Posted inଖେଳ

‘୭ ମିନିଟ୍‌ରେ କୋଚ୍‌ ହୋଇ ଭାରତକୁ କରିଥିଲେ ବିଶ୍ୱବିଜେତା’

ଭାରତୀୟ କ୍ରିକେଟ ଇତିହାସରେ ଗ୍ୟାରି କର୍ଷ୍ଟନଙ୍କୁ ସର୍ବଦା ସ୍ମରଣ କରାଯିବ। ଦକ୍ଷିଣ ଆଫ୍ରିକାର ଏହି କିମ୍ବଦନ୍ତୀ ଖେଳାଳିଙ୍କ କୋଚିଂରେ ଟିମ ଇଣ୍ଡିଆ ୨୦୧୧ରେ ଦିନିକିଆ ବିଶ୍ୱକପ ଟାଇଟଲ ଜିତିଥିଲା। ଆଜି କର୍ଷ୍ଟନଙ୍କ ପାଇଁ ଏକ ବିଶେଷ ଦିନ। ଆଜି ତାଙ୍କୁ ୫୪ ବର୍ଷ ବୟସ ହୋଇଛି। କର୍ଷ୍ଟନ ଭାରତର କୋଚ ହେବାର କାହାଣୀ ମଧ୍ୟ ଅତ୍ୟନ୍ତ ଆକର୍ଷଣୀୟ। ସାକ୍ଷାତକାରର ମାତ୍ର ୭ ମିନିଟରେ ସେ ଦଳର କୋଚ ହୋଇଥିଲେ। ତାଙ୍କ କୋଚିଂ ଅଧୀନରେ ଟିମ ଇଣ୍ଡିଆ ମଧ୍ୟ ପ୍ରଥମ ଥର ପାଇଁ ଟେଷ୍ଟର ଏକ ନମ୍ବର ଦଳ ହୋଇଥିଲା।
ଦକ୍ଷିଣ ଆଫ୍ରିକାର ଗ୍ୟାରି କର୍ଷ୍ଟନ ୧୯୯୩ରେ ଅନ୍ତର୍ଜାତୀୟ ସ୍ତରରେ ଡେବ୍ୟୁ କରିଥିଲେ। ସେ ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟରେ ୫ ହଜାର ରନ ସ୍କୋର କରିବାରେ ପ୍ରଥମ ଖେଳାଳି ହୋଇଥିଲେ। କିନ୍ତୁ ସେ ଜଣେ ଖେଳାଳିଙ୍କ ଅପେକ୍ଷା ଜଣେ କୋଚ ଭାବରେ ଅଧିକ ପରିଚିତ ହୋଇଥିଲେ। ଭାରତର ପୂର୍ବତନ ଅଧିନାୟକ ସୁନୀଲ ଗାଭାସ୍କର ପ୍ରଥମେ କର୍ଷ୍ଟନଙ୍କ ସହ କୋଚ ହେବା ପାଇଁ କଥା ହୋଇଥିଲେ। ରବି ଶାସ୍ତ୍ରୀଙ୍କୁ କୋଚ ଚୟନ କମିଟିରେ ଅନ୍ତର୍ଭୁକ୍ତ କରାଯାଇଥିଲା। କେବଳ ୭ ମିନିଟ ଧରି ଚାଲିଥିବା ସାକ୍ଷାତକାର ପରେ କର୍ଷ୍ଟନଙ୍କୁ ଦଳର କୋଚ କରାଯାଇଥିଲା।
ଟିମ ଇଣ୍ଡିଆର କୋଚ ହେବା ପୂର୍ବରୁ କର୍ଷ୍ଟନଙ୍କର କୌଣସି କୋଚିଂ ଅଭିଜ୍ଞତା ନ ଥିଲା। ଏଭଳି ପରିସ୍ଥିତିରେ ତାଙ୍କୁ କୋଚ କରାଯିବ ବୋଲି ଆଶା କରାଯାଉ ନ ଥିଲା। କିନ୍ତୁ ସେ ଏମଏସ ଧୋନୀଙ୍କ ସହ ଦଳକୁ ବିଶ୍ୱକପ ଟାଇଟଲ ଦେଇଥିଲେ। ତେବେ ବିଜୟ ପରେ ସେ ନିଜ ପରିବାର ସହିତ ସମୟ ବିତାଇବା ପାଇଁ ଦଳ ଛାଡିଥିଲେ। ବିଶ୍ୱକପ ବିଜୟ ପରେ ଟିମ ଇଣ୍ଡିଆର ଖେଳାଳିମାନେ ତାଙ୍କୁ କାନ୍ଧରେ ଉଠାଇଥିଲେ। ଆଜି ବି ସମସ୍ତେ ଏହାକୁ ମନେ ରଖିଛନ୍ତି । ଏହା ପରେ ସେ ଦକ୍ଷିଣ ଆଫ୍ରିକାର କୋଚ ହୋଇଥିଲେ। ସେ ଟି -୨୦ ଲିଗ ବିଗ ବାସ ଏବଂ ଆଇପିଏଲ ସହିତ ମଧ୍ୟ ଜଡିତ ଥିଲେ।
ବାମହାତୀ ଓପନର୍‌ ବ୍ୟାଟ୍ସମ୍ୟାନ ଗ୍ୟାରୀ କର୍ଷ୍ଟନଙ୍କ ଅନ୍ତର୍ଜାତୀୟ କ୍ୟାରିଅର୍‌ ମଧ୍ୟ ବହୁତ ଲମ୍ବା ଥିଲା। ସେ ୧୦୧ ଟେଷ୍ଟ ଖେଳିଥିଲେ। ହାରାହାରି ୪୫ ରେ ୭୨୮୯ ରନ ସ୍କୋର କରିଛି। ସେ ୨୧ ଶତକ ଏବଂ ୩୪ ଅର୍ଦ୍ଧଶତକ ହାସଲ କରିଥିଲେ। ୨୭୫ ରନର ସବୁଠାରୁ ବଡ ଇନିଂସ ଖେଳିଥିଲେ। ଏହା ବ୍ୟତୀତ ସେ ୧୮୫ ଟି ଦିନିକିଆ ରେ ହାରାହାରି ୪୧ରେ ୬୭୯୮ ରନ ସଂଗ୍ରହ କରିଥିଲେ। ୧୩ ଶତକଏବଂ ୪୫ ଅର୍ଦ୍ଧ ଶତକ ମାରିଥିଲେ। ସେ ପ୍ରଥମ ଶ୍ରେଣୀ କ୍ରିକେଟ ରେ ୧୬୬୭୦ ରନ ସ୍କୋର କରିଥିଲେ। ଏଥିରେ ୪୬ଟି ଶତକ ସାମିଲ ଥିଲା।
୫୪ ବର୍ଷ ବୟସରେ ମଧ୍ୟ ସେ କୋଚିଂ ସହିତ ଜଡିତ। ବହୁତ କମ ଲୋକ ଜାଣନ୍ତି ଯେ ସେ ମଧ୍ୟ ଜଣେ ଅଫ ସ୍ପିନର ଥିଲେ। ଅନ୍ତର୍ଜାତୀୟ କ୍ରିକେଟରେ ସେ ଉଇକେଟ ନେଇଛନ୍ତି। ସେ ଟେଷ୍ଟ କ୍ରିକେଟରେ ୨ଟି ଉଇକେଟ ନେଇଛନ୍ତି। ଏହା ବ୍ୟତୀତ ସେ ପ୍ରଥମ ଶ୍ରେଣୀ କ୍ରିକେଟରେ ୨୦ଟି ଉଇକେଟ ନେଇଛନ୍ତି।

 


Enter your email to get our daily news in your inbox.

All Right Reserved By Dharitri.Com

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

 ‘Pay Later with BharatPe’: ଏବେ UPIରେ ମିଳିବ ଉଧାର: ଜାଣନ୍ତୁ କେତେ ଦିନ ମଧ୍ୟରେ ଫେରାଇବାକୁ ହେବ ଟଙ୍କା…

ନୂଆଦିଲ୍ଲୀ, ୨୭।୧୨:  ଆଜିର ଦ୍ରୁତଗତି ଜୀବନଶୈଳୀରେ ପ୍ରତ୍ୟେକ ବ୍ୟକ୍ତି ଡିଜିଟାଲ୍ ପେମେଣ୍ଟ୍ ଉପରେ ନିର୍ଭରଶୀଳ ହୋଇଯାଇଛନ୍ତି। ପରିବା କିଣିବା ହେଉ, କାଫେରେ କଫି ପିଇବା ହେଉ...

ବିଶ୍ୱ ରେକର୍ଡ ସୃଷ୍ଟି କଲା ଚାଇନା ଟ୍ରେନ୍‌

ବେଜିଂ,୨୭ା୧୨: ଚାଇନାର ସବୁଠୁ ଦ୍ରୁତଗାମୀ ମାଗଲେଭ୍‌ ଟ୍ରେନ୍‌ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛି। ଏହି ଟ୍ରେନ୍‌ ମାତ୍ର ୨ ସେକେଣ୍ଡରେ ଘଣ୍ଟାପ୍ରତି ୭୦୦ କି.ମି....

ଯୁବକଙ୍କୁ ଚାପିଦେଲା ଟ୍ରକ୍‌: ଆଉ ତା’ପରେ…

କୋକସରା,୨୭ା୧୨(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ୨୬ ନମ୍ବର ଜାତୀୟ ରାଜପଥର କୋକସରା ଥାନା କୁସୁମଖୁଣ୍ଟି ନିକଟରେ ଶନିବାର ରାତି ପ୍ରାୟ ୭ଟାରେ ଏକ ଟ୍ରକ୍‌ ଧକ୍କାରେ ଜଣେ...

ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ କର୍ମଚାରୀଙ୍କ ଚରମ ଅବହେଳା: ୨୦ ମିନିଟ୍ କାଳ ବେଡ୍‌ରେ ଛଟପଟ ହେଲେ ଦୁର୍ଘଟଣାଗ୍ରସ୍ତ ଯୁବକ

ଥୁଆମୂଳ ରାମପୁର, ୨୭।୧୨(ଦୁର୍ଗା କୀର୍ତ୍ତି):- କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ସ୍ବାସ୍ଥ୍ୟସେବା ଏବେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ। କର୍ମଚାରୀଙ୍କ ଲଗାତାର ଅବହେଳା ଓ...

ଥାଇଲାଣ୍ଡ-କାମ୍ବୋଡ଼ିଆ ମଧ୍ୟରେ ବଡ଼ ଚୁକ୍ତି: ବନ୍ଦ ହେବ ଯୁଦ୍ଧ

ବ୍ୟାଙ୍କକ୍‌,୨୭ା୧୨: ଥାଇଲାଣ୍ଡ ଏବଂ କାମ୍ବୋଡ଼ିଆ ମଧ୍ୟରେ ସୀମା ବିବାଦକୁ ନେଇ ଗତ କିଛି ସପ୍ତାହ ହେଲା ସଂଘର୍ଷ ଲାଗି ରହିଛି। ଏହାକୁ ବନ୍ଦ କରିବା ପାଇଁ...

ଟି୨୦ରେ ହରମନପ୍ରୀତ୍‌ଙ୍କ ବିଶ୍ୱ ରେକର୍ଡ

ନୂଆଦିଲ୍ଲୀ,୨୭ା୧୨: ହରମନପ୍ରୀତ୍‌ କୌର ଅନ୍ତର୍ଜାତୀୟ ଟି୨୦ରେ ଅଧିନାୟିକା ଭାବେ ସର୍ବାଧିକ ମ୍ୟାଚ୍‌ ଜିତିବାର ବିଶ୍ୱ ରେକର୍ଡ ନିଜ ନାମରେ କରିଛନ୍ତି। ଥିରୁଭାନନ୍ତପୁରମ୍‌ରେ ଶୁକ୍ରବାର ଶ୍ରୀଲଙ୍କା ବିପକ୍ଷ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri