କଟକଣା ମାନିଲେ, ଅରୁଣ ସ୍ତମ୍ଭ ପାଖକୁ ଗଲେନି

ପୁରୀ ଅଫିସ୍‌,୧୮ା୧୦: କରୋନା କଟକଣା ପାଇଁ ମାର୍ଚ୍ଚ ୨୦ରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ଛଡ଼ାଯାଉ ନାହିଁ। କିନ୍ତୁ ଅନେକ ସମୟରେ ବିଭିନ୍ନ ଦଳର ନେତା, ମନ୍ତ୍ରୀ ମହାପ୍ରଭୁଙ୍କ ଆଶିଷ ଭିକ୍ଷା ପାଇଁ ଆସି ଅରୁଣ ସ୍ତମ୍ଭ ପାଖକୁ ଯାଇଛନ୍ତି। ଅରୁଣ ସ୍ତମ୍ଭ ନିକଟରୁ ପତିତପାବନଙ୍କୁ ଦର୍ଶନ କରିବା ସହ ଦୀପ ଜାଳିଛନ୍ତି। ଏହାକୁ ନେଇ ବିଭିନ୍ନ ସମୟରେ ଭକ୍ତଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି। ହେଲେ ଏ କ୍ଷେତ୍ରରେ ଉଦାହରଣ ସାଜିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଶନିବାର ଶ୍ରୀମନ୍ଦିର ସୌନ୍ଦର୍ଯ୍ୟକରଣ ସମୀକ୍ଷା କରିବାକୁ ଆସିଥିବାବେଳେ ସେ ଅରୁଣ ସ୍ତମ୍ଭ ପାଖକୁ ଯାଇ ନ ଥିଲେ। ସାଧାରଣ ଭକ୍ତଙ୍କ ଭଳି ଦୂରରେ ଠିଆ ହୋଇ ପତିତପାବନଙ୍କୁ ଦର୍ଶନ କରିବା ସହ ପ୍ରଣାମ କରିଥିବା ଦେଖିବାକୁ ମିଳିଥିଲା।
ବ୍ୟାଟେରି ଅଟୋ ନିରାଶ, ଚାଲି ଚାଲି ବୁଲିଲେ
ମୁଖ୍ୟମନ୍ତ୍ରୀଙ୍କୁ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲାଇବା ଲାଗି ପୂର୍ବରୁ ଏକ ବ୍ୟାଟେରି ଅଟୋ ବ୍ୟବସ୍ଥା କରାଯାଇଥିଲା। ଅଟୋ ଚାଳକ ମଧ୍ୟ ବେଶ୍‌ ଖୁସିଥିଲେ। ତାଙ୍କ ଗାଡ଼ିରେ ବସି ମୁଖ୍ୟମନ୍ତ୍ରୀ ଶ୍ରୀମନ୍ଦିର ଚତୁଃପାର୍ଶ୍ୱର ଉନ୍ନତୀକରଣ କାର୍ଯ୍ୟ ଦେଖିବେ। ମୁଖ୍ୟମନ୍ତ୍ରୀ ପହଞ୍ଚତ୍ଲେ ସିନା, ହେଲେ ଗାଡ଼ିରେ ନୁହେଁ ଶ୍ରୀମନ୍ଦିର ଚାରିପାଖ ଚାଲି ଚାଲି ବୁଲିଲେ। ସୁରକ୍ଷାବଳୟ ପାଇଁ ଚାଲିଥିବା ଉଚ୍ଛେଦ କାମ କେତେଦୂର ଆଗେଇଛି ତାହାର ଅନୁଧ୍ୟାନ କରିଥିଲେ। ବିଚରା ବ୍ୟାଟେରି ଅଟୋ ଚାଳକଙ୍କୁୁ ନିରାଶ ହେବାକୁ ପଡ଼ିଥିଲା।
୯ ମାସ ପରେ ଦେଖିଲେ ଭିନ୍ନ ପରିବେଶ
ଠିକ୍‌ ୯ ମାସ ପୂର୍ବରୁ ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ଲାଗି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୭ଟି ମେଗା ପ୍ରକଳ୍ପର ଶିଳାନ୍ୟାସ କରିଥିଲେ। ଜାନୁୟାରୀ ୧୬ ରେ ବଡ଼ଦାଣ୍ଡରେ ବସି ଶ୍ରୀମନ୍ଦିର ଐତିହ୍ୟ କରିଡ଼ର ରୂପରେଖକୁ ନେଇ ପ୍ରସ୍ତୁତ ନକ୍ସାର ସମୀକ୍ଷା କରିଥିଲେ। ୯ ମାସ ପରେ ଶ୍ରୀମନ୍ଦିର ଚତୁଃପାର୍ଶ୍ୱରେ ଘଟିଛି ବ୍ୟାପକ ପରିବର୍ତ୍ତନ। ଏହି ଭିନ୍ନ ପରିବେଶକୁ ମେଘନାଦ ପାଚେରି କଡ଼ରେ ଚାଲିଚାଲି ଦେଖିଥିଲେ ମୁଖ୍ୟମନ୍ତ୍ରୀ।
ଫଟୋ ଉଠାଇବା ପାଇଁ ଅଟକି ଗଲେ
ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ବୁଲିସାରିବା ପରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର ଫେରିବା ପାଇଁ ଗାଡ଼ି ନିକଟକୁ ଯାଉଥିଲେ। ମାତ୍ର ଗଣମାଧ୍ୟମ ପ୍ରତିନିଧିମାନେ ଆସିବା ସମୟର ଫଟୋ ଉଠାଇବା ପାଇଁ ସୁଯୋଗ ପାଇ ନ ଥିବାରୁ ଫଟୋ ଏବଂ ପ୍ରତିକ୍ରିୟା ନେବାକୁ ଚାହିଁଥିଲେ। ସୁରକ୍ଷା କର୍ମୀମାନେ କର୍ଡନ କରି ଆଗକୁ ବଢ଼ିବାକୁ ଚାହୁଁଥିବା ବେଳେ ମୁଖ୍ୟମନ୍ତ୍ରୀ ଅଟକି ଯାଇଥିଲେ। ସୂଚନା କେନ୍ଦ୍ର ନିକଟରେ ଠିଆ ହୋଇ ଫଟୋ ପାଇଁ ସମୟ ଦେଇଥିଲେ ଏବଂ ପୁରୀ କାହିଁକି ଆସିଛନ୍ତି ସେ ସମ୍ପର୍କରେ ଗଣମାଧ୍ୟମ ପ୍ରତିନିଧିଙ୍କୁ ସୂଚନା ଦେଇଥିଲେ।
ଏମାର ମଠ ନିକଟରୁ ଦେଖିଲେ ଶ୍ରୀମନ୍ଦିର ଦୃଶ୍ୟ ଶ୍ରୀମନ୍ଦିର ଚତୁଃପାର୍ଶ୍ୱ ପରିକ୍ରମା କରିବା ବେଳେ ମୁଖ୍ୟମନ୍ତ୍ରୀ ଏମାର ମଠ ନିକଟରେ କିଛି ସମୟ ଠିଆ ହୋଇଥିଲେ। ସେଠାରେ ଶ୍ରୀମନ୍ଦିରର ଦୃଶ୍ୟ ଉପଭୋଗ କରିଥିଲେ। ପୂର୍ବରୁ ଏମିତି ଖୋଲା ଜାଗାରେ ଠିଆ ହୋଇ ଶ୍ରୀମନ୍ଦିରକୁ ଦେଖିବାର ସୁଯୋଗ ନ ଥିଲା। ମାତ୍ର ଉଚ୍ଛେଦ ପରେ ଭକ୍ତଙ୍କୁ ଏହି ସୁଯୋଗ ମିଳୁଛି । ଠିକ୍‌ ଏହି ସମୟରେ ଶ୍ରୀମନ୍ଦିର ଆକାଶରେ ସୂର୍ଯ୍ୟାସ୍ତ ଏବଂ ଭାସମାନ ମେଘଖଣ୍ଡ ଦୃଶ୍ୟ ବେଶ୍‌ ଚମତ୍କାର ଦେଖାଯାଉଥିଲା।


Enter your email to get our daily news in your inbox.

All Right Reserved By Dharitri.Com

୨୫ ଫୁଟ ଉଚ୍ଚ ପାଣି ଟାଙ୍କିରେ ଚଢ଼ିଗଲେ ଛାତ୍ର, ସୁରକ୍ଷାକୁ ନେଇ ବଢ଼ିଲା ଚିନ୍ତା

ଖଜୁରିପଡ଼ା,୨ା୪(ବିଦୁର ବେହେରା): ଖଜୁରିପଡ଼ା ବ୍ଲକ୍‌ ପିରିକୁଡ଼ି ସରକାରୀ ଉଚ୍ଚ ବିଦ୍ୟାଳୟରେ ପ୍ରଥମରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଶତାଧିକ ଛାତ୍ରୀଛାତ୍ର ହଷ୍ଟେଲରେ ରହି ପାଠପଢୁଥିବା ବେଳେ ସେମାନଙ୍କ ସୁରକ୍ଷାକୁ…

ଟ୍ରେନ୍ ଯାତ୍ରୀଙ୍କ ପାଇଁ IRCTC ର ‘ଡିଜିଟାଲ୍ ଢାବା’: ଏବେ ଗୋଟିଏ କ୍ଲିକରେ ସିଟ୍‌ରେ ପହଞ୍ଚିବ ଗରମାଗରମ ଖାଦ୍ୟ! ଜାଣନ୍ତୁ କେମିତି…

ନୂଆଦିଲ୍ଲୀ,୨।୪: ଭାରତୀୟ ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କ ପାଇଁ ଏକ ବଡ଼ ସୁବିଧା ନେଇ ଆସିଛି IRCTC। ଏବେ ମେଲ କିମ୍ବା ଏକ୍ସପ୍ରେସ ଟ୍ରେନରେ ଯାତ୍ରା ସମୟରେ…

ହର୍ମୁଜ୍ ପ୍ରଣାଳୀ ନେଇ ଇରାନର ବଡ଼ ଘୋଷଣା, ଆମର ଭାରତୀୟ ବନ୍ଧୁମାନେ ସୁରକ୍ଷିତ…..

ନୂଆଦିଲ୍ଲୀ,୨ା୪: ପଶ୍ଚିମ ଏସିଆରେ ଚାଲିଥିବା ବିବାଦ ମଧ୍ୟରେ, ଇରାନ ଭାରତ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବିବୃତ୍ତି ଜାରି କରିଛି। ଇରାନ କହିଛି ଯେ ଏହାର ଭାରତୀୟ ବନ୍ଧୁମାନଙ୍କୁ…

୨୦୨୬ ଆଇପିଏଲରେ ଖେଳିବା ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ RCB ବୋଲର, ପୂରା ଘଟଣା ଜାଣିଲେ…

ନୂଆଦିଲ୍ଲୀ,୨।୪: IPL ୨୦୨୬ ମଧ୍ୟରେ ଏକ ଗୁରୁତ୍ୱପୂର୍ଣ୍ଣ ଖବର ସାମ୍ନାକୁ ଆସିଛି। ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁ (RCB)ର ଶ୍ରୀଲଙ୍କାର ଦ୍ରୁତ ବୋଲର ନୁୱାନ ତୁଷାରା IPL ୨୦୨୬…

ମା’ ଦକ୍ଷିଣ କାଳୀଙ୍କ ୧୩ଦିନିଆ ଦଣ୍ଡ ଯାତ୍ରା ଆରମ୍ଭ, ଢହଢହ ଖରାରେ ଭୋକତା ଭୋଗିବେ….

ଗଞ୍ଜାମ,୧।୪(ବିଦ୍ୟାଧର ସାହୁ ): ଗଞ୍ଜାମ ସହର କଲେଜ ରୋଡ଼ ସ୍ଥିତ ମା’ ଦକ୍ଷିଣ କାଳୀଙ୍କ ତେର ଦିନିଆ ଦଣ୍ଡଯାତ୍ରା ଗୁରୁବାର ଶୁଭାରମ୍ଭ ହୋଇଛି । ମା’ ଦକ୍ଷିଣ…

ଇନଷ୍ଟାଗ୍ରାମରୁ ପ୍ରେମ ପରେ ଛୁଆ ଜନ୍ମ ଦେଲେ ୨୦ ବର୍ଷୀୟ ଯୁବତୀ; ଭୟରେ ବାଲଟିରେ ସିଲ୍ କରି ମନ୍ଦିରରେ ଛାଡିଦେଲେ, ତାପରେ…

ନୂଆଦିଲ୍ଲୀ,୨ା୪: ଇନଷ୍ଟାଗ୍ରାମରୁ ସାଙ୍ଗ ହେବା ପରେ ଗଢ଼ି ଉଠିଥିଲା ପ୍ରେମ ସମ୍ପର୍କ । ପରେ ୨୦ ବର୍ଷୀୟ ଯୁବତୀ ଜଣକ ଏକ ଛୁଆକୁ ଜନ୍ମ ଦେଇଥିଲେ ।…

ବଡ଼ ଘୋଷଣା କଲେ ଉପମୁଖ୍ୟମନ୍ତ୍ରୀ, ଝିଅ ଜନ୍ମ ହେବାର ବର୍ଷକ ଭିତରେ ଟଙ୍କା ପଠାଇବେ ସରକାର

ଭୁବନେଶ୍ବର,୨ା୪: ଖୁଵ୍‌ ଶୀଘ୍ର ଆସିବ କନ୍ୟା ସୁମଙ୍ଗଳ ଯୋଜନାର ଏସ୍‌ଓପି । ସୂଚନା ଦେଲେ ଉପ ମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା । ଝିଅ ଜନ୍ମ ହେବାର ବର୍ଷକ…

ସରିଲା ମା’ ତାରାତାରିଣୀଙ୍କ ଚୈତ୍ର ପର୍ବ: ଅଧରପଣା ପାଇ ଫେରିଗଲେ ସର୍ବଦେବାଦେବୀ

ପୁରୁଷୋତ୍ତମପୁର,୨।୪ (ସବିତା ମିଶ୍ର): ଗଞ୍ଜାମ ଜିଲାର ଅଧିଷ୍ଟାତ୍ରୀ ଇଷ୍ଟଦେବୀ ମା’ ତାରାତାରିଣୀଙ୍କ ପୀଠରେ ଦୀର୍ଘ ଏକମାସ ଧରି ମହାଆଡମ୍ବର ସହକାରେ ପାଳିତ ହେଉଥିବା ପ୍ରସିଦ୍ଧ ଚୈତ୍ରପର୍ବ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri