ନୂଆଦିଲ୍ଲୀ,୨୨।୭: କକ୍ରୋଚ ଜନତା ପାର୍ଟି (CJP) ର ପ୍ରବକ୍ତା ସୌରଭ ଦାସ ସରକାରଙ୍କ ସହ ଆଲୋଚନାକୁ ନେଇ କହିଛନ୍ତି ଯେ, ପୂର୍ବରୁ ସରକାର ମିଛ କହିଥିଲେ ଯେ CJP ଆଲୋଚନା କରିବାକୁ ଚାହୁଁଛି, କିନ୍ତୁ ବର୍ତ୍ତମାନ ସରକାର ନିଜେ କହିଛନ୍ତି ଯେ ସରକାର ଆଲୋଚନା ପାଇଁ ପ୍ରସ୍ତୁତ ଅଛନ୍ତି। CJP କୌଣସି ନେତାଙ୍କ କାର୍ଯ୍ୟାଳୟ କିମ୍ବା ଘରେ ବୈଠକ କରିବ ନାହିଁ। ନେତାମାନେ ଜନ୍ତର-ମନ୍ତର ଆସନ୍ତୁ କିମ୍ବା କୌଣସି ସାଧାରଣ ସ୍ଥାନରେ (କମନ ପ୍ଲେସ)। ଆଜି ସକାଳେ ମଧ୍ୟ ଦିଲ୍ଲୀ ପୋଲିସର ବରିଷ୍ଠ ଅଧିକାରୀମାନେ ଆମକୁ କହିଥିଲେ ଯେ ସରକାର ଆଲୋଚନା କରିବାକୁ ଚାହୁଁଛନ୍ତି, କିନ୍ତୁ ଆମେ ସେମାନଙ୍କ ସହ ଆଲୋଚନା କରିବା ପାଇଁ ସେମାନଙ୍କ ଘରକୁ ଯିବୁ ନାହିଁ।
କେନ୍ଦ୍ର ସରକାର ଏବଂ କକ୍ରୋଚ ଜନତା ପାର୍ଟି ମଧ୍ୟରେ ସୋମବାର ଦିନ ପ୍ରଥମ ଥର ପାଇଁ ଆଲୋଚନା ହୋଇଥିଲା, ଯେତେବେଳେ କେନ୍ଦ୍ରମନ୍ତ୍ରୀ ଜେପି ନଡ୍ଡା ସେମାନଙ୍କ ପ୍ରତିନିଧିମଣ୍ଡଳୀ ସହ ଆଲୋଚନା କରିଥିଲେ ଏବଂ ଆଶ୍ୱାସନା ଦେଇଥିଲେ ଯେ ସରକାରଙ୍କ ନେତୃତ୍ୱ ସେମାନଙ୍କ ଦାବିଗୁଡ଼ିକ ଉପରେ ଆଭ୍ୟନ୍ତରୀଣ ଆଲୋଚନା କରିବେ।