ବନ୍ଦ କରିଦେଲେ ପ୍ରେସ୍‌ ବିଜ୍ଞପ୍ତି

ଭୁବନେଶ୍ବର,୧।୯(ବ୍ୟୁରୋ): ରାଜ୍ୟ ସରକାରଙ୍କ ପକ୍ଷରୁ ଆରମ୍ଭ ହୋଇଥିବା ମୋ ସ୍କୁଲ ଅଭିଯାନ ଏବେ ଯେଉଁ ସ୍ଥିତିରେ ପହଞ୍ଚିଛି ତାହାର ବାସ୍ତବ ଚିତ୍ର କେହି ଦେଖିପାରୁନାହାନ୍ତି। ୨୦୧୭ ନଭେମ୍ବର ୧୪ ଶିଶୁଦିବସ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ଏହି ଅଭିଯାନ ପ୍ରଥମରୁ ବହୁଳମାତ୍ରାରେ ପ୍ରଚାର କରାଗଲା। ହେଲେ ଧୀରେ ଧୀରେ ଗତ କେତେଗୁଡ଼ିଏ ମାସ ହୋଇଗଲାଣି ଏହି ଅଭିଯାନ ଯେପରି ଲୁଚିଯିବା ଭଳି ମନେହେଉଛି। ଏହାର ଯାହା ମୂଳ ଲକ୍ଷ୍ୟ ଥିଲା ତା’ର ଦିଗ ପରିବର୍ତ୍ତନ ହୋଇ ବର୍ତ୍ତମାନ କେଉଁଆଡେ ଚାଲିଗଲାଣି ତାହା ମଧ୍ୟ ଏବେ ଆଲୋଚନା ହେଉନାହିଁ। ପ୍ରତ୍ୟେକ ଦିନ ଖବରକାଗଜ ଏବଂ ଟେଲିଭିଜନରେ କେତେ ଲୋକ ଏଥିରେ ଯୋଡ଼ିହେଲେ ଏବଂ କେତେଜଣ କେତେ ଅର୍ଥ ପ୍ରଦାନ କଲେ ସବୁର ଟିକିନିକି ତଥ୍ୟ ରାଜ୍ୟ ସରକାର ପ୍ରେସ୍‌ ବିଜ୍ଞପ୍ତି ଜରିଆରେ ପ୍ରେରଣ କରୁଥିଲେ। ହେଲେ ଏବେ ସେଭଳି ବିବୃତି ଦିଆଯାଉ ନାହିଁ। ହଠାତ୍‌ ସେସବୁଥିରୁ ସରକାର ଦୂରେଇ ଯିବା ପରି ମନେହେଉଛି। ଲାଗୁଛି ଯେପରି ସରକାରଙ୍କ ଏହି ଯୋଜନା ଏକପ୍ରକାର ବିଫଳ ହୋଇଯିବା କାରଣରୁ ସବୁକିଛି ବନ୍ଦ ହୋଇଯାଇଛି।

୨୦୧୭ ମସିହା ଶିଶୁଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପରୀକ୍ଷାରେ ଭଲ ମାର୍କ ରଖିଥିବା ପିଲାଙ୍କୁ ଆର୍ଥିକ ପୁରସ୍କାର ପ୍ରଦାନ କରିବାକୁ ଘୋଷଣା କରିଥିଲେ। ଏହାସହ ସେ ମୋ ସ୍କୁଲ ଅଭିଯାନ କାର୍ଯ୍ୟକ୍ରମ ଘୋଷଣା କରି ବିଦ୍ୟାଳୟର ବିକାଶରେ ପୁରାତନ ଛାତ୍ରୀଛାତ୍ର ଏବଂ ଜନସାଧାରଣଙ୍କୁ ସାମିଲ କରିବା ଲାଗି କହିଥିଲେ। ଏହି କାର୍ଯ୍ୟକ୍ରମ ଜରିଆରେ ଯଦି କୌଣସି ବ୍ୟକ୍ତି ନିଜେ ପଢୁଥିବା ବିଦ୍ୟାଳୟର ବିକାଶ ପାଇଁ କିଛି ଅର୍ଥ ପ୍ରଦାନ କରୁଛନ୍ତି, ତେବେ ତାକୁ ସ୍ବୀକୃତି ଦେଇ ତାହାର ଦୁଇ ଗୁଣା ଅର୍ଥ ସରକାର ଦାନ କରିବେ ବୋଲି କହିଥିଲେ। ଏଥିଲାଗି ୧୦୦ କୋଟି ଟଙ୍କାର ଏକ କର୍ପସ ପାଣ୍ଠି ଗଠନ ମଧ୍ୟ ହୋଇଥିଲା। ହେଲେ ସରକାରଙ୍କ ୧୦୦ କୋଟିକୁ ମିଶାଇ ଦାନ ଆକାରରେ ମିଳିଥିବା ଅର୍ଥରାଶିର ବ୍ୟବହାର କିପରି ହେଲା ତାହା ବର୍ତ୍ତମାନ ଆଉ ଲୋକଙ୍କୁ ଜାଣିବାର କୌଣସି ବାଟ ନାହିଁ। ଏହି କାର୍ଯ୍ୟକ୍ରମକୁ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅତ୍ୟଧିକ ଗୁରୁତ୍ୱ
ଦିଆଯାଉଥିବାରୁ ଜଣେ ଅଣଅଧିକାରୀଙ୍କୁ ରାଷ୍ଟ୍ରପାହ୍ୟା ମନ୍ତ୍ରୀ ପଦ ପ୍ରଦାନ କରି ମୋ ସ୍କୁଲ କାର୍ଯ୍ୟକ୍ରମ ପରିଚାଳନାର ଦାୟିତ୍ୱ ଦିଆଯାଇଛି। ଏତେ ମାତ୍ରାରେ ଦାତାମାନେ ଅର୍ଥ ଲଗାଇଥିବା ବେଳେ ସରକାର ଏ ବାବଦରେ ସର୍ବସାଧାରଣରେ ତଥ୍ୟ ନ ରଖିଥିବା ବିଷୟ ସନ୍ଦେହ ସୃଷ୍ଟି କରୁଛି। କାରଣ ମୋ ସ୍କୁଲ ଅଭିଯାନରେ ସାମିଲ ହେବାକୁ ମୁଖ୍ୟମନ୍ତ୍ରୀ କହିବା ପରେ ବିଭିନ୍ନ ବିଭାଗରେ କାର୍ଯ୍ୟରତ ଥିବା ବହୁ ଏସ୍‌ଓ(ସେକ୍ସନ ଅଫିସର), ଏଏସ୍‌ଓ(ଆସିଷ୍ଟାଣ୍ଟ ସେକ୍ସନ ଅଫିସର) ମଧ୍ୟ ଅଛନ୍ତି। ତେଣୁ ସରକାରୀ କର୍ମଚାରୀମାନେ ଏହି ଯୋଜନାରେ ବ୍ୟବହୃତ ହୋଇଥିବା ଅର୍ଥ ସମ୍ପର୍କରେ ନ ଜାଣିପାରିବା ଯୋଗୁ ବହୁ ମାତ୍ରାରେ ପ୍ରତିକ୍ରିୟାଶୀଳ ରହୁଛନ୍ତି।

ଜଣେ ସରକାରୀ ଅଧିକାରୀଙ୍କ ତଥ୍ୟ ଅନୁଯାୟୀ, ରାଜ୍ୟରେ ମୋଟ ୩୫,୦୦୦ରୁ ଅଧିକ ବିଦ୍ୟାଳୟ ମୋ ସ୍କୁଲ ଅଭିଯାନ ଅଧୀନରେ ଯୋଡ଼ି ହୋଇଛି। ମୋଟ ୨୦ ଲକ୍ଷ ପୁରାତନ ଛାତ୍ର ସହାୟତାର ହାତ ବଢ଼ାଇଛନ୍ତି। ସେଥିମଧ୍ୟରୁ ୭ ଲକ୍ଷ ପୁରାତନ ଛାତ୍ରୀଛାତ୍ର ତାଙ୍କ ସ୍କୁଲ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିଥିବା ବେଳେ ବାକି ୧୩ ଲକ୍ଷ ବିଭିନ୍ନ କାମ ନିଜେ ଦାୟିତ୍ୱ ନେଇ ତୁଲାଇଛନ୍ତି। ହେଲେ ଉକ୍ତ ୭ ଲକ୍ଷ ପୁରାତନ ଛାତ୍ରୀଛାତ୍ର କେତେ ଟଙ୍କା ପ୍ରଦାନ କରିଛନ୍ତି ତାହାର କୌଣସି ତଥ୍ୟ ବାହାରକୁ ଦିଆଯାଉ ନାହିଁ। ଅନ୍ୟପଟେ ବିଭିନ୍ନ ପ୍ରକାର ମରାମତି କାର୍ଯ୍ୟ କରିଥିବା ପୁରାତନ ଛାତ୍ରୀଛାତ୍ର ଏଥିରୁ କେତେ ବକେୟା ଅର୍ଥ ଖର୍ଚ୍ଚ କରିଛନ୍ତି ତାହାର ମଧ୍ୟ ବିସ୍ତୃତ ତଥ୍ୟ ସରକାର ଏ ପର୍ଯ୍ୟନ୍ତ ପ୍ରଦାନ କରିନାହାନ୍ତି। ସରକାର ଗଠନ କରିଥିବା କର୍ପସ ପାଣ୍ଠିରୁ କେତେ ଅର୍ଥ ଖର୍ଚ୍ଚ କରାଗଲାଣି ଏବଂ ଏ ପର୍ଯ୍ୟନ୍ତ କେତେ ରହିଛି ସେନେଇ ତଥ୍ୟ ଜାଣିବାକୁ ଚାହିଁିଲେ ମଧ୍ୟ ସରକାରଙ୍କ ପକ୍ଷରୁ ଜାଣିଶୁଣି ବାହାରକୁ କିଛି ଛଡାଯାଉନାହିଁ। ତେବେ ଆଗରୁ କେତେଜଣ ଏହି ଅଭିଯାନରେ ସାମିଲ ହେଲେ ନ ହେଲେ ସେକଥା ସରକାର ଜଣାଉଥିବା ବେଳେ ଏବେ ସେତକ ବି ତଥ୍ୟ ରଖାଯାଉନି।


Enter your email to get our daily news in your inbox.

All Right Reserved By Dharitri.Com

ଅବସରପ୍ରାପ୍ତ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ,ପ୍ରତ୍ୟାହର ନ କଲେ ଆନ୍ଦୋଳନ: ବିଧାୟକ

ଭବାନୀପାଟଣା/ଧର୍ମଗଡ଼,୯।୪(ଉତ୍ତମ କୁମାର ଦାଶ/ଘାସିରାମ ଜଗତ)-ରାଜ୍ୟ ସରକାରଙ୍କ ଅବସର ପ୍ରାପ୍ତ କର୍ମଚାରୀ ଙ୍କୁ ପୁନଃ ନିଯୁକ୍ତି ନିଷ୍ପତ୍ତିକୁ ବିଜେଡିର ବିରୋଧ କରିଛନ୍ତି ଜୁନାଗଡ ବିଧାୟକ କ୍ୟାପଟେନ ଦିବ୍ୟଶଙ୍କର ମିଶ୍ର।ରାଜ୍ୟ…

ଦଣ୍ଡନାଚ ଦେଖି ଫେରିବା ବେଳେ ବାଇକ୍ ଦୁର୍ଘଟଣା, କଲଭର୍ଟରେ ପିଟି ହୋଇ ଶ୍ରମିକ ମୃତ

ଭଞ୍ଜନଗର,୯ା୪(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅନ୍ତର୍ଗତ କୋଟିବିରାଡ଼ି ନିକଟରେ ଏକ କଲଭର୍ଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା । ବୁଧବାର ବିଳମ୍ବିତ ରାତିରେ ଏକ ବାଇକ୍…

ଓଡ଼ିଆ ପକ୍ଷ: ପାଠକଙ୍କ ମନମୋହିଲା ମହାପୁରୁଷଙ୍କ ଜୀବନିକାହାଣୀ

ପୁରୁଷୋତ୍ତମପୁର,୯ା୪(ସବିତା ମିଶ୍ର): ଓଡ଼ିଆ ପକ୍ଷ ପାଳନ ଅବସରରେ ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଏନଏସି ପକ୍ଷରୁ ନିର୍ବାହୀଅଧିକାରୀ ସଙ୍ଗିତା ସେଠୀଙ୍କ ତତ୍ତ୍ବାବଧନରେ ଆସ ବହିଟିଏ କିଣିବା କାର୍ଯ୍ଯକ୍ରମ ଅନୁଷ୍ଠିତ…

ଭିନ୍ନକ୍ଷମ ନାବାଳିକାଙ୍କୁ ଗର୍ଭବତୀ କରି ଯୁବକ ଫେରାର ଘଟଣା, ବାହାର ରାଜ୍ୟରୁ ଅଭିଯୁକ୍ତ ଗିରଫ

ଆନନ୍ଦପୁର/ହାଟଡିହୀ,୯ା୪(ସୁଶାନ୍ତ କୁମାର ସାହୁ/ଶୁଭକାନ୍ତ ନାୟକ): କେନ୍ଦୁଝର ଜିଲା ଆନନ୍ଦପୁର ଥାନା ଅଧିନ ଜଣେ ଭିନ୍ନକ୍ଷମ ନାବାଳିକାଙ୍କୁ ବଳାତ୍କାର ଘଟଣା । ମୁର୍ଗାଗୋଠ ଗ୍ରାମର ସଂଖ୍ଯାଲଘୁ ସମ୍ପ୍ରଦାର ଜଣେ…

ହାଇଓ୍ବା ଅଟକାଇ ଡ୍ରାଇଭର-ହେଲପରଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟିନେଲେ ଟଙ୍କା

ମହାକାଳପଡ଼ା,୯ା୪(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ବନ୍ଧପଡ଼ା ଛକରେ ରାଜନଗର ଥାନା ଅନ୍ତର୍ଗତ ବଡ଼ପଲ୍ଲୀ ଗ୍ରାମର ବିଜୁ ଓରଫ ସଞ୍ଜୟ ପ୍ରଧାନ, ଠାକୁରପାଟଣା ଗ୍ରାମର ଅଙ୍କୁଶ ଜେନା…

ବେଆଇନ ଭାବେ ବିକ୍ରି ହେଉଥିଲା ଗ୍ୟାସ୍‌ ସିଲିଣ୍ଡର, ଜବତ କରି ଉପଜିଲାପାଳ…

ମୋହନା,୯ା୪(ମନ୍ମଥ ମିଶ୍ର): ସାରା ଦେଶରେ ଗ୍ୟାସ୍‌ ସିଲିଣ୍ଡର୍‌କୁ ନେଇ ଲୋକେ ନାନାଦି ପ୍ରକାର ହଇରାଣ ହରକତ ହେଉଛନ୍ତି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଚାଲିଥିବା ବେଳେ ଏବେ ସାରା ଦେଶରେ…

ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଏହି ଦୁଇ ସହରରେ ହେବ ନାହିଁ ବିଦ୍ୟୁତ୍‌ କାଟ୍‌

ଭୁବନେଶ୍ୱର,୯ା୪: ଆଜି ଅର୍ଥାତ୍‌ ଗୁରୁବାର ଓଡ଼ିଶାର ଶକ୍ତି କ୍ଷେତ୍ରରେ ଏକ ନୂତନ ଅଧ୍ୟାୟ ଯୋଡ଼ି ହୋଇଛି। ଭୁବନେଶ୍ୱର ଓ କଟକରେ ଆଉ ଅଘୋଷିତ ବିଦ୍ୟୁତ୍‌କାଟ୍‌ ହେବ ନାହିଁ…

ପୋଖରୀରେ ବୁଡ଼ି ୩ ନାବାଳିକା ମୃତ, ସ୍କୁଲରୁ ଫେରି ଗାଧୋଇବାକୁ ଯାଇଥିଲେ

ଉମରକୋଟ,୯।୪(ସନ୍ତୋଷ ଶତପଥୀ): ନବରଙ୍ଗପୁର ଜିଲା ଉମରକୋଟ ଥାନା କୁର୍ସୀ ଗ୍ରାମର ଉପରପାରାରେ ଦୁଃଖଦ ଘଟଣା ଦେଖିବାକୁ ମିଳିଛି । ଗୋଟିଏ ଗ୍ରାମର ଦୁଇ ପରିବାରର ତିନି ଜଣଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri