Posted inଜାତୀୟ

ବ୍ୟାଡ଼ମିଣ୍ଟନ ଟ୍ରେନିଂରେ ନାବାଳିକାଙ୍କ ବକ୍ଷସ୍ଥଳରେ ହାତ ରଖୁଥିଲେ କୋଚ: ୫ବର୍ଷ ଜେଲ ସହ ୫ ହଜାର ଜରିମାନା ଦଣ୍ଡାଦେଶ…

ମୁମ୍ବାଇ,୬।୧ : ମୁମ୍ବାଇର ଏକ କୋର୍ଟ ଜଣେ ବ୍ୟାଡମିଣ୍ଟନ କୋଚଙ୍କୁ ୫ବର୍ଷ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି। ନାବାଳିକେ ବ୍ୟାଡମିଣ୍ଟନ ଖେଳାଳି ଙ୍କ ପିଠିରେ ପିଟିବା ଏବଂ ବକ୍ଷସ୍ଥଳରେ ହାତ ରଖିବା ଅପରାଧ ପାଇଁ ଏହି ଦଣ୍ଡ ଦିଆଯାଇଛି। ଯେତେବେଳେ ନାବାଳିକାଙ୍କୁ ଖେଳ ଶିଖାଇବା ସମୟରେ ସେ ଭୁଲ କରୁଥିଲେ କୋଚ ଏଭଳି କାର୍ଯ୍ୟ କରୁଥିଲେ। ନାବାଳିକାଙ୍କ ଅଭିଯୋଗକ୍ରମେ ପୋସ୍କୋ କୋର୍ଟ ଏହି ଦଣ୍ଡ ଦେଇଛନ୍ତି। ଯୌନ ଉତ୍ପୀଡ଼ନ ଅଭିଯୋଗ ନେଇ ଜଣେ ୧୦ ବର୍ଷ ବୟସ୍କା ନାବାଳିକା ୨୦୧୯ରେ କୋର୍ଟରେ ପହଞ୍ଚିଥିଲେ। ଏହାପୂର୍ବରୁ ଅଭିଯୁକ୍ତଙ୍କ ଉପରେ ୫ ହଜାର ଟଙ୍କା ଜୋରିମାନା ମଧ୍ୟ ଲାଗୁ କରାଯାଇଥିଲା।

ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ, ବ୍ୟାଡମିଣ୍ଟନ ଅଭ୍ୟାସ ସମୟରେ ହୋଇଥିବା ଭୁଲ ପାଇଁ ଚାପୁଡ଼ା ମାରିବା ଏବଂ ଦଣ୍ଡ ଦେବା କେବଳ ଦଣ୍ଡର ଏକ ଅଂଶ ବୋଲି କୋର୍ଟ ଗ୍ରହଣ କରିବାକୁ ମନା କରି ଦେଇଛନ୍ତି। କୋର୍ଟ ୨୭ ବର୍ଷୀୟ କୋଚଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି ଏବଂ ତାଙ୍କୁ ୫ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି।

ଜଜ ଏହି ପ୍ରସଙ୍ଗରେ କହିଛନ୍ତି ଜଣେ ପ୍ରଶିକ୍ଷକଙ୍କଠାରୁ ବାଳିକାମାନଙ୍କୁ ପିଠିରେ ଚାପୁଡ଼ା ମାରିବା ସହ ବକ୍ଷସ୍ଥଳରେ ହାତ ରଖିବା ଆଶା କରାଯାଇପାରିବ ନାହିଁ। ଦଣ୍ଡ ଦେବା ପାଇଁ ଏହା ଏକ ଉପାୟ ନୁହେଁ। ଅଜାଣତରେ କିମ୍ବା ଜାଣତରେ ଏହି କାର୍ଯ୍ୟ କରାଯାଇ ନାହିଁ।

ଏହି ପ୍ରସଙ୍ଗରେ ମନ୍ତବ୍ୟ ଦେଇ ବିଚାରପତି କହିଛନ୍ତି ଏହି ଘଟଣା ୧୦ ଜୁଲାଇ ୨୦୧୯ ରେ ଘଟିଥିଲା। ଏହାର ଦେଢ଼ ମାସ ପୂର୍ବରୁ ଅଭିଯୁକ୍ତ ତାଙ୍କୁ ତାଲିମ ଦେଉଥିଲେ। ନାବାଳିକା ଜଣକ ଅଭିଯୁକ୍ତ ତାଙ୍କୁ ଜାଣିଶୁଣି ଛୁଇଁଥିବାର ଅନୁଭବ କରିଥିଲେ। ସେଥିପାଇଁ ସେ ଅଭିଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

୩ ରାଜ୍ୟର ବିଧାନସଭା ଆସନ ପାଇଁ ମତଦାନ ଆରମ୍ଭ

ନୂଆଦିଲ୍ଲୀ,୯।୪: କେରଳମ୍‌, ଆସାମ ଓ ପୁଡୁଚେରୀର ମୋଟ ୨୯୬ ଆସନରେ ଗୁରୁବାର ଗୋଟିଏ ପର୍ଯ୍ୟାୟରେ ବିଧାନସଭା ନିର୍ବାଚନ ପାଇଁ ମତଦାନ ଆରମ୍ଭ ହୋଇଛି। ସକାଳୁ ସକାଳୁ ଲାଇନରେ…

ଗୋଟିଏ ଦିନରେ ରେକର୍ଡ ଭାଙ୍ଗିଲା ସୁନା-ରୁପା ଦର! କିଣିବା ପୂର୍ବରୁ ମୁଣ୍ଡରେ ହାତ ଦେଲେଣି ଗ୍ରାହକ,ବିଶେଷଜ୍ଞ ଚକିତ… 

ନୂଆଦିଲ୍ଲୀ,୮।୪: ପୁଣି ବଢ଼ିଲା ସୁନା-ରୁପା ଦର। ବୁଧବାର ବଜାରରେ ଏକ ବଡ଼ ପରିବର୍ତ୍ତନ ଦେଖିବାକୁ ମିଳିଛି, ଯାହା ବିଶେଷଜ୍ଞଙ୍କୁ ମଧ୍ୟ ଆଶ୍ଚର୍ଯ୍ୟ କରିଦେଇଛି। ରୁପା ଦରରେ ଗୋଟିଏ…

ନାଗାବଳି ନଦୀରେ ବୁଡି ଯୁବକ ମୃତ, ସ୍ନାନ ପାଇଁ ଯାଇଥିଲେ…

କଲ୍ୟାଣସିଂହପୁର,୮।୪ ( ଦୀପକ କୁମାର ପରିଡା ): ରାୟଗଡା ଜିଲା କଲ୍ୟାଣସିଂହପୁର ଅଞ୍ଚଳରେ ଘଟିଛି ଏକ ଦୁଃଖଦ ଘଟଣା। ନାଗାବଳି ନଦୀରେ ବୁଡି ଜଣେ ୩୬ ବର୍ଷୀୟ…

ଯୁଦ୍ଧ ଅଟକାଇ ବାଃ ବାଃ ସାଉଣ୍ଟିଲା ପାକିସ୍ତାନ, ମଧ୍ୟପ୍ରାଚ୍ୟରେ ବଢ଼ିବ ଦବ୍‌ଦବା ? ରହିଛି ଅନେକ ସ୍ବାର୍ଥ

ଇସଲାମାବାଦ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଉତ୍ତେଜନା ମଧ୍ୟରେ ଏକ ବଡ଼ ଧରଣର ଯୁଦ୍ଧବିରତି (ସିଜ୍‌ଫାୟାର୍‌) ହୋଇଛି। ଏହି ପ୍ରକ୍ରିୟାରେ ପାକିସ୍ତାନ ଏକ ମୁଖ୍ୟ ‘ଦୂତ’…

ଜଙ୍ଗଲରେ ଚାଲିଥିଲା ଜୁଆ ଖେଳ, ମାଡ଼ି ବସିଲା ବରପାଲି ପୋଲିସ: ୧୬ ଗିରଫ ସହ ଲକ୍ଷାଧିକ …

ବରପାଲି, ୮ ।୪(ଚିତ୍ତରଞ୍ଜନ ସାହୁ): ବରଗଡ଼ ଜିଲା ବରପାଲି ଥାନା ଅନ୍ତର୍ଗତ ବରମକେଲା ଗ୍ରୀଣ୍ଡୋଲା ଜଙ୍ଗଲରେ ଚାଲିଥିବା ଏକ ବଡ଼ ଧରଣର ଜୁଆ ଆଡ୍ଡା ଉପରେ ପୋଲିସ…

ହର୍ମୁଜ୍ ପ୍ରଣାଳୀରେ ତେଲ ଚ୍ୟାଙ୍କରକୁ ଅଟକାଇଲା ଇରାନ, ଯୁଦ୍ଧବିରତି ଭଙ୍ଗ କରିବାକୁ ଧମକ ଦେଲା…

ତେହେରାନ,୮।୪: ଆମେରିକା ଏବଂ ଇରାନ ମଧ୍ୟରେ ଯୁଦ୍ଧବିରତି ସତ୍ତ୍ବେ ଉତ୍ତେଜନା ଜାରି ରହିଛି । ବୁଧବାର ସକାଳେ ଯୁଦ୍ଧବିରତି ଘୋଷଣା ହେବା ପରେ ମଧ୍ୟ ଆକ୍ରମଣର ରିପୋର୍ଟ…

ଦିଗପହଣ୍ଡିରେ ଆଇନ ମନ୍ତ୍ରୀଙ୍କୁ ସମ୍ବର୍ଦ୍ଧନା, ଉନ୍ନତିକରଣ କାର୍ଯ୍ୟ…

ଦିଗପହଣ୍ଡି,୮।୪(ଅଶେଷ ନାଥ ମିଶ୍ର): ଦିଗପହଣ୍ଡି ଗସ୍ତରେ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ । ଗଞ୍ଜାମ ଜିଲା ଦିଗପହଣ୍ଡି ଠାରେ ବୁଧବାର ରାଜ୍ୟ ଆଇନ, ପୂର୍ତ୍ତ ଓ ଅବକାରୀ ମନ୍ତ୍ରୀ…

ବଚସା ହେଲା କାଳ….ଏୟାର ଗନ୍ ବ୍ୟବହାର କରି ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ଭରିଦେଲେ ପବନ, ତାପରେ….

ଚଣ୍ଡିଗଡ଼,୮ା୪: ହରିୟାଣାର ଗୁରୁଗ୍ରାମରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ଏୟାର ଗନ୍ ବ୍ୟବହାର କରି ଜଣେ ବ୍ୟକ୍ତିଙ୍କ ଗୁପ୍ତାଙ୍ଗରେ ବାୟୁ ପ୍ରବେଶ କରିବାରୁ ତାଙ୍କର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri