କୋଇଲା ସଙ୍କଟ: ବିଦ୍ୟୁତ୍‌ ଦର ବୃଦ୍ଧି ନ କରିବାକୁ ରାଜ୍ୟକୁ ଚେତାବନୀ

ବାଙ୍ଗାଲୋର, ୧୩।୧୦: ଏସିଆର ତୃତୀୟ ବୃହତ୍‌ ଅର୍ଥନୀତି କ୍ଷେତ୍ର କୁହାଯାଉଥିବା ଭାରତରେ ଏବେ ବିଦ୍ୟୁତ୍‌ କ୍ଷେତ୍ର ସଙ୍କଟ ଦେଇ ଗତି କରୁଛି। କୋଇଲା ଅଭାବ ଯୋଗୁ ଅନେକ ପାଓ୍ବାର ପ୍ଲାଣ୍ଟରେ ଅଚଳାବସ୍ଥା ଲାଗି ରହିଛି। ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଥିବାରୁ ଏହାର ମୂଲ୍ୟ ବୃଦ୍ଧି ପାଇବାରେ ଲାଗିଛି। ଏଭଳି ସ୍ଥିତିରେ ସାଧାରଣ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ସେବା ଯୋଗାଇବା ପରିବର୍ତ୍ତେ କିଛି ରାଜ୍ୟ ଅଧିକ ଦରରେ ବିଦ୍ୟୁତ୍‌ ଅଭାବ ଥିବା ରାଜ୍ୟକୁ ବିକ୍ରି କରୁଥିବା ଅଭିଯୋଗ ହେଉଛି। ଏଭଳି ସ୍ଥିତିରେ ଶକ୍ତି ମନ୍ତ୍ରଣାଳୟ ଦେୟ ବୃଦ୍ଧି ନ କରିବାକୁ ରାଜ୍ୟଗୁଡ଼ିକୁ ଚେତାବନୀ ଦେଇଛନ୍ତି।

ଅନ୍ତର୍ଜାତୀୟ ବଜାରରେ କୋଇଲା ଦର ବୃଦ୍ଧି ପାଇଥିବାରୁ ପର୍ଯ୍ୟାପ୍ତ କୋଇଲା ଉପଲବ୍ଧ ହେଉନାହିଁ। ଦେଶରେ ବିଦ୍ୟୁତ୍‌ ଉତ୍ପାଦନ ବାଧାପ୍ରାପ୍ତ ହେଉଛି। କୋଇଲା ଅଭାବରୁ ଅନେକ ରାଜ୍ୟରେ ବିଭିନ୍ନ ବିଦ୍ୟୁତ୍‌ ପ୍ଲାଣ୍ଟ ବନ୍ଦ ହେବା ନେଇ ଆଶଙ୍କା ସୃଷ୍ଟି ହୋଇଛି। ଏଭଳିସ୍ଥିତିରେ କିଛି ରାଜ୍ୟ ଲାଭଖୋର ମନୋବୃତ୍ତି ରଖି ଅଧିକ ଦାମରେ ଅନ୍ୟ ରାଜ୍ୟକୁ ବିଦ୍ୟୁତ୍‌ ବିକ୍ରି କରିବାକୁ ଚେଷ୍ଟା କରୁଛନ୍ତି। ଯେଉଁ ରାଜ୍ୟ ଏଭଳି କରୁଛନ୍ତି ସେମାନେ ଏଥିରୁ ନିବୃତ୍ତ ରୁହନ୍ତୁ। ନଚେତ ସେମାନଙ୍କୁ ରାଷ୍ଟ୍ରାୟତ୍ତ ବିଦ୍ୟୁତ୍‌ ଉତ୍ପାଦନକାରୀ କମ୍ପାନୀ ବିଦ୍ୟୁତ୍‌ ଯୋଗାଣ ବନ୍ଦ କରିବେ ବୋଲି ଶକ୍ତି ମନ୍ତ୍ରଣାଳୟ ପକ୍ଷରୁ ମଙ୍ଗଳବାର ଚେତାବନୀ ଦିଆଯାଇଛି। କେତେକେ ରାଜ୍ୟ ସେମାନଙ୍କ ଉପଭୋକ୍ତାଙ୍କୁ ବିଦ୍ୟୁତ୍‌ ଠିକ୍‌ଭାବେ ଯୋଗାଣ ନ କରି ଅଧିକ ଲୋଡିଂର ବାହାନା ଦେଖାଇ ବିଦ୍ୟୁତ୍‌ କାଟ କରୁଥିବାବେଳେ ଆଉ କେତେକେ ଅଧିକ ଦାମ୍‌ରେ ବିଦ୍ୟୁତ୍‌ ବିକ୍ରି କରୁଛନ୍ତି ବୋଲି ଜଣାପଡ଼ିବା ପରେ ଶକ୍ତି ମନ୍ତ୍ରଣାଳୟ ଏଭଳି ପଦକ୍ଷେପ ନେଇଛି।
ନ୍ୟାଶନାଲ୍‌ ଥର୍ମାଲ ପାଓ୍ବାର କର୍ପୋରେଶନ(ଏନ୍‌ଟିପିସି) ଲିମିଟେଡ୍‌ ଏବଂ ଦାମୋଦର ଭ୍ୟାଲି କର୍ପୋରେଶନ ଭଳି ରାଷ୍ଟ୍ରାୟତ୍ତ ବିଦ୍ୟୁତ୍‌ ଉତ୍ପାଦନ କମ୍ପାନୀ ଉପରେ କେନ୍ଦ୍ର ସରକାରଙ୍କ ନିୟନ୍ତ୍ରଣ ରହିଛି। ସେମାନଙ୍କଠାରୁ ବିଦ୍ୟୁତ୍‌ ବତରଣ କମ୍ପାନୀଗୁଡ଼ିକ ବିଦ୍ୟୁତ୍‌ କିଣିବା ସହ ଏହାକୁ ଉପଭୋକ୍ତାଙ୍କୁ ବିକ୍ରି କରିବାକୁ ଦୀର୍ଘମିଆଦୀ ଚୁକ୍ତି ରହିଛି। ଏଥିସହ ୧୫% ବିଦ୍ୟୁତ୍‌ ନିୟନ୍ତ୍ରଣ ଅଧିକାର କେନ୍ଦ୍ର ସରକାରଙ୍କ ନିକଟରେ ରହିଛି। ଶକ୍ତି ମନ୍ତ୍ରଣାଳୟର କହିବା ଅନୁସାରେ, ଯଦି କୌଣସି ରାଜ୍ୟର ବିଦ୍ୟୁତ୍‌ ବଳକା ରହୁଛି ତେବେ ସେମାନେ ଏସମ୍ପର୍କରେ ଜଣାଇଲେ ମନ୍ତ୍ରଣାଳୟ ବିଦ୍ୟୁତ୍‌ ଅଭାବ ଥିବା ରାଜ୍ୟକୁ ଯୋଗାଣ କରିପାରିବେ। ହେଲେ ବିଦ୍ୟୁତ୍‌ କ୍ରୟ ମହଙ୍ଗା ହେଉଥିବା ନେଇ ବିଭିନ୍ନ ରାଜ୍ୟ ଅଭିଯୋଗ ଆଣିବା ପରେ କେନ୍ଦ୍ର ସରକାର ଏଭଳି ନିର୍ଦ୍ଦେଶନାମା ଜାରି କରିଛନ୍ତି। ନିକଟରେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ପତ୍ର ଲେଖିଥିଲେ। ସେଥିରେ ସେ ସେପ୍ଟେମ୍ବର ମଧ୍ୟଭାଗରୁ ଅକ୍ଟୋବର ୮ ମଧ୍ୟରେ ବିଦ୍ୟୁତ୍‌ ୟୁନିଟ୍‌ ପିଛା ୧୫ଟଙ୍କାକୁ ବୃଦ୍ଧି ପାଇଥିବା ଉଲ୍ଲେଖ କରିଥିଲେ। ସୋମବାର ଇଣ୍ଡିଆନ୍‌ ଏନର୍ଜି ଏକ୍ସଚେଞ୍ଜର ସୂଚନା ଅନୁଯାୟୀ ବିଦ୍ୟୁତ୍‌ ୟୁନିଟ ପିଛା ୨୦ଟଙ୍କା ରହିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟାହ୍ନ ଭୋଜନରେ ଅନିୟମିତତା ଅଭିଯୋଗ ଆଣିଲେ ଗ୍ରାମବାସୀ

ଖଜୁରିପଡ଼ା,୧୬ା୨(ବିଦୁର ବେହେରା): ଖଜୁରିପଡ଼ା ଅଞ୍ଚଳରେ ସୋମବାର କିଛି ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନରେ ଅନିୟମିତତା ହୋଇଥିବା ଅଭିଯୋଗ ହୋଇଛି। ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ଅଧୀନରେ ଥିବା ଗଡ଼ପଦର୍‌ ସ୍କୁଲ,…

ରାଧାକୃଷ୍ଣ ମନ୍ଦିର ସାହିରେ ମଦ ନାମରେ ବିଷ ବିକ୍ରୀ ଅଭିଯୋଗ, ସବୁ ଜାଣି ଚୁପ୍ ପୋଲିସ ଓ ଅବକାରୀ ବିଭାଗ!

ଦାରିଙ୍ଗବାଡି,୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ରାଧାକୃଷ୍ଣ ମନ୍ଦିର ନିକଟରେ ଚୋରାମଦ ନାମରେ ବେଧଡ଼କ ଚାଲିଛି ବିଷ ବିକ୍ରୀ । ଏଥିପାଇଁ ଏକାଧିକ ଗରୀବ…

‘ବିବାହ ପୂର୍ବରୁ କାହାକୁ ବି ବିଶ୍ୱାସ କରନ୍ତୁ ନାହିଁ’: ଶାରୀରିକ ସମ୍ପର୍କକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ଚେତାବନୀ

ନୂଆଦିଲ୍ଲୀ,୧୬।୨: ଭାରତରେ ବିବାହ ପୂର୍ବରୁ ଶାରୀରିକ ସମ୍ପର୍କ ରଖିବା ଏବଂ ପରେ ବିବାହ ପ୍ରତିଶ୍ରୁତି ଭାଙ୍ଗିବା ଅଭିଯୋଗ ସାଧାରଣ ହୋଇଗଲାଣି। ଏହି ପ୍ରସଙ୍ଗରେ ସୋମବାର ସୁପ୍ରିମକୋର୍ଟ ଏକ…

ମାର୍ଚ୍ଚ ୮ରେ ଗର୍ଜିବେ ମହିଳା, ମଦ ନୁହଁ ମୌଳିକ ସୁବିଧା ଯୋଗାଇବାକୁ ହେବ ଲଢେଇ

ଦାରିଙ୍ଗବାଡି, ୧୬।୨(ଅରୁଣ ସାହୁ ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ନାରୀ ମହାସଙ୍ଘର ତ୍ରୟ ମାସିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ମହାସଙ୍ଘର ସଭାନେତ୍ରୀ ଲୁସିମା…

ତାରିକ ରହମାନଙ୍କ ଶପଥ ଗ୍ରହଣକୁ ମୋଦିଙ୍କୁ ନିମନ୍ତ୍ରଣ ମିଳିବାରୁ, ପାକିସ୍ତାନ ଏକ୍ସପର୍ଟ କହୁଛନ୍ତି, ବହୁତ ବଡ଼ ଭୁଲ କଲା…

ନୂଆଦିଲ୍ଲୀ/ଢାକା/ଇସଲାମାବାଦ,୧୬।୨: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ବାଂଲାଦେଶ ପ୍ରଧାନମନ୍ତ୍ରୀଙ୍କ ଶପଥ ଗ୍ରହଣ ଉତ୍ସବରେ ଯୋଗଦେବାକୁ ନିମନ୍ତ୍ରଣ କରାଯିବା ପରେ ପାକିସ୍ତାନବାସୀ ଖୁବ ରାଗିଛନ୍ତି। ପାକ ବିଶେଷଜ୍ଞ କମର ଚିମା…

ବିଦାୟୀ ପୂର୍ବରୁ କିନ୍ନର ବାହାରିଲା ବର, ଶ୍ବଶୁର ଘର ଲୋକେ କଲେ….

ଲକ୍ଷ୍ନୌ,୧୬।୨: ଉତ୍ତର ପ୍ରଦେଶର ବାରବାଙ୍କି ଜିଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ବିଦାୟୀ ସମୟରେ ବର କିନ୍ନର ବୋଲି ଜଣାପଡିଲା । ଏହାପରେ ହଙ୍ଗାମା…

ପୁଣିଥରେ ମୁହାଁମୁହିଁ ହେବେ ଭାରତ-ପାକିସ୍ତାନ! ବୁଝନ୍ତୁ ସମିକରଣ

ନୂଆଦିଲ୍ଲୀ,୧୬।୨: ଭାରତୀୟ ଦଳ ପୁଣିଥରେ ପାକିସ୍ତାନକୁ ପରାସ୍ତ କରିଛି। ଫେବୃଆରୀ ୧୫ରେ କଲମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ବିଶ୍ୱକପ ୨୦୨୬ ମ୍ୟାଚରେ ଭାରତ ପାକିସ୍ତାନକୁ ୬୧…

ଇତିହାସ ରଚିଲେ ରସିଦ୍ ଖାନ୍: ବିଶ୍ୱର ପ୍ରଥମ ବୋଲର ଭାବେ କଲେ ଏମିତି ରେକର୍ଡ

ନୂଆଦିଲ୍ଲୀ,୧୬।୨: ଆଫଗାନିସ୍ତାନର ଅଧିନାୟକ ରଶିଦ ଖାନ୍ କ୍ରିକେଟ୍ ଜଗତରେ ଏକ ନୂତନ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସୋମବାର ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଅନୁଷ୍ଠିତ ଆଇସିସି ପୁରୁଷ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri