ମଧ୍ୟାହ୍ନଭୋଜନ ନ ଦେଇ ବନ୍ଦକଲେ ବିଦ୍ୟାଳୟ

ଦାରିଙ୍ଗବାଡ଼ି,୧୪ା୩(ଡି.ଏନ.ଏ.): ଦାରିଙ୍ଗବାଡ଼ି ବ୍ଲକର ଦୁର୍ଗମ ଅଞ୍ଚଳରେ ରହିଥିବା ପର୍ତ୍ତମାହା ପଞ୍ଚାୟତ ଯୁଗାବାଡି ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସୋମବାର ଗୋଟିଏ ଓଳି ଖୋଳା ରହିଥିବା ବେଳେ ମାଧ୍ୟାହ୍ନରେ ଛୁଟି କରିଦିଆଯାଇଛି। ମଧ୍ୟାହ୍ନଭୋଜନ ନ ରାନ୍ଧି ବିଦ୍ୟାଳୟରେ ତାଲା ପକାଇ ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବରା ଚାଲିଯାଇଥିବା ଗ୍ରାମବାସୀ ଓ ଛାତ୍ରୀଛାତ୍ରମାନେ କହିଛନ୍ତି । ଉକ୍ତ ବିଦ୍ୟାଳୟରେ ମୋଟ ୪ ଜଣ ଶିକ୍ଷକ ରହିଥିବା ବେଳେ ଜଣେ ଦୀର୍ଘ ଦିନ ହେଲା ଅନୁପସ୍ଥିତ ରହିଛନ୍ତି । ଏ ନେଇ ବିଇଓଙ୍କ କାର୍ଯ୍ୟାଳୟ ପକ୍ଷରୁ ଜିଲାପାଳଙ୍କ କାର୍ଯ୍ୟାଳୟକୁ ଅନୁପସ୍ଥିତ ଶିକ୍ଷକଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ପାଇଁ ଚିଠି କରାଯାଇଥିବା ବିଇଓ ରସାନନ୍ଦ କରଙ୍କ ସୂତ୍ରରୁ ଜଣାପଡିଛି। ଅନ୍ୟ ୩ଜଣ ଶିକ୍ଷକଙ୍କ ମଧ୍ୟରୁ ଜଣେ ଶିକ୍ଷକ ପ୍ରଫୁଲ୍ଲ ମଣ୍ଡାଇ ବିଭାଗ ପକ୍ଷରୁ ଦାରିଙ୍ଗବାଡ଼ିଠାରେ ତାଲିମ ନେଉଛନ୍ତି ଆଉ ଜଣେ ଶିକ୍ଷକ ଦୁଷ୍ମନ୍ତ ଦଳବେହେରାଙ୍କ ରବିବାର ତାଲିମ ନେବା ଶେଷ ହୋଇଛି। ସୋମବାର ବିଦ୍ୟାଳୟକୁ କେବଳ ପ୍ରଧାନ ଶିକ୍ଷକ ଆସି ମାଧ୍ୟାହ୍ନରେ ବିଦ୍ୟାଳୟରେ ମାଧ୍ୟାହ୍ନ ଭୋଜନ ରୋଷେଇ କରାଯାଇ ନ ଥିବାରୁ ଛାତ୍ରୀଛାତ୍ରଙ୍କୁ ଖାଇବାକୁ ଘରକୁ ପଠାଇଦେବା ସହ ବିଦ୍ୟାଳୟ ଚାବି ପକାଇ ଘରକୁ ଚାଲିଯାଇଥିଲେ। ଯୁଗାବାଡି ଘାଟି ପାହାଡ଼ ତଥା ଦୁର୍ଗମ ଅଞ୍ଚଳରେ ରହିଥିବାରୁ ସେଠାକୁ ଶିକ୍ଷକମାନେ ନିୟମିତ ଯାଉ ନ ଥିବା ବେଳେ ବିଦ୍ୟାଳୟ ସକାଳ ୧୦ରେ ଖୋଲିବା ବଦଳରେ ବହୁ ସମୟରେ ୧୧ଟା ହେଉଥିବା ଓ ଶୀଘ୍ର ସମୟ ପୂର୍ବରୁ ବିଦ୍ୟାଳୟ ବନ୍ଦ କରି ଶିକ୍ଷକମାନେ ଚାଲିଯାଉଥିବା କେତେଜଣ ଗ୍ରାମବାସୀ କହିଛନ୍ତି। ଏ ନେଇ ସିଆର୍‌ସିସି ହରିଶଙ୍କର ପ୍ରଧାନ କହିଛନ୍ତି, ବିଦ୍ୟାଳୟରେ ମଧ୍ୟାହ୍ନଭୋଜନ ରୋଷେଇ କରୁଥିବା ପାଚିକାମାନେ ସେମାନଙ୍କ ବିଭିନ୍ନ ଦାବିରେ ଆନ୍ଦୋଳନରେ ରହିଥିବାରୁ ମାଧ୍ୟାହ୍ନଭୋଜନ ରୋଷେଇ ହୋଇପାରିନାହିଁ। ତେଣୁ ଛାତ୍ରୀଛାତ୍ର ଖାଇବାକୁ ଘରକୁ ଚାଲି ଯାଇଥିବା କହିଛନ୍ତି। ଏ ନେଇ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଲକ୍ଷ୍ମୀଧର ବରାଙ୍କୁ ପଚାରିବାରୁ ଛାତ୍ରୀଛାତ୍ରଙ୍କୁ ପ୍ରବଳ ଭୋକ ହେବାରୁ ସେମାନଙ୍କୁ ତାଙ୍କ ନିଜ ଘରକୁ ପଠାଯାଇଥିଲା, ହେଲେ ଖାଇବାକୁ ଯାଇ ଆଉ କେହି ବିଦ୍ୟାଳୟକୁ ଆସିଲେ ନାହିଁ । ତେଣୁ ସେ ବାଧ୍ୟହୋଇ ଚାବି ପକାଇ ଚାଲିଯାଇଥିବା କହିଛନ୍ତି। ତେବେ ନିୟମିତ ଉକ୍ତ ବିଦ୍ୟାଳୟରେ ଅବ୍ୟବସ୍ଥା ଲାଗିରହିବା ସହ ବିଦ୍ୟାଳୟର ରୋଷେଇଶାଳରେ ଗୋରୁ ବସାବାନ୍ଧିବା ସହ ସେଠି ଗୋବର ପଡି ରୋଷେଇଶାଳ ପରିବେଶ ଦୂଷିତ ହୋଇ ରହିଛି । ଏନେଇ ଆମେ ଦାରିଙ୍ଗଓ୍ବାଡି ବିଇଓ ରସାନନ୍ଦ କରଙ୍କୁ ପଚାରିବାରୁ ଘଟଣାର ତଦନ୍ତ କରିବେ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri