କରୋନାରେ ସିଏମ୍‌ସି ଅଧିକାରୀଙ୍କ ମୃତ୍ୟୁ

କଟକ ଅଫିସ, ୫।୧୦-କଟକ ମହାନଗର ନିଗମ (ସିଏମ୍‌ସି) ପରିସଂଖ୍ୟାନ ଅଧିକାରୀ ବିଶ୍ୱନାଥ ଲେଙ୍କା(୪୯)ଙ୍କ କରୋନାରେ ମୃତ୍ୟୁ ହୋଇଛି। ସୋମବାର ବିଳମ୍ବିତ ରାତିରେ ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ଘଟିଛି। ବିଶ୍ୱନାଥ କିଛିଦିନ ତଳେ କରୋନାରେ ଆକ୍ରାନ୍ତ ହୋଇ ହୋମ୍‌ ଆଇସୋଲେଶନରେ ରହିଥିଲେ। ତେବେ ତାଙ୍କର ଶ୍ୱାସରୋଗ ଥିବାରୁ ପରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ। ସେଠାରେ ସ୍ବାସ୍ଥାବସ୍ଥାରେ ଅବନତି ଘଟିବାରୁ ତାଙ୍କୁ ଆଇସିୟୁରେ ରଖାଯିବା ସହ ପ୍ଲାଜମା ଥେରାପି କରାଯାଇଥିଲା। ମାତ୍ର କୌଣସି ସୁଫଳ ମିଳି ନ ଥିଲା। ସେ ୨୦୧୮ ଅଗଷ୍ଟରେ ସିଏମ୍‌ସିରେ ପରିସଂଖ୍ୟାନ ଅଧିକାରୀ ଭାବେ ଯୋଗଦେଇଥିଲେ।