। ଦୀପାବଳି ଅବସରରେ କୋଏମ୍ବାଟୁରରେ ଏକ ମନ୍ଦିର ବାହାରେ କାର ବୋମା ବିସ୍ଫୋରଣ ଘଟଣାକୁ ନେଇ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

କାର୍‌ ବୋମା ବିସ୍ଫୋରଣରେ ଅଭିଯୁକ୍ତ ମାନବ ବୋମା ଜାମିଶା ମୁବିନ (୨୯) ଙ୍କ ମୃତ୍ୟୁ ହୋଇଛି। ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ଏହି ଘଟଣାର ତଦନ୍ତକୁ ଏନଆଇଏକୁ ହସ୍ତାନ୍ତର କରିଛି। କାରରେ ଥିବା ଏଲପିଜି ସିଲିଣ୍ଡର ବିସ୍ଫୋରଣ ହୋଇଥିଲା। ଘଟଣାସ୍ଥଳରୁ ନଖ, ମାର୍ବଲ ଏବଂ ଛୋଟ ଛୋଟ ସିସା ଖଣ୍ଡ ମିଳିଥିଲା। ଏହାକୁ ସିଲିଣ୍ଡରରେ ଭରି ବିସ୍ଫୋରଣ କରିବାର ଏକ ବଡ ଷଡଯନ୍ତ୍ର ରଚାଯାଇଥିବା ଦାବି କରାଯାଇଥିଲା, କିନ୍ତୁ ଏହା ବିଫଳ ହୋଇଥିଲା। ୨୩ ଅକ୍ଟୋବର ସକାଳେ ଏହି ବିସ୍ଫୋରଣ ହୋଇଥିଲା।

ତାମିଲନାଡୁ ପୋଲିସର ସହଯୋଗରେ ଏନଆଇଏ ଅଧିକାରୀମାନେ ଏକକାଳୀନ ଚଢ଼ାଉ ଆରମ୍ଭ କରିଛନ୍ତି। କୋଟାମାଡୁ, ପୋନଭିଜା ନଗର, ରଥିନପୁରୀ ଏବଂ ଉକଡାମ ପରି ଅଞ୍ଚଳରେ ବୋମା ବିସ୍ଫୋରଣ ଘଟଣା ସହ ସମ୍ପୃକ୍ତ ସନ୍ଦିଗ୍ଧଙ୍କ ଘରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ଏନଆଇଏ ଏହି ମାମଲାରେ ପଞ୍ଜୀକୃତ ହେବାର ପ୍ରାୟ ୧୫ ଦିନ ପରେ ଏହି ପଦକ୍ଷେପ ନେଇଛି।

କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରଣାଳୟର କାଉଣ୍ଟର ଆତଙ୍କବାଦ ଏବଂ କାଉଣ୍ଟର ରେଡିକାଲାଇଜେଷ୍ଟଶନ (ସିଟିସିଆର) ଡିଭିଜନ ଏହି ଘଟଣାର ତଦନ୍ତ ପାଇଁ ନିର୍ଦ୍ଦେଶ ଜାରି କରିଛି। ତାମିଲନାଡୁର ମୁଖ୍ୟମନ୍ତ୍ରୀ ଏମ.କେ ଷ୍ଟାଲିନ ଏହି ମାମଲାର ଏନଆଇଏ ଯାଞ୍ଚ ପାଇଁ ସୁପାରିଶ କରିବାର ଗୋଟିଏ ଦିନ ପରେ ଏହି ପଦକ୍ଷେପ ଗ୍ରହଣ କରାଯାଇଛି। କୋଏମ୍ବାଟୁର ଉକଡାମ ଅଞ୍ଚଳରେ କାର ସିଲିଣ୍ଡର ବିସ୍ଫୋରଣ ସହ ସମ୍ପୃକ୍ତ ମାମଲାର ତଦନ୍ତ ଏନଆଇଏକୁ ହସ୍ତାନ୍ତର କରିବାକୁ ସିଏମ ଷ୍ଟାଲିନ ଗୃହ ମନ୍ତ୍ରଣାଳୟକୁ ସୁପାରିଶ କରଥିଲେ। ଏହା ସହିତ ସେ କୋଏମ୍ବାଟୁରରେ ସୁରକ୍ଷା ସୁନିଶ୍ଚିତ କରିବାକୁ ତାମିଲନାଡୁ ପୋଲିସକୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

ଗ୍ୟାସ କଳାବଜାର ନେଇ ଅସୁରାଳିରେ ଚଢ଼ାଉ, ୧୭ ସିଲିଣ୍ଡର ଜବତ

ଧାମନଗର,୮।୪( ସନ୍ତୋଷ କୁମାର ମହାପାତ୍ର): ବେଆଇନ ଗ୍ୟାସ ସିଲିଣ୍ଡର କଳାବଜାରୀ ବିରୋଧରେ ବ୍ଲକ ପ୍ରଶାସନ ପକ୍ଷରୁ ଚଡାଉ କରି ୧୭ ଟି ଗ୍ୟାସ ସିଲିଣ୍ଡର ଜବତ କରାଯାଇଛି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri