ଛାତ୍ରୀଛାତ୍ରଙ୍କୁ ବଣ୍ଟାଗଲା ପୋଷାକ: ଶିକ୍ଷା ବର୍ଷ ୨୦୨୬- ୨୭ ପାଇଁ…

କର୍ଲାମୁଣ୍ଡା:୨୧/୪(ପ୍ରଦୀପ କୁମାର ସାହୁ):କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ବୋରପୋଦର ପଞ୍ଚାୟତ ବତିକୁପା ପ୍ରାଥମିକ ବିଦ୍ୟାଳୟ ଠାରେ ପୋଷାକ ବିତରଣ ଉତ୍ସବ ବଣ୍ଟନ କାର୍ଯ୍ୟକ୍ରମ ମଙ୍ଗଳବାର ଅନୁଷ୍ଠିତ ହୋଇଯାଇଛି। ଏଥିରେ ବ୍ଲକ ଶିକ୍ଷା ଅଧିକାରୀ ବାଞ୍ଛାନିଧି ପଣ୍ଡା, ବିଦ୍ୟାଳୟ ପରିଚଳନା ସମିତିର ଅଧ୍ୟକ୍ଷ ମନୋକାନ୍ତି ହେର୍ଣା,ରେଙ୍ଗାଲି ସିଆରସିସି ଉଜ୍ଜଳ କୁମାର ସାହୁ, ନୋଡାଲ ସିଆରସିସି ତଥା ପୋଷାକ ବଣ୍ଟନ ଦାୟିତ୍ୱରେ ବ୍ଲକ ନୋଡାଲ ଅଫିସର ପ୍ରସନ୍ନ କୁମାର ସାହୁ ପ୍ରମୁଖ ଯୋଗଦେଇ ୧୩ ଜଣ ଛାତ୍ରୀ ଓ ୬ ଜଣ ଛାତ୍ରଙ୍କୁ ଚଳିତ ଶିକ୍ଷା ବର୍ଷ ୨୦୨୬- ୨୭ ପାଇଁ ପୋଷାକ, ଜୋତା, ପ୍ୟାଣ୍ଟ, ଟି-ଶର୍ଟ ଇତ୍ୟାଦି ପ୍ରଦାନ କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ସୀମାଞ୍ଚଳ ଭୋଇ, ସହକାରୀ ଶିକ୍ଷକ ଜିତେନ୍ଦ୍ର ନାଥ ସାହୁ ତଥା ଅଭିଭାବକମାନେ ଉପସ୍ଥିତ ଥିଲେ।

Share