କ୍ଲିନିକ୍‌ ମାଲିକଙ୍କ ଧମକ: କେସ୍‌ ନ ଉଠାଇଲେ…

ଦିଗପହଣ୍ଡି,୯ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ମୁଖ୍ୟ ରାସ୍ତାକଡ଼ରେ ଥିବା ସାହାରା ନର୍ସିଂହୋମ୍‌ରେ ତ୍ରୁଟିପୂର୍ଣ୍ଣ ଅସ୍ତ୍ରୋପଚାର ଯୋଗୁ ଗତ ମେ’ ୧୧ ତାରିଖ ରାତି ପ୍ରାୟ ୧୦ ଟାରେ ସିଙ୍ଗପୁର ଗ୍ରାମର ମାଗୁଣି ନାୟକଙ୍କ ଝିଅ ରୋଜି ନାୟକ ଏବଂ ନବଜାତକଙ୍କ ମୃତ୍ୟୁ ଘଟିଥିବା ଅଭିଯୋଗ ହୋଇଥିଲା। ଘଟଣାରେ ସମ୍ପୃକ୍ତ ଥିବା ନର୍ସିଂହୋମ ମାଲିକ ମଙ୍ଗୁଳୁ ପ୍ରଧାନ, ଅପରେଶନ କରିଥିବା ନର୍ସିଂହୋମର ଡାକ୍ତର, ମହିଳା ସ୍ବାସ୍ଥ୍ୟକର୍ମୀ, ଆଶାକର୍ମୀ ପ୍ରମୁଖଙ୍କ ଅବହେଳାରୁ ତାଙ୍କ ସ୍ତ୍ରୀ ଓ ଛୁଆଙ୍କ ମୃତ୍ୟୁ ଘଟିଥିବା ନେଇ ପାଟପୁର ଥାନା କଲରାପଦର ଗ୍ରାମର ରୋଜିଙ୍କ ସ୍ବାମୀ ବାବୁ ନାୟକ ଦିଗପହଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତିକରି ଭାରପ୍ରାପ୍ତ ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ କୁମାର ପାତ୍ର କେସ୍‌ ନଂ ନଂ.୧୭୪/୨୫ ଅନୁଯାୟୀ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଥିଲେ। ଏହି ମାମଲାରେ ସମ୍ପୃକ୍ତ କ୍ଳିନିକ ମାଲିକ ମଙ୍ଗୁଳୁ ଗିରଫ ଭୟରେ ଫେରାର ଥିବା ବେଳେ ଡେଙ୍ଗାଓସ୍ତା ଗ୍ରାମ ସରକାରୀ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ର ମହିଳା ସ୍ବାସ୍ଥ୍ୟକର୍ମୀ ଭାବେ କାର୍ଯ୍ୟ କରୁଥିବା ବ୍ରହ୍ମପୁର ବୈଦ୍ୟନାଥପୁର ଥାନା ବୈକୁଣ୍ଠନଗର ୪ର୍ଥ ଲେନ୍‌ରେ ରହୁଥିବା ମଧୁ ଓରଫ ମଧୁସ୍ମିତା ପଟ୍ଟନାୟକଙ୍କୁ ତଦନ୍ତକାରୀ ଅଧିକାରୀ ଏସ୍‌.ଆଇ ଜ୍ୟୋତି ରଞ୍ଜନ ବେହେରା ଗତ ମେ’ ୧୯ରେ ଗିରଫ କରି କୋର୍ଟ ଚାଲାଣ କରିଥିଲେ। ଏହି ମାମଲାର ମୁଖ୍ୟ ଅଭିଯୁକ୍ତ କ୍ଲିନିକ ମାଲିକ ମଙ୍ଗୁଳୁ ତାଙ୍କ ସହଯୋଗୀ ଅଶ୍ୱିନୀ ଦୋରା ଏବଂ ଅନ୍ୟ ୨ ଜଣଙ୍କୁ ଗତ ଜୁଲାଇ ୩୦ରେ ରୋଜିଙ୍କ ବାପା ମାଗୁଣିଙ୍କୁ ଭେଟି ଯେତେ ଚଞ୍ଚଳ ପାରିବ କେସ୍‌ ଉଠାଇ ଦିଅ। କେସ ନ ଉଠାଇଲେ ଜୀବନରେ ମାରିଦେବୁ। ପରିବାର ଲୋକଙ୍କ ପରିସ୍ଥିତି ଖରାପ କରିଦେବୁ ବୋଲ ଧମକ ଦେଇଥିଲେ। ଗତ ବୁଧବାର ମାଗୁଣି ଡେଙ୍ଗାଓସ୍ତା ଗ୍ରାମ ବଜାରକୁ ଯାଇଥିବା ବେଳେ ଗାଁ ଛକରେ କ୍ଲିନିକ ମାଲିକ ମଙ୍ଗୁଳୁ ତାଙ୍କୁ ଭେଟି କେସ୍‌ କଥା କ’ଣ ହେଲା। ମାଗୁଣି କୌଣସି ପ୍ରତ୍ୟୁତ୍ତର ନ ଦେବାରୁ ସେ ତାଙ୍କୁ ଅସଭ୍ୟ ଭାଷାରେ ଗାଳି କରି ଚଞ୍ଚଳ କେସ୍‌ ସମାଧାନ କର ନହେଲେ ପରିସ୍ଥିତି ଭୟାବହ ହେବ। ତୋତେ ଶେଷ କରିବାକୁ ମୋତେ ବେଶୀ ସମୟ ଲାଗିବ ନାହିଁ। କେସ୍‌ରେ ସାକ୍ଷ୍ୟ ପ୍ରମାଣ ଦେବୁ ନାହିଁ ବୋଲି ଧମକ ଦେଇଥିବା ନେଇ ମାଗୁଣି ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି। ଏତଲାକୁ ଭିତ୍ତିକରି ଆଇଆଇସି ତଥା ଡିଏସ୍‌ପି ପ୍ରଶାନ୍ତ ପାତ୍ର ମାମଲା ନଂ.୨୮୪/୨୫ ଅନୁଯାୟୀ ମୋକଦ୍ଦମା ରୁଜୁ କରି ତଦନ୍ତ ନିମନ୍ତେ ଏସ୍‌.ଆଇ ସୋଫିଆ ମିଶ୍ରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରାତିରେ ଶୋଇଥିଲେ ସାଙ୍ଗ, ଛୁରି ଭୁସିଦେଲେ ଗଣ୍ଡ: ବିଶ୍ୱାସଘାତକତାର କରୁଣ ପରିଣତି

ଔପଦା, ୧୮।୩(ଧରିତ୍ରୀ ପଣ୍ଡା): ପୂର୍ବ ଶତ୍ରୁତାର ପ୍ରତିଶୋଧ ନେବାକୁ ଯାଇ ଜଣେ ବ୍ୟକ୍ତି ନିଜ ବନ୍ଧୁଙ୍କୁ ନିର୍ମମ ଭାବେ ହତ୍ୟା କରିବା ଘଟଣା ବାଲେଶ୍ୱର ଜିଲା ଔପଦା…

ଡାକ୍ତରଖାନା ଆଗରେ ଜେଏମ୍‌ଏମ୍‌ର ଧାରଣା  

ମୋରଡ଼ା,୧୮ା୩(ସ୍ମାରକ ମାଜୀ):ମୟୂରଭଞ୍ଜ ଜିଲା ମୋରଡ଼ା ବ୍ଲକ ଅଧୀନ ବାରମାଇଲସ୍ଥିତ କିଶାନତାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ପରିସରରେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା(ଜେଏମ୍‌ଏମ୍‌) ତରଫରୁ ୨ ଦଫା ଦାବି ନେଇ ମଙ୍ଗଳବାରଠାରୁ…

ସ୍କୁଲ ଗଡାଣି ନିକଟରେ ଓଲଟିଲା ଅଟୋ

ନନ୍ଦପୁର,୧୮।୩(ତୁଷାର କାନ୍ତ ମହାନ୍ତି): କୋରାପୁଟ ଜିଲା ନନ୍ଦପୁର ଥାନା ଅଧୀନ ଦେଗନ୍ଧନା ଗ୍ରାମ ସ୍କୁଲ ଗଡାଣି ନିକଟରେ ଭାରସାମ୍ୟ ହରାଇ ଅଟୋ ଓଲଟି ୧୦ ଯାତ୍ରୀ ମଙ୍ଗଳବାର…

୩ ମହଲା କୋଠାରେ ଲାଗିଲା ନିଆଁ: ୭ ଜଣ ଜୀବନ୍ତ ଜଳିଗଲେ

ଇନ୍ଦୋର,୧୮।୩: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ବଡ଼ ଅଗ୍ନିକାଣ୍ଡ ଘଟଣାରେ ୭ ଜଣଙ୍କର ମୃତ୍ୟୁ ଘଟିଛି। ଏହି ଦୁର୍ଘଟଣା ସର୍ଟସର୍କିଟ ଯୋଗୁ ଘଟିଥିଲା। ରିପୋର୍ଟ ଅନୁଯାୟୀ, ଘର ବାହାରେ…

ଅଭିଯୋଗ ପରେ ଆସିଲା ଚାଉଳ

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ସଦର ମହକୁମା ପଞ୍ଚାୟତରେ ଚାଉଳ ଷ୍ଟକ ନ ଥିବା ଦର୍ଶାଇ ପଡିକାର୍ଡ ଧାରୀଙ୍କୁ ମାଗଣା ଚାଉଳ ଓ…

ମିଳିଲାନି ଧାନବିକ୍ରି ଟୋକନ: ନାତୁଣୀ ବାହାଘର ପାଇଁ ବନ୍ଧା ପକାଇଲେ ଧାନ

ବରଗଡ଼/ଗାଇସିଲେଟ୍‌,୧୮।୩(ପ୍ରେମାନନ୍ଦ ଖମାରୀ/ଦୁର୍ଗାପ୍ରସାଦ ତ୍ରିବେଦୀ): ରବିଧାନ ସଂଗ୍ରହ ପ୍ରକ୍ରିୟା ପାଇଁ ବର୍ତ୍ତମାନ ଚାଷୀ ପଞ୍ଜୀକରଣ ଚାଲିଛି। କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଖରିଫ୍‌ ଧାନବିକ୍ରି ପାଇଁ…

ବାସକୀ ନଦୀ ଉପରେ ପୋଲ ନିର୍ମାଣ ନେଇ ମାଟି ପରୀକ୍ଷା

ନନ୍ଦପୁର,୧୮ା୩ (ତୁଷାର କାନ୍ତ ମହାନ୍ତି)-କୋରାପୁଟ ଜିଲା ନନ୍ଦପୁର ବ୍ଲକ ରାଇସିିଂ ପଞ୍ଚାୟତ ଦେଷଣ୍ଢଗୁଡା ଗ୍ରାମ ସମ୍ମୁଖ ବାସକି ନଦୀ ଉପରେ ୬୦ ମିଟର ଲମ୍ବର ପୋଲ ନିର୍ମାଣ…

ଅନ୍‌ଲାଇନ ଆବେଦନର ବର୍ଷେ ବିତିଲାଣି,ବିଦ୍ୟୁତ୍‌ ନାହିଁ: ୩୩ ପରିବାରକୁ ଡିବିରୀ ଭରସା

ଦାରିଙ୍ଗବାଡି, ୧୮ା୩ (ଅରୁଣ ସାହୁ ):ଗାଁରେ ବିଦ୍ୟୁତ୍‌ ଟ୍ରାନ୍ସଫର୍ମର ଅଛି, ବିଦ୍ୟୁତ୍‌ ସଂଯୋଗ ରହିଛି ମାତ୍ର ଗ୍ରାମବାସୀଙ୍କୁ ବିଦ୍ୟୁତ୍‌ ସେବା ମିଳୁନି। ଟ୍ରାନ୍ସଫର୍ମରଠାରୁ ଘର ପର୍ଯ୍ୟନ୍ତ ବିଦ୍ୟୁତ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri