ତିଗିରିଆରେ ବନ୍ଦ ପାଳନ

ତିଗିରିଆ,୨୬।୧୧:(ଡି.ଏନ.ଏ): କେନ୍ଦ୍ର ସରକାରଙ୍କ କୃଷକ ଓ ଶ୍ରମିକ ମାରଣ ନୀତି ବିରୁଦ୍ଧରେ ତିଗିରିଆ ବ୍ଲକ ନୂଆପାଟଣା ଚଣ୍ଡୀବଜ଼ାରଠାରେ ହିନ୍ଦ ମଜଦୁର ସଭା ଆଠଗଡ ତରଫରୁ ଗୁରୁବାର ସକାଳୁ ବନ୍ଦ ପାଳନ କରାଯାଇଛି। ନୂଆପାଟଣାର ଦୁର୍ଗା ବଜ଼ାର, ଚଣ୍ଡୀ ବଜ଼ାର ଓ ହାଟ ବଜ଼ାରକୁ ନିର୍ମାଣ ଶ୍ରମିକ ମାନେ ବନ୍ଦ କରିବା ସହିତ ଚଣ୍ଡୀବଜ଼ାର ଛକଠାରେ ରାସ୍ତା ଉପରେ ବସି ରହି କେନ୍ଦ୍ର ସରକାରଙ୍କ ବିରୁଦ୍ଧରେ ବିଭିନ୍ନ ସ୍ଲୋଗାନ ଦେଇଥିଲେ l ଏହି ଆନ୍ଦୋଳନ ରେ ହିନ୍ଦ ମଜଦୁର୍‌ ସଭାର କର୍ମକର୍ତ୍ତା ବସିରୁଲ ହକ୍‌, ପ୍ରକାଶ ରାଉତ, ଲଷ୍ମୀଧର ଜେନା, ସଞ୍ଜୟ କର, ଦିଲ୍ଲୀପ ସାହୁ, ଜଗନ୍ନାଥ ସୁତା ମିଲର ପୂର୍ବତନ ଶ୍ରମିକ ସଂଘର କର୍ମକର୍ତ୍ତା ରବି ଜେନା ପ୍ରମୁଖ ଉପସ୍ଥିତ ଥିଲେ l