କୋଇଲା ସଙ୍କଟ: ବିଦ୍ୟୁତ୍‌ ଦର ବୃଦ୍ଧି ନ କରିବାକୁ ରାଜ୍ୟକୁ ଚେତାବନୀ

ବାଙ୍ଗାଲୋର, ୧୩।୧୦: ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି କ୍ଷେତ୍ର କୁହାଯାଉଥିବା ଭାରତରେ ଏବେ ବିଦ୍ୟୁତ୍‌ କ୍ଷେତ୍ର ସଙ୍କଟ ଦେଇ ଗତି କରୁଛି। କୋଇଲା ଅଭାବ ଯୋଗୁ ଅନେକ ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଲାଗି ରହିଛି। ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପରିବର୍ତ୍ତେ କିଛି ରାଜ୍ୟ ଅଧିକ ଦରରେ ବିଦ୍ୟୁତ୍‌ ଅଭାବ ଥିବା ରାଜ୍ୟକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଦେୟ ବୃଦ୍ଧି ନ କରିବାକୁ ରାଜ୍ୟଗୁଡ଼ିକୁ ଚେତାବନୀ ଦେଇଛନ୍ତି।

ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ପାଇଥିବାରୁ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧ ହେଉନାହିଁ। ଦେଶରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। କୋଇଲା ଅଭାବରୁ ଅନେକ ରାଜ୍ୟରେ ବିଭିନ୍ନ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ କିଛି ରାଜ୍ୟ ଲାଭଖୋର ମନୋବୃତ୍ତି ରଖି ଅଧିକ ଦାମରେ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ରାଜ୍ୟ ଏଭଳି କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ। ନଚେତ ସେମାନଙ୍କୁ ରାଷ୍ଟ୍ରାୟତ୍ତ ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବେ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଚେତାବନୀ ଦିଆଯାଇଛି। କେତେକେ ରାଜ୍ୟ ସେମାନଙ୍କ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଠିକ୍‌ଭାବେ ଯୋଗାଣ ନ କରି ଅଧିକ ଲୋଡିଂର ବାହାନା ଦେଖାଇ ବିଦ୍ୟୁତ୍‌ କାଟ କରୁଥିବାବେଳେ ଆଉ କେତେକେ ଅଧିକ ଦାମ୍‌ରେ ବିଦ୍ୟୁତ୍‌ ବିକ୍ରି କରୁଛନ୍ତି ବୋଲି ଜଣାପଡ଼ିବା ପରେ ଶକ୍ତି ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ନେଇଛି।
ନ୍ୟାଶନାଲ୍‌ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ଲିମିଟେଡ୍‌ ଏବଂ ଦାମୋଦର ଭ୍ୟାଲି କର୍ପୋରେଶନ ଭଳି ରାଷ୍ଟ୍ରାୟତ୍ତ ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିଛି। ସେମାନଙ୍କଠାରୁ ବିଦ୍ୟୁତ୍‌ ବତରଣ କମ୍ପାନୀଗୁଡ଼ିକ ବିଦ୍ୟୁତ୍‌ କିଣିବା ସହ ଏହାକୁ ଉପଭୋକ୍ତାଙ୍କୁ ବିକ୍ରି କରିବାକୁ ଦୀର୍ଘମିଆଦୀ ଚୁକ୍ତି ରହିଛି। ଏଥିସହ ୧୫% ବିଦ୍ୟୁତ୍‌ ନିୟନ୍ତ୍ରଣ ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ଶକ୍ତି ମନ୍ତ୍ରଣାଳୟର କହିବା ଅନୁସାରେ, ଯଦି କୌଣସି ରାଜ୍ୟର ବିଦ୍ୟୁତ୍‌ ବଳକା ରହୁଛି ତେବେ ସେମାନେ ଏସମ୍ପର୍କରେ ଜଣାଇଲେ ମନ୍ତ୍ରଣାଳୟ ବିଦ୍ୟୁତ୍‌ ଅଭାବ ଥିବା ରାଜ୍ୟକୁ ଯୋଗାଣ କରିପାରିବେ। ହେଲେ ବିଦ୍ୟୁତ୍‌ କ୍ରୟ ମହଙ୍ଗା ହେଉଥିବା ନେଇ ବିଭିନ୍ନ ରାଜ୍ୟ ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ। ସେଥିରେ ସେ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୮ ମଧ୍ୟରେ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୫ଟଙ୍କାକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରିଥିଲେ। ସୋମବାର ଇଣ୍ଡିଆନ୍‌ ଏନର୍ଜି ଏକ୍ସଚେଞ୍ଜର ସୂଚନା ଅନୁଯାୟୀ ବିଦ୍ୟୁତ୍‌ ୟୁନିଟ ପିଛା ୨୦ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଘରକୁ ଫେରିବା ବାଟରେ ଭୟଙ୍କର ଦୁର୍ଘଟଣା: ବାଇକ୍‌କୁ ଧକ୍କା ଦେଇ ଟ୍ରକ୍‌କୁ ପିଟିଲା ବୋଲେରୋ; ଯୁବକ ଗୁରୁତର; ଡ୍ରାଇଭର…

କେସିଙ୍ଗା,୩୧।୧୨( ତୁମେଶ୍ୱର ସାହୁ): ରାତି ପାହିଲେ ନୂଆବର୍ଷ। ଗାଁଠୁ ନେଇ ସହର ଯାଏ ନୂଆବର୍ଷ ପାଳନ ପାଇଁ ଚାଲିଛି ସଜ ବାଜ। ଏଭଳି ସମୟରେ କେସିଙ୍ଗା...

ଯୁଗଳଙ୍କ ଉପରେ ଆସ୍ଥା ପ୍ରକଟ କଲେ ନବୀନ: କଳାହାଣ୍ଡି ଜିଲା ସମ୍ପାଦକ ପାଇଁ ମନୋନୀତ…

ରିଷିଡା,୩୧।୧୨ (ସୁଶାନ୍ତ ମଲ୍ଲିକ ): କଳାହାଣ୍ଡି ଜିଲା ବିଜୁ ଜନତା ଦଳର ସମ୍ପାଦକ ଭାବେ କର୍ଲାମୁଣ୍ଡା ବ୍ଲକର ଯୁବନେତା ତଥା ନାଟ୍ୟ ନିର୍ଦ୍ଦେଶକ ଯୁଗଳ କିଶୋର...

ବରିଷ୍ଠ IAS ଅରବିନ୍ଦ ପାଢ଼ୀଙ୍କୁ ମିଳିଲା ପ୍ରମୋଶନ

ଭୁବନେଶ୍ବର,୩୧ା୧୨: ଓଡ଼ିଶା ପ୍ରଶାସନିକ ସ୍ତରରେ ଏକ ବଡ଼ ପରିବର୍ତ୍ତନ ହୋଇଛି। କୃଷି ଓ କୃଷକ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ତଥା ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ...

ବିଗିଡିଲା ଭୁବନେଶ୍ୱର ବାୟୁ ଗୁଣବତ୍ତା, ଓଡ଼ିଶାର ୪ ସହରର ସ୍ଥିତି ସଙ୍ଗିନ

ଭୁବନେଶ୍ବର,୩୧ା୧୨: ଓଡ଼ିଶାର ବାୟୁ ପ୍ରଦୂଷଣ ସ୍ତର ଏବେ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (CPCB) ପକ୍ଷରୁ ଜାରି ସଦ୍ୟତମ ତଥ୍ୟ ଅନୁଯାୟୀ,...

ରୁଷକୁ ବିଶ୍ବାସ ଯେ… ୨୦୨୫ ବର୍ଷର ଶେଷ ଭାଷଣରେ ଜେଲେନ୍ସକିଙ୍କ ବିଷୟରେ କଣ କହିଲେ ପୁଟିନ୍

ନୂଆଦିଲ୍ଲୀ,୩୧।୧୨: ରୁଷ ରାଷ୍ଟ୍ରପତି ପୁଟିନ ନୂତନ ବର୍ଷ ପୂର୍ବ ସନ୍ଧ୍ୟାରେ ଦେଶକୁ ସମ୍ବୋଧିତ କରିଛନ୍ତି । ୟୁକ୍ରେନରେ ଚାଲିଥିବା ଯୁଦ୍ଧ ସମ୍ପର୍କରେ ସେ କହିଥିଲେ ଯେ...

ଭୂତକୋଠା ପାଲଟିଛି ଶିକ୍ଷକ ଭବନ, ରାତି-ଦିନରେ ଜମୁଛି ମଦର ଆସର

ମୋହନା,୩୧/୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକ ଏକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ । ଏହା ୩୯ଟି ପଞ୍ଚାୟତକୁ ନେଇ ଗଠିତ । ଏହି ବ୍ଲକର...

ପ୍ରଭାକର ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟ, ଡେଙ୍ଗାପଦର ଭଲିବଲ ଟିମ୍ ବିଜୟୀ

ଦିଗପହଣ୍ଡି, ୩୧|୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ମିନି ଷ୍ଟାଡିୟମରେ ସ୍ବର୍ଗତ ବି.ପ୍ରଭାକର ରେଡ୍ଡୀ ସ୍ମାରକୀ ଭଲିବଲ ଟୁର୍ନାମେଣ୍ଟର ୪ର୍ଥ ଦିବସ ଆଜି ଆୟୋଜିତ...

ରାସନ୍ କାର୍ଡ E-KYC ନେଇ ଯୋଗାଣ ମନ୍ତ୍ରୀଙ୍କ ବଡ଼ ଘୋଷଣା, ଏତିକି ଦିନ ବଢ଼ିଲା ଅବଧି

ଭୁବନେଶ୍ବର,,୩୧/୧୨: ରାସନକାର୍ଡ ହିତାଧିକାରୀଙ୍କ ପାଇଁ ବଡ଼ ଖବର । ଆହୁରି ୨ ମାସ ବଢିଲା ରାସନ୍ କାର୍ଡ E-KYC ଅବଧି । ଆଜି  E-KYC ଅବଧି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri