କ୍ଲୋକ୍‌ ରୁମ୍‌ ସଙ୍କୁଚିତ: ଶ୍ରଦ୍ଧାଳୁ ହନ୍ତସନ୍ତ

ପୁରୀ ଅଫିସ,୧୭ା୧୦: ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପର ସ୍ବେରେଜ୍‌ ଲାଇନ୍‌ ସମେତ ଅନ୍ୟ ଭୂତଳ ସୁବିଧା ପାଇଁ ସମ୍ପ୍ରତି କାର୍ଯ୍ୟକ୍ଷମ ଥିବା କ୍ଲୋକ୍‌ ରୁମ୍‌ ଓ ଜୋତାଷ୍ଟାଣ୍ଡକୁ ସଙ୍କୁଚିତ କରିଦିଆଯାଇଛି। କ୍ଲୋକ୍‌ ରୁମ୍‌ ପଛ ପଟେ ଜମି ଅଧିଗ୍ରହଣ ପରେ ପୁରୁଣା କ୍ଲକ୍‌ ରୁମ୍‌ର କିଛି ଅଂଶ ଭାଙ୍ଗିଦିଆଯାଇଥିବାବେଳେ ସମ୍ପ୍ରତି ସ୍ବେରେଜ କାର୍ଯ୍ୟ ଚାଲିଛି। ଏଭଳି ସ୍ଥିତିରେ ଶ୍ରୀମନ୍ଦିରକୁ ଆସୁଥିବା ଶ୍ରଦ୍ଧାଳୁମାନେ ନିଜ ଆସବାବପତ୍ର ରଖିବା ଲାଗି ହଇରାଣ ହେଉଛନ୍ତି। ସେହିଭଳି ସଙ୍କୁଚିତ କ୍ଲକ୍‌ ରୁମ୍‌ର ସୁଯୋଗ ନେଇ ଘରୋଇ ଜୋତାଷ୍ଟାଣ୍ଡଗୁଡ଼ିକ ଶ୍ରଦ୍ଧାଳୁଙ୍କୁ ଆର୍ଥିକ ଶୋଷଣ କରିବାରେ ବ୍ୟସ୍ତ। ଅନ୍ୟପକ୍ଷରେ ଆସନ୍ତା ୨ମାସ ମଧ୍ୟରେ ବର୍ଦ୍ଧିତ କ୍ଲୋକ୍‌ ରୁମ୍‌ କାର୍ଯ୍ୟକ୍ଷମ ହେବ ଓ ଉକ୍ତ ସମସ୍ୟାର ସମାଧାନ ହୋଇଯିବ ବୋଲି ଶ୍ରୀମନ୍ଦିର ପ୍ରଶାସନ କହିଛି।
ମହାପ୍ରଭୁଙ୍କ ଦର୍ଶନ ପାଇଁ ଦୈନିକ ଅତିକମ୍‌ରେ ୧୦ ହଜାର ଶ୍ରଦ୍ଧାଳୁ ଆସୁଛନ୍ତି। ଶ୍ରୀମନ୍ଦିରରେ ଶ୍ରଦ୍ଧାଳୁମାନେ ପ୍ରବେଶ କରିବା ପୂର୍ବରୁ କ୍ଲୋକ୍‌ ରୁମ୍‌ରେ ବ୍ୟାଗ, ଜୋତା, ଚମଡ଼ା ବେଲ୍ଟ, ମୋବାଇଲ ଫୋନ୍‌ ଏବଂ ଅନ୍ୟ ଆସବାବପତ୍ର ରଖିଥାଆନ୍ତି। ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବିନା ମୂଲ୍ୟରେ ଶ୍ରଦ୍ଧାଳୁଙ୍କୁ ଏହି ସେବା ଯୋଗାଇ ଦିଆଯାଇଥାଏ। ମାତ୍ର ସମ୍ପ୍ରତି ଏହି କ୍ଲୋକ୍‌ ରୁମ୍‌ ପୂର୍ଣ୍ଣ କ୍ଷମତାରେ ଚାଲୁ ନ ଥିବାରୁ ଶ୍ରଦ୍ଧାଳୁମାନେ ବାଧ୍ୟହୋଇ ଘରୋଇ ଷ୍ଟାଣ୍ଡରେ ଟଙ୍କା ଦେଇ ଆସବାବପତ୍ର ରଖୁଛନ୍ତି। ଷ୍ଟାଣ୍ଡ ମାଲିକମାନେ ଗୋଟିଏ ବ୍ୟାଗ୍‌ ରଖିବା ଲାଗି ୩୦ ଟଙ୍କା ନେଉଛନ୍ତି। ସିଂହଦ୍ୱାରକୁ ମିଶାଇ ଶ୍ରୀମନ୍ଦିର ଚାରିପଟେ ୧୫ରୁ ୨୦ଟି ଏଭଳି ଦୋକାନ ରହିଛି। ଶ୍ରଦ୍ଧାଳୁ ସରୋଜ ବରାଳ ନିଜ ପରିବାର ସଦସ୍ୟଙ୍କ ସହ ଶ୍ରୀମନ୍ଦିର ବୁଲିବାକୁ ଆସିଥିବା ବେଳେ ତାଙ୍କୁ କେବଳ ଆସବାବପତ୍ର ରଖିବା ପାଇଁ ୨ଶହ ଟଙ୍କା ଦେବାକୁ ପଡ଼ିଥିଲା। ସରୋଜ କହିଛନ୍ତି, ଜୋତାଷ୍ଟାଣ୍ଡରେ ଜୁଲମ୍‌ ଦେଖି କଷ୍ଟ ଲାଗିଲା। ପ୍ରଶାସନ ପକ୍ଷରୁ ବିଶେଷ ସୁବିଧା ନ ଥିବାରୁ ଆମେ ବାଧ୍ୟହୋଇ ଘରୋଇ ଜୋତାଷ୍ଟାଣ୍ଡରେ ଆସବାବପତ୍ର ରଖିଥିଲୁ। ତେବେ ଅର୍ଥ କମାଇବାକୁ ଅନୁରୋଧ କରିବା ସତ୍ତ୍ବେ ଷ୍ଟାଣ୍ଡ କର୍ମଚାରୀ କିଛି ଶୁଣି ନ ଥିଲେ। ଓଲଟା ଇଚ୍ଛା ହେଲେ ରଖ ନ ହେଲେ ନାହିଁ ବୋଲି ରୋକଠୋକ୍‌ କହିଥିଲେ। ଏଣୁ ପ୍ରଶାସନ ଏ ନେଇ ବିକଳ୍ପ ବ୍ୟବସ୍ଥା କରିବା ଦରକାର। ଫଳରେ ଶ୍ରଦ୍ଧାଳୁଙ୍କ ସହ ହେଉଥିବା ଏଭଳି ବ୍ୟବହାର ଓ ଶୋଷଣ ବନ୍ଦ ହେବ।
ଶ୍ରୀମନ୍ଦିର କ୍ଲୋକ୍‌ ରୁମ୍‌ରେ ସାଧାରଣ ଦିନରେ ୨୦ ହଜାର ଲୋକଙ୍କ ଆସବାବପତ୍ର ରଖିବା ପାଇଁ ବ୍ୟବସ୍ଥା ରହିଛି। ମାତ୍ର ଏବେ ଏହି ସଂଖ୍ୟା କମି ଆସି ୪ରୁ ୫ ହଜାରରେ ପହଞ୍ଚିଛି। ଏଣୁ ଗହଳି ହେଲେ ଘରୋଇ ଜୋତାଷ୍ଟାଣ୍ଡଗୁଡ଼ିକୁ ଲୁଟିବାର ସୁଯୋଗ ମିଳିଯାଉଛି। ଏଭଳି ସ୍ଥିତିରେ ପ୍ରଶାସନ ପକ୍ଷରୁ କୌଣସି ବିକଳ୍ପ ବ୍ୟବସ୍ଥା କରା ନ ଯିବାକୁ ସାଧାରଣରେ ସମାଲୋଚନା କରାଯାଇଛି। ଏନେଇ ଉପଜିଲାପାଳ ଭବତାରଣ ସାହୁ କହିଛନ୍ତି, ସ୍ବେରେଜ ଲାଇନ୍‌ ପାଇଁ ଭଙ୍ଗାଯାଇ ଭୂତଳ କାର୍ଯ୍ୟ ଚାଲିଛି। ଫଳରେ ସାମାନ୍ୟ ଅସୁବିଧା ହେଉଛି। କର୍ମଚାରୀମାନଙ୍କୁ ସ୍ବତନ୍ତ୍ର ବିକଳ୍ପ ବ୍ୟବସ୍ଥା ଦିଆଯାଇଛି। ଶ୍ରଦ୍ଧାଳୁଙ୍କ ଆସବାବପତ୍ର ରଖିବା ପାଇଁ ଯଥାସମ୍ଭବ ଉଦ୍ୟମ ହେଉଛି ବୋଲି ସାହୁ ପ୍ରକାଶ କରିଛନ୍ତି। ସେହିପରି ଆସନ୍ତା ୨ମାସ ମଧ୍ୟରେ ବର୍ଦ୍ଧିତ କ୍ଲୋକ୍‌ ରୁମ୍‌ କାର୍ଯ୍ୟକ୍ଷମ କରାଯିବ ଏବଂ ଏଥିଯୋଗୁ ସମସ୍ୟା ଦୂର ହୋଇପାରିବ ବୋଲି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ନିଜର ଚମତ୍କାରୀ ବ୍ୟାଟ୍‌କୁ ଉପହାରରେ ଦେବେ ବୈଭବ, ଜାଣନ୍ତୁ କାହାକୁ ମିଳିବ ଏହି ଖାସ୍‌…

ନୂଆଦିଲ୍ଲୀ,୯।୪:  ଆଇପିଏଲ୍ ୨୦୨୬ର ସବୁଠାରୁ କନିଷ୍ଠ ଖେଳାଳି ବୈଭବ ସୂର୍ଯ୍ୟବଂଶୀ ଏବେ କ୍ରିକେଟ ଦୁନିଆରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି। ନିକଟରେ ରାଜସ୍ଥାନ ରୟାଲ୍ସ ଦ୍ୱାରା…

୩ ମାସ ତଳେ ଚୋରି ହୋଇଥିଲା ସ୍କୁଟି, ଗୋଟିଏ ଟ୍ରାଫିକ ଚାଲାଣ ଯୋଗୁ ଫସିଗଲା ଚୋର, ମାଲିକ…

ହାଇଦ୍ରାବାଦ: ଏଠାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି, ଯାହା ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି। ଜଣେ ବ୍ୟକ୍ତିଙ୍କର ଚୋରି ହୋଇଥିବା ସ୍କୁଟିର…

ପ୍ରଶାସନିକ ଅଣଦେଖା ପ୍ରତିବାଦରେ ଜିଲାପାଳଙ୍କ ଦ୍ୱାରସ୍ଥ ହେଲେ ଚିକିଟିର ଜନପ୍ରତିନିଧି, ୨ ବର୍ଷ ହେଲା ଉଦ୍ଦେଶ୍ୟମୂଳକ ଭାବେ…

ଛତ୍ରପୁର,୯।୪ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଚିକିଟି ବ୍ଲକ ଏବଂ ଏନ୍‌ଏସି (NAC) ପ୍ରଶାସନ ପକ୍ଷରୁ ନିର୍ବାଚିତ ଜନପ୍ରତିନିଧିମାନଙ୍କୁ କ୍ରମାଗତ ଭାବେ ଅଣଦେଖା କରାଯାଉଥିବା ନେଇ ସ୍ୱର…

ବନ୍ଦ ହେଲା ଆଉ ଏକ ଯୁଦ୍ଧ? ଲେବାନନ ସହିତ ସିଧାସଳଖ ଆଲୋଚନା ପାଇଁ ଇସ୍ରାଏଲ ପ୍ରସ୍ତୁତ

ଜେରୁଜେଲମ,୯।୪: ଇରାନ ଏବଂ ଇସ୍ରାଏଲ ମଧ୍ୟରେ ଉତ୍ତେଜନା ମଧ୍ୟରେ, ଲେବାନନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ କୂଟନୈତିକ ପଦକ୍ଷେପ ଉଭା ହୋଇଛି। ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ ଯଥାଶୀଘ୍ର…

ଅପେକ୍ଷାର ଅନ୍ତ! ରୟାଲ ଏନ୍‌ଫିଲ୍ଡ ଲଞ୍ଚ କଲା ପ୍ରଥମ ଇଲେକ୍ଟ୍ରିକ୍‌ ବାଇକ୍‌, ଜବରଦସ୍ତ ଫିଚର ସହ ମୂଲ୍ୟ…

ନୂଆଦିଲ୍ଲୀ,୯।୪: ଅପେକ୍ଷାର ଅନ୍ତ ଘଟିଛି। ଭାରତୀୟ ବଜାରରେ ରୟାଲ ଏନଫିଲ୍ଡ (Royal Enfield) ନିଜର ପ୍ରଥମ ଇଲେକ୍ଟ୍ରିକ ମୋଟରସାଇକେଲ ’ଫ୍ଲାଇଙ୍ଗ ଫ୍ଲି ସି୬’ (Flying Flea C୬)କୁ…

ପାଟିତୁଣ୍ଡ ଭିତରେ ପଶି କରିଥିଲେ ହତ୍ୟା: ଅଭିଯୁକ୍ତ ଉପେନ୍ଦ୍ରଙ୍କୁ ଆଜୀବନ ଜେଲ୍

ଛତ୍ରପୁର,୯।୪(ଦିଲ୍ଲୀପ ସାମଲ) : ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ବାଳକୃଷ୍ଣପୁର ଗ୍ରାମର ୨୦୧୩ ମସିହାର ଏକ ହତ୍ୟା ମାମଲାର ଚୂଡାନ୍ତ ରାୟ ଆଜି ପ୍ରକାଶ ପାଇଛି ।…

ଇସଲାମାବାଦରେ ଇରାନ-ଆମେରିକା ଆଲୋଚନା ଉପରେ ଆତଙ୍କବାଦୀ ଆକ୍ରମଣ ପାଇଁ ଷଡଯନ୍ତ୍ର!

ଇସଲାମାବାଦ,୯।୪: ଶୁକ୍ରବାର (୧୦ ଏପ୍ରିଲ, ୨୦୨୬) ପାକିସ୍ତାନରେ ଆମେରିକା ଏବଂ ଇରାନ ମଧ୍ୟରେ ଆଲୋଚନା ଆରମ୍ଭ ହେବାକୁ ଥିବା ଆଲୋଚନା ପୂର୍ବରୁ, ଆମେରିକୀୟ ଗୁପ୍ତ ସେବାର ୨୩…

ଖବରଦାତାଙ୍କ ପତ୍ନୀଙ୍କ ଅକାଳ ବିୟୋଗ: ଶୋକସନ୍ତପ୍ତ ପରିବାରକୁ ଭେଟି ସମବେଦନା ଜଣାଇଲେ ଛତ୍ରପୁର ବିଧାୟକ

ଗଞ୍ଜାମ,୯।୪(ବିଦ୍ୟାଧର ସାହୁ), ୯/୪: ଗଞ୍ଜାମ ବ୍ଲକ ଅଞ୍ଚଳର ବରିଷ୍ଠ ଖବରଦାତା ରାମଚନ୍ଦ୍ର ବେହେରାଙ୍କ ଧର୍ମପତ୍ନୀ ସୁନିତା ବେହେରାଙ୍କର (୪୫) ଅକାଳ ବିୟୋଗ ଘଟିଛି। ଏହି ଖବର ପ୍ରସାରିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri