ଜଳବାୟୁ ପରିବର୍ତ୍ତନ ଓ ପରିବହନ

ଅଭୟ କୁମାର ଦାସ

ପରିବହନ କ୍ଷେତ୍ରରେ ଆସିବ ବଡ଼ ସଂସ୍କାର। ଅଧିକ ଧୂଅଁା ଓ ପ୍ରଦୂଷଣ ନିର୍ଗତ କରୁଥିବା ପୁରୁଣା ଯାନବାହନ ରାସ୍ତାରୁ ହଟିବ। ପେଟ୍ରୋଲ, ଡିଜେଲ ଯେମିତି କମ୍‌ ବ୍ୟବହାର ଦ୍ୱାରା ଗାଡ଼ିଚାଳନା କରାଯିବ, ସେଥିପାଇଁ ଡ୍ରାଇଭରଙ୍କୁ ଦିଆଯିବ ତାଲିମ। ଅତ୍ୟଧିକ ପ୍ରଦୂଷଣ ଛାଡ଼ୁଥିବା ଗାଡ଼ିମୋଟର ଧରପଗଡ଼ ବ୍ୟାପକ ହେବ। ଖାଲି ସେତିକି ନୁହେଁ, ସମୟ ସହ ତାଳ ଦେଇ ପ୍ରଦୂଷଣ ରୋକିବାକୁ ଅଧିକ ସଂଖ୍ୟାରେ ଇଲେକ୍‌ଟ୍ରିକ ଓ ସିଏନ୍‌ଜି ବ୍ୟବହାରକାରୀ ଗାଡ଼ିମୋଟର ଗଡ଼ିବ। ଏ ନେଇ ଓଡ଼ିଶା ସରକାର ମେଗା ଯୋଜନା ପ୍ରସ୍ତୁତ କରିଛନ୍ତି। ୧୦ ବର୍ଷିଆ ଯୋଜନା ହୋଇଛି। ଜଳବାୟୁ ପରିବର୍ତ୍ତନ ମୁକାବିଲା କରିବା ଲାଗି ପରିବହନ କ୍ଷେତ୍ରରେ ବଡ଼ ପରିବର୍ତ୍ତନ ଆଣିବା ଲାଗି ୨୪୫ କୋଟି ଟଙ୍କା ବ୍ୟୟ କରିବାକୁ ଯୋଜନା କରାଯାଇଛି।
ଜଳବାୟୁ ପରିବର୍ତ୍ତନ ସାରା ବିଶ୍ୱ ପାଇଁ ମହାବିପଦ ଡାକି ଆଣିଲାଣି। ଯେଉଁଭଳି ହାରରେ ପ୍ରଦୂଷଣ ବ୍ୟାପୁଛି, ଆଗକୁ ସ୍ଥିତି ଭୟାନକ ହେବ। ସହଯେ ଋତୁଚକ୍ର ମଧ୍ୟ ବଦଳିଗଲାଣି। ଉଦ୍ଭିଦଜଗତ ଓ ପ୍ରାଣୀ ପ୍ରଜାତି ମଧ୍ୟ ଏଥିରେ ଶିକାର ହୋଇ ଅନେକ ପ୍ରକୃତି କୋଳରୁ ହଜିବାକୁ ବସିଲେଣି। ଅନେକ ହୁଏତ ଜାଣି ନ ଥିବେ ପ୍ରଦୂଷଣ ବୃଦ୍ଧିରେ ସବୁଠୁ ବଡ଼ ଭୂମିକା ନେଇଛି ପରିବହନ କ୍ଷେତ୍ର। ହୁ ହୁ ହୋଇ ଯାନବାହନ ସଂଖ୍ୟା ବଢ଼ି ଚାଲିଥିବାରୁ ବାୟୁମଣ୍ଡଳରେ ଅଙ୍ଗାରକାମ୍ଳ ଓ ବିଷାକ୍ତ ଗ୍ୟାସ ସ୍ତର ବଢ଼ି ଚାଲିଛି। ଯେଉଁ ହାରରେ ପ୍ରଦୂଷଣ ବଢ଼ୁଛି, ୨୦୩୫ ବେଳକୁ ସାରା ବିଶ୍ୱରେ ଯେତେ ପରିମାଣର ପ୍ରଦୂଷଣ ଥିବ, ତାହାର ୪୬ ଭାଗ କେବଳ ଯାନବାହନରୁ ନିର୍ଗତ ହେଉଥିବ। ଜଳବାୟୁ ପରିବର୍ତ୍ତନ ଆକ୍ସନପ୍ଲାନ ରିପୋର୍ଟ ମୁତାବକ ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ରାଜ୍ୟରେ ୭୪.୩୨ ଲକ୍ଷ ଯାନବାହନ ପଞ୍ଜୀକୃତ ହୋଇଥିଲା। ସେଥିରୁ ପ୍ରାୟ ୭୧ ଲକ୍ଷ ଗାଡ଼ିମୋଟର ଚଳାଚଳ କରୁଥିଲା। ୨୦୧୭-୨୦୧୮ରେ ୮.୬୬ ଲକ୍ଷ ନୂଆ ଯାନବାହନ ପଞ୍ଜୀକୃତ ହୋଇଥିଲା, ଯାହାକି ତା’ ପୂର୍ବବର୍ଷ ତୁଳନାରେ ୧୯.୬୦% ଅଧିକ। ୨୦୨୦ ଓ ୨୦୨୧ରେ କରୋନା ମହାମାରୀ ଯୋଗୁ ଯାନବାହନ କିଣା କମିଯାଇଥିଲା। ମାତ୍ର ଚଳିତବର୍ଷରୁ ପୁଣି ଯାନବାହନ ବିକ୍ରିରେ ଦ୍ରୁତ ଅଭିବୃଦ୍ଧି ଘଟିଛି। ରାଜ୍ୟ ସରକାରଙ୍କ ରିପୋର୍ଟ କହୁଛି, ରାଜ୍ୟରେ ଯେତିକି ଗାଡ଼ିମୋଟର ଚାଲୁଛି, ତା’ର ୮୧% କେବଳ ଦୁଇଚକିଆ ଯାନ। କାର ଆଦି ହାଲୁକା ମୋଟର ଯାନ ସଂଖ୍ୟା ପ୍ରାୟ ୭%। ପବ୍ଲିକ୍‌ ଟ୍ରାନ୍ସପୋର୍ଟ ବ୍ୟବସ୍ଥା ସ୍ଥିତି ଅତି ଦୁର୍ବଳ। ବସ୍‌ର ଉପସ୍ଥିତି ମାତ୍ର ୪.୯%। ଏଥିରୁ ସ୍ପଷ୍ଟ ବ୍ୟକ୍ତିଗତ ଯାନବାହନ ଚଳାଚଳ ରାଜ୍ୟରେ କେତେ ଅଧିକ। ଯାତ୍ରୀ ପରିବହନ ବ୍ୟବସ୍ଥାରେ ବସ୍‌ ସଂଖ୍ୟା ଆବଶ୍ୟକତାଠାରୁ ଅତି ନଗଣ୍ୟ, ଯେଉଁଥିପାଇଁ ଲୋକେ ବସ୍‌ ଉପରେ ନିର୍ଭର ନ କରି ସବୁବେଳେ ନିଜ ବାଇକ୍‌, ସ୍କୁଟର କିମ୍ବା କାର ଚଳାଉଛନ୍ତି। ଯେତେ ଅଧିକ ଗାଡ଼ି ଗଡ଼ିବ, ସେତେ ଅଧିକ ଅଙ୍ଗାରକାମ୍ଳ ନିର୍ଗତ ହେବ, ସେତେ ଅଧିକ ପ୍ରଦୂଷଣ ବଢ଼ିବ। ଏହାକୁ ନଜରରେ ରଖି ରାଜ୍ୟ ସରକାର ଜଳବାୟୁ ପରିବର୍ତ୍ତନ ଆକ୍ସନପ୍ଲାନରେ ପରିବହନ କ୍ଷେତ୍ରକୁ ସ୍ବତନ୍ତ୍ର ଦୃଷ୍ଟି ଦେଇଛନ୍ତି। ପୁରୁଣା ଯାନବାହନକୁ ପର୍ଯ୍ୟାୟକ୍ରମେ ହଟାଇବା ପାଇଁ ସ୍ବତନ୍ତ୍ର ସ୍କ୍ରାପ୍‌ ନୀତି କାର୍ଯ୍ୟକାରୀ କରାଯିବ। ୧୦ ବର୍ଷରେ ପ୍ରାୟ ୩୫ ଲକ୍ଷ ପୁରୁଣା ଗାଡ଼ିକୁ ରାସ୍ତାରୁ ହଟାଯିବ। ଏ ନେଇ ୬୦ କୋଟି ଟଙ୍କା ୧୦ ବର୍ଷରେ ବ୍ୟୟ କରିବାକୁ ଲକ୍ଷ୍ୟ ରଖାଯାଇଛି। କମ ଇନ୍ଧନ ବ୍ୟୟ ପାଇଁ ଡ୍ରାଇଭରମାନଙ୍କୁ ସ୍ବତନ୍ତ୍ର ତାଲିମ ଦିଆଯିବ। ଏଥିପାଇଁ ୧୦ ବର୍ଷରେ ୩ ଲକ୍ଷ ଡ୍ରାଇଭରଙ୍କୁ ପ୍ରଶିକ୍ଷଣ ଦିଆଯିବ।
ପ୍ରଦୂଷଣ ଛାଡ଼ୁଥିବା ଗାଡ଼ିମୋଟରକୁ ଧରିବା ପାଇଁ କଠୋର ଧରପଗଡ଼ ହେବ। ଅଧିକ ଧରପଗଡ଼ ପାଇଁ ରାଜ୍ୟବ୍ୟାପୀ ସ୍କ୍ବାଡ୍‌ କାର୍ଯ୍ୟ କରିବ। ପ୍ରଦୂଷଣ ପ୍ରମାଣପତ୍ର ଯାଞ୍ଚକୁ ଅତି କଠୋର ଭାବେ କାର୍ଯ୍ୟକାରୀ କରାଯିବ। ଏ ଦିଗରେ ୧୦ ବର୍ଷରେ ୧୦୦ କୋଟି ବ୍ୟୟ ହେବ। ଅଧିକ ସଂଖ୍ୟାରେ ପ୍ରଦୂଷଣ ଯାଞ୍ଚ କେନ୍ଦ୍ର ଖୋଲିବ। ଇ-ରିକ୍ସା, ଇଲେକ୍‌ଟ୍ରିକ ଯାନ ଓ ସିଏନ୍‌ଜିଚାଳିତ ଗାଡ଼ିମୋଟର ଚଳାଚଳକୁ ରାଜ୍ୟ ସରକାର ପ୍ରୋତ୍ସାହନ ଦେବେ। ଅବଶ୍ୟ ଇ-ଯାନ ନୀତିକୁ କାର୍ଯ୍ୟକାରୀ କରିବାରେ ସରକାର ପ୍ରୟାସ ଆରମ୍ଭ କରିଦେଇଛନ୍ତି। ଇ-ଯାନ ପାଇଁ ସରକାର ସବ୍‌ସିଡି ମଧ୍ୟ ଦେଉଛନ୍ତି। ଟିକସ ହ୍ରାସ ପାଇଁ ପଦକ୍ଷେପ ନିଆଯାଉଛି। ଏଭଳି ଭାବେ ୧୦ ବର୍ଷରେ ଏ କ୍ଷେତ୍ରରେ ୪୦ କୋଟି ଟଙ୍କା ବିନିଯୋଗ ପାଇଁ ସରକାର ଯୋଜନା କରିଛନ୍ତି। ସମୟ ଆସିଯାଇଛି ପବ୍ଲିକ ଟ୍ରାନ୍ସପୋର୍ଟକୁ ବ୍ୟାପକ କରିବାକୁ ହେବ। ପ୍ରତି ସ୍କୁଲ, କଲେଜ, ସରକାରୀ କାର୍ଯ୍ୟାଳୟ ପ୍ରମୁଖ କାରଖାନାକୁ ବସ୍‌ ସେବା ଯୋଡ଼ିବାକୁ ହେବ। ଅଧିକରୁ ଅଧିକ ଇ-ଯାନକୁ ପ୍ରୋତ୍ସାହନ ଦିଆଯିବା ଜରୁରୀ।
ଗୋତରା, ମାହାଙ୍ଗା, କଟକ
ମୋ: ୯୪୩୭୧୪୨୭୧୭


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଅସହାୟ ପିଲାଙ୍କ ଆଶାବାଡ଼ି ପୋର୍ତ୍ତିଆ ପୁଟାଟୁଣ୍ଡା। ସେ ତାଙ୍କ ପିତାଙ୍କ ସ୍ମୃତିରେ ଏକ ଆବାସିକ ସ୍କୁଲ ଖୋଲି ମାଗଣାରେ ପିଲାମାନଙ୍କୁ ପଢାଉଛନ୍ତି। ସେମାନଙ୍କୁ ଖାଦ୍ୟ, ଚିକିତ୍ସା, ପୋଷାକ…

ଅଦୃଶ୍ୟ ଈଶ୍ୱରଙ୍କ ଦୃଶ୍ୟ ପ୍ରତିମା

ଭୁ ଯିଶୁଖ୍ରୀଷ୍ଟ ଦୁଇ ହଜାରରୁ ଅଧିକ ବର୍ଷ ତଳେ, ରୋମୀୟ ସାମ୍ରାଜ୍ୟ ସମୟରେ, ନିଜର ପରିଚୟ ଓ ବ୍ୟକ୍ତିତ୍ୱକୁ ଖୋଲାଖୋଲି ଭାବେ ପ୍ରକାଶ କରିଥିଲେ। ତାଙ୍କ ବିରୋଧରେ…

ଜନଜାତୀୟ ଖେଳ ପ୍ରତିଭା: ଆମ ଜାତୀୟ ଗୌରବ

ମୁଁ  ଦେଖିଛି ଯେ ଆମ ଦେଶର ଗ୍ରାମାଞ୍ଚଳ ଓ ବନାଞ୍ଚଳରେ ପିଲାମାନେ ସେମାନଙ୍କ ଦୈନନ୍ଦିନ ଜୀବନର ଅଧିକାଂଶ ସମୟ ପ୍ରକୃତି କୋଳରେ ଅତିବାହିତ କରିଥା’ନ୍ତି। ସେମାନେ ପ୍ରାକୃତିକ…

ଆଣବିକ ପ୍ରତିରୋଧ ଓ ମହାଶକ୍ତି

ଆଣବିକ ଅସ୍ତ୍ରଶସ୍ତ୍ର ଯୋଗୁ ମହାଶକ୍ତିଙ୍କ ମଧ୍ୟରେ ଯୁଦ୍ଧର ବିଜୟ ଅସମ୍ଭବ ହୋଇଯାଇଛି। ଅର୍ଥାତ୍‌ ମହାଶକ୍ତିଙ୍କ ନିକଟରେ ଏତେ ଅଣୁ ଅସ୍ତ୍ରଶସ୍ତ୍ର ରହିଛି ଯେ, ଯଦି ସେମାନଙ୍କ ମଧ୍ୟରେ…

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri