Posted inଜାତୀୟ

‘୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ପୁଷ୍କର’

ଡେରାଡୁନ,୪।୭: ଉତ୍ତରାଖଣ୍ଡର ନୂଆ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି ମୁଖ୍ୟମନ୍ତ୍ରୀ ପୁଷ୍କର ସିଂ ଧାମି। ରାଜ୍ୟ ରାଜଧାନୀ ଡେରାଡୁନ ସ୍ଥିତ ରାଜ ଭବନରେ ଧାମି ରାଜ୍ୟର ୧୧ତମ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରିଛନ୍ତି। ରାଜ୍ୟପାଳ ବେବିରାଣୀ ମୌର୍ଯ୍ୟ ତାଙ୍କୁ ପଦ ଓ ଗୋପନୀୟତାର ଶପଥ ପାଠ କରାଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ ୧୧ ଜଣ ମନ୍ତ୍ରୀ ଶପଥ ନେଇଛନ୍ତି। ଶପଥ ଗ୍ରହଣ କରିବା ପରେ କ୍ୟାବିନେଟ ମନ୍ତ୍ରୀ ଅରବିନ୍ଦ ପାଣ୍ଡେ କହିଛନ୍ତି ଯେ, ପୁଷ୍କର ସିଂ ଧାମି ୬ ମାସ ନୁହେଁ, ୬ ବର୍ଷ ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଇଛନ୍ତି। ଏବେ ଏବiଂ ଆଗାମୀ ୫ ବର୍ଷ ଯାଏ ପୁଷ୍କର ମୁଖ୍ୟମନ୍ତ୍ରୀ ରହିବେ। ମୋ କଥାକୁ ରେକର୍ଡ କରି ରଖିବ। ଉତ୍ତରାଖଣ୍ଡ ଜନତା ଜାଣିଛନ୍ତି କି ବିକାଶ କେବଳ ଭାଜପା ସରକାର ହଁି କରିପାରିବ ବୋଲି ସେ କହିଛନ୍ତି।
ପୁଷ୍କର ସିଂ ଧାମି ରବିବାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବା ପୂର୍ବରୁ ଦଳର କିଛି ଅସନ୍ତୁଷ୍ଟ ଥିବା ଚର୍ଚ୍ଚା ହେଉଥିଲା। ହେଲେ ସେହି ନେତାମାନଙ୍କୁ ଧାମି ମନାଇଥିବା ଜଣାପଡ଼ିଛି। ଭାଜପା ସୂତ୍ର ଅନୁଯାୟୀ, ପୂର୍ବତନ କ୍ୟାବିନେଟ ମନ୍ତ୍ରୀ ସତ୍ୟପାଲ ମହାରାଜ ଏବଂ ହରକସିଂ ରାୱତଙ୍କ ଭଳି କିଛି ନେତା ଦଳର ଶୀର୍ଷ ନେତାଙ୍କ ଉପରେ ଅସନ୍ତୁଷ୍ଟ ଥିବା କୁହାଯାଉଛି। ତେବେ ସତ୍ୟପାଲ ମହାରାଜ କିନ୍ତୁ ଶପଥ ସମାରୋହରେ ଉପସ୍ଥିତ ଥିଲେ।
ଏହାପୂର୍ବରୁ ତିରଥ ସିଂ ରାଓ୍ବତ ଚାରି ମାସରୁ କମ ସମୟ ମୁଖ୍ୟମନ୍ତ୍ରୀ ଆସନରେ ରହିଥିଲେ। ହେଲେ ରାଜ୍ୟରେ ସାମ୍ବିଧାନିକ ସଙ୍କଟ ଦର୍ଶାଇ ଶୁକ୍ରବାର ବିଳମ୍ବିତ ରାତିରେ ତିରଥ ମୁଖ୍ୟମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିଲେ। ଏହା ପୂର୍ବରୁ ଏହି ଆସନରେ ତ୍ରିବେନ୍ଦ୍ର ସିଂ ରାୱତ ବସିଥିଲେ।

 


Enter your email to get our daily news in your inbox.

All Right Reserved By Dharitri.Com

ଘରେ ବନ୍ଦୀ ହୋଇ ରହୁଛନ୍ତି କରୋନା ଯୋଦ୍ଧାଙ୍କ ୭ ବର୍ଷର ଶିଶୁ

ଭିଲଓ୍ବାରା,୧୪।୪: ରାଜସ୍ଥାନର ସରୋଜ କୁମାର କନଷ୍ଟେବଳ ଭାବେ କାମ କରନ୍ତି। ଏବେ ସେ କରୋନା ଯୋଦ୍ଧା ଭାବେ ନିଜର କାର୍ଯ୍ୟରେ ଯୋଗ ଦେଉଥିବା ବେଳେ ନିଜର...

ବିଜୁଳି ସଙ୍କଟ: ୭୨ ଥର୍ମାଲ ପ୍ଲାଣ୍ଟରେ ମାତ୍ର ୩ ଦିନ ପାଇଁ ରହଛି କୋଇଲା, ଉପୁଜିପାରେ ଚାଇନା ଭଳି ପରିସ୍ଥିତି

ନୂଆଦିଲ୍ଲୀ,୩ ।୧୦: ଦେଶରେ ଚାଇନା ଭଳି ବିଜୁଳି ସଙ୍କଟ ଦେଖାଦେଇପାରେ ବୋଲି ଆଶଙ୍କା କରାଯାଇଛି । ବିଶେଷଜ୍ଞମାନେ କେନ୍ଦ୍ର ଶକ୍ତି ମନ୍ତ୍ରଣାଳୟ ଓ ଅନ୍ୟ ଏଜେନ୍ସି...

ପଞ୍ଜାବ ନିର୍ବାଚନ: ୯୪ ବର୍ଷରେ ନିର୍ବାଚନ ଲଢୁଥିବା ସବୁଠାରୁ ବୟସ୍କ ବ୍ୟକ୍ତି ପ୍ରକାଶ ସିଂ ବାଦଲ

ନୂଆଦିଲ୍ଲୀ,୩୧ ।୧: ପଞ୍ଜାବର ଶାସନ ଭାର ପାଞ୍ଚ ପାଞ୍ଚ ଥର ତୁଲାଇଥିବା ଅର୍ଥାତ୍ ୫ ଥର ମୁଖ୍ୟମନ୍ତ୍ରୀ ଓ ଶିରୋମଣି ଅକାଳି ଦଳର ବରିଷ୍ଠ ନେତା...

୨୦୨୪ ରଣନୀତି: ଶରଦ ପାୱାରଙ୍କ ନେତୃତ୍ୱରେ ହେବ ବିରୋଧୀ ଦଳ ବୈଠକ

ନୂଆଦିଲ୍ଲୀ,୨୧।୬: ୨୦୨୪ ସାଧାରଣ ନିର୍ବାଚନ ପାଇଁ ବିରୋଧୀଙ୍କ ପକ୍ଷରୁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି। ନ୍ୟାଶନାଲିଷ୍ଟ କଂଗ୍ରେସ ପାର୍ଟି(ଏନ୍‌ସିପି) ମୁଖ୍ୟ ଶରଦ ପାୱାର ମଙ୍ଗଳବାର ଅଣ କଂଗ୍ରେସ...

‘ରାମାୟଣ’, ‘ମହାଭାରତ’କୁ ନେଇ ଟିଆର୍‌ପି ଦୌଡରେ ଦୁଇ ଘରୋଇ ଚ୍ୟାନେଲ

ନୂଆଦିଲ୍ଲୀ,୪।୫: କରୋନା ଭାଇରସକୁ ନେଇ ସାରା ଦେଶରେ ଲକ୍‌ଡାଉନ ଚାଲିଥିବା ବେଳେ ଦୂରଦର୍ଶନରେ ପ୍ରସାରିତ ହୋଇଥିଲା ପୁରୁଣା ଧାରାବାହିକ ‘ରାମାୟଣ’ ଓ ‘ମହାଭାରତ’। ଦର୍ଶକେ ଏହାକୁ...

‘ପାକିସ୍ତାନକୁ କଡ଼ା ଚେତାବନୀ’

ଜାତିସଂଘ,୨୫।୯: ବିକାଶ ବିରୋଧୀ ଚିନ୍ତାଧାରାର କେତେକ ଦେଶ ଆତଙ୍କବାଦକୁ ରାଜନୈତିକ ଅସ୍ତ୍ର କରିଛନ୍ତି। ଏହା ସେମାନଙ୍କ ପାଇଁ ସମାନ ବିପଦ, ଏକଥାକୁ ଉକ୍ତ ରାଷ୍ଟ୍ରଗୁଡ଼ିକ ହୃଦୟଙ୍ଗମ...

ଆଜୀବନ ଜେଲ ଦଣ୍ଡ ଭୋଗୁଥିବା ୬୧ ପୁରୁଷ, ୨ ମହିଳା କଏଦୀଙ୍କୁ ମୁକ୍ତ କରିବେ ପଶ୍ଚିମବଙ୍ଗ ସରକାର

କୋଲକାତା,୨ ।୮: ପଶ୍ଚିମବଙ୍ଗ ସରକାର ମାନବିକତା ଦୃଷ୍ଟିରୁ ଜେଲ୍‌ରେ ଆଜୀବନ କାରାଦଣ୍ଡ ଭୋଗୁଥିବା ୬୧ ଜଣ ପୁରୁଷ ଓ ୨ ଜଣ ମହିଳା କଏଦୀଙ୍କୁ ମୁକ୍ତ...

ସଂକ୍ରମଣର ୫୦% କେରଳରେ

ନୂଆଦିଲ୍ଲୀ, ୨୮।୭: ଭାରତରେ ବୁଧବାର ସକାଳ ସୁଦ୍ଧା ଗୋଟିଏ ଦିନରେ ୪୩,୬୫୪ ଜଣ କୋଭିଡ୍‌ ପଜିଟିଭ୍‌ ଚିହ୍ନଟ ହେବା ସହ ମୋଟ ସଂକ୍ରମିତଙ୍କ ସଂଖ୍ୟା ୩,୧୪,୮୪,୬୦୫ରେ...

Advertisement
Archives

Model This Week