ଭିଜିଲାନ୍ସ ହାତରେ ମହିଳା କଲେଜର କିରାଣି

କଟକ ଅଫିସ,୧୮ା୮: କଟକ କଲ୍ୟାଣୀ ସ୍ଥିତ କୁସୁମଦେବୀ ସତସଙ୍ଗ ମହିଳା କଲେଜର କନିଷ୍ଠ କିରାଣୀ ଜ୍ୟୋତ୍ସ୍ନା ପରିଡ଼ା ବୁଧବାର ୯ ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି।

ମିଳିଥିବା ସୂଚନା ମୁତାବକ, ଅଭିଯୋଗକାରୀ ରାଧାରାଣୀ ସାହୁଙ୍କ ସ୍ବାମୀ ପୂର୍ବରୁ ଏହି କଲେଜରେ ପ୍ରାଧ୍ୟାପକ ଭାବେ କାର୍ଯ୍ୟ କରୁଥିଲେ। ଅବସର ପରେ ତାଙ୍କର ବକେୟା ପ୍ରାପ୍ୟ ପାଇବାର ଥିଲା। ଏହି ପ୍ରାପ୍ୟ ପାଇବା ପାଇଁ ପ୍ରାଧ୍ୟାପକ କଲେଜକୁ ବାରମ୍ବାର ଦୌଡିଥିଲେ। ହେଲେ କାମ ବିଳମ୍ବ ହେବାରୁ ଅଭିଯୋଗକାରୀ କିରାଣୀଙ୍କ ଅସଲ ଉଦ୍ଦେଶ୍ୟ ଜାଣି ୯ ହଜାର ଦେବାକୁ ରାଜି ହୋଇଥିଲେ। ଏନେଇ ସେ କଟକ ଭିଜିଲାନ୍ସ ଡିଭିଜନ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ। ଯୋଜନା ମୁତାବକ ମଙ୍ଗଳବାର କିରାଣୀ ରାଧାରାଣୀଙ୍କୁ ୯ ହଜାର ଟଙ୍କା ଦେଉଥିବା ସମୟରେ ଭିଜିଲାନ୍ସ ଚଢାଉ କରିଥିଲା। ଭିଜିଲାନ୍ସ ଟିମ୍‌ ଲାଞ୍ଚ ଟଙ୍କା ଜବତ କରିବା ସହ ଏକ ମାମଲା(ନଂ. ୧୩/୨୧) ରୁଜୁ କରି ତଦନ୍ତ ଚଳାଇଛି। ଅନ୍ୟପକ୍ଷେ ଭିଜିଲାନ୍ସ ଅଭିଯୁକ୍ତ ଜ୍ୟୋତ୍ସ୍ନାଙ୍କ କଟକ ସ୍ଥିତ କାର୍ଯ୍ୟାଳୟ ଓ ବାସଭବନ ଉପରେ ଚଢାଉ କରିଛି।