ଜଳବାୟୁ ପରିବର୍ତ୍ତନ ଓ ପରିବହନ

ଅଭୟ କୁମାର ଦାସ

ପରିବହନ କ୍ଷେତ୍ରରେ ଆସିବ ବଡ଼ ସଂସ୍କାର। ଅଧିକ ଧୂଅଁା ଓ ପ୍ରଦୂଷଣ ନିର୍ଗତ କରୁଥିବା ପୁରୁଣା ଯାନବାହନ ରାସ୍ତାରୁ ହଟିବ। ପେଟ୍ରୋଲ, ଡିଜେଲ ଯେମିତି କମ୍‌ ବ୍ୟବହାର ଦ୍ୱାରା ଗାଡ଼ିଚାଳନା କରାଯିବ, ସେଥିପାଇଁ ଡ୍ରାଇଭରଙ୍କୁ ଦିଆଯିବ ତାଲିମ। ଅତ୍ୟଧିକ ପ୍ରଦୂଷଣ ଛାଡ଼ୁଥିବା ଗାଡ଼ିମୋଟର ଧରପଗଡ଼ ବ୍ୟାପକ ହେବ। ଖାଲି ସେତିକି ନୁହେଁ, ସମୟ ସହ ତାଳ ଦେଇ ପ୍ରଦୂଷଣ ରୋକିବାକୁ ଅଧିକ ସଂଖ୍ୟାରେ ଇଲେକ୍‌ଟ୍ରିକ ଓ ସିଏନ୍‌ଜି ବ୍ୟବହାରକାରୀ ଗାଡ଼ିମୋଟର ଗଡ଼ିବ। ଏ ନେଇ ଓଡ଼ିଶା ସରକାର ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି। ୧୦ ବର୍ଷିଆ ଯୋଜନା ହୋଇଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା ଲାଗି ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ଲାଗି ୨୪୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରାଯାଇଛି।
ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ମହାବିପଦ ଡାକି ଆଣିଲାଣି। ଯେଉଁଭଳି ହାରରେ ପ୍ରଦୂଷଣ ବ୍ୟାପୁଛି, ଆଗକୁ ସ୍ଥିତି ଭୟାନକ ହେବ। ସହଯେ ଋତୁଚକ୍ର ମଧ୍ୟ ବଦଳିଗଲାଣି। ଉଦ୍ଭିଦଜଗତ ଓ ପ୍ରାଣୀ ପ୍ରଜାତି ମଧ୍ୟ ଏଥିରେ ଶିକାର ହୋଇ ଅନେକ ପ୍ରକୃତି କୋଳରୁ ହଜିବାକୁ ବସିଲେଣି। ଅନେକ ହୁଏତ ଜାଣି ନ ଥିବେ ପ୍ରଦୂଷଣ ବୃଦ୍ଧିରେ ସବୁଠୁ ବଡ଼ ଭୂମିକା ନେଇଛି ପରିବହନ କ୍ଷେତ୍ର। ହୁ ହୁ ହୋଇ ଯାନବାହନ ସଂଖ୍ୟା ବଢ଼ି ଚାଲିଥିବାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ବିଷାକ୍ତ ଗ୍ୟାସ ସ୍ତର ବଢ଼ି ଚାଲିଛି। ଯେଉଁ ହାରରେ ପ୍ରଦୂଷଣ ବଢ଼ୁଛି, ୨୦୩୫ ବେଳକୁ ସାରା ବିଶ୍ୱରେ ଯେତେ ପରିମାଣର ପ୍ରଦୂଷଣ ଥିବ, ତାହାର ୪୬ ଭାଗ କେବଳ ଯାନବାହନରୁ ନିର୍ଗତ ହେଉଥିବ। ଜଳବାୟୁ ପରିବର୍ତ୍ତନ ଆକ୍ସନପ୍ଲାନ ରିପୋର୍ଟ ମୁତାବକ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୭୪.୩୨ ଲକ୍ଷ ଯାନବାହନ ପଞ୍ଜୀକୃତ ହୋଇଥିଲା। ସେଥିରୁ ପ୍ରାୟ ୭୧ ଲକ୍ଷ ଗାଡ଼ିମୋଟର ଚଳାଚଳ କରୁଥିଲା। ୨୦୧୭-୨୦୧୮ରେ ୮.୬୬ ଲକ୍ଷ ନୂଆ ଯାନବାହନ ପଞ୍ଜୀକୃତ ହୋଇଥିଲା, ଯାହାକି ତା’ ପୂର୍ବବର୍ଷ ତୁଳନାରେ ୧୯.୬୦% ଅଧିକ। ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ଯୋଗୁ ଯାନବାହନ କିଣା କମିଯାଇଥିଲା। ମାତ୍ର ଚଳିତବର୍ଷରୁ ପୁଣି ଯାନବାହନ ବିକ୍ରିରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି, ରାଜ୍ୟରେ ଯେତିକି ଗାଡ଼ିମୋଟର ଚାଲୁଛି, ତା’ର ୮୧% କେବଳ ଦୁଇଚକିଆ ଯାନ। କାର ଆଦି ହାଲୁକା ମୋଟର ଯାନ ସଂଖ୍ୟା ପ୍ରାୟ ୭%। ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ସ୍ଥିତି ଅତି ଦୁର୍ବଳ। ବସ୍‌ର ଉପସ୍ଥିତି ମାତ୍ର ୪.୯%। ଏଥିରୁ ସ୍ପଷ୍ଟ ବ୍ୟକ୍ତିଗତ ଯାନବାହନ ଚଳାଚଳ ରାଜ୍ୟରେ କେତେ ଅଧିକ। ଯାତ୍ରୀ ପରିବହନ ବ୍ୟବସ୍ଥାରେ ବସ୍‌ ସଂଖ୍ୟା ଆବଶ୍ୟକତାଠାରୁ ଅତି ନଗଣ୍ୟ, ଯେଉଁଥିପାଇଁ ଲୋକେ ବସ୍‌ ଉପରେ ନିର୍ଭର ନ କରି ସବୁବେଳେ ନିଜ ବାଇକ୍‌, ସ୍କୁଟର କିମ୍ବା କାର ଚଳାଉଛନ୍ତି। ଯେତେ ଅଧିକ ଗାଡ଼ି ଗଡ଼ିବ, ସେତେ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବ, ସେତେ ଅଧିକ ପ୍ରଦୂଷଣ ବଢ଼ିବ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଆକ୍ସନପ୍ଲାନରେ ପରିବହନ କ୍ଷେତ୍ରକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପୁରୁଣା ଯାନବାହନକୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ସ୍ବତନ୍ତ୍ର ସ୍କ୍ରାପ୍‌ ନୀତି କାର୍ଯ୍ୟକାରୀ କରାଯିବ। ୧୦ ବର୍ଷରେ ପ୍ରାୟ ୩୫ ଲକ୍ଷ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଯିବ। ଏ ନେଇ ୬୦ କୋଟି ଟଙ୍କା ୧୦ ବର୍ଷରେ ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ ଇନ୍ଧନ ବ୍ୟୟ ପାଇଁ ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଏଥିପାଇଁ ୧୦ ବର୍ଷରେ ୩ ଲକ୍ଷ ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ।
ପ୍ରଦୂଷଣ ଛାଡ଼ୁଥିବା ଗାଡ଼ିମୋଟରକୁ ଧରିବା ପାଇଁ କଠୋର ଧରପଗଡ଼ ହେବ। ଅଧିକ ଧରପଗଡ଼ ପାଇଁ ରାଜ୍ୟବ୍ୟାପୀ ସ୍କ୍ବାଡ୍‌ କାର୍ଯ୍ୟ କରିବ। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଅତି କଠୋର ଭାବେ କାର୍ଯ୍ୟକାରୀ କରାଯିବ। ଏ ଦିଗରେ ୧୦ ବର୍ଷରେ ୧୦୦ କୋଟି ବ୍ୟୟ ହେବ। ଅଧିକ ସଂଖ୍ୟାରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିବ। ଇ-ରିକ୍ସା, ଇଲେକ୍‌ଟ୍ରିକ ଯାନ ଓ ସିଏନ୍‌ଜିଚାଳିତ ଗାଡ଼ିମୋଟର ଚଳାଚଳକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ଅବଶ୍ୟ ଇ-ଯାନ ନୀତିକୁ କାର୍ଯ୍ୟକାରୀ କରିବାରେ ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଇ-ଯାନ ପାଇଁ ସରକାର ସବ୍‌ସିଡି ମଧ୍ୟ ଦେଉଛନ୍ତି। ଟିକସ ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି। ଏଭଳି ଭାବେ ୧୦ ବର୍ଷରେ ଏ କ୍ଷେତ୍ରରେ ୪୦ କୋଟି ଟଙ୍କା ବିନିଯୋଗ ପାଇଁ ସରକାର ଯୋଜନା କରିଛନ୍ତି। ସମୟ ଆସିଯାଇଛି ପବ୍ଲିକ ଟ୍ରାନ୍ସପୋର୍ଟକୁ ବ୍ୟାପକ କରିବାକୁ ହେବ। ପ୍ରତି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ପ୍ରମୁଖ କାରଖାନାକୁ ବସ୍‌ ସେବା ଯୋଡ଼ିବାକୁ ହେବ। ଅଧିକରୁ ଅଧିକ ଇ-ଯାନକୁ ପ୍ରୋତ୍ସାହନ ଦିଆଯିବା ଜରୁରୀ।
ଗୋତରା, ମାହାଙ୍ଗା, କଟକ
ମୋ: ୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

ଜୀବନର ଧାଁ ଦଉଡ଼

ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...

ଟଙ୍କାଖିଆ ମଣିଷ

ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...

ଦୁଇ ଦେଶ ଲୁଟୁଛନ୍ତି

ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...

ଏଇ ଭାରତରେ

ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍‌ ନ ନେଇ ପଲିଥିନରେ ପରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri