ସବୁଠାରୁ ଧନୀ ଅଭିନେତାଙ୍କୁ ବ୍ରାଣ୍ଡ ଆମ୍ବାସାଡର କଲା ଜୋମାଟୋ

ନୂଆଦିଲ୍ଲୀ,୯।୮: ଅନଲାଇନ ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ଶୁକ୍ରବାର ଦିନ ବଲିଉଡର ‘ବାଦଶାହ’ ଶାହାରୁଖ ଖାନଙ୍କୁ ନିଜର ବ୍ରାଣ୍ଡ ଆମ୍ବାସାଡର ଭାବେ ନିଯୁକ୍ତ କରିବାର ଘୋଷଣା କରିଛି। ଜୋମାଟୋ ଏକ ବୟାନରେ କହିଛି ଯେ ଶାହାରୁଖ ନିକଟରେ କମ୍ପାନୀର ‘ଫ୍ୟୁଏଲ ଇୟୋର ହସଲ’ ଅଭିଯାନରେ ନଜର ଆସିଥିଲେ। ଏହି ଅଭିଯାନ ଓ ଏହି ସହଯୋଗ ମାଧ୍ୟମରେ ଜୋମାଟୋର ଲକ୍ଷ୍ୟ ହେଉଛି ପ୍ରତ୍ୟେକ ଏମିତି ବ୍ୟକ୍ତିଙ୍କ ସହ ଯୋଡ଼ିହେବା ଯେଉଁମାନେ କଠିନ ପରିଶ୍ରମ ଓ ନିରନ୍ତରତାରେ ବିଶ୍ୱାସ କରନ୍ତି। ଯେଉଁମାନେ ଖାଦ୍ୟ ମାଧ୍ୟମରେ ସେମାନଙ୍କ ଯାତ୍ରାକୁ ସମର୍ଥନ କରିବା ପାଇଁ ନିଜର ପ୍ରତିବଦ୍ଧତାକୁ ଦୃଢ଼ କରନ୍ତି।

ଜୋମାଟୋର ମାର୍କେଟିଂ ମୁଖ୍ୟ ସାହିବଜିତ ସିଂହ ସାହାନୀ କହିଛନ୍ତି ଯେ ଶାହାରୁଖ ଖାନ ଲକ୍ଷ ଲକ୍ଷ ଲୋକଙ୍କୁ ଆଗକୁ ବଢ଼ିବା ପାଇଁ ପ୍ରେରଣା ଦିଅନ୍ତି ଏବଂ ସେମାନଙ୍କ ଉଚ୍ଚାକାଂକ୍ଷାକୁ ବଢ଼ାଇଥାନ୍ତି। ଶାହାରୁଖ କହିଛନ୍ତି, ଜୋମାଟୋର କାହାଣୀ ହେଉଛି କଠିନ ପରିଶ୍ରମ, ନବୋନ୍ମେଷ ଓ ଲୋକଙ୍କୁ ସେମାନଙ୍କର ପ୍ରିୟ ଜିନିଷ ଅର୍ଥାତ ଉତ୍ତମ ଖାଦ୍ୟର ନିକଟତର କରାଇବାର ଏକ କାହାଣୀ। ଏହା ଏକ ଏମିତି ଯାତ୍ରା ଯାହା ମୋ ସହିତ ଗଭୀର ଭାବେ ଜଡ଼ିତ। ମୁଁ ଏକ ଏମିତି ବ୍ରାଣ୍ଡର ଅଂଶ ହେବାକୁ ନେଇ ଖୁସି ଯାହା ସମଗ୍ର ଭାରତରେ ଏକ ଘରୋଇ ନାମ ହୋଇପାରିଛି।

ଏସକ୍ୱାୟାର ମ୍ୟାଗାଜିନର ରିପୋର୍ଟ ଅନୁସାରେ, ଶାହାରୁଖ ଖାନଙ୍କର ମୋଟ ସମ୍ପତ୍ତି ପ୍ରାୟ ୭,୫୦୦ କୋଟି ଟଙ୍କା (ପ୍ରାୟ ୮୭୬.୫ ମିଲିୟନ ଡଲାର), ଯାହା ସଲମାନ ଖାନ ଓ ଅମିତାଭ ବଚ୍ଚନ ପରି ବଡ଼ ତାରକାଙ୍କଠାରୁ ବହୁତ ଅଧିକ। ସେ ବିଶ୍ୱର ଚତୁର୍ଥ ଧନୀ ଚଳଚ୍ଚିତ୍ର ଅଭିନେତା ମଧ୍ୟ ଅଟନ୍ତି। ଏହି ତାଲିକାରେ ତାଙ୍କଠାରୁ ଆଗରେ କେବଳ ଆର୍ନଲ୍ଡ ଶ୍ୱାର୍ଜେନେଗର, ଡେୱନ ଜନସନ ଓ ଟମ କ୍ରୁଜ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜ୍ଞାନେଶଙ୍କୁ ବହିଷ୍କାର ଦାବିରେ ବିକ୍ଷୋଭ

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କୁ ପଦବୀରୁ ବହିଷ୍କାର କରିବା ପାଇଁ କଂଗ୍ରେସ ଦାବି କରିଛି। ଏହି ଦାବିରେ ସୋମବାର ଜିଲା କଂଗ୍ରେସ କମିଟି…

ଭାଜପା ନେତାଙ୍କୁ ଆକ୍ରମଣ

ଆସିକା,୨୮।୯: ଗଞ୍ଜାମ ଜିଲା ହରିଡ଼ାପଦର ଭାଜପା ମଣ୍ଡଳ ସଭାପତିଙ୍କୁ ସୋମବାର ରାତିରେ ଆକ୍ରମଣ କରାଯାଇଛି। ମଣ୍ଡଳ ସଭାପତି ନିଜ ଗାଁ ଗୌଡ଼ଗୋଠ ଫେରୁଥିବା ବେଳେ କମାଶାସନ ନିକଟରେ…

କଙ୍କଡ଼ା ଧରୁଥିଲେ ମଦନ, ମାଡ଼ିବସିଲା କୁମ୍ଭୀର: ଆଉ ତା’ପରେ…

ରାଜନଗର, ୨୮।୯ (ଭାସ୍କର ରାଉତରାୟ): କଙ୍କଡ଼ା ଧରୁଥିବା ବେଳେ ଜଣେ ବୃଦ୍ଧଙ୍କୁ ମାଡ଼ି ବସିଲା ବିରାଟକାୟ କୁମ୍ଭୀର। କୁମ୍ଭୀର ଆକ୍ରମଣରେ ତାଙ୍କ ଡାହାଣ ଗୋଡ଼ ଗୁରୁତର ଭାବେ…

ଗୁଣି ସନ୍ଦେହରେ ଯୁବକଙ୍କୁ ପିଟିପିଟି ହତ୍ୟା ଘଟଣା: ୧୨ଜଣଙ୍କୁ ବାନ୍ଧିଲା ପୋଲିସ

ମୋହନା, ୨୮।୯(ମନ୍ମଥ ମିଶ୍ର):ଗୁଣି କରି ଲୋକଙ୍କୁ ମାରୁଥିବା ସନ୍ଦେହରେ ଜଣେ ଯୁବକଙ୍କୁ ପିଟିପିଟି ହତ୍ୟା କରିବା ପରେ ଜଙ୍ଗଲରେ ପୋଡ଼ିଦେବା ଅଭିଯୋଗ ହୋଇଛି। ଗଜପତି ଜିଲା ମୋହନା…

ଜଲାପୁଟ ଜଳଭଣ୍ଡାରର ୨ ଗେଟ୍‌ ଖୋଲିଲା

କୋରାପୁଟ,୨୮।୯(ଅମିତାଭ ବେହେରା): ୪ ଦିନ ଧରି ଲଗାଣ ବର୍ଷା ଯୋଗୁ କୋରାପୁଟ ଜିଲାର ଜଲାପୁଟ ଜଳଭଣ୍ଡାରର ଜଳସ୍ତର ବୃଦ୍ଧି ପାଇଛି। ଜଳସ୍ତର ବିପଦ ସଙ୍କେତ ନିକଟତର ହେବା…

ଲଜ୍‌ରୁ ମିଳିଲା ଦମ୍ପତିଙ୍କ ମୃତଦେହ

କୋରାପୁଟ,୨୮ା୯(ଅମିତାଭ ବେହେରା): କୋରାପୁଟ ସହରସ୍ଥିତ ଏକ ଲଜ୍‌ରୁ ଦମ୍ପତିଙ୍କ ମୃତଦେହ ଜବତ ହୋଇଛି। ମୃତକମାନେ ଦାମନଯୋଡ଼ି ସେକ୍ଟର-୩ ଅଞ୍ଚଳର ବିଜୟ ଡାକୁଆ ଓ ତାଙ୍କ ସ୍ତ୍ରୀ ବିଜୟଲକ୍ଷ୍ମୀ।…

ଶାହି ମସ୍‌ଜିଦ ଭଙ୍ଗାକୁ ନେଇ ଉତ୍ତେଜନା, ଗୁଜବ ପ୍ରଚାର କରୁଥିବା ୫ ଅଟକ

ଉଜ୍ଜୟିନୀ,୨୮ା୯: ମଧ୍ୟପ୍ରଦେଶର ଉଜ୍ଜୟିନୀରେ ରାସ୍ତା ପ୍ରଶସ୍ତୀକରଣ ପାଇଁ ଶାହି ମସ୍‌ଜିଦକୁ ଆଶିଂକ ଭାଙ୍ଗିବା ନିମନ୍ତେ ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚାଲିଥିବାବେଳେ ସୋମବାର ସକାଳେ ମୁସଲମାନ ସମ୍ପ୍ରଦାୟର ବହୁସଂଖ୍ୟାରେ…

ବନ୍ୟା ଦେଖି ଫେରୁଥିଲେ କୁଳମଣି, ବାଟରେ ଛକିଥିଲା ଯମ: ହଠାତ୍‌ ଘଟିଲା…

ବରଗଡ଼,୨୮।୯(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଅମ୍ବାଭୋନା ଅଞ୍ଚଳରେ ବନ୍ୟା ପରିସ୍ଥିତି ଦେଖି ଫେରୁଥିବାବେଳେ ସୋମବାର ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ଖଇରପାଲି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?