‘କୋବ୍‌’ର ଏକ୍ସକ୍ଲୁସିଭ ଷ୍ଟୋର

କଟକ,୪।୧୦: ଦେଶର ପ୍ରମୁଖ ଗାର୍ମେଣ୍ଟ ଉତ୍ପାଦକ କମ୍ପାନୀ କୋବ୍‌ ପକ୍ଷରୁ ନିକଟରେ ସ୍ଥାନୀୟ ସିଡିଏ-୧ସ୍ଥିତ ଏସ୍‌ଜିବିଏଲ୍‌ ମେଗା ମାର୍ଟରେ ଏକ ବୃହତ୍‌ ଷ୍ଟୋର ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ କଟକ ମେୟର ସୁବାସ ସିଂହ ଏବଂ ମୋ କଲେଜ ଅଧ୍ୟକ୍ଷ ଆକାଶ ଦାସନାୟକ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଏହାର ଉଦ୍‌ଘାଟନ କରିଥିଲେ। ଏଠାରେ ପୁରୁଷବର୍ଗଙ୍କ ପାଇଁ ଜିନ୍ସ ପ୍ୟାଣ୍ଟ, ଫର୍ମାଲ ପ୍ୟାଣ୍ଟ, ଶାର୍ଟ, ଟି-ଶାର୍ଟ, ବ୍ଲେଜର, ଜୋତା, ପର୍ସ ଇତ୍ୟାଦି ଉପଲବ୍ଧ ରହିଛି। ବିଶେଷକରି ଗ୍ରାହକଙ୍କ ବଜେଟକୁ ସୁହାଇଲା ଭଳି ନୂଆ ନୂଆ ଡିଜାଇନର ପୁରୁଷ ପୋଷାକ (ଜେନ୍ସ ଗାର୍ମେଣ୍ଟ)ର ସମ୍ଭାର ଉପଲବ୍ଧ ରହିଛି। ଏଥିସହିତ ପବିତ୍ର ଦଶହରାକୁ ଦୃଷ୍ଟିରେ ରଖି କମ୍ପାନୀ ପକ୍ଷରୁ ଆକର୍ଷଣୀୟ ଅଫର ଦିଆଯାଉଥିବା କୋବ୍‌ର ପ୍ରୋପ୍ରାଇଟର ଶ୍ରଦ୍ଧାନନ୍ଦ ତ୍ରିପାଠୀ କହିଛନ୍ତି। ସେହିଭଳି ଆସନ୍ତା ଶୀତଋତୁ ଅବସରରେ ଶୀତବସ୍ତ୍ର ଉପରେ ବାଏ ଟୁ ଗେଟ୍‌ ପାଇଭ୍‌ ଅଫର ପ୍ରଦାନ କରାଯାଉଛି। ସେହିପରି ଗ୍ରାହକମାନେ ଯେକୌଣସି ୩ଟି ପୋଷାକ କିଣିଲେ ଫ୍ଲାଟ୍‌ ୭୦% ଡିସ୍‌କାଉଣ୍ଟ ପାଇପାରିବେ। ଏପରିକି ସିଙ୍ଗଲ ଆଇଟମ୍‌ ଉପରେ ୫୦%ର ରିହାତି ମିଳୁଛି। ଅପରପକ୍ଷରେ ଜୋତା ଉପରେ ମଧ୍ୟ ଫ୍ଲାଟ ୭୦%ର ଡିସ୍‌କାଉଣ୍ଟ ଦିଆଯାଉଛି। ଏ ସମ୍ପର୍କରେ କୋବ୍‌ର ଡିଜିଏମ୍‌ ମହମ୍ମଦ ଶେଖ୍‌ ମହସିନ୍‌ କହିଛନ୍ତି ଓଡ଼ିଶା ବଜାରରେ କମ୍ପାନୀର ଏହା ୧୫ତମ ଷ୍ଟୋର ହୋଇଥିବା ବେଳେ କମ୍ପାନୀ ଆଗକୁ ରାଜ୍ୟର ବିଭିନ୍ନ ସ୍ଥାନରେ ଷ୍ଟୋର ଖୋଲିବାକୁ ଲକ୍ଷ୍ୟ ରଖିଛି ବୋଲି ସେ ମତବ୍ୟକ୍ତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

‘ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲରେ ମେଡିକାଲ କଲେଜ ପ୍ରତିଷ୍ଠା ହେଉ’

ବରଗଡ଼,୧୭।୧୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲା ମୁଖ୍ୟ ହସ୍ପିଟାଲକୁ ଏକ ସୁପର ସ୍ପେଶାଲିଟି ହସ୍ପିଟାଲରେ ପରିଣତ କରି ସହିତ ଜିଲା ହସ୍ପିଟାଲ ପରିସରରେ ୧୦୦ ଏମବିବିଏସ ସିଟ୍...

ଶିଆଳ କାମୁଡାରେ ଏକାଧିକ ଗୁରୁତର, ମେଡିକାଲରେ ଭର୍ତ୍ତି

ଧର୍ମଶାଳା,୧୭/୧୨(ଶିବ ପ୍ରସାଦ ମହାନ୍ତି): ଧର୍ମଶାଳା ଥାନା ଅନ୍ତର୍ଗତ ମଙ୍ଗଳପୁର ପଞ୍ଚାୟତରେ ଏକ ଶିଆଳ କାମୁଡାରେ ଏକାଧିକ ଗୁରୁତର ହୋଇଛନ୍ତି । ସମସ୍ତ ଆହତ ଧର୍ମଶାଳା ଗୋଷ୍ଠୀ...

ଶ୍ରୀମନ୍ଦିର ଭିତର ଫଟୋ ଭାଇରାଲ ଘଟଣା, ଆଇନ ମନ୍ତ୍ରୀ କହିଲେ…

ପୁରୀ ୧୭ା୧୨( ଅଜିତ୍ କୁମାର ମହାନ୍ତି ): କିଛି ଦିନର ବ୍ୟବଧାନ ପରେ ପୁଣି ଶ୍ରୀମନ୍ଦିର ଭତିରର ଫୋଟ ସୋସିଆଲ ମିଡିଆରେ ଭାଇରାଲ ହୋଇଛି। ତେବେ...

ଏବେ ବୁନ୍ଧାଏ ପାଣି ପାଇଁ ବି ଡହଳ ବିକଳ ହେବ ପାକିସ୍ତାନ! ଭାରତ ପରେ ଏହି ଦେଶ ନେଲା ବଡ ଆକ୍ସନ

ଇସଲାମାବାଦ,୧୭।୧୨: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ପାକିସ୍ତାନକୁ ସିନ୍ଧୁ ନଦୀ ଜଳ ଯୋଗାଣ ବନ୍ଦ କରିଦେଇଛି, ଯାହା ଫଳରେ ଅନେକ ଅଞ୍ଚଳରେ ମରୁଡ଼ି ଭଳି...

କିସ୍‌ ଛାତ୍ରଙ୍କୁ ହତ୍ୟା, ପ୍ରେସ୍‌ମିଟ୍‌ରେ ସ୍ପଷ୍ଟ କରି ପୋଲିସ କମିଶନର କହିଲେ…

ଭୁବନେଶ୍ୱର,୧୭ା୧୨: କିସ୍‌ ଛାତ୍ରଙ୍କୁ ହତ୍ୟା କରାଯାଇଥିବା ସ୍ପଷ୍ଟ କରିଛନ୍ତି ପୋଲିସ କମିଶନର। ପ୍ରେସମିଟ୍‌ରେ ପୋଲିସ କମିଶନର ଏସ୍‌ ଦେବଦତ୍ତ ସିଂ ଏକଥା ସ୍ପଷ୍ଟ କରିଛନ୍ତି। ‘ଜୋକର...

‘ଭାରତରେ ଉତ୍ପାଦନ ହ୍ରାସ ପାଉଛି…,’ ଜର୍ମାନୀରେ BMW ଫ୍ୟାକ୍ଟ୍ରିରେ ପହଞ୍ଚି ଭିଡିଓ ଶେୟାର କଲେ ରାହୁଲ

ବର୍ଲିନ,୧୭।୧୨: କଂଗ୍ରେସ ନେତା ଏବଂ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ବୁଧବାର ଜର୍ମାନୀର BMW କାରଖାନା ପରିଦର୍ଶନ କରିଥିଲେ। ଏହି ଗସ୍ତ ସମୟରେ ସେ...

ବଦନାମ ହେଲା TMC, ଭିଡିଓ ଶେୟାର କଲା ଭାଜପା

ନୂଆଦିଲ୍ଲୀ,୧୭।୧୨: ତୃଣମୂଳ କଂଗ୍ରେସ ଏମପି କୀର୍ତ୍ତି ଆଜାଦଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଆଜାଦ ସଂସଦ ଭିତରେ ସିଗାରେଟ ପିଉଥିବାର ଦେଖାଯାଉଛି।...

ପିକନିକ୍ ହେଲା କାଳ, ଗାଧୋଇବା ବେଳେ ସମୁଦ୍ରରେ ବୁଡି ଛାତ୍ରୀ ମୃତ

ପୁରୀ ୧୭/୧୨( ଅଜିତ୍ କୁମାର ମହାନ୍ତି ): ବେଲେଶ୍ଵର ମନ୍ଦିର ସାମ୍ନା ବେଳାଭୂମିରେ ବଡ଼ ଅଘଟଣ । ପିକନିକ୍ ଆସି ଗାଧୋଇବା ବେଳେ ଅଘଟଣ ଘଟିଛି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri