Categories: ଗଞ୍ଜାମ

କ୍ଲିନିକ୍‌ ସିଲ୍‌, ଡାକ୍ତର ଗିରଫ

ଶେରଗଡ଼,୧୫ା୭(ଡି.ଏନ୍‌.ଏ.)-ଗଞ୍ଜାମ ଜିଲା ଶେରଗଡ଼ ରମୁଣି ସାହିରେ କୋଭିଡ୍‌ କଟକଣା ନ ମାନି କ୍ଲିନିକ୍‌ ଖୋଲିବା ଜଣେ ଡାକ୍ତରଙ୍କୁ ମହଙ୍ଗା ପଡିଛି। ସମ୍ପୃକ୍ତ କ୍ଲିନିକ୍‌କୁ ସିଲ୍‌ କରାଯାଇଥିବା ବେଳେ ଡାକ୍ତରଙ୍କୁ ଗିରଫ ପରେ କୋର୍ଟ ଚାଲାଣ କରାଯାଇଛି। ଗିରଫ ଡାକ୍ତର ହେଲେ ସୁନୀଲ କୁମାର ସାହୁ।
ଶେରଗଡ଼ ରମୁଣି ସାହିରେ ଥିବା ପଞ୍ଚାନନ କ୍ଲିନକକୁ ଆସିଥିବା ରୋଗୀମାନେ କୋଭିଡ୍‌ କଟକଣା ନ ମାନି ଭିଡ ଜମାଇଥିଲେ। ସେଠାରେ ଅଧିକାଂଶ ମାସ୍କ ପିନ୍ଧି ନ ଥିଲେ। କ୍ଲିନିକ୍‌ରେ ଗହଳି ଜମିଥିବା ଖବରପାଇ ଶେରଗଡ ତହସିଲଦାର ଡ. ଦୟାସିନ୍ଧୁ ପରିଡା, ଆସିକା ଏସ୍‌ଡିପିଓ ସୂର୍ଯ୍ୟମଣି ପ୍ରଧାନ ସେଠାରେ ପହଞ୍ଚତ୍ଥିଲେ। କୋଭିଡ୍‌ ନିୟମ ଉଲ୍ଲଂଘନ ହେଉଥିବା ଦେଖି କ୍ଲିନକକୁ ସିଲ୍‌ କରିବା ସହ ଡାକ୍ତରଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏ ନେଇ ଶେରଗଡ ଥାନାରେ ନଂ.୭୨/୨୦ରେ ଏକ ମାମଲା ରୁଜୁ ହୋଇଛି।