ଭୁବନେଶ୍ବର,୨୦ା୪: ଆଜି ପବିତ୍ର ଅକ୍ଷୟ ତୃତୀୟା । ଏହି ଦିନ ମାଙ୍ଗଳିକ କାର୍ଯ୍ୟ ଆରମ୍ଭ କରିବା ଅତ୍ୟନ୍ତ ଶୁଭ ହୋଇଥାଏ । ଅନ୍ୟପକ୍ଷେ ଆଜି କଟକରେ ପାଳିତ ହେଉଛି ରାଜ୍ୟସ୍ତରୀୟ କୃଷକ ସମାରୋହ। ଏହାରି ଭିତରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଚାଷୀଙ୍କୁ ଖୁସି ଖବର ଦେଇଛନ୍ତି । ଚାଷୀଙ୍କ ଆକାଉଣ୍ଟକୁ ସିଏମ କିଷାନ ଟଙ୍କା ପଠାଯାଇଛି ।
୪୧ ଲକ୍ଷ ୬୮ ହଜାର ଚାଷୀଙ୍କୁ ମିଳିଲା ସିଏମ୍ କିଷାନ ଟଙ୍କା । ପବିତ୍ର ଅକ୍ଷୟ ତୃତୀୟାରେ ଚାଷୀଙ୍କ ଆକାଉଣ୍ଟ ଗଲା ସିଏମ୍ କିଷାନ ଟଙ୍କା । କଟକରେ ରାଜ୍ୟସ୍ତରୀୟ କୃଷକ ଦିବସରେ ଟଙ୍କା ଦେଲେ ମୁଖ୍ୟମନ୍ତ୍ରୀ । ମୋଟ ୮୩୮ କୋଟି ୪୮ ଲକ୍ଷ ଟଙ୍କା ବଣ୍ଟନ କରାଗଲା । ୪୧ ଲକ୍ଷ ୨୭ ହଜାର ୫୩୩ କ୍ଷୁଦ୍ର ଓ ୪୧ ହଜାର ୪୯ ଭୂମିହୀନ ଚାଷୀ ଉପକୃତ ହୋଇଛନ୍ତି । ଟଙ୍କା ପାଇବା ପରେ ଚାଷୀଙ୍କ ମହଲରେ ଖୁସି ଦେଖିବାକୁ ମିଳିଛି ।
ପ୍ରକାଶଥାଉକି, କେନ୍ଦ୍ରୀୟ ଧାନ ଗବେଷଣା ଅନୁଷ୍ଠାନ-CRRIରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ହୋଇଛି। ଏଥିରେ ମୁଖ୍ୟମନ୍ତ୍ରୀ ଯୋଗ ଦେଇ ପାରମ୍ପରିକ ରୀତିନୀତି ଅନୁସାରେ, ହୋମଯଜ୍ଞ ହେବା ସହ ଅକ୍ଷିମୁଠି ଅନୁକୂଳ କରିଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ କେଭି ସିଂହ ଦେଓ ମଧ୍ୟ ଉପସ୍ଥିତ ଥିଲେ।