କାଜଲଙ୍କର ପସନ୍ଦ ପ୍ରାକୃତିକ ପ୍ରସାଧନ ସାମଗ୍ରୀ

ମୁମ୍ବାଇ: ନାୟିକା କାଜଲ ଅଗ୍ରୱାଲ ବଲିଉଡ୍ ପୂର୍ବରୁ ସାଉଥ୍‌୍ ଇଣ୍ଡଷ୍ଟ୍ରିରେ ଖୁବ୍ ସକ୍ରିୟ । ନିଜର ଅଭିନୟ ବ୍ୟତୀତ ଏହି ନାୟିକା ନିଜର ଡାଏଟ ଓ ଲାଇଫ ଷ୍ଟାଇଲକୁ ନେଇ ରୁହନ୍ତି ଚର୍ଚ୍ଚାରେ । ମିଳିଥିବା ସୂଚନାରୁ ଜଣାପଡେ କି କାଜଲ ତାଜା ଫଳ, ପ୍ରୋଟିନ, ଦହି, ନଟସ୍ ଓ ସବୁଜ ପନିପରିବା ଖାଇବାକୁ ପସନ୍ଦ କରନ୍ତି । ସେ ସବୁବେଳେ ସନ୍ତୁଳିତ ଡାଏଟ୍ ପସନ୍ଦ କରନ୍ତି । ଯେଉଁଥିରେ ପ୍ରୋଟିନ ଓ କାର୍ବୋହାଇଡ୍ରେଟସ୍ ରହିଥାଏ । ନଡ଼ିଆ ପାଣି କାଜଲଙ୍କୁ ବହୁତ ପସନ୍ଦ । ସେ କିଛି ଖାଇବା ପୂର୍ବରୁ ନିଶ୍ଚିତ ଭାବେ ଗୋଟିଏ ଗିନା ସାଲାଡ ଖାଇ ଥାଆନ୍ତି । ଆଉ ପ୍ରତିଦିନ ଭିନ୍ନ ଭିନ୍ନ ବ୍ୟାୟାମ କରି ନିଜକୁ ଫିଟ୍ ରଖିଛନ୍ତି ଏହି ଅଭିନେତ୍ରୀ । ଫ୍ରିହ୍ୟାଣ୍ଡ ଏକ୍ସରସାଇଜ୍ ସାଙ୍ଗକୁ ଡ୍ୟାନ୍ସ କରିବାକୁ ବି ପସନ୍ଦ କରନ୍ତି କାଜଲ । ଯୋଗ ଓ ସୂର୍ଯ୍ୟନମସ୍କାର ଦେହ ପାଇଁ ସବୁଠାରୁ ଭଲ ବୋଲି କୁହନ୍ତି ଅଭିନେତ୍ରୀ । ତେବେ ସ୍କିନ ଓ କେଶର ଯତ୍ନ ନେବାକୁ ସେ ସବୁବେଳେ ନଡ଼ିଆ ତେଲ ବ୍ୟବହାର କରନ୍ତି । ପ୍ରାକୃତିକ ପ୍ରଡକ୍ଟ ତାଙ୍କର ପ୍ରଥମ ପସନ୍ଦ ଓ ତାଙ୍କ ସୁନ୍ଦରତାର ରାଜ୍ ବୋଲି ସେ କୁହନ୍ତି । ବହୁତ ପରିମାଣରେ ନଡ଼ିଆ ପାଣି ତାଙ୍କୁ ସୁନ୍ଦର ରଖିବାର ଆଉ ଏକ କାରଣ ବୋଲି ମଧ୍ୟ ସେ କୁହନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

T20 ବିଶ୍ୱକପ୍‌ରୁ ବାଦ୍ ପଡ଼ିବ କି ଅଷ୍ଟ୍ରେଲିଆ? ଦମଦାର ବିଜୟ ସହ ସୁପର-୮ରେ ଶ୍ରୀଲଙ୍କା

ନୂଆଦିଲ୍ଲୀ,୧୬।୨: ଚଳିତ T20 ବିଶ୍ୱକପ୍ ୨୦୨୬ରେ ଦେଖିବାକୁ ମିଳିଛି ଏକ ବଡ଼ ବିପର୍ଯ୍ୟୟ। ଓପନର ପଥୁମ ନିସାଙ୍କାଙ୍କ ବିଧ୍ୱଂସକାରୀ ଶତକ ବଳରେ ଶ୍ରୀଲଙ୍କା ୮ ୱିକେଟ୍‌ରେ ଅଷ୍ଟ୍ରେଲିଆକୁ…

ପୂର୍ବତନ ବିଧାୟିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କ ପରଲୋକ; ମୁଖ୍ୟମନ୍ତ୍ରୀଙ୍କ ଶୋକ

ଭୁବନେଶ୍ୱର,୧୬।୨: ସମ୍ବଲପୁରର ପୂର୍ବତନ ବିଧାୟିକା ତଥା ବିଶିଷ୍ଟ ଚିକିତ୍ସିକା ଡା. ରାସେଶ୍ବରୀ ପାଣିଗ୍ରାହୀଙ୍କର ଦେହାନ୍ତ ହୋଇଯାଇଛି। ମୃତ୍ୟୁ ବେଳକୁ ତାଙ୍କୁ ୭୯ ବର୍ଷ ବୟସ ହୋଇଥିଲା। ସମ୍ବଲପୁର…

ନକଲି ମାଓବାଦୀ ଆତ୍ମସମର୍ପଣ ଯୋଜନା ପଣ୍ଡ: ଖବରଦାତାଙ୍କ ସହ ୪ ଗିରଫ

ରାୟଗଡ଼ା,୧୬।୨(ଆଶିଷ ରଞ୍ଜନ ପଣ୍ଡା) ମାଓବାଦୀଙ୍କ ନାଁରେ ପୋଷ୍ଟର ମାରିବା ଏବଂ ନକଲି ମାଓବାଦୀଙ୍କୁ ଆତ୍ମସମର୍ପଣ କରାଇ ସରକାରୀ ଅର୍ଥ ଲୁଟ ପାଇଁ ଉଦ୍ୟମ କରିବା ଘଟଣାରେ ରାୟଗଡ଼ା…

ବଟେଶ୍ୱର ଜାଗର ମହୋତ୍ସବ: ମୋହିଲା ଛାତ୍ରୀଛାତ୍ରଙ୍କ ନୃତ୍ୟ

ଗଞ୍ଜାମ,୧୬ା୨(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ପ୍ରସିଦ୍ଧ ବଟେଶ୍ୱର ମନ୍ଦିର ବାଲିଯାତ୍ରା ପଡିଆରେ ମହାଶିବରାତ୍ରି ଉପଲକ୍ଷେ ପ୍ରଥମଥର ପାଇଁ ଜାଗର ମହୋତ୍ସବ ଅନୁଷ୍ଠିତ ହୋଇଯାଇଛି।…

ଏହି ଷ୍ଟେସନର ବଦଳିବ କାୟାକଳ୍ପ: ଏତିକି କୋଟି ମଞ୍ଜୁର କଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୬।୨: ଓଡ଼ିଶାର ରେଳ ଭିତ୍ତିଭୂମି ପାଇଁ ୯୩.୧୯ କୋଟି ଟଙ୍କା ଅନୁମୋଦନ କରିଛନ୍ତି କେନ୍ଦ୍ର ସରକାର। ଏହି ଟଙ୍କାରେ ବ୍ରହ୍ମପୁର ରେଳ ଷ୍ଟେସନର ପୁନଃ ବିକାଶ କରାଯିବ।…

ମହିଳାଙ୍କୁ ଗୋଡାଇ କାମୁଡ଼ିଲା ବିଲୁଆ

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ୫ ନଂ ୱାର୍ଡ ପଠାଣ ଗଳି ବାସିନ୍ଦା କେ.ପାର୍ୱତୀ ଦୋରା(୪୦) ବିଲୁଆ କାମଡ଼ାରେ ଗୁରୁତର ଆହତ ହୋଇଛନ୍ତି।…

ତୃତୀୟ ଥର ବିବାହ ବନ୍ଧନରେ ବାନ୍ଧିହେଲେ IAS ଅଫିସର, ତିନି ସ୍ତ୍ରୀ IAS

ଭୋପାଳ,୧୬।୨: ଜଣେ IAS ଅଫିସର ଏବେ ନିଜର ବ୍ୟକ୍ତିଗତ ଜୀବନକୁ ନେଇ ଏବେ ଚର୍ଚ୍ଚାର ଶିଖରରେ ଅଛନ୍ତି। ସେ ନିକଟରେ ତୃତୀୟ ଥର ପାଇଁ ବିବାହ କରିଥିବା…

ଓଡ଼ିଆ ଭାଷା ସାହିତ୍ୟର ଜାତୀୟ ଆଲୋଚନା ଚକ୍ର

ଦିଗପହଣ୍ଡି,୧୬।୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଙ୍କୋରଡ଼ା ଗ୍ରାମସ୍ଥିତ ସ୍ନାତକ ବିଜ୍ଞାନ ମହାବିଦ୍ୟାଳୟ ଓଡ଼ିଆ ଭାଷା ସାହିତ୍ୟ ବିଭାଗ ପକ୍ଷରୁ ସୋମବାର ଏକ ଦିବସୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri