ଶେୟାର ବଜାର ବୃଦ୍ଧିରେ ଲାଗିଲା ରୋକ: ବ୍ୟାଙ୍କିଙ୍ଗ, ଆଇଟି କ୍ଷେତ୍ରରେ ହ୍ରାସ ସହିତ କାରବାର ହେଲା ବନ୍ଦ

ନୂଆଦିଲ୍ଲୀ,୧୨।୧୨: ମଙ୍ଗଳବାର ଶେୟାର ବଜାର କାରବାର ଭାରତୀୟ ଶେୟାର ବଜାର ପାଇଁ ଅମଙ୍ଗଳ ସାବ୍ୟସ୍ତ ହୋଇଛି। ଗଲା କିଛି ଦିନ ହେବ ଶେୟାର ବଜାରରେ ଉତ୍ସାହରେ ଆଜି ରୋକ ଲାଗିଥିଲା। ନିବେଶକମାନଙ୍କ ଲାଭ ଅମଳ କାରଣରୁ ବଜାର କାରବାର ହ୍ରାସ ପାଇଥିଲା। ମୁଖ୍ୟତଃ ବ୍ୟାଙ୍କିଙ୍ଗ ଏବଂ ଏନର୍ଜି କ୍ଷେତ୍ରରେ ହ୍ରାସ ପରିଲକ୍ଷିତ ହୋଇଥିଲା। ଦିନର କାରବାର ସମୟରେ ସ୍ମଲ୍ କ୍ୟାପ ଶେୟର ଗୁଡିକର ମଧ୍ୟ ହ୍ରାସ ଦେଖିବାକୁ ମିଳିଥିଲା। ବଜାର ବନ୍ଦ ହେଲା ବେଳକୁ ସେନସେକ୍ସ ୩୭୭ ପଏଣ୍ଟ ହ୍ରାସ ପାଇ ୬୯,୫୫୧ ପଏଣ୍ଟରେ ବନ୍ଦ ହୋଇଥିଲା ବେଳେ ନିଫ୍ଟି ୯୧ ପଏଣ୍ଟ ହ୍ରାସ ସହିତ ୨୦,୯୦୬ରେ ବନ୍ଦ ହୋଇଥିଲା।

ଦିନର କାରବରରେ ମେଟାଲ, ମିଡ଼ିଆ ଏବଂ ସରକାରୀ କ୍ଷେତ୍ରରେ ବ୍ୟାଙ୍କିଙ୍ଗ କ୍ଷେତ୍ରରେ ଉତ୍ସାହ ଜାରି ରହଥିଲା। ଅନ୍ୟପଟେ ବ୍ୟାଙ୍କିଙ୍ଗ୍, ଆଇଟି, ଅଟୋ, ଫାର୍ମା, ଏଫଏମସିଜି, ରିଏଲ୍ ଇଷ୍ଟେଟ୍, ପାୱାର, ଇନଫ୍ରା, ସ୍ୱାସ୍ଥ୍ୟସେବା, ଉପଭୋକ୍ତା ସ୍ଥାୟୀ ଏବଂ ତେଲ ଏବଂ ଗ୍ୟାସ୍ କ୍ଷେତ୍ରର ସେୟାର ହ୍ରାସ ସହିତ ବନ୍ଦ ହୋଇଥିଲା। ସେହିପରି ଦିନର କାରବାରରେ ମିଡ୍ କ୍ୟାପ୍ ଷ୍ଟକ୍ ମଧ୍ୟ ହ୍ରାସ ପାଇଛି। ଯେଉଁଠାରେ ସ୍ମଲ୍ କ୍ୟାପ୍ ଷ୍ଟକରେ ନିବେଶ ହେତୁ ସୂଚକାଙ୍କ ବୃଦ୍ଧି ସହିତ ବନ୍ଦ ହୋଇଥିଲା। ସେନ୍ସେକ୍ସରେ ୩୦ ଷ୍ଟକ୍ ମଧ୍ୟରୁ ୧୨ ଟି ଷ୍ଟକ୍ ଲାଭ ସହିତ ବନ୍ଦ ଏବଂ ୧୮ ଟି କ୍ଷତି ସହିତ ବନ୍ଦ ହୋଇଥିଲା। ସେହିପରି ୫୦ ନିଫ୍ଟି ଷ୍ଟକ୍ ମଧ୍ୟରୁ ୧୯ ଟି ଲାଭ ସହିତ ଏବଂ ୩୧ ଟି କ୍ଷତି ସହିତ ବନ୍ଦ ହୋଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦାରିଙ୍ଗବାଡ଼ିରେ ପ୍ରବଳ କୁଆପଥର ବର୍ଷା, କଳା ମିଚିମିଚି ପିଚୁ ରାସ୍ତାରେ କୁଆପଥର

ଦାରିଙ୍ଗବାଡି,୧୭।୩(ଅରୁଣ ସାହୁ ):ଓଡିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ମଙ୍ଗଳବାର ସମ୍ପୂର୍ଣ୍ଣ କଶ୍ମୀରର ଭ୍ରମ ସୃଷ୍ଟି କରିଛି। କାଳ ବୈଶାଖୀ ପ୍ରଭାବରେ ମଙ୍ଗଳବାର ଅପରାହ୍ନରେ ପ୍ରବଳ ମାତ୍ରାରେ କୁଆପଥର…

ତାଣ୍ଡବ ରଚିଲା ଘୂର୍ଣ୍ଣି ଝଡ଼: ଆହତଙ୍କୁ ଭେଟିଲେ ଏମ୍‌ପି ଅନନ୍ତ ନାୟକ

କେନ୍ଦୁଝର,୧୭।୩(ନରେଶ ଚନ୍ଦ୍ର ପଟ୍ଟନାୟକ): ମୟୂରଭଞ୍ଜ ଜିଲା କରଞ୍ଜିଆ ଅଞ୍ଚଳରେ ତାଣ୍ଡବ ରଚିଛି ଘୂର୍ଣ୍ଣି ଝଡ଼। ଏଥିରେ ୧୦ରୁ ଊର୍ଦ୍ଧ୍ୱ ଆହତ ହୋଇ କେନ୍ଦୁଝର ଧରଣୀଧର ମେଡିକାଲ କଲେଜ…

ସୁନା ୩୬,୦୦୦ ଟଙ୍କା; ରୁପା ହେଲା ୧୮୭,୦୦୦ ଟଙ୍କା ଶସ୍ତା; ଏକ୍ସପର୍ଟ ଚକିତ, ଆଗକୁ…   

ନୂଆଦିଲ୍ଲୀ,୧୭।୩: ଆମେରିକା-ଇସ୍ରାଏଲ ଏବଂ ଇରାନ ମଧ୍ୟରେ ଲାଗିରହିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ବିଶ୍ୱ ବଜାରରେ ଏକ ଆଶ୍ଚର୍ଯ୍ୟଜନକ ଚିତ୍ର ସାମ୍ନାକୁ ଆସିଛି। ସାଧାରଣତଃ ଯୁଦ୍ଧ ସମୟରେ ସୁନା…

ଶଳାଙ୍କୁ ପିଟିପିଟି ହତ୍ୟା କଲେ ଭିଣୋଇ: ଅଭିଯୁକ୍ତଙ୍କୁ ଧରିଲା ପୋଲିସ

ଭେଡେନ ,୧୭।୩(ହୃଷୀକେଶ ଖମାରୀ): ବରଗଡ଼ ଜିଲା ଭେଡେନ ଥାନା ଚିଚିଣ୍ଡା ହାଇସ୍କୁଲ ପଡ଼ାରେ ମଙ୍ଗଳବାର ଏକ ହତ୍ୟାକାଣ୍ଡ ଘଟିଛି। ଗ୍ରାମର ସୁଦୀପ ବାଗ(୨୮)ଙ୍କୁ ତାଙ୍କ ଭିଣୋଇ ସାଳନା…

ବଡ଼ ଦାବି କଲେ ରାଘବ ଚଢ଼ା: ୩ ବର୍ଷରେ ୧୯,୦୦୦ କୋଟି ଲୁଟିଲେଣି ବ୍ୟାଙ୍କ!

ନୂଆଦିଲ୍ଲୀ,୧୭।୫: ସଂସଦରେ ବ୍ୟାଙ୍କିଙ୍ଗ୍ ବ୍ୟବସ୍ଥା ଏବଂ ସାଧାରଣ ଜନତାଙ୍କୁ ନେଇ ଏକ ବଡ଼ ପ୍ରସଙ୍ଗ ଉଠିଛି। ସର୍ବନିମ୍ନ ଜମା ରାଶି ନ ରଖିପାରିବାରୁ ଦେଶର ବ୍ୟାଙ୍କଗୁଡ଼ିକ ଗ୍ରାହକଙ୍କଠାରୁ…

LPG ସିଲିଣ୍ଡର ନିୟମରେ ବଡ଼ ପରିବର୍ତ୍ତନ! ସରକାରଙ୍କ ୫ଟି ନିଷ୍ପତ୍ତିର ପଡ଼ିବ ବଡ଼ ପ୍ରଭାବ…

ନୂଆଦିଲ୍ଲୀ,୧୭।୩: ଭାରତରେ ଏଲପିଜି ଗ୍ୟାସ ସିଲିଣ୍ଡର ସମ୍ପର୍କରେ ନୂଆ ନିୟମ ଲାଗୁ କରାଯାଇଛି। ସରକାର ଅନେକ ପ୍ରମୁଖ ନିଷ୍ପତ୍ତି ନେଇଛନ୍ତି, ଯେଉଁଥିରେ ମୂଲ୍ୟ ବୃଦ୍ଧି, ସିଲିଣ୍ଡର ବୁକିଂ…

ଇରାନର ଦ୍ୱିତୀୟ ଶକ୍ତିଶାଳୀ ନେତା ବି ନିହତ! ଇସ୍ରାଏଲ୍‌ କଲା ଦାବି

ତେହରାନ,୧୭।୩: ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କ ହତ୍ୟା ପରେ ଇସ୍ରାଏଲ ଏବେ ତେହରାନର ଦ୍ୱିତୀୟ ସବୁଠାରୁ ଶକ୍ତିଶାଳୀ ନେତା ତଥା ଇରାନର ସର୍ବୋଚ୍ଚ ଜାତୀୟ…

LPG ସଙ୍କଟ: ୧୨ ହଜାର ସ୍ଥାନରେ ରେଡ୍, ୧୫ ହଜାର ସିଲିଣ୍ଡର ଜବତ

ନୂଆଦିଲ୍ଲୀ,୧୭।୫: ଦେଶରେ LPG ସିଲିଣ୍ଡରର ଅଭାବକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଆତଙ୍କ ଦେଖାଦେଇଛି। ଏଭଳି ସମୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଅପଡେଟ୍ ସାମ୍ନାକୁ ଆସିଛି। ଇରାନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri