ଖୋଲା ବଜାରରେ ବିକ୍ରିହେଲା ନଡ଼ିଆ

ଘଟଗାଁ,୧୨ା୯(ରାଜେନ୍ଦ୍ର କୁମାର ପଟ୍ଟନାୟକ): କେନ୍ଦୁଝର ଜିଲା ଘଟଗାଁବାସିନୀ ମା’ ତାରିଣୀଙ୍କ ମାନସିକ ନଡ଼ିଆ ଗୋଦାମ ଘରେ ପଡ଼ି ନଷ୍ଟ ହେଉଥିଲା। କେହି ବ୍ୟବସାୟୀ ଟେଣ୍ଡର ଧରୁ ନ ଥିବାରୁ ମନ୍ଦିର ପରିସରରେ ଥିବା ଗୋଦାମ ଗୃହରେ ଏହାର ପରିମାଣ ୧୨ ଲକ୍ଷ ଟପିଯାଇଥିଲା। ଯାହାକୁ ନେଇ ଭକ୍ତ ମହଲରେ ଅସନ୍ତୋଷ ଦେଖାଦେବା ସହ ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିଲା। ପରେ ଦେବୋତ୍ତର କମିଶନରଙ୍କ ନିର୍ଦ୍ଦେଶ ମୁତାବକ ମା’ଙ୍କ ଭୋଗ ନଡ଼ିଆକୁ ଖୋଲା ବଜାରରେ ୪ ଟଙ୍କା ୬୦ ପଇସାରେ ବିକ୍ରି ଆରମ୍ଭ ହୋଇଛି। ଏହା ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଚାଲିବ।
ରାଜ୍ୟର ପ୍ରତ୍ୟେକ ଜିଲାରେ ଥିବା ହୁଣ୍ଡିରୁ ଦୈନିକ ୧୦ରୁ ୧୫ ହଜାର ମାନସିକ ନଡ଼ିଆ ବିଭିନ୍ନ ବସ୍‌ଷ୍ଟାଣ୍ଡରୁ ବସ୍‌ ଯୋଗେ ଓ ସ୍ବତନ୍ତ୍ର ଗାଡ଼ି ଯୋଗେ ଘଟଗାଁକୁ ଆସିଥାଏ। ମାନସିକ ନଡ଼ିଆ ଭୋଗକୁ ଟେଣ୍ଡର ଯୋଗେ ବାର୍ଷିକ ଟ୍ରଷ୍ଟ ବୋର୍ଡ ବିକ୍ରି କରିଥାଏ। ଏଥିରୁ ମିଳୁଥିବା ଆୟରେ ମନ୍ଦିର ଉନ୍ନୟନ କାମ କରାଯାଇଥାଏ। ଗତ ଜୁନ୍‌ରୁ ଟେଣ୍ଡର ନେଇଥିବା ବ୍ୟବସାୟୀ ନଡ଼ିଆ ଉଠାଇବା ବନ୍ଦ କରିଦେଇଥିଲେ। ପରେ ମନ୍ଦିର ପ୍ରଶାସନ ୪ ଥର ଟେଣ୍ଡର ଡାକିବା ସହିତ ଓ ଖୋଲା ନିଲାମ ପାଇଁ ନୋଟିସ୍‌ ଦେଇଥିଲେ ହେଁ କେହି ଅଂଶଗ୍ରହଣ କରି ନ ଥିଲେ। ଫଳରେ ଗୋଦାମ ଘରେ ନଡ଼ିଆ ପରିମାଣ ବଢ଼ି ୧୨ ଲକ୍ଷକୁ ଟପିଯାଇଥିଲା। ନଡ଼ିଆ ପରିମାଣ ବୃଦ୍ଧିକୁ ଦେଖି ଭୁବନେଶ୍ୱର ଦେବୋତ୍ତର କମିଶନର ଖୋଲା ବଜାରରେ ବିକ୍ରି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଖୋଲା ନିଲାମରେ ରବିବାର ୨୯୦୦ ଓ ସୋମବାର ୨୪୦୦ ଭୋଗ ନଡ଼ିଆ ବିକ୍ରି ହୋଇଥିବା ଜଣାଯାଇଛି। ଭୋଗ ନଡ଼ିଆ ସ୍ଥାନୀୟ ନଡ଼ିଆ କୋରା ବ୍ୟବସାୟୀ ଓ ସ୍ଥାନୀୟ ଛୋଟ ବ୍ୟବସାୟୀ କିଣିଥିବା ଜଣାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦ୍ରଗିରି ଯାଉଥିବା ବେଳେ ଟ୍ରକକୁ ପଛପଟୁ ଧକ୍କା ଦେଲା ଆକ୍ଟିଭା

ମୋହନା, ୨୭ା୩(ମନ୍ମଥ ମିଶ୍ର): ରାସ୍ତା ପାର୍ଶ୍ୱରେ ଠିଆ ହୋଇଥିବା ଏକ ଟ୍ରକରେ ଦ୍ରୁତ ଗତିରେ ଆସୁଥିବା ଏକ ଆକ୍ଟିଭା (ଓଆର ୦୭ଏନ-୪୯୬୫) ପଛପଟୁ ଧକ୍କା ଦେଇଥିଲା। ଫଳରେ…

ଘରୋଇ ହିଂସାରୁ ମହିଳାଙ୍କୁ କିପରି ସୁରକ୍ଷା ଦେବ ଆଇନ

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ତାଲୁକ ଆଇନ ସେବା କମିଟି (ଟିଏଲଏସସି )ପକ୍ଷରୁ ଗୁରୁବାର ସ୍ଥାନୀୟ ମିଶନ ଶକ୍ତି ଭବନ ପରିସରରେ ଏକ ଆଇନ…

ଶ୍ରୀରାମ ନବମୀ ପାଇଁ ଚଳଚଞ୍ଚଳ ଦିଗପହଣ୍ଡି: ଯୋଗଦେଲେ ଡ.ସିଦ୍ଧାନ୍ତ ମହାପାତ୍ର, ବିଶ୍ବହିନ୍ଦୁ ପରିଷଦ….

ଦିଗପହଣ୍ଡି,୨୭।୩(ଅଶେଷ ନାଥ ମିଶ୍ର): ଆଜି ପବିତ୍ର ଶ୍ରୀରାମ ନବମୀ। ଏ ନେଇ ଗଞ୍ଜାମ ଜିଲା ଦିଗପହଣ୍ଡି ଚଳଚଞ୍ଚଳ ହୋଇ ଉଠିଛି। ତେବେ ଗୁରୁବାର ସାରେ ଶ୍ରୀରାମ ନବମୀ…

ସିକ୍ରେଟ କ୍ୟାବିନରେ ଚାଲାଣ ହେଉଥିଲା ୧୮୭ କେଜି ଗଞ୍ଜେଇ, ମାଡ଼ିବସିଲା ସୁବଳୟା ପୋଲିସ

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ପୋଲିସ ଗୁରୁବାର ସୋନପୁର-ବୀରମହାରାଜପୁର ରାସ୍ତାର ଦୁରଦୁରା ନର୍ସରୀ ନିକଟରୁ ଏକ ପିକଅପରେ ଚାଲାଣ ହେଉଥିବା ୧୮୭ କେଜି ଗଞ୍ଜେଇ…

ପୂର୍ବ ଶତ୍ରୁତାରୁ ତୁମୁଳ କାଣ୍ଡ, ଗାଁଦାଣ୍ଡରେ ଯୁବକଙ୍କୁ ପିଟି ହତ୍ୟା

ଅମରପାଲି,୨୭ା୩(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ସୁବଳୟା ଥାନା ଅନ୍ତର୍ଗତ ପିତାମହୁଲ ଗାଁ ଦାଣ୍ଡରେ ଜଣେ ଯୁବକଙ୍କୁ ପିଟି ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି। ହତ୍ୟାର ଶିକାର ହୋଇଛନ୍ତି…

ବଡ଼ବଡ଼ିଆ ଜବରଦଖଲକାରୀଙ୍କ ବଦଳରେ ଗରିବଙ୍କ କୁଡ଼ିଆ ଉଚ୍ଛେଦ, ପ୍ରତିବାଦରେ ତାତିଲେ ଲୋକେ

ବରଗଡ଼,୨୭।୩(ପ୍ରେମାନନ୍ଦ ଖମାରୀ): ବରଗଡ଼ ସହରରେ ଜବରଦଖଲ ଉଚ୍ଛେଦ ଅଭିଯାନ ଚାଲିଛି। ଏହି କ୍ରମରେ ବୁଲଡୋଜର ପର୍ଯ୍ୟାୟକ୍ରମେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ଜବରଦଖଲ ସ୍ଥାନକୁ ମାଡ଼ି ବସିଛି।…

ସୃଜନଶୀଳତାକୁ ପ୍ରାଧାନ୍ୟ

ଖୋର୍ଦ୍ଧାସ୍ଥିତ ଆର୍ଯ୍ୟବର୍ତ୍ତ ଆନ୍‌ସିଏଣ୍ଟ ଏକାଡେମୀ (ଏଏଏ)ର ପ୍ରିନ୍ସିପାଲ ଭାବେ ଡ. ଦୀପ୍ତିମୟୀ ମହାନ୍ତି କାର୍ଯ୍ୟରତ ଥିବାବେଳେ ତାଙ୍କର ଶିକ୍ଷାକ୍ଷେତ୍ରରେ ୩୦ ବର୍ଷର ଅଭିଜ୍ଞତା ରହିଛି। ଅବିରତ ଉତ୍ସାହ…

ବଚସା ହେଲା କାଳ…ସ୍ତ୍ରୀକୁ ସିଲିଣ୍ଡର ଛେଚି ହତ୍ୟା କଲେ ସ୍ବାମୀ

ଚଣ୍ଡିଗଡ଼,୨୭।୩: ହରିୟାଣାର ଗୁରୁଗ୍ରାମ ଜିଲାରୁ ଏକ ହୃଦୟ ବିଦାରକ ରିପୋର୍ଟ ସାମ୍ନାକୁ ଆସିଛି। ରିପୋର୍ଟ ଅନୁସାରେ, ଗୁରୁଗ୍ରାମର ଚୌମା ଗାଁରେ, ଗୁଞ୍ଜନ ନାମକ ଜଣେ ୨୨ ବର୍ଷୀୟା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri