ଜିଲା ମତ୍ସ୍ୟ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲେ କିରାଣି, ବାନ୍ଧିଲା ପୋଲିସ

ଦେବଗଡ଼,୭ା୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣି ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ମୋଟ୍‌ ୧୩ ଲକ୍ଷ ୨୦ ହଜାର ୬୪୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସମ୍ପୃକ୍ତ ବିଭାଗର ବରିଷ୍ଠ କିରାଣି ପ୍ରଦୀପ୍ତ କୁମାର ପାତ୍ରଙ୍କୁ ଦେବଗଡ଼ ଆଦର୍ଶ ଥାନା ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଦେବଗଡ଼ ଶାଖାରେ ଦେବଗଡ଼ ଜିଲା ମତ୍ସ୍ୟ ବିଭାଗର ଜମାଖାତା ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ୨୦୨୨ ଜୁଲାଇ ୧ତାରିଖରେ ଜମାଖାତା ଯାଞ୍ଚ କରିଥିବା ବେଳେ ସେହି ତାରିଖରେ ଉକ୍ତ ଜମା ଖାତାରେ ୮ ଲକ୍ଷ ୮୬ ହଜାର ୭୮୦ଟଙ୍କା ରହିଥିବା ଜଣାପଡ଼ିଥିଲା। ମାତ୍ର ୨୦୨୩ ମାର୍ଚ୍ଚ ୩୧ରେ ପୁନର୍ବାର ଉକ୍ତ ଜମାଖାତା ଯାଞ୍ଚ କରିବାରୁ ଉକ୍ତ ଜମା ଖାତାରେ ୮ ଲକ୍ଷ ୮୬ ହଜାର ୭୮୦ଟଙ୍କା ପରିବର୍ତ୍ତେ ମାତ୍ର ୭ ହଜାର ୧୩୧ ଟଙ୍କା ରହିଥିବା ଜଣାପଡ଼ିଥିଲା। ଏହାପରେ ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ଗତ ମଇ ୨୩ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଦେବଗଡ଼ ଶାଖାକୁ ଯାଇ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ୍‌ ବାହାର କରିବାରୁ ମୁଖ୍ୟ କିରାଣି ଶ୍ରୀ ପାତ୍ର ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତକୁ ଜାଲିଆତି କରି ଚେକ୍‌ ମାଧ୍ୟମରେ ମୋଟ୍‌ ୯ଟି ପର୍ଯ୍ୟାୟରେ ୮ଲକ୍ଷ ୭୯ ହଜାର ଟଙ୍କା ଉଠାଇ ନିଜ ଆକାଉଣରେ ଜମା କରିଥିବା ଜଣାପଡ଼ିଥିଲା । ତେବେ ବରିଷ୍ଠ କିରାଣି ଶ୍ରୀ ପାତ୍ର କେବଳ ଯେ, ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡ଼ପ କରିଥିଲେ ତାହା ନୁହେଁ, ମତ୍ସ୍ୟ ପୋଖରୀ ଯୋଜନା , ତାଲିମ, ଲିଜ ଭ୍ୟାଲ୍ୟୁ ଆଣ୍ଡ ରୟାଲିଟି ସମେତ ସେ ଉଠାଇଥିବା/ଅନ୍ୟଠାରୁ ଗ୍ରହଣ କରିଥିବା ନଗଦ ୪ଲକ୍ଷ ୪୧ ହଜାର ଟଙ୍କା ମଧ୍ୟ ଆତ୍ମସାତ କରିଥିବା ଜଣାପଡ଼ିଥିଲା। ଗୁରତ୍ୱପୂର୍ଣ୍ଣ ବିଷୟ ଏହା ଯେ, ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କର ଗତ ଜାନୁୟାରୀ ୧୯ରେ ବାଲେଶ୍ୱରସ୍ଥିତ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା ଓ ସେ ସେଠାରେ ଯୋଗ ଦେଇଥିଲେ। ତେବେ ସେ ଏଠାରୁ ଅନ୍ୟତ୍ର ବଦଳି ହେବା ପରେ କିଭଳି ଜିଲା ମତ୍ସ୍ୟ ଅଧିକାରୀଙ୍କ ନାମରେ ଥିବା ଚେକ୍‌ ବ୍ୟବହାର କରିଥିଲେ। ଜାଲ ଦସ୍ତଖତ ବଳରେ ଟଙ୍କା ଉଠାଣ କଲେ ଓ ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଏହା ଜାଣି ପାରିଲେ ନାହିଁ ତାହା ମଧ୍ୟ ରହସ୍ୟ ଘେରରେ ରହିଥିଲା। ତେବେ ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କର ବଦଳି ହେବା ପରେ ଦାୟିତ୍ୱ ହସ୍ତାନ୍ତର ପାଇଁ ତାଙ୍କୁ ଏକାଧିକବାର ଚିଠି ଏବଂ ଫୋନ୍‌ ଦ୍ୱାରା ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ଶ୍ରୀ ପାତ୍ର ତାଙ୍କ କଥା ଶୁଣି ନ ଥିବା ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ତାଙ୍କର ଏତଲାରେ ଦର୍ଶାଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ପ୍ରଦୀପ୍ତଙ୍କ ବିରୋଧରେ କେସ୍‌ ନଂ ୩୩୮/୨୩ରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ପୁରୀ, ଭୁବନେଶ୍ୱରରେ ରେଳ ଚଳାଚଳ ଦୁଇଗୁଣା ବଢ଼ିବ

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ଆସନ୍ତା ୫ ବର୍ଷରେ ଅର୍ଥାତ୍‌ ୨୦୩୦ ସୁଦ୍ଧା ଭୁବନେଶ୍ୱର, ପୁରୀ ଏବଂ ବିଶାଖାପାଟଣାରେ ରେଳ ଚଳାଚଳ କ୍ଷମତା ଦ୍ୱିଗୁଣା କରାଯିବ। ଏଥିପାଇଁ ପ୍ରମୁଖ...

ପ୍ରତିଷ୍ଠା ଦିବସର ଦିନକ ପରେ ବଡ଼ ଘୋଷଣା କଲା ବିଜେଡି

ଭୁବନେଶ୍ୱର,୨୮ା୧୨(ସୁନିତ୍‌ ମିଶ୍ର): ବିଜେଡି ପ୍ରତିଷ୍ଠା ଦିବସ ପାଳନର ଦିନକ ପରେ ୧୧ ସାଙ୍ଗଠନିକ ଜିଲା ପାଇଁ ଦଳ ସଭାପତି ନବୀନ ପଟ୍ଟନାୟକ ଶନିବାର ତାଲିକା ପ୍ରକାଶ...

୭୦% ଚାଷୀଙ୍କୁ ମିଳୁନି କେସିସି ଋଣ

ଭୁବନେଶ୍ୱର,୨୭।୧୨(ରବିନାରାୟଣ ଜେନା): ରାଜ୍ୟରେ ଚାଷୀଙ୍କ ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ବହୁବିଧ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଏହାକୁ ତୃଣମୂଳସ୍ତରରେ କାର୍ଯ୍ୟକାରୀ କରିବା...

୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ...

ପହିଲାରୁ ୩ ଡିଗ୍ରୀ ବଢ଼ିବ ତାପମାତ୍ରା

ଭୁବନେଶ୍ୱର,୨୮ା୧୨(ଅନୁରାଧା ମହାରଣା): ରାଜ୍ୟରେ ପ୍ରବଳ ଶୀତ ସହ କୁହୁଡ଼ି ପ୍ରଭାବରେ ଜନଜୀବନ ଅସ୍ତବ୍ୟସ୍ତ ହେବାରେ ଲାଗିଛି। ୩୧ ତାରିଖ ପର୍ଯ୍ୟନ୍ତ ଏଭଳି ସ୍ଥିତି ଲାଗି ରହିବ।...

ସରକାରଙ୍କ ବଡ଼ ଘୋଷଣା, ଅନ୍‌ଲାଇନରେ ହେବନି…

କଟକ,୨୮।୧୨(କାର୍ତ୍ତିକ ସାହୁ): ଏଣିକି ଆଞ୍ଚଳିକ ପରିବହନ କାର୍ଯ୍ୟାଳୟ (ଆର୍‌ଟିଓ)ରେ ମୋଟରଯାନ ନିୟମ ଉଲ୍ଲଂଘନରେ ଜାରି ହୋଇଥିବା ଇ-ଚାଲାଣ ବାବଦରେ ନଗଦ ଅର୍ଥ ଅଫ୍‌ଲାଇନରେ ଗ୍ରହଣ କରାଯିବ।...

ନୂଆ ଇତିହାସ ରଚିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ୨୮ ଡିସେମ୍ବରରେ…

ନୂଆଦିଲ୍ଲୀ, ୨୭।୨୫: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆସନ୍ତା ୨୮ ଡିସେମ୍ବରରେ ଭାରତୀୟ ନୌସେନାର ଏକ ପନଡୁବ୍ବୀରେ ସମୁଦ୍ର ଯାତ୍ରା କରିବେ। ଏହି ଯାତ୍ରା କର୍ନାଟକର କାରବାର...

ଜ୍ୱାଇଁଙ୍କ ଟାଙ୍ଗିଆ ଚୋଟରେ ଚାଲିଗଲା ଶାଶୁଙ୍କ ଜୀବନ

ବାଲିଗୁଡା,୨୭ା୧୨(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲା ବାଲିଗୁଡା ଉପଖଣ୍ଡ ଅଧୀନ କ.ନୂଆଗାଁ ଥାନା ସିର୍ତିଗୁଡା ଗ୍ରାମରେ ଶନିବାର ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିିଛି। ପାରିବାରିକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri