ଯୋଗୀଙ୍କ ନିଷ୍ପତ୍ତି: ସୁର ସାମ୍ରାଜ୍ଞୀଙ୍କ ନାଁରେ ହେବ ସ୍ବତନ୍ତ୍ର ଛକ

ଲକ୍ଷ୍ନୌ,୧୧।୨: ଉତ୍ତରପ୍ରଦେଶରେ ବିଧାନସଭା ନିର୍ବାଚନର ଦ୍ୱିତୀୟ ପର୍ଯ୍ୟାୟ ପାଇଁ ପ୍ରଚାରକୁ ଜୋରଦାର କରାଯାଇଛି। ଭୋଟରଙ୍କୁ ଆକୃଷ୍ଟ କରିବା ଲାଗି ବିଭିନ୍ନ ଦଳ ନାନାପ୍ରକାରର ଯୋଜନାମାନ ଘୋଷଣା କରୁଛନ୍ତି। ଏହିକ୍ରମରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ମଧ୍ୟ ପଛରେ ନାହାନ୍ତି। ସୁର ସାମ୍ରାଜ୍ଞୀ ଲତା ମଙ୍ଗେସକରଙ୍କ ନାଁରେ ଲତା ମଙ୍ଗେସକର ଏକାଡେମୀ ନିର୍ମାଣ କରିବା ପାଇଁ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ଏଥିସହ ଅଯୋଧ୍ୟାର ଏକ ସ୍ବତନ୍ତ୍ର ଛକକୁ ମଧ୍ୟ ଲତାଙ୍କ ନାମରେ ନାମକରଣ କରାଯିବ। ଶୁକ୍ରବାର କାସଗଞ୍ଜ ରାଲିରେ ଜନତାଙ୍କୁ ସମ୍ବୋଧିତ କରିବା ସମୟରେ ଏନେଇ ଘୋଷଣା କରିଛନ୍ତି ଯୋଗୀ ଆଦିତ୍ୟନାଥ। ତେବେ ଯୋଗୀ ସରକାରଙ୍କ ଏହି ନିଷ୍ପତ୍ତିକୁ ପ୍ରଧାନମନ୍ତ୍ରୀ ପ୍ରଂଶସା କରିଛନ୍ତି। ଉତ୍ତରପ୍ରଦେଶର ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପୂର୍ବରୁ କାସଗଞ୍ଜରେ ଏକ ସାଧାରଣ ସଭାକୁ ସମ୍ବୋଧିତ କରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କହିଛନ୍ତି, ଅଯୋଧ୍ୟାରେ ଭାରତ ରତ୍ନ ଗାୟୀକା ଲତା ମଙ୍ଗେସକରଙ୍କ ନାମରେ ଏକ ଛକର ନାମକରଣ କରାଯିବ। ଏଥିସହ ଫିଲ୍ମ ସିଟିରେ ସଙ୍ଗୀତ ପାଇଁ ଲତା ମଙ୍ଗେସକର ଏକାଡେମୀ ପ୍ରତିଷ୍ଠା କରିଥିବାରୁ ଆଦିତ୍ୟନାଥଙ୍କୁ ମୋଦି ଅଭିନନ୍ଦନ ଜଣାଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାର୍‌କୁ ଘେରିଗଲେ ଭାଜପା କର୍ମୀ, ପ୍ରଚାର ବାତିଲ କରି ଫେରିଆସିଲେ ୟେଦୁରପ୍ପା

ବେଙ୍ଗାଲୁରୁ,୧୬।୩: କର୍ନାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବରିଷ୍ଠ ନେତା ବିଏସ ୟେଦୁରପ୍ପା ଆଜି ଏକ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିଛନ୍ତି। ଗୁରୁବାର ଚିକମାଗାଲୁର ଜିଲାରେ ପ୍ରଚାର...

ଦିଲ୍ଲୀରେ ଲାଗିଲା ପ୍ରଥମ ସ୍ମଗ୍‌ ଟାଓ୍ବାର

ନୂଆଦିଲ୍ଲୀ: ସମଗ୍ର ଦେଶରେ ବାୟୁ ପ୍ରଦୂଷଣ ସାରା ଦେଶରେ ବଡ଼ ସମସ୍ୟା ହୋଇଥିବାବେଳେ ଦିଲ୍ଲୀର ସ୍ଥିତି ସବୁଠାରୁ ସଙ୍ଗିନ୍‌। ପ୍ରଦୂଷଣ ଜନିତ ରୋଗ ଓ ମୃତ୍ୟୁହାର...

ବଡ଼ ଘୋଷଣା: ୧୮ ବର୍ଷରୁ ଊର୍ଦ୍ଧ୍ୱଙ୍କୁ ମିଳିବ ମାଗଣା କରୋନା ଟିକା

ମୁମ୍ବାଇ,୨୫।୪: ଦେଶରେ କରୋନା ମହାମାରୀ ଯୁଦ୍ଧରେ ଜିତିବା ପାଇଁ ଟିକାକରଣ ଅଭିଯାନ ଉପରେ କ୍ରମାଗତ ଗୁରୁତ୍ୱ ଦିଆଯାଉଛି। କରୋନା ଦ୍ୱାରା ଅଧିକ ପ୍ରଭାବିତ ରାଜ୍ୟ ମଧ୍ୟରୁ...

୨୪୩ ଯାତ୍ରୀଙ୍କ ସହ ଜାହାଜ ନିଖୋଜ

ନୂଆଦିଲ୍ଲୀ,୨୨ା୬ : କେରଳର ଏର୍ନାକୁଲମ୍‌ ଜିଲାର ଏକ ବନ୍ଦରରୁ ଯାତ୍ରାରମ୍ଭ କରିଥିବା ଏକ ଯାତ୍ରୀବାହୀ ଜାହାଜ ନିଖୋଜ ହୋଇଯାଇଛି। ଏଥିରେ ୨୪୩ ଯାତ୍ରୀ ଥିଲେ। ପ୍ରଶାନ୍ତ...

ପରଲୋକରେ ପୂର୍ବତନ ମନ୍ତ୍ରୀ ଜୋସେଫ

ଥିରୁଭାନନ୍ତମପୁରମ,୧୩।୯: କେରଳର ପୂର୍ବତନ ମନ୍ତ୍ରୀ ତଥା ଜନତା ଦଳର ବରିଷ୍ଠ ନେତା ପ୍ରଫେସର ଏନ୍‌ଏମ୍‌ ଜୋସେଫଙ୍କ ପରଲୋକ ଘଟିଛି। ୭୯ବର୍ଷ ବୟସରେ ସେ ଶେଷ ନିଃଶ୍ୱାସ...

ନାଗାଲାଣ୍ଡରରେ ପ୍ରଥମ ମହିଳା ମନ୍ତ୍ରୀ…

କୋହିମା,୭।୩ : ନାଗାଲାଣ୍ଡ ବିଧାନସଭାକୁ ନିର୍ବାଚିତ ହୋଇଥିବା ପ୍ରଥମ ମହିଳା ବିଧାୟକ ସାଲହୁଟୁନୁ କ୍ରୁସେ ମଙ୍ଗଳବାର ମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର...

କୋଭିଡ୍‌ ମୃତକଙ୍କ ପରିବାରକୁ ମିଳିବ ୫୦ ହଜାର ଟଙ୍କା

ନୂଆଦିଲ୍ଲୀ, ୨୩।୯(ପି.ଟି.): କୋଭିଡ୍‌ ମହାମାରୀରେ ପ୍ରାଣ ହରାଇଥିବା ବ୍ୟକ୍ତିଙ୍କ ପରିବାରକୁ ରାଜ୍ୟ ସରକାର ୫୦ ହଜାର ଟଙ୍କା ଲେଖାଏ ସହାୟତା ପ୍ରଦାନ କରିବେ। କେନ୍ଦ୍ର ସରକାର...

ନିରାଶ କରିଛି ଭାରତ:ୟୁକ୍ରେନ ରାଷ୍ଟ୍ରଦୂତ

ନୂଆଦିଲ୍ଲୀ,୨୫ା୨:ୟୁକ୍ରେନ ସଙ୍କଟରେ ହସ୍ତକ୍ଷେପ କରି ଶାନ୍ତି ସ୍ଥାପନ ନିମନ୍ତେ ରୁଷିଆ ରାଷ୍ଟ୍ରପତି ଭ୍ଲାଡିମିର ପୁଟିନଙ୍କ ସହ ଆଲୋଚନା କରିବାକୁ ନୂଆଦିଲ୍ଲୀରେ ଅବସ୍ଥାପିତ ୟୁକ୍ରେନ ରାଷ୍ଟ୍ରଦୂତ ଆଇଗୋର...

Advertisement
Archives

Model This Week