‘ବ୍ୟକ୍ତିଗତ ସ୍ତରରେ ଜଳବାୟୁ ପରିବର୍ତ୍ତନକୁ ରୋକାଯାଇପାରିବ’

ଭୁବନେଶ୍ୱର,୨୪।୧୧(ବ୍ୟୁରୋ): ‘ଧରିତ୍ରୀ’ର ୪୯ତମ ଜନ୍ମ ଦିବସ ଉପଲକ୍ଷେ ଜଳବାୟୁ ପରିବର୍ତ୍ତନ ସମ୍ପର୍କିତ ଯୁବ ସମ୍ମଳିନୀ ଗୁରୁବାର ଭୁବନେଶ୍ୱର ସ୍ଥିତ ସ୍ବସ୍ତି ପ୍ରିମିୟମଠାରେ ଅନୁଷ୍ଠିତ ହୋଇଯାଇଛି। ‘କ୍ଲାଇମେଟ୍‌ ଚେଞ୍ଜ: ଦି ପାଓ୍ବାର ଅଫ୍‌ ୟୁଥ୍‌’ ଶୀର୍ଷକ ସମ୍ମିଳନୀରେ ରାଜ୍ୟ ତଥା ଦେଶର ବିଭିନ୍ନ ପ୍ରାନ୍ତରରୁ ଯୁବ ପରିବେଶବିତ୍‌ ଯୋଗଦେଇ ଜଳବାୟୁ ପରିବର୍ତ୍ତନ ପାଇଁ ଦେଖୁଥିବା ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଥିଲେ। ବ୍ୟକ୍ତିଗତସ୍ତରରେ ଚାହିଁଲେ ଏହର ସମାଧାନ ହୋଇପାରିବ ବୋଲି ସମ୍ମିଳନୀରେ ମତପ୍ରକାଶ ପାଇଥିଲା।

ପ୍ରଥମ ଅଧିବେଶନରେ ଅରୁଣ କ୍ରୀଷ୍ଣମୂର୍ତ୍ତି ଯୋଗଦେଇ ନିଜ ଅଭିଭାଷଣ ରଖିଥିଲେ। ଭାରତ ପ୍ରାକୃତିକ ସମ୍ପଦରେ ଭରପୂର। ପ୍ରାକୃତିକ ସମ୍ପଦ ଆମକୁ ଯାହା ଦେଇପାରିବ ତାହା ଆଉ କେଉଁଠୁ ମିଳିପାରିବ ନାହିଁ। କିନ୍ତୁ ମନୁଷ୍ୟ କେବେ ଏହାର ସୁରକ୍ଷା ଉପରେ ଚିନ୍ତା କରେ ନାହିଁ। ସରକାରସ୍ତରରେ କ’ଣ ହେଉଛି ତାକୁ ନ ଦେଖି ବ୍ୟକ୍ତିଗତ ସ୍ତରରେ ପରିବେଶ ସୁରକ୍ଷା ପାଇଁ ସମସ୍ତେ ଚେଷ୍ଟା କରିବା ଆବଶ୍ୟକ ବୋଲି ଅରୁଣ କହିଥିଲେ। ଜଳବାୟୁ ପରିବର୍ତ୍ତନର ସମସ୍ୟା ଉପରେ ଚିନ୍ତା ନ କରି ଏହାର କିପରି ସମାଧାନ ହୋଇପାରିବ ସେ ନେଇ ଚିନ୍ତା କରିବା ଦରକାର। ଜଳବାୟୁ ପରିବର୍ତ୍ତନର ବାର୍ତ୍ତା ଚା’ ଖଟିଠାରୁ ଆରମ୍ଭ କରି ସବୁସ୍ତରରେ ହେବା ଉଚିତ ବୋଲି ଯୁବ ପରିବେଶବିତ୍‌ ତଥା ହ୍ରଦ ସୁରକ୍ଷାଦାତା ଚେନ୍ନାଇ ଅରୁଣ କ୍ରୀଷ୍ଣମୂର୍ତ୍ତି କହିଛନ୍ତି।

ଅନ୍ୟପକ୍ଷେ ରାଜ୍ୟ ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଅତିରିକ୍ତ ସଚିବ ତଥା ରାଜ୍ୟ ପ୍ରଦୁଷଣ ବୋର୍ଡ ସଦସ୍ୟ ସଚିବ ଡ. କେ ମୁରୁଗେସନ ଯୋଗଦେଇ କହିଥିଲେ, ଓଡ଼ିଶା ପ୍ରଥମ ରାଜ୍ୟ ଭାବେ କ୍ଲାଇମେଟ୍‌ ବଜେଟ୍‌ ପାସ୍‌ କରିଥିଲା। ପରେ କେରଳ ଏହାକୁ ଅନୁସରଣ କରି ବଜେଟ୍‌ ପାସ୍‌ କରିଛି। ଗାଇଡ୍‌ କରିବା ପାଇଁ ଆମର ସହାୟତା ମାଗିଛନ୍ତି। କ୍ଲାଇମେଟ୍‌ ଆକ୍ସନ ପ୍ଲାନ କରିବାରେ ଆମେ ଆଗୁଆ। କିନ୍ତୁ ବହୁ ସଚେତନତାର ଆବଶ୍ୟକତା ରହିଥିବା ସେ କହିଥିଲେ। ସେହିପରି ଯୁବ ପରିବେଶବିତ୍‌ ନୀଳିମା ମିଶ୍ର ବର୍ଜ୍ୟବସ୍ତୁ ପରିଚାଳନା ଉପରେ ଗୁରୁତ୍ୱାରୋପ କରିଥିଲେ। ୟୁନିସେଫ୍‌ର ସୁଗତ ରୟ କହିଥିଲେ, ଜଳବାୟୁ ପରିବର୍ତ୍ତନ ପାଇଁ ଯୁବପିଢ଼ୀ ଅଧିକ ପ୍ରଭାବିତ ହେଉଛନ୍ତି ବୋଲି ସେ ମତ ପ୍ରକାଶ କରିଥିଲେ।

‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ର ସମ୍ପାଦକ ତଥାଗତ ସତପଥୀ ମଧ୍ୟ ଏ ସମ୍ପର୍କରେ ନିଜର ବକ୍ତବ୍ୟ ରଖିଥିଲେ। ସେ କହିଥିଲେ, ସମ୍ମିଳନୀ, ଆଲୋଚନା ଓ ସଭା ଅଂଶଗ୍ରହଣକାରୀଙ୍କ ମଧ୍ୟରେ ଏକ ସଚେତନାତା ସୃଷ୍ଟି କରିଥାଏ। ଯଦିଓ ଏହା ସୀମିତ ପରିସରରେ କରିଥାଏ, କିନ୍ତୁ ନିଶ୍ଚିତ ଭାବେ ପ୍ରଭାବ ପକାଇଥାଏ। ଗଣମାଧ୍ୟମ ଏନେଇ ଏକ ମୁଖ୍ୟ ଭୂମିକା ଗ୍ରହଣ କରିଥାଏ ବୋଲି ସମ୍ପାଦକ ତଥାଗତ କହିଥିଲେ। ‘ଧରିତ୍ରୀ’ ଓ ‘ଓଡ଼ିଶାପୋଷ୍ଟ’ର ମୁଖ୍ୟ କାର୍ଯ୍ୟନିର୍ବାହୀ ଆଦ୍ୟାଶା ସତପଥୀ ମଧ୍ୟ ସ୍ବାଗତ ଭାଷଣ ଦେବା ସହିତ ଯବୁ ସମ୍ମିଳନୀ ଆୟୋଜନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି ଅବସରରେ ତୃଣମୂଳ ସ୍ତରରେ ଜଳବାୟୁ କ୍ଷେତ୍ରରେ କାର୍ଯ୍ୟ କରିବା ପାଇଁ ପ୍ରୋତ୍ସାହନ ଦିଆଯିବ ବୋଲି ଘୋଷଣା କରିଥିଲେ। ସେ କହିଥିଲେ, ଆମେ ରାଜ୍ୟରେ ତୃଣମୂଳ ସ୍ତରରେ ବହୁ ଜଳବାୟୁ ଯୋଦ୍ଧା ରହିଛନ୍ତି। ଆମେ ଚାହୁଁଛୁ ଏଥିରେ ଅଧିକରୁ ଅଧିକ ଲୋକ ସମ୍ପୃକ୍ତ ହୁଅନ୍ତୁ। ତେଣୁ ‘ଧରିତ୍ରୀ’ ପକ୍ଷରୁ ପ୍ରୋତ୍ସାହନ ଦେବା ପାଇଁ ନଷ୍ପତ୍ତି ନିଆଯାଇଛି। ଯାହାର ନାମ ରହିଛି ‘ଧରିତ୍ରୀ କ୍ଲାଇମେଟ୍‌ ଫଣ୍ଡ୍‌’। ଯାହାକି ରାଜ୍ୟରେ ତୃଣମୂଳ ସ୍ତରରେ ଜଳବାୟୁ ଯୋଦ୍ଧା ବୃଦ୍ଧି କରିବାରେ ସାହାଯ୍ୟ କରିବ।


Enter your email to get our daily news in your inbox.

All Right Reserved By Dharitri.Com

ଆପଣାଇଥିଲେ ଅନ୍ୟ ଧର୍ମ: ୧୭ ଘଣ୍ଟା ହେଲା ପଡ଼ିଛି ମୃତଦେହ, ଶ୍ମଶାନରେ ମିଳୁନି

ଉମରକୋଟ,୩୧।୩(ସନ୍ତୋଷ ଶତପଥୀ): ଦୀର୍ଘ ୧୭ ଘଣ୍ଟା ହେବ ଘରେ ପଡି ରହିଛି ମୃତଦେହ। ଏଭଳି ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲାଉମରକୋଟ ଥାନା ପୂଜାରୀଭରଣ୍ଡୀ ଗ୍ରାମରେ ।…

କାମରେ ହେଲା କଥା କଟାକଟି, ଘରକୁ ଫେରିବା ବେଳେ ଛକିକି ହାଣିଲେ..

ବନ୍ତ,୩୧। ୧(କିଶୋର କୁମାର ସେଠୀ): ଭଦ୍ରକ ଜିଲା ବନ୍ତ ଥାନା ଅଞ୍ଚଳରେ କଥାକଟାକଟିରୁ ଛୁରା ମାଡ଼ । ପୋଲିସ ଅଭିଯୋଗ ପାଇବା ପରେ ତଦନ୍ତ ଆରମ୍ଭ କରିଥିବା ବେଳେ…

ଓଡ଼ିଶାରେ SIR ସ୍ଥଗିତ, ଜାଣନ୍ତୁ କାହିଁକି…

ଭୁବନେଶ୍ୱର,୩୧।୩: Special Intensive Revision(SIR)କୁ ନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ(CEO )ମଙ୍ଗଳବାର ଏକ ବଡ଼ ସୂଚନା ଦେଇଥିଲେ। ବୁଧବାରଠାରୁ ଓଡ଼ିଶାରେ ହେବାକୁ ଥିବା SIRକୁ ସ୍ଥଗିତ…

ଗଞ୍ଜାମରେ ଲଜ୍ଜା: ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର: ନାବାଳକ ପ୍ରେମିକଙ୍କୁ…

ବ୍ରହ୍ମପୁର, ୩୧।୩(ସୁବାସ ଚନ୍ଦ୍ର ପାଢୀ) : ପୁଣିଥରେ ଗଞ୍ଜାମରେ ଲଜ୍ଜା। ପ୍ରେମିକାଙ୍କୁ ନିଶା ଦେଇ ଗଣବଳାତ୍କାର ମାମଲାରେ ଗୋଷାଣୀନୂଆଗାଁ ପୋଲିସ ଦୁଇଜଣ ଅଭିଯୁକ୍ତକୁ ଗିରଫ କରିଛି। ସେମାନଙ୍କୁ…

ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା: କେସିଙ୍ଗା ଏସଡିପିଓ, ଦୁଇ ପୋଲିସ ନାଁରେ

ଭୁବନେଶ୍ୱର,୩୧।୧: ବଢ଼ୁଛି ମାମଲା। ଖାରବେଳ ନଗର ଥାନାରେ ପହଞ୍ଚିଲେ ନର୍ଲ୍ଲା ବିଧାୟିକା ମନୋରମା ମହାନ୍ତି। ସେଠାରେ ସେ କେସିଙ୍ଗା ପୋଲିସ ବିରୋଧରେ ଅଭିଯୋଗ ଆଣିଛନ୍ତି। କେସିଙ୍ଗା ଏସଡିପିଓ…

ସଇତାନ ସାଜିଲା ସ୍ବାମୀ: ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ନିଜ ଚାଷ ଜମିରେ ପୋତିଦେଲେ, ଆଜି ମିଳିଲା…

ଭବାନୀପାଟଣା,୩୧।୩(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଜୁନାଗଡ଼ ଥାନା ଅନ୍ତର୍ଗତ ସନ୍ୟାସୀ କୁଣ୍ଡାମାଲ ଗ୍ରାମରୁ ମଙ୍ଗଳବାର ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ସାମାନ୍ୟ ଟଙ୍କା ପାଇଁ…

ସରିଲା ମାଓବାଦୀଙ୍କ ଆତ୍ମସମର୍ପଣ ସମୟସୀମା: ଆଉ ମିଳିବ ନାହିଁ ସୁଯୋଗ

ଭୁବନେଶ୍ୱର,୩୧।୩: ଓଡ଼ିଶାରେ ମାଓବାଦୀ ଦମନ ଟାର୍ଗେଟ୍‌ ସଫଳ ହୋଇଛି ବୋଲି ADG ସଞ୍ଜୀବ ପଣ୍ଡା ମଙ୍ଗଳବାର ଗଣମାଧ୍ୟମକୁ କହିଛନ୍ତି। ଓଡ଼ିଶାକୁ ଆଉ ମାଓବାଦୀ ବିପଦ ନାହିଁ ବୋଲି…

ବୈଭବ ସୂର୍ଯ୍ୟବଂଶୀ କାହିଁକି ତାଙ୍କ ଜନ୍ମଦିନର କେକ କାଟିଲେ ନାହିଁ? CSK ହାରିବା ପରେ କହିଲେ ପ୍ରକୃତ କାରଣ

ନୂଆଦିଲ୍ଲୀ,୩୧।୩: ୨୦୨୬ ଆଇପିଏଲ ସିଜିନରେ, ରାଜସ୍ଥାନ ରୟାଲ୍ସ CSK ବିପକ୍ଷରେ ସେମାନଙ୍କର ପ୍ରଥମ ମ୍ୟାଚ ୮ ୱିକେଟରେ ଜିତିଥିଲା। ଏହି ଖେଳରେ, RR ର ଯୁବ ସେନସେସନ,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri