ଜଳବାୟୁ କୂଟନୀତି

ଜନ୍‌ କ୍ୟାମ୍ଫେନର୍‌

 

ଜଳବାୟୁ ପରିବର୍ତ୍ତନ ବିଶ୍ୱ ସମ୍ମୁଖରେ ଏକ ବିରାଟ ଆହ୍ବାନ ଭାବେ ଉଭାହୋଇଛି। ଦେଶଗୁଡ଼ିକ ପାଇଁ ଏହା ଅନ୍ତିମ ପରୀକ୍ଷା। ବିଶ୍ୱରେ ପ୍ରଭାବ ଜାହିର କରିବାକୁ ଦେଶମାନେ ପ୍ରତିଯୋଗିତା କରିବେ ନା ସମ୍ମିଳିତ ଭାବେ ବିଶ୍ୱକୁ ସୁରକ୍ଷା କରିବାକୁ ସକ୍ଷମ ହେବେ, ତାହା ଉକ୍ତ ପରୀକ୍ଷାରୁ ସ୍ପଷ୍ଟ ହେବ। ଯଦି ଆମେରିକା ଏବଂ ଚାଇନା ଜଳବାୟୁ ପରିବର୍ତ୍ତନ କ୍ଷେତ୍ରରେ ଏକାଠି କାର୍ଯ୍ୟ ନ କରନ୍ତି, ତେବେ ସେମାନେ ଅନ୍ୟ କୌଣସି କ୍ଷେତ୍ରରେ ଏକାଠି କାର୍ଯ୍ୟ କରିପାରିବେ ନାହିଁ। ଏହି ଦୁଇ ମହାଶକ୍ତି ବିଶ୍ୱରେ ୪୦%ରୁ ଊର୍ଦ୍ଧ୍ୱ କାର୍ବନ ଡାଇଅକ୍‌ସାଇଡ ନିର୍ଗମନ କରୁଛନ୍ତି। ଏଥିପାଇଁ ଅନେକ ବିବ୍ରତ ହୋଇପଡ଼ିଛନ୍ତି ଓ କହୁଛନ୍ତି, କାର୍ବନ ନିର୍ଗମନ ହ୍ରାସ କରିବାକୁ ହେଲେ ଚାଇନା ଓ ଆମେରିକାର ସହଯୋଗ ନିହାତି ଆବଶ୍ୟକ। ଏହା ନ ହେଲେ ଆମେମାନେ ସମସ୍ତେ ମରଣ ମୁଖକୁ ଠେଲି ହୋଇଯିବା। ଏପରି କି ଜଳବାୟୁ ପରିବର୍ତ୍ତନର ପ୍ରଳୟଙ୍କରୀ ପ୍ରଭାବକୁ ରୋକିବା ଲାଗି ଉଭୟ ଦେଶ ତ୍ୱରିତ ପଦକ୍ଷେପ ନେବା ଉଚିତ ବୋଲି ଏମାନେ ଭଲ ଭାବେ ଜାଣନ୍ତି। ତେବେ ଉଭୟ ଦେଶ ମଧ୍ୟରେ ଚାଲିଥିବା ପାରମ୍ପରିକ କୂଟନୀତି ଏ କ୍ଷେତ୍ରରେ କିଛି କାମ କରିବ ନାହିଁ ବୋଲି ନିକଟରେ ପ୍ରମାଣିତ ହୋଇଛି।
ବାଇଡେନ୍‌ଙ୍କ ସମୟରେ ୨୦୨୧ ମାର୍ଚ୍ଚରେ ଆମେରିକା ଓ ଚାଇନା ମଧ୍ୟରେ ପ୍ରଥମ ବୈଠକ ଆଲାସ୍କାରେ ଅନୁଷ୍ଠିତ ହୋଇଥିଲା। ଆମେରିକାର ପରରାଷ୍ଟ୍ର ସଚିବ ଆଣ୍ଟୋନି ବ୍ଲିଙ୍କେନ ଚାଇନାର ମାନବ ଅଧିକାର ସମ୍ପର୍କରେ ଅଧିକ ଚର୍ଚ୍ଚା କରିବା ଯୋଗୁ ଚାଇନାର ବରିଷ୍ଠ ବୈଦେଶିକ ବ୍ୟାପାର ଅଧିକାରୀ ୟାଙ୍ଗ ଜିଚି ତାଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଇଥିଲେ। ଏପ୍ରିଲରେ ବାଇଡେନ୍‌ଙ୍କ ଜଳବାୟୁ ପ୍ରତିନିଧି ତଥା ପୂର୍ବତନ ପରରାଷ୍ଟ୍ର ସଚିବ ଜନ୍‌ କେରୀ ଚାଇନା ଯାଇଥିଲେ। ସେଠାରେ ସେ ଚାଇନା ଜଳବାୟୁ ପ୍ରତିନିଧି ଜି ଝେନ୍‌ହ୍ବାଙ୍କୁ ସାକ୍ଷାତ କରିଥିଲେ। ସେବେଠାରୁ ଏମାନେ ଅନେକ ଥର ଆଲୋଚନା କରିଥିଲେ ମଧ୍ୟ ଏବେ ସୁଦ୍ଧା କିଛି ହାସଲ କରିଥିବା କାହିଁ ଜଣାପଡୁନିି। ଏହା ମଧ୍ୟ ସ୍ପଷ୍ଟ ଯେ, ପାରମ୍ପରିକ ତଥା ପୁରୁଣା କୂଟନୀତି ମାଧ୍ୟମରେ ଜଣେ ଅନ୍ୟକୁ ବୁଝାଇ ସେମାନଙ୍କ କାର୍ଯ୍ୟରେ ଉନ୍ନତି ଆଣିବାର ସମ୍ଭାବନା ବହୁତ କମ୍‌। ଦେଖିବାକୁ ଗଲେ ଆମେରିକାର ରଣନୀତିରେ ତିନୋଟି ମୌଳିକ ସମସ୍ୟା ରହିଛି। ପ୍ରଥମତଃ ବିଶ୍ୱ ସମୁଦାୟ ଆମେରିକାରେ ଡୋନାଲ୍ଡ ଟ୍ରମ୍ପ କ୍ଷମତାକୁ ଫେରିବାର ସମ୍ଭାବନାକୁ ନେଇ ଦେଶଗୁଡ଼ିକର ରଣନୀତିକ ଅବଗଣନା ପ୍ରଭାବିତ ହୋଇଛି। ଦ୍ୱିତୀୟରେ, ଅନ୍ୟ ବିଷୟଗୁଡ଼ିକରୁ ଜଳବାୟୁ ନୀତିକୁ ଅଲଗା ରଖାଯିବା ଉଚିତ ବୋଲି ବାଇଡେନ ୍‌ପ୍ରଶାସନ ଦାବି କରୁଛି। କିନ୍ତୁ ଚାଇନା ଦାବି କରୁଛି ଯେ, ଚାଇନା ଓ ଆମେରିକା ସର୍ମ୍ପକ ମଧ୍ୟରେ ଜଳବାୟୁ ସହଯୋଗକୁ ଅଲଗା ରଖାଯାଇପାରିବ ନାହିଁ। ଏହା ଯୋଗୁ ଦୁଇ ଦେଶ ମଧ୍ୟରେ ତୀବ୍ର ଅସହମତ ପ୍ରକାଶ ପାଇଛି। ତୃତୀୟ ସମସ୍ୟା ସବୁଠୁ ଜଟିଳ। ଏପରିକି ଆଫଗାନିସ୍ତାନ ବିପର୍ଯ୍ୟୟ ପୂର୍ବରୁ ଆମେରିକାର କ୍ଷମତା ଯେମିତି କାମ କରୁଥିଲା ସେମିତି ନ ରହିବାକରୁ ଚାଇନା ଓ ଅନ୍ୟ ଦେଶଗୁଡ଼ିକୁ ଆମେରିକା ଦେଉଥିତ୍ତ୍ବା ଉପଦେଶର ପ୍ରଭାବ ସେପରି ରହିଲା ନାହିଁ।
ଆସନ୍ତା ମାସରେ ଗ୍ଲାସ୍‌ଗୋରେ ଆଯୋଜିତ ହେବାକୁ ଥିବା ଜାତିସଂଘ ଜଳବାୟୁ ପରିବର୍ତ୍ତନ ସମ୍ମିଳନୀ(କୋପ୍‌୨୬)ରେ ଉଚ୍ଚସ୍ତରୀୟ କୂଟନୀତି ଉପରେ ସମସ୍ତଙ୍କୁ ଧ୍ୟାନ ଦେବାକୁ ପଡ଼ିବ। ସତ କଥା ହେଉଛି ଉଲ୍ଲେଖନୀୟ ପରିବର୍ତ୍ତନର ମୂଳ ରହସ୍ୟ ରହିଛି। ଜଳବାୟୁ ପରିବର୍ତ୍ତନ ଉପରେ ବିଶ୍ୱ ନେଉଥିବା ପଦକ୍ଷେପର ବିଫଳତା ବା ସଫଳତା ଜାତୀୟ ସ୍ବାର୍ଥ ଅଧାରରେ ହେବ। ତବେ ପ୍ରଶ୍ନ ହେଉଛି, ଆଗାମୀ ଶତାବ୍ଦୀରେ କେଉଁ ଦେଶ , କେଉଁ ପଦ୍ଧତି ବିଶ୍ୱରେ ଜଳବାୟୁ ପରିବର୍ତ୍ତନର ମୁକାବିଲା କରି ସବୁଜ ପରିବେଶ ପାଇଁ ଯୋଗ୍ୟ ନାଗରିକ ସୃଷ୍ଟି କରିପାରିବ। ସବୁଜ ପ୍ରଯୁକ୍ତିରୁ କେଉଁ ଦେଶ ପ୍ରଥମେ ଆର୍ଥିକ ଲାଭ ପାଇବା ଲାଗି ସବୁଜ ପ୍ରଯୁକ୍ତିକୁ ଉପାଯୋଗ କରିବ। ସବୁଜ ପ୍ରଯୁକ୍ତି ଦୌଡ ପାଇଁ ପ୍ରାରମ୍ଭରୁ ବଡ଼ ଧରଣର ଶକ୍ତି ପ୍ରତିଯୋଗିତା ଲାଗିବ। ନିଜ ଲାଗି ଶକ୍ତି ସଂରକ୍ଷଣ କରିବା ଏକ ମୁଖ୍ୟ ବିଷୟ ହେବ। ଏସବୁକୁ ଦେଖିତ୍ତ୍ଲେ ପ୍ରଶ୍ନ ଉଠେ, ଜଳବାୟୁ ପରିବର୍ତ୍ତନ ଉପରେ ନିଷ୍କ୍ରିୟତା ସେମାନଙ୍କୁ ବିପଦରେ ପକାଇବ ବୋଲି କେବେ ଲୋକମାନେ ବୁଝିବେ।
ଏବେ ସୁଦ୍ଧା ଜଳବାୟୁ ଉପରେ ଚାଇନାର ପ୍ରତିକ୍ରିୟା ଭିନ୍ନ ରହି ଅସିଛି। ସେପ୍ଟେମ୍ବର ୨୦୨୦ରେ ଚାଇନା ରାଷ୍ଟ୍ରପତି ଶି ଜିନପିଙ୍ଗ ଜାତିସଂଘରେ କହିଥିଲେ ଯେ, ତାଙ୍କ ଦେଶ ୨୦୩୦ ସୁଦ୍ଧା ନିର୍ଗମନର ଶୀର୍ଷରେ ପହଞ୍ଚିବ ଏବଂ ୨୦୬୦ ସୁଦ୍ଧା କାର୍ବନ ନ୍ୟୁଟ୍ରାଲ ସ୍ଥତିରେ ରହିବ। ଏହି ତଥ୍ୟ ରଖିବା ସହ ନେଟ୍‌ ଜିରୋ ନିର୍ଗମନ ପାଇଁ ନିର୍ଦ୍ଧାରିତ ସମୟ ଉପରେ ପ୍ରତିବଦ୍ଧତା ପ୍ରକାଶ କରିଥିଲେ। କିନ୍ତୁ ତା’ ପରଠାରୁ ଚାଇନା ଘୋଷଣାର ପ୍ରଭାବ କମ୍‌ ରହିବା ଲକ୍ଷ୍ୟ କରାଯାଉଛି।
ଚଳିତ ବର୍ଷ ଜାତିସଂଘରେ ଶି’ ବିଶ୍ୱରେ ତାପଜ ବିଦ୍ୟୁତ୍‌ ପ୍ରକଳ୍ପଗୁଡ଼ିକୁ ସମର୍ଥନ ବନ୍ଦ କରିବା ଲାଗି ପ୍ରତିଜ୍ଞା କରିଥିତ୍ଲେ। ଦକ୍ଷିଣ କୋରିଆ ଏବଂ ଜାପାନ ସମାନ ପ୍ରକାର ପ୍ରତିଜ୍ଞା କରିବା ପରେ ବାହାର ଦେଶକୁ ତାପଜ କ୍ଷେତ୍ରକୁ ଅର୍ଥ ଯୋଗାଣ ବନ୍ଦ କରିବାକୁ ଚାପରେ ପଡ଼ିଯାଇଥିତ୍ଲା ଚାଇନା। ତେବେ ଅର୍ଥିକ ସାହାଯ୍ୟ ଗ୍ରହଣ କରୁଥିବା ଦେଶଗୁଡ଼ିକ ନୂଆ ତାପଜ ବିଦ୍ୟୁତ କେନ୍ଦ୍ର ଆରମ୍ଭ କରିବାରେ ସତର୍କ ହୋଇଯାଇଥିବାରୁ ଏଭଳି ଘୋଷଣା କରିବା ସହଜ ମନେ ହୁଏ।
ବିଶ୍ୱର ୧୦ଟି ଓ୍ବିଣ୍ଡ୍‌ ଟର୍ବାଇନ ଉତ୍ପାଦକଙ୍କ ମଧ୍ୟରେ ଚାଇନାର ୭ଟି ରହିଛି। ଚାଇନାର ଅର୍ଥବ୍ୟବସ୍ଥା ଏତେ ବିଶାଳଯେ, ବିଶ୍ୱରେ ସମୁଦେଶ ଏକାଠି ଯେତିକି ଅକ୍ଷୟ ଭିତ୍ତିଭୂମି ସୃଷ୍ଟି କରିପାରିବେ ଚାଇନା ତା’ଠାରୁ ଅଧିକ କରିପାରିବ। ସୋଲାର, ଓ୍ବିଣ୍ଡ୍‌ ଏବଂ ଅନ୍ୟ ସଂସାଧନଗୁଡ଼ିକର ମୂଲ୍ୟ କମ୍‌ କରି ଚାଇନା ଏହା ଆସଲ କରିପାରିବ। ହେଲେ ତାହା କରୁନାହିଁ। ଏବେ ଚାଇନା ବିଶ୍ୱରେ ଉତ୍ପାଦିତ ମୋଟ ତାପଜ ବିଦ୍ୟୁତ୍‌ର ୫୩% ଉତ୍ପାଦନ କରୁଥିଲେ ବି ତା’କ୍ଷମତା ମଧ୍ୟ ବୃଦ୍ଧି କରିବାରେ ଲାଗିଛି। ତେବେ ଚାଇନା ତା’ ଜଳବାୟୁ ଲକ୍ଷ୍ୟରେ ପହଞ୍ଚିବା ପାଇଁ ଆସନ୍ତା ୧୦ ବର୍ଷ ମଧ୍ୟରେ ୫୦୦ରୁ ଅଧିତ୍କ ପ୍ଲାଣ୍ଟ୍‌ ବନ୍ଦ କରିବା ଉଚିିତ ବୋଲି ବିଶେଷଜ୍ଞମାନେ କହୁଛନ୍ତି। ହେଲେ ଏହା ହୋଇପାରିନାହିଁ। କୋଭିଡ୍‌ ମହାମାରୀ ପରେ ଚାଇନା ଆର୍ଥିକ ସଂସ୍କାର ଆଣିବା ଲଗି ଚେଷ୍ଟା ଚଳାଇଛି। ଚାଇନାରେ ଶକ୍ତି ଉତ୍ପାଦନ କମିଥିତ୍ବାରୁ ୧୦ଟି ପ୍ରମୁଖ ଅଞ୍ଚଳକୁ ଶକ୍ତି ଯୋଗାଇବା ଲାଗି ବାଧ୍ୟ କରାଯାଇଛିି । ସେମାନେ ଅଧିକ ତାପଜ ବିଦ୍ୟୁତ ଉତ୍ପାଦନ ଲାଗି ବାଟ ଖୋଜୁଛନ୍ତି ଓ ଏହା ମଧ୍ୟ ବିପଦର ସଙ୍କେତକୁ ସୂଚାଉଛି।
ଚାଇନାରେ ଏହିସବୁ ଜଳବାୟୁ ବିଷୟଗୁଡ଼ିକୁ ନେଇ ସାଂସ୍କୃତିକ ବାକ୍‌ଯୁଦ୍ଧ ବ୍ୟାପକ ହୋଇଛି। ଜାତୀୟତାବାଦୀମାନେ ଜଳବାୟୁ ପରିବର୍ତ୍ତନକୁ ପାଶ୍ଚତ୍ୟ ପ୍ରରୋଚିତ ଏକ ଛଳନାପୂର୍ଣ୍ଣ ବା ଅବାସ୍ତବ ବିଜ୍ଞାନ କହି ଅସ୍ବୀକାର କରୁଛନ୍ତି। ଏହା ସେମାନଙ୍କ ଜାତୀୟ ଅଭିବୃଦ୍ଧିକୁ ରୋକିବାର ଏକ ଷଢଯନ୍ତ୍ର୍‌ ବୋଲି ଅଭିଯୋଗ ବାଢୁଛନ୍ତି।
ଜଳବାୟୁ କ୍ଷେତ୍ରରେ ଚାଇନା ଏଭଳି ରାଜନୈତିକ ଶକ୍ତି ଦେଖାଉଥିତ୍ବାବେଳେ ଜଳବାୟୁ ପରିବର୍ତ୍ତନ ମଧ୍ୟ ତା’ରୂପ ଦେଖାଇଛି। ଚଳିତ ଗ୍ରୀଷ୍ମରେ ହିନାନ୍‌ରେ ଗୋଟିଏ ବର୍ଷରେ ଯେତିକି ବର୍ଷା ହୁଏ ତିନି ଦିନରେ ସେତିକି ହେଲା ଏବଂ ୩୦୦ ଲୋକଙ୍କ ଜୀବନ ନେଲା। ସ୍ଥାନୀୟ ପ୍ରଶାସନ ସୋସିଆଲ ମିଡ଼ିଆରେ ଅପ୍ରତ୍ୟାଶିତ ମନ୍ତବ୍ୟ ଦେବାକୁ ବାଧ୍ୟ ହୋଇଥିଲେ କିନ୍ତୁ ଏହାକୁ ଭିତ୍ତିଭୂମିର ଅଭାବ ଏବଂ ପୂର୍ବାନୁମାନରେ ସରକାରଙ୍କ ବିଫଳତା ବୋଲି ଦର୍ଶଇଥିଲେ ଲୋକେ। ଚାଇନାର ଏହି ଦୁଇ ପକ୍ଷର କଥା ଓ ଅନ୍ତର୍ଜାତୀୟ ସମୁଦାୟର ଯୁକ୍ତିକୁ ଗ୍ରହଣ କରି ଚାଇନାର ନେତାମାନେ ଦାବି କରୁଛନ୍ତି ଯେ, ଅନ୍ୟମାନେ ତାଙ୍କ ଦେଶକୁ ଦୁର୍ବଳ କରିଦେବାକୁ ଷଡଯନ୍ତ୍ର କରୁଛନ୍ତି। ଚାଇନା ସବୁବେଳେ ବିତର୍କରୁ ପଛକୁ ହଟିଯାଉଛି ଓ ଦୀର୍ଘଦିନରୁ ଅତ୍ୟଧିତ୍କ କାର୍ବନ ନିର୍ଗମନ କରି ଅସୁଥିବା ଆମେରିକା ଏବଂ ୟୁରୋପର କଟକଣାକୁ ତା’ସହ ବିକାଶୀଳ ଦେଶଗୁଡ଼ିକ ମାନିବାକୁ ବାଧ୍ୟ ନୁହେଁ ବୋଲି ଚାଇନା କହୁଛି।
କୋପ୍‌୨୬ ପାଖେଇ ଆସୁଥିବାରୁ ସେଥିରେ ଜଳବାୟୁ ପରିବର୍ତ୍ତନର ଏକ ନୈତିକ ସଙ୍କେତ ପ୍ରକାଶ ପାଇବ। ସତର୍କତାର ସୂଚନା ମିଳିବ। ଏଠି ସବୁଜ ମାନପତ୍ର ପାଇଁ ଦେଶଗୁଡ଼ିକ ମଧ୍ୟରେ ଲଢ଼େଇ ତୀବ୍ର ହେବ। ମନେ ରଖିବାକୁ ହେବ, ଏକ ବ୍ୟାପକ ଶୀତଳ ଯୁଦ୍ଧ ମଧ୍ୟରେ ଏକ ଛାୟା ଯୁଦ୍ଧ ହେଉଛି। ଚାଇନା ଏବଂ ଆମେରିକାର ପ୍ରତିଯୋଗିତାମୂଳକ ପ୍ରବୃତ୍ତି ପରସ୍ପରର ନୂଆ ପ୍ରଯୁକ୍ତି ଓ ଆଶ୍ଚର୍ଯ୍ୟଜନକ ଘୋଷଣାକୁ ଗ୍ରହଣ କରିବାକୁ ସେମାନଙ୍କୁ ପ୍ରେରିତ କରିବ। ସେମାନଙ୍କ ଯୋଗଦାନ ନାଟକ ବାଜିଠାରୁ ଅଧିତ୍କ ବାସ୍ତବବାଦୀ ହେବ କି ନାହିଁ ତାହା ଦେଖିବାକୁ ହେବ। ଶେଷରେ ଶଂସୟ ଦୂର ହୋଇ ଯଦି ସାମାଗ୍ରିକ ସହଯୋକ ବୃଦ୍ଧି ପାଇବ,ତେବେ ଅନେକ କିଛି ହାସଲ କରାଯାଇପାରିବ। କିନ୍ତ ଆଜିର ନୂଆ ବିଶ୍ୱରେ ପୁରୁଣା କୂଟନୀତି ଶେଷ ହୋଇଯାଇଛି।
କନ୍‌ସଲଟିଂ ଫେଲୋ, ଛାଥାମ ହାଉସ୍‌, ଲଣ୍ଡନ


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

ଏଇ ଭାରତରେ

ହାଇଦ୍ରାବାଦର ଶ୍ରୀନିବାସ ରାଓ ମାଧବରାମ ପେସାରେ ଜଣେ ଡାକ୍ତର । କିନ୍ତୁ ତାଙ୍କ ନିଶା ହେଉଛି ଡ୍ରାଗନ ଚାଷ। ତେଲଙ୍ଗାନାର ସାଙ୍ଗାରେଡିରେ ଥିବା ତାଙ୍କର ୪୭...

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri