‘ମମିତାଙ୍କ ଘଟଣାରେ ମୁଖ୍ୟମନ୍ତ୍ରୀଙ୍କ ଦରଦ ନାହିଁ’

ଭୁବନେଶ୍ୱର, ୪।୧୨(ବ୍ୟୁରୋ): ବିଧାନସଭାରେ ମମିତା ମେହେର ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଛଳନାପୂର୍ଣ୍ଣ ଭିଡିଓ ବିବୃତି ଦେଇଛନ୍ତି। ମମିତାଙ୍କ ପରିବାରକୁ ନ୍ୟାୟ ନୁହେଁ ବରଂ ଦିବ୍ୟଶଙ୍କର ମିଶ୍ରଙ୍କୁ ବଞ୍ଚାଇବା ପାଇଁ ହୋଇଥିବା ଅପଚେଷ୍ଟା ରାଜ୍ୟବାସୀଙ୍କୁ ଗଭୀର ଆଘାତ ପହଞ୍ଚାଇଛି ବୋଲି ଖବରଦାତା ସମ୍ମିଳନୀ ଜରିଆରେ ଭାଜପା ପକ୍ଷରୁ କୁହାଯାଇଛି। ମମିତା ହତ୍ୟା ଘଟଣାରେ ବିଧାନସଭାରେ ମୁଖ୍ୟମନ୍ତ୍ରୀଙ୍କ ବିବୃତି ଲଜ୍ଜାଜନକ ଓ ଅତ୍ୟନ୍ତ ନିନ୍ଦନୀୟ। ମୁଖ୍ୟମନ୍ତ୍ରୀଙ୍କ ଏହି ବିବୃତିକୁ ଭାଜପା ବିଧାୟକ ଦଳ ପକ୍ଷରୁ ପ୍ରତ୍ୟାଖ୍ୟାନ କରାଯାଉଛି ବୋଲି ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ଚରଣ ମାଝି ଏବଂ ବିଧାୟକ ଜୟ ନାରାୟଣ ମିଶ୍ର କହିଛନ୍ତି।
ମୋହନ କହିଛନ୍ତି, ମମିତା ମେହେର ହତ୍ୟା ଅକ୍ଟୋବର ୮ ତାରିଖରେ ହୋଇଥିବା ବେଳେ ୨ ମାସ ପର୍ଯ୍ୟନ୍ତ ମୁଖ୍ୟମନ୍ତ୍ରୀଙ୍କ ନୀରବତା ରାଜ୍ୟବାସୀଙ୍କୁ ଦୁଃଖିତ ଓ ବିଚଳିତ କରିଛି। ଆଜିର ବିଧାନସଭା ବିବୃତିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମୁଖ୍ୟମନ୍ତ୍ରୀଙ୍କ ମମିତା ପ୍ରତି ଦରଦ ନାହିଁ। ମମିତା ମେହେର ବୀଭତ୍ସ ହତ୍ୟାକାଣ୍ଡକୁ ଅଘଟଣ କହି ମୁଖ୍ୟମନ୍ତ୍ରୀ ତାଙ୍କ ଦଳର କର୍ମୀ ଓ ମନ୍ତ୍ରୀଙ୍କ ଦ୍ୱାରା ସୁପରିକଳ୍ପିତ ଏହି ଘଟଣାକୁ ହାଲୁକା ଭାବେ ଦର୍ଶାଇବା ପାଇଁ ଅପଚେଷ୍ଟା କରିଛନ୍ତି। ଇତିମଧ୍ୟରେ ମୁଖ୍ୟମନ୍ତ୍ରୀ କଳାହାଣ୍ଡି, ବରଗଡ଼ ଓ ଝାରସୁଗୁଡ଼ା ଗସ୍ତ କରିଥିଲେ ମଧ୍ୟ ମମିତାଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା ସହ ନ୍ୟାୟର ପ୍ରତିଶ୍ରୁତି ନ ଦେଇପାରିବା ପ୍ରମାଣିତ କରୁଛି ଯେ ତାଙ୍କର ଏଥିପ୍ରତି ଆନ୍ତରିକତା ନାହିଁ। ମମିତାଙ୍କ ପରିବାର ସେତେବେଳେ ଶାନ୍ତିରେ ରହିବେ ଯେତେବେଳେ ଅସଲି ଅପରାଧୀ ଓ ଷଡ଼ଯନ୍ତ୍ରକାରୀମାନେ ଦଣ୍ଡିତ ହେବେ। ଆମର ନ୍ୟାୟିକ ବ୍ୟବସ୍ଥା ଉପରେ ସମ୍ପୂର୍ଣ୍ଣ ବିଶ୍ୱାସ ଥିଲେ ମଧ୍ୟ ଯେଉଁଭଳି ପ୍ରଥମରୁ ପୋଲିସ ତଦନ୍ତକୁ ବାଟବଣା କରିଛି ଏବଂ ତଥ୍ୟପ୍ରମାଣ ନଷ୍ଟ କରିଛି। ଯାହାଙ୍କ ନାମରେ ଅଭିଯୋଗ ଆସିଛି ସେ ନିଜେ ତଦନ୍ତ ବିଭାଗର ମୁଖିଆ ହୋଇ ରହିଲେ ନିରପେକ୍ଷ ବିନା ଚାପରେ ତଦନ୍ତ ଅସମ୍ଭବ ଏହା ସମସ୍ତେ ଜାଣନ୍ତି। ଗୃହ ରାଷ୍ଟ୍ରମନ୍ତ୍ରୀ ବହିଷ୍କାରରୁ ତଦନ୍ତ ଆରମ୍ଭ ହେବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରକୃତ ଉଦ୍ୟୋଗୀ କେବଳ ନିଜ ପାଇଁ ସମ୍ପତ୍ତି ସୃଷ୍ଟି କରନ୍ତି ନାହିଁ

ଭାଲଚନ୍ଦ୍ର ମହାନ୍ତି ଜଣେ ପ୍ରଥମ ପିଢିର ଓଡ଼ିଆ ଉଦ୍ୟୋଗୀ ଏବଂ ଓରିକ୍ଲିନ୍‌ ପ୍ରାଇଭେଟ୍‌ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ। ୧୯୯୦ ମସିହାରେ କମ୍ପାନୀ ପ୍ରତିଷ୍ଠା ହେବା ପରଠାରୁ ସେ…

ବଢ଼ୁଛି ନର୍ଲା ବିଧାୟିକା,ବ୍ଲକ ୟଧ୍ୟକ୍ଷଙ୍କ କ୍ରେଜ୍‌: ଓ୍ବାରେଣ୍ଟି ପରେବି ମିଳୁଛି ଲୋକଙ୍କ ସମର୍ଥନ

କେସିଙ୍ଗାତା,୫।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ କନ୍ତେଶିର ଗ୍ରାମବାସୀ ଏକତ୍ରିତ ହୋଇଛନ୍ତି। ନର୍ଲା ବିଧାୟିକା ମନୋରମ ମହାନ୍ତି ଓ ଭାରପ୍ରାପ୍ତ ବ୍ଲକ ଅଧ୍ୟକ୍ଷ ଦୁର୍ଗା ପ୍ରସାଦ…

ଆହୁରି ୨୪ ଘଣ୍ଟା ପ୍ରବଳ ଗରମ-ଗୁଳୁଗୁଳି, ୪ଦିନ ଯାଏ କାଳବୈଶାଖୀ

ଭୁବନେଶ୍ୱର,୫।୪(ବନ୍ଦନା ସେଠୀ): ଗତ କିଛିଦିନ ହେବ ପ୍ରବଳ ଗରମ ଓ ଗୁଳୁଗୁଳିରେ ଅସ୍ତବ୍ୟସ୍ତ ହେଉଛି ଜନଜୀବନ। ଦିନବେଳା ଅଗ୍ନିବର୍ଷା ହେଉଥିବାବେଳେ ସନ୍ଧ୍ୟା ହେଲେ କାଳବୈଶାଖୀ ଚିନ୍ତା ବଢ଼ାଉଛି।…

ପିତୃ ଶବ୍ଦର ମହାନତା

ପିତୃ’ ବା ତତ୍ସମ ଶବ୍ଦ ଯଥା ପିତା, ତାତ, ଜନକ, ବାପା, ବାପୁ, ବାବୁ, ପାପା, ନନା, ବାବା, ଡାଡି, ଡାଡ୍‌, ଡେ’ ଏହିପରି ଏକାର୍ଥବୋଧକ ଯେତେ…

ମଣିମା ଶୁଣିମା ହେଉ

ବାଲ୍ୟକାଳରେ ଶୁଣିଥିବା କାହାଣୀ ବେଳେବେଳେ ବିସ୍ମୃତିରୁ ବାହୁଡ଼ିଆସେ। ସେତେବେଳେ ଶିଶୁମନକୁ ଖୁବ୍‌ ପ୍ରଭାବିତ କରିଥିବା କାହାଣୀର ବିଲୋଳ ଚରିତ୍ର ଆଖି ଆଗରେ ଉଭାହୁଏ। ସାମ୍ପ୍ରତିକ ସମୟର ଲାଞ୍ଚମିଛ,…

ଇରାନ ପରେ ଇସ୍ତ୍ରାଏଲ ଉପରେ ଆକ୍ରମଣ କଲେ ହୁଥି ବିଦ୍ରୋହୀ, ସାମରିକ ଘାଟି ଉପରେ କ୍ଲଷ୍ଟର….

ତେହେରାନ,୫।୪: ଇରାନ ବ୍ୟତୀତ, ୟେମେନର ହୁତି ବିଦ୍ରୋହୀମାନେ ଏବେ ଇସ୍ରାଏଲ ଉପରେ ଏକ ବଡ଼ ଆକ୍ରମଣ ଆରମ୍ଭ କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ହୁଥି ବିଦ୍ରୋହୀମାନେ…

କେବଳ ଦର୍ଶକ

ମଧ୍ୟପ୍ରାଚ୍ୟ ଯୁଦ୍ଧ ଏବେ ଦ୍ୱିତୀୟ ମାସରେ ପ୍ରବେଶ କରିଛି। ଏହା ଏକ ଲମ୍ବା ଯୁଦ୍ଧ ହେବାକୁ ଯାଉଛି ଏବଂ ଏ ସମ୍ପର୍କରେ ମୁଁ କିଛି ଟିପ୍ପଣୀ ଦେବା…

ଆରମ୍ଭ ହେବ ମୁଖ୍ୟମନ୍ତ୍ରୀ ଅନ୍ନପୂର୍ଣ୍ଣା ଯୋଜନା, ଅଧିକ ୫ କେଜି ଚାଉଳ ପାଇବେ ହିତାଧିକାରୀ

ଭୁବନେଶ୍ୱର,୫।୪(ସୁନିତ୍‌ ମିଶ୍ର): ଜାତୀୟ ଖାଦ୍ୟ ସୁରକ୍ଷା ଆଇନ (ଏନ୍‌ଏଫ୍‌ଏସ୍‌ଏ) ଏବଂ ରାଜ୍ୟ ଖାଦ୍ୟ ସୁରକ୍ଷା ଯୋଜନା (ଏସ୍‌ଏଫଏସ୍‌ଏସ୍‌)ର ହିତାଧିକାରୀ ଏଣିକି ଅଧିକ ୫ କେଜି ଲେଖାଏ ଚାଉଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri