କିଶୋର ଜେନାଙ୍କୁ ଦେଢ଼ କୋଟି ଟଙ୍କାର ଚେକ୍ ସହ ସମ୍ବର୍ଦ୍ଧିତ କଲେ ମୁଖ୍ୟମନ୍ତ୍ରୀ, ଅଲିମ୍ପିକ୍ସ ପ୍ରସ୍ତୁତି ପାଇଁ ସମସ୍ତ ସହଯୋଗ ଦେବାକୁ ଦେଲେ ପ୍ରତିଶୃତି

ଭୁବନେଶ୍ୱର, ୧୭.୧୦: ନିକଟରେ ଚାଇନାର ହାଙ୍ଗଜୋଠାରେ ଶେଷ ହୋଇଥିବା ଏସୀୟ କ୍ରୀଡ଼ା ୨୦୨୩ରେ ରୌପ୍ୟ ପଦକ ହାସଲ ସହ ଆଗାମୀ ପ୍ୟାରିସ୍ ଅଲିମ୍ପିକ୍ସ ୨୦୨୪ରେ ନିଜର ସ୍ଥାନ ସୁନିଶ୍ଚିତ କରିଥିବା ଓଡ଼ିଶାର ଜାଭେଲିନ୍ ତାରକା କିଶୋର କୁମାର ଜେନାଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିବା ସହ ସମ୍ବର୍ଦ୍ଧିତ କରିଛନ୍ତି। କିଶୋର ସେଠାରେ ବ୍ୟକ୍ତିଗତ ଶ୍ରେଷ୍ଠ ୮୭.୫୪ ମିଟର ହାସଲ କରି ରୌପ୍ୟ ପଦକ ହାସଲ କରିଥିଲେ।

କିଶୋର କୁମାର ଜେନା ଓଡ଼ିଶା ପାଇଁ ଗୌରବର ଉତ୍ସ ବୋଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୋହରାଇବା ସହ ଏହି ଐତିହାସିକ ସଫଳତା ପାଇଁ ତାଙ୍କୁ ପ୍ରଶଂସା କରିଛନ୍ତି। ଆଗାମୀ ଦିନରେ କିଶୋର ରାଜ୍ୟ ପାଇଁ ଅଧିକ ଗୌରବ ଆଣିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା ବ୍ୟକ୍ତ କରିବା ସହ ପ୍ୟାରିସ୍ ଅଲିମ୍ପିକ୍ସ ପାଇଁ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

ସମ୍ବର୍ଦ୍ଧନା ଉତ୍ସବରେ ସଚିବ (୫ଟି) ଭି କେ ପାଣ୍ଡିଆନ୍ ଉପସ୍ଥିତ ରହି କିଶୋରଙ୍କ ଐତିହାସିକ ଯାତ୍ରା ପାଇଁ ଅଭିନନ୍ଦନ ଜଣାଇବା ସହ ଆଗାମୀ ପ୍ରତିଯୋଗିତା ପାଇଁ ଶୁଭେଚ୍ଛା ଜଣାଇଥିଲେ। ତାଙ୍କ ପ୍ରୟାସ ଓ ସଫଳତାକୁ ସ୍ୱୀକୃତି ଦେଇଥିବାରୁ କିଶୋର ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଥିଲେ। ଏଥି ସହ କ୍ରୀଡ଼ାବିତ ମାନେ ଯେପରି ନିଜ କ୍ରୀଡ଼ା ପ୍ରତି ଧ୍ୟାନ କେନ୍ଦ୍ରୀତ କରିପାରିବେ ସେଥିନେଇ ରାଜ୍ୟ ସରକାର ସମସ୍ତ ପ୍ରକାର ସାହାଯ୍ୟ ଓ ପ୍ରୋତ୍ସାହନ ଯୋଗାଇଦେଉଥିବାରୁ ସେ ଓଡ଼ିଶା ସରକାରଙ୍କ ନିକଟରେ କୃତଜ୍ଞତା ଜ୍ଞାପନ କରିଛନ୍ତି ।

ବିଶ୍ୱ ଆଥଲେଟିକ୍ସ ଦୁନିଆରେ ପୁରୀର ଏହି ଜାଭେଲିନ୍ ତାରକା ଏକ ଜ୍ୱଳନ୍ତ ଉଦାହରଣ ପାଲଟିଛନ୍ତି। ଏହି ବର୍ଷଟି ତାଙ୍କ ପାଇଁ ଅନେକ ସଫଳତା ଆଣିଦେଇଛି । ଏସୀୟ କ୍ରୀଡ଼ା ପ୍ରସ୍ତୁତି ସମୟରେ ବୁଡାପେଷ୍ଟରେ ଅନୁଷ୍ଠିତ ବିଶ୍ୱ ଆଥଲେଟିକ୍ସ ଚାମ୍ପିୟନଶିପରେ ପଞ୍ଚମ ସ୍ଥାନ ଅଧିକାର କରି ସେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିବାରୁ ତାଙ୍କର ଏହି ସ୍ୱୀକୃତି ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ୫୦ ଲକ୍ଷ ଟଙ୍କାର ପୁରସ୍କାର ରାଶି ପ୍ରଦାନ କରିଥିଲେ। କିଶୋର କ୍ରମାଗତ ଭାବରେ ସାରା ଋତୁରେ ନିଜର ବ୍ୟକ୍ତିଗତ ଶ୍ରେଷ୍ଠ ପ୍ରଦର୍ଶନକୁ ଅତିକ୍ରମ କରିଛନ୍ତି ଏବଂ ଆଗାମୀ ପ୍ୟାରିସ ଅଲିମ୍ପିକ୍ସ ୨୦୨୪ରେ ଏହି ଧାରାକୁ ବଜାୟ ରଖିବା ନିମନ୍ତେ ଆଶା ରଖିଛନ୍ତି ।


Enter your email to get our daily news in your inbox.

All Right Reserved By Dharitri.Com

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଏହିଦିନ ଭାରତ-ପାକିସ୍ତାନ ସେମିଫାଇନାଲ ମୁକାବିଲା: କେବେ, କେଉଁଠି ଦେଖିବେ ମ୍ୟାଚ ଜାଣନ୍ତୁ…

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସରେ ଏବେ ଭାରତ ଓ ପାକିସ୍ତାନର ହକି ଟିମ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଉଭୟ ଦଳ ମଧ୍ୟରେ ଏହି ମୁକାବିଲା ସିଧାସଳଖ ଫାଇନାଲ ଟିକେଟ…

ହୀରାକୁଦର ୩୦ ଗେଟ୍‌ ଖୋଲିଲା

ସମ୍ବଲପୁର,୨୮ା୯(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ହଠାତ୍‌ ୬ ଲକ୍ଷ ଘନଫୁଟ୍‌ରୁ ଊର୍ଦ୍ଧ୍ୱରେ ପହଞ୍ଚିବା ପରେ ସୋମବାର ପୁଣି ୨ଟି ସ୍ଲୁଇସ୍‌ ଗେଟ୍‌କୁ ଖୋଲି…

ମହିଳା ୨୫ ମି. ପିସ୍ତଲରେ ଇଶାଙ୍କୁ ରୌପ୍ୟ, ନିରାଶ କଲେ ମନୁ

ନାଗୋୟା,୨୮ା୯: ଭାରତୀୟ ଶୁଟର ଇଶା ସିଂ ମହିଳା ୨୫ ମି. ପିସ୍ତଲ ବ୍ୟକ୍ତିଗତ ଇଭେଣ୍ଟରେ ରୌପ୍ୟ ପଦକ ଜିତିଛନ୍ତି। ଚଳିତ ଏସିଆନ ଗେମ୍ସରେ ଶୁଟିଂ ପ୍ରତିଯୋଗିତାରେ ଏହା…

କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲା: ବିଦ୍ୟୁତ୍‌ ବିଭାଗର ୩ ଯନ୍ତ୍ରୀ କଲେ ଆତ୍ମସମର୍ପଣ

କେନ୍ଦୁଝର,୨୮।୯(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ବହୁ ଚର୍ଚ୍ଚିତ ଷ୍ଟ୍ରିଟ ଲାଇଟ୍‌ ଦୁର୍ନୀତି ମାମଲାରେ ୩ଜଣ ଯନ୍ତ୍ରୀ ଆତ୍ମସମର୍ପଣ କରିଛନ୍ତି। ସୋମବାର କେନ୍ଦୁଝର ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟରେ ବିଦ୍ୟୁତ୍‌…

ଟ୍ରକ୍‌ ଡ୍ରାଇଭରଙ୍କ ଝିଅ ରଚିଲେ ଇତିହାସ: ଏସିଆନ ଗେମ୍‌ରେ ଭାଙ୍ଗିଲେ ୪୨ ବର୍ଷର ରେକର୍ଡ

ନୂଆଦିଲ୍ଲୀ,୨୮।୯: ଏସିଆନ ଗେମ୍ସ ୨୦୨୬ରେ ତାମିଲନାଡୁର ଆଥଲେଟ ବିଥ୍ୟା ରାମରାଜ ନିଜ ନାଁରେ କରିଛନ୍ତି ଏକ ବଡ଼ ରେକର୍ଡ। ମହିଳା ୪୦୦ ମିଟର ହର୍ଡଲ୍ସରେ ସେ ୫୪.୭୫…

ମହାନଦୀ ଜଳ ବିବାଦକୁ ନେଇ AG ପୀତାମ୍ବର ଆଚାର୍ଯ୍ୟଙ୍କ ବଡ଼ ସୂଚନା, କହିଲେ…

ଭୁବନେଶ୍ୱର,୨୮।୯: ମହାନଦୀ ଜଳ ବିବାଦ ସମାଧାନକୁ ନେଇ AG ପୀତାମ୍ବର ଆଚାର୍ଯ୍ୟ ସୋମବାର ଏକ ବଡ଼ ସୂଚନା ଦେଇଛନ୍ତି। ମହାନଦୀ ଜଳ ବିବାଦ ସମାଧାନ ନେଇ ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?