ମୁଖ୍ୟମନ୍ତ୍ରୀଙ୍କ କାର୍‌କେଡ୍‌କୁ ଅଣ୍ଡାମାଡ଼: ୩ ଗିରଫ

ପୁରୀ ଅଫିସ,୨୫ା୧୧: ମୁଖ୍ୟମନ୍ତ୍ରୀ ପୁରୀ ଗସ୍ତବେଳେ ତାଙ୍କ କାରକେଡ୍‌କୁ ଅଣ୍ଡାମାଡ଼ କରିବା ଅଭିଯୋଗରେ ପୁରୀ ପୋଲିସ ୩ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ହେଲେ ପୁରୀ ଜିଲା ଭାଜପା ଯୁବମୋର୍ଚ୍ଚା ସଭାପତି ଜୟନ୍ତ କୁମାର ଦାସ, ପ୍ରଦୀପ ପରିଡ଼ା ଓ ବିଭୂତି ଭୂଷଣ ରଥ। ପୋଲିସ ସେମାନଙ୍କ ବିରୋଧରେ ଆଇପିସି ଧାରା ୨୯୪, ୩୪୧, ୩୫୩, ୩୩୨, ୩୩୬, ୫୦୬ ଓ ନଂ.୩୪/୨୧ରେ ମାମଲା ରୁଜୁ କରିଛି। କୋର୍ଟରେ ଜାମିନ ନାମଞ୍ଜୁର ହେବା ପରେ ସେମାନଙ୍କୁ ଜେଲକୁ ନିଆଯାଇଛି। ଅନ୍ୟପଟେ ଅଭିଯୁକ୍ତ ପୋଲିସ ହେଫାଜତରେ ଥିବାବେଳେ ତାଙ୍କ ସହ ଦୁର୍ବବ୍ୟହାର ସହ ମାରପିଟ୍‌ ହୋଇଥିବା ଅଭିଯୋଗ ଆଣିଛନ୍ତି। ପୋଲିସ ମାଡ଼ରେ ଜୟନ୍ତଙ୍କର କାନ ଫାଟି ଯାଇଛି। ଅଭିଯୁକ୍ତମାନଙ୍କ ଓକିଲ ବିଚାରପତିଙ୍କ ସମ୍ମୁଖରେ ଶରୀରରେ ହୋଇଥିବା କ୍ଷତସ୍ଥାନ ଦେଖାଇଥିବା ବେଳେ ପୋଲିସ କିଭଳି ଅମାନବୀୟ ବ୍ୟବହାର କରିଥିଲା ତାହା ଜଣାଇଥିଲେ। ଏ ନେଇ ଯୁବମୋର୍ଚ୍ଚା ସଭାପତି ଦାଶ କହିଛନ୍ତି, ପ୍ରଥମେ ତାଙ୍କୁ ଘଟଣାସ୍ଥଳରୁ ଉଠାଇ ନେବା ପରେ ପୋଲିସ କୁମ୍ଭାରପଡ଼ା ଥାନାକୁ ନେଇଥିଲେ। ଏହାପରେ ପୁରୀ ସହରର ବିଭିନ୍ନ ଆଇଆଇସି ଓ ପୋଲିସ ଅଧିକାରୀମାନେ ତାଙ୍କୁ ପ୍ଲାଷ୍ଟିକ ପାଇପରେ ମାଡ଼ ମାରିବା ସହ ତାଙ୍କ ସ୍ତ୍ରୀଙ୍କ ନାମରେ ଅଶ୍ଳୀଳ କଥା କହିଥିଲେ। ଏହାକୁ ଜୟନ୍ତ ବିରୋଧ କରିବାରୁ ଅଧିକ ମାଡ଼ ମାରିଥିଲେ। ପରେ ତାଙ୍କୁ ସେଠାରୁ ମେରାଇନ୍‌ ଡ୍ରାଇଭ୍‌ ଓ ପରେ ରାମଚଣ୍ଡୀ ଥାନା ନିଆଯାଇଥିଲା। ଅନ୍ୟପକ୍ଷରେ ଜୟନ୍ତ ଓ ତାଙ୍କ ସହଯୋଗୀଙ୍କ ଗିରଫ ପରେ ପୁରୀ ସହରରେ ଯୁବମୋର୍ଚ୍ଚା ଉତ୍ତେଜନାପୂର୍ଣ୍ଣ ପରିସ୍ଥିତି ସୃଷ୍ଟି କରିଥିଲା। ଅଠରନଳା ଛକଠାରେ ୨ ଘଣ୍ଟାରୁ ଊର୍ଦ୍ଧ୍ୱ ସମୟ ଧରି ରାସ୍ତାରୋକୋ କରାଯାଇଥିବା ବେଳେ ପୁରୀ ଭୁବନେଶ୍ୱର ମୁଖ୍ୟରାସ୍ତାରେ ଚଳାଚଳ ଠପ୍‌ ହୋଇଥିଲା। ସେହିଭଳି କୁମ୍ଭାରପଡ଼ା ଥାନା ସମ୍ମୁଖରେ ଜିଲା ଭାଜପା ସମସ୍ତ ନେତୃବୃନ୍ଦ ଉପସ୍ଥିତ ରହି ଟାୟାର ଜାଳି ରାସ୍ତାରୋକୋ ସହ ଧାରଣା ଦେଇଥିଲେ। ଏହି ଧାରଣାରେ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ, ବିଧାୟକ ଲଳିତେନ୍ଦ୍‌ୁ ବିଦ୍ୟାଧର ମହାପାତ୍ର, ପ୍ରଭାତୀ ପରିଡ଼ା, ରବି ମଲ୍ଲିକ, ପ୍ରଭଞ୍ଜନ ମହାପାତ୍ର, ସୁରଥ ବିଶ୍ୱାଲ, ଆଶ୍ରିତ ପଟ୍ଟନାୟକ, ବିରଞ୍ଚ ତ୍ରିପାଠୀ ଓ ଓମପ୍ରକାଶ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri