Posted inଖେଳ

କୋଚ୍‌ କହିଥିଲେ, କାମରେ ଦେଖାଇଲେ

ଭୁବନେଶ୍ୱର, ୫।୯ (ତପନ ସ୍ବାଇଁ): ଅଲ୍‌ଟିମେଟ ଖୋ ଖୋ ଲିଗ୍‌ର ସର୍ବପ୍ରଥମ ସଂସ୍କରଣରେ ଭୁବନେଶ୍ୱର ଭିତ୍ତିକ ଫ୍ରାଞ୍ଚାଇଜ୍‌ ଓଡ଼ିଶା ଜଗରନଟ୍ସ ଚାମ୍ପିୟନ ହୋଇଛି। ସୂରଜ ଲାଣ୍ଡେଙ୍କ ଶେଷ ମୁହୂର୍ତ୍ତ ସ୍କାଏ ଡାଇଭ୍‌ ବଳରେ ଓଡ଼ିଶା ଦଳ ମାତ୍ର ୧ ପଏଣ୍ଟରେ ତେଲ୍‌ଗୁ ଯୋଦ୍ଧାସକୁ ପରାସ୍ତ କରିଛି। କିଛିଦିନ ତଳେ ରାଜ୍ୟ ସରକାରଙ୍କ ପକ୍ଷରୁ ଏକ ଗଣମାଧ୍ୟମ ପ୍ରତିନିଧି ଦଳ ପ୍ରତିଯୋଗିତାର ଭେନ୍ୟୁସ୍ଥଳ ପୁଣେର ମହାଲୁଙ୍ଗେସ୍ଥିତ ଶ୍ରୀ ଶିବ ଛତ୍ରପତି ସ୍ପୋଟର୍‌ସ କମ୍ପ୍ଲେକ୍ସ ଯାତ୍ରା କରିଥିଲା । ସେଠାରେ ଅଗଷ୍ଟ ୩୦ ଓ ୩୧ରେ ଜଗରନଟ୍ସର ୨ଟି ଶେଷ ଲିଗ୍‌ ମ୍ୟାଚ କଭରେଜର ସୁଯୋଗ ମିଳିଥିଲା। ଦୁର୍ଭଗ୍ୟ ବଶତଃ ଏହି ଦୁଇଟି ମ୍ୟାଚରେ ଓଡ଼ିଶା ଦଳ ଯଥାକ୍ରମେ ମୁମ୍ବାଇ ଖିଲାଡିଜ୍‌ ଓ ତେଲ୍‌ଗୁ ଯୋଦ୍ଧାସଠାରୁ ହାରି ଯାଇଥିଲା। ମ୍ୟାଚ ପରବର୍ତ୍ତୀ ଖବରଦାତା ସମ୍ମିଳନୀପରେ ଏହି ପ୍ରତିନିଧି ସହ କଥା ହେବାବେଳେ ଦୁଃଖ ପ୍ରକାଶ କରିଥିଲେ ମୁଖ୍ୟ କୋଚ୍‌ ଅଶ୍ୱିନ କୁମାର ଶର୍ମା। ” ଆପଣ ଯେଉଁ ୨ଟି ମ୍ୟାଚ ପାଇଁ ଏଠାକୁ ଆସିଲେ ସେଥିରେ ମୁଁ ଶ୍ରେଷ୍ଠ ଦଳକୁ ଖେଳାଇ ପାରିଲି ନାହିଁ। ଆମେ ପଏଣ୍ଟ ଟେବୁଲର ଶୀର୍ଷ ୨ ଦଳରେ ମଧ୍ୟରେ ରହି ପ୍ଲେ-ଅଫ୍‌ ଖେଳିବା ସ୍ପଷ୍ଟ ହୋଇଯାଇଥିବାରୁ ରିଜର୍ଭ ଖେଳାଳିଙ୍କୁ ପରୀକ୍ଷା ନିରୀକ୍ଷା କରିବା ଜରୁରୀ ଥିଲା। ଫଳରେ ଆପଣମାନେ ୨ଟି ହାରିବା ମ୍ୟାଚ ଦେଖି ଫେରିଲେ। ଏଥିପାଇଁ ମୋତେ ମଧ୍ୟ ଦୁଃଖ ଲାଗୁଛି। ଆଉ ଗୋଟିଏ ମ୍ୟାଚ ପାଇଁ ଅପେକ୍ଷା କରନ୍ତୁ, ଓଡ଼ିଶା ଦଳ କିପରି ଖେଳୁଛି ଦେଖିବେ। ଆମେ ନିଶ୍ଚିତ ପରବର୍ତ୍ତୀ ମ୍ୟାଚ ଗୁଡ଼ିକ ଜିତି ଚାମ୍ପିୟନ ହୋଇଫେରିବୁ“ ବୋଲି ଦୃଢ଼ୋକ୍ତି ପ୍ରକାଶ କରିଥିଲେ ଦୂରଦ୍ରଷ୍ଟା କୋଚ୍‌ ଅଶ୍ୱିନ। ଏବେ ସେ ତାହାକୁ କାମରେ କରି ଦେଖାଇଛନ୍ତି। ମ୍ୟାଚ ଶେଷ ହେବାପାଇଁ ୧୪ ସେକେଣ୍ଡ ବାକି ଥିବାବେଳେ ଓଡ଼ିଶା ଦଳ ପଛରେ ରହିଥିଲେ ହେଁ ଲାନ୍‌ଡେଙ୍କ ସ୍କାଏ ଡାଇଭ୍‌ରୁ ୩ ପଏଣ୍ଟ ତେଲ୍‌ଗୁ ଯୋଦ୍ଧାସ ହାତରୁ ମ୍ୟାଚ ଛଡ଼ାଇ ଆଣିଥିଲା ଏବଂ ଓଡ଼ିଶା ଜଗରନଟ୍ସ ପିନ୍ଧିଥିଲା ବିଜୟ ମୁକୁଟ।


Enter your email to get our daily news in your inbox.

All Right Reserved By Dharitri.Com

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

ମହିଳା ଚଲାଉଥିଲେ ନିଶା କାରବାର: ମାଡ଼ି ବସିଲା ପୋଲିସ, ୬ ଲକ୍ଷରୁ ଅଧିକ ଟଙ୍କା ସହ…

ବରଗଡ଼,୧।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାରେ ବଢ଼ୁଥିବା ନିଶା କାରବାରକୁ ରୋକିବା ପାଇଁ ପୋଲିସ ନିଜର ଅଭିଯାନକୁ ଜୋରଦାର କରିଛି। ଏହି କ୍ରମରେ ଭଟଲି ଥାନା ପୋଲିସ ବୁଧବାର…

ଟାର୍ଗେଟରେ ଭାଜପା ଅଫିସ୍: ପାର୍କିଂରେ ଥିବା ସ୍କୁଟିରେ ହେଲା ବୋମା ବିସ୍ଫୋରଣ, ହାଇ ଆଲର୍ଟରେ…

ଚଣ୍ଡିଗଡ଼,୧।୪: ଭାଜପା କାର୍ଯ୍ୟାଳୟ ବାହାରେ ବିସ୍ଫୋରଣ। ଚଣ୍ଡିଗଡ଼ର ସେକ୍ଟର-୩୭ ସ୍ଥିତ ପଞ୍ଜାବ ଭାଜପା କାର୍ଯ୍ୟାଳୟ ବାହାରେ ଥିବା ପାର୍କିଂ ଅଞ୍ଚଳରେ ଏକ ବୋମା ବିସ୍ଫୋରଣ ଘଟିଛି। ଏହି…

ବନ୍ଦ ହୋଇଯିବ କି ଯୁଦ୍ଧ? ବଡ଼ ଦାବି କଲେ ଟ୍ରମ୍ପ, ଯୁଦ୍ଧବିରତି ଲାଗି….

ନୂଆଦିଲ୍ଲୀ,୧।୪:  ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ ଚାଲିଥିବା ସଂଘର୍ଷ ମଧ୍ୟରେ ଏକ ବଡ଼ ଦାବି କରିଛନ୍ତି । ସେ କହିଛନ୍ତି ଯେ ଇରାନର ନୂତନ ରାଷ୍ଟ୍ରପତି ତାଙ୍କ…

ସରକାର ଆସିବାର ୨ ବର୍ଷ ପରେ ପଦବୀ ପୁରଣ, ଧର୍ମଗଡ଼ ବିଧାୟକ ହେଲେ କଳାହାଣ୍ଡି ଯୋଜନା କମିଟିର ନୂତନ ଅଧ୍ୟକ୍ଷ

ଭବାନୀପାଟଣା,୧।୪(ଉତ୍ତମ କୁମାର ଦାଶ): ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ କଳାହାଣ୍ଡି ଜିଲା ଯୋଜନା କମିଟିର ନୂତନ ଅଧ୍ୟକ୍ଷ ଭାବେ ବୁଧବାର ଧର୍ମଗଡ଼ ବିଧାୟକ ସୁଧୀର ରଞ୍ଜନ ପଟ୍ଟଯୋଶୀଙ୍କୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri