ପାରାଦୀପ,୧୩ା୧(ସ୍ବ.ପ୍ର.): ପାରାଦୀପ ସମେତ ଓଡ଼ିଶାର ୪୮୦ କିଲୋମିଟର ପୂର୍ବଉପକୂଳ ଓ ଦେଶର ସାମୁଦ୍ରିକ ସୀମାରେ ମଙ୍ଗଳବାର ୨ ଦିନିଆ ମିଳିତ ସମରାଭ୍ୟାସ ଆରମ୍ଭ ହୋଇଛି। ଏହାର ନାମ ‘ ସି ଭିଜିଲ୍ ୨୦୨୧’ ରଖାଯାଇଛି। ଏଥିରେ ନୌସେନା, ତଟରକ୍ଷୀ ବାହିନୀ, ମେରାଇନ ପୋଲିସ, ଓଡ଼ିଶା ପୋଲିସ, ମତ୍ସ୍ୟ ବିଭାଗ, ବନ ବିଭାଗ, କଷ୍ଟମ୍ସ, ସିଆଇଏସ୍ଏଫ୍, ଇମିଗ୍ରେଶନ ଓ ପାରାଦୀପ ପୋର୍ଟ ସମେତ ଅନ୍ୟ ସୁରକ୍ଷା ବିଭାଗ ସାମିଲ ହୋଇଛନ୍ତି। ଆତଙ୍କବାଦୀ ଓ ବାହ୍ୟଶତ୍ରୁ ଆକ୍ରମଣର ମୁକାବିଲା ପାଇଁ ସମସ୍ତ ସୁରକ୍ଷା ବିଭାଗର ମିଳିତ ସମନ୍ବୟରେ ଏହି ସମରାଭ୍ୟାସର ଆୟୋଜନ କରାଯାଇଛି। ଏହି ଅବସରରେ ସମୁଦ୍ରରେ ପାଟ୍ରୋଲିଂ କରାଯାଇ ବିଭିନ୍ନ ମାଛଧରା ବୋଟ ଓ ମତ୍ସ୍ୟଜୀବୀଙ୍କୁ ଯାଞ୍ଚ କରାଯାଉଛି ବୋଲି ଜଣେ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି। ୨୬ ନଭେମ୍ବର ୨୦୦୮ରେ ପାକିସ୍ତାନ ଆତଙ୍କବାଦୀମାନେ ସମୁଦ୍ରପଥ ଦେଇ ମୁମ୍ବାଇ ଉପରେ ଆକ୍ରମଣ କରିଥିଲେ। ଏଭଳି ପରିସ୍ଥିତିର ମୁକାବିଲା ପାଇଁ ୨୦୦୯ ରୁ ପ୍ରତିବର୍ଷ ୨ ଥର ମିଳିତ ସମରାଭ୍ୟାସ କରାଯାଉଛି। ଗତ ୬୭ ଦିନ ତଳେ ଏଭଳି ସମରାଭ୍ୟାସ ଆୟୋଜନ କରାଯାଇଥିଲା।
Posted inଆମ ଜିଲା ଖବର, ଜଗତ୍ସିଂହପୁର View All
ଖଣି, ଶିଳ୍ପାଞ୍ଚଳର ଗ୍ରାମାଞ୍ଚଳ ପାଠାଗାର ଚିନ୍ତା
ଯାଜପୁର,୨ା୪(ହର୍ଷବର୍ଦ୍ଧନ ବେହେରା): ଯାଜପୁର ଜିଲାରେ କଲେଜ, ହାଇସ୍କୁଲ ଓ ସାଧାରଣ ପାଠାଗାର ପ୍ରାୟ ୪୦୦ ଭଳି ରହିଛି। କେତେକ ପାଠାଗାରରେ ୫୦ରୁ ୬୦ ବର୍ଷ ପୁରୁଣା ମୂଲ୍ୟବାନ…
ରକ୍ତଦାନ, ମହାପୁଣ୍ୟ: ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୪୧ ୟୁନିଟ ରକ୍ତ ସଂଗ୍ରହ
ଦିଗପହଣ୍ଡି,୨।୪(ଅଶେଷ ନାଥ ମିଶ୍ର): ଓଡ଼ିଶା ଦିବସ ଅବସରରେ ଦିଗପହଣ୍ଡି ବ୍ଲକ ସିଦ୍ଧେଶ୍ୱର ଗ୍ରାମ ଗଣିଆନାଳ ଛକର ମା’ ପିତାମ୍ବରୀ ବଣିକ ସଂଘ ପକ୍ଷରୁ ସ୍ଥାନୀୟ ପ୍ରାଥମିକ ବିଦ୍ୟାଳୟ…
ଚୋରାରେ ଚାଲିଛି ଗ୍ୟାସ୍ କାରବାର, ୯୦ ଘରୋଇ ସିଲିଣ୍ଡର ଜବତ
ମୋହନା,୨ା୪(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଅଞ୍ଚଳରୁ ଗୋଟିଏ ଗାଁରୁ ୯୦ଟି ଘରୋଇ ସିଲିଣ୍ଡର ଜବତ ହୋଇଛି। ଇରାନ ଓ ଆମେରିକା ଯୁଦ୍ଧ ଲାଗିବା ପରଠାରୁ…
୩ ବର୍ଷ ପରେ ଖୋଲିଲା ପୋଲ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ
କୋରାପୁଟ,୨ା୪(ଅମିତାଭ ବେହେରା): ଦୀର୍ଘ ୩ ବର୍ଷ ୭ ମାସର ପ୍ରତୀକ୍ଷା ପରେ ବୁଧବାର ଏନ୍ଏଚ୍-୩୨୬ର ବଙ୍ଗଳାଗୁଡା ପୋଲରେ ଯାତାୟାତ ସୱାଭାବିକ ହୋଇଛି। କୋରାପୁଟ ଜିଲା ବଙ୍ଗଳାଗୁଡ଼ା ନିକଟରେ…
ଚାଲିଥିଲା ଗ୍ରାମସଭା: ଗୁପ୍ତାଙ୍ଗ ଦେଖାଇଲେ ଯୁବକ, ଆଉ ତା’ ପରେ ଘଟିଲା…
ନିରାକାରପୁର,୨ା୪(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ଜିଲା ନିରାକାରପୁର ଥାନା ଇଲାକାରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଗାଁର ସଭା ଚାଲିଥିବା ବେଳେ ଗ୍ରାମର ଜଣେ ଯୁବକ…
ଆଜିଠୁ କଟିବ ଚାଲାଣ: ହୋଇଯାନ୍ତୁ ସାବଧାନ
କଟକ,୨।୪(କାର୍ତ୍ତିକ ସାହୁ):ମୋଟର ଯାନ ଆଇନ ଅନୁଯାୟୀ ଯାନର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର (ପିୟୁସିସି) ନ ଥିଲେ ଏପ୍ରିଲ ୨ରୁ ଚାଲାଣ କଟିବ। ଏ ବାବଦରେ ମୋଟରଯାନ ବ୍ୟବହାରକାରୀମାନେ…
ବିଜୁବାବୁଙ୍କ ପ୍ରତି ଅଶାଳୀନ ମନ୍ତବ୍ୟର ପ୍ରତିବାଦ, ଏମ୍ପି ନିଶିକାନ୍ତ ଦୁବେଙ୍କ କୁଶପୁତ୍ତଳିକା ଦାହ କରି…
ଦେବଗଡ଼,୨ା୪(ଶଶାଙ୍କ ଶେଖର ଝାଙ୍କର): ପ୍ରବାଦପୁରୁଷ ବିଜୁ ପଟ୍ଟନାୟକଙ୍କ ପ୍ରତି ଭାଜପା ଏମ୍ପି ନିଶିକାନ୍ତ ଦୁବେ ଦେଇଥିବା ଅପମାନ ଜନକ ମନ୍ତବ୍ୟକୁ ଦେବଗଡ଼ ଜିଲା ବିଜେଡି ପକ୍ଷରୁ ଦୃଢ଼…
ରେଳ ଲାଇନ୍ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…
ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…
Archives

