ଜିଲା ମତ୍ସ୍ୟ ଅଧିକାରୀଙ୍କ ଜାଲ୍‌ ଦସ୍ତଖତ କରି ୧୩ ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ କରିଥିଲେ କିରାଣି, ବାନ୍ଧିଲା ପୋଲିସ

ଦେବଗଡ଼,୭ା୮(ଶଶାଙ୍କ ଶେଖର ଝାଙ୍କର ): ଦେବଗଡ଼ ଜିଲା ମତ୍ସ୍ୟ ବିଭାଗରେ କାର୍ଯ୍ୟରତ ଜଣେ ବରିଷ୍ଠ କିରାଣି ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ମୋଟ୍‌ ୧୩ ଲକ୍ଷ ୨୦ ହଜାର ୬୪୯ ଟଙ୍କା ଆତ୍ମସାତ କରିଥିବା ଅଭିଯୋଗରେ ସମ୍ପୃକ୍ତ ବିଭାଗର ବରିଷ୍ଠ କିରାଣି ପ୍ରଦୀପ୍ତ କୁମାର ପାତ୍ରଙ୍କୁ ଦେବଗଡ଼ ଆଦର୍ଶ ଥାନା ପୋଲିସ ଗିରଫ କରିଥିବା ଜଣାପଡ଼ିଛି।

ସୂଚନାଯୋଗ୍ୟ, ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ, ଦେବଗଡ଼ ଶାଖାରେ ଦେବଗଡ଼ ଜିଲା ମତ୍ସ୍ୟ ବିଭାଗର ଜମାଖାତା ରହିଛି। ବିଭାଗୀୟ କର୍ତ୍ତୃପକ୍ଷ ୨୦୨୨ ଜୁଲାଇ ୧ତାରିଖରେ ଜମାଖାତା ଯାଞ୍ଚ କରିଥିବା ବେଳେ ସେହି ତାରିଖରେ ଉକ୍ତ ଜମା ଖାତାରେ ୮ ଲକ୍ଷ ୮୬ ହଜାର ୭୮୦ଟଙ୍କା ରହିଥିବା ଜଣାପଡ଼ିଥିଲା। ମାତ୍ର ୨୦୨୩ ମାର୍ଚ୍ଚ ୩୧ରେ ପୁନର୍ବାର ଉକ୍ତ ଜମାଖାତା ଯାଞ୍ଚ କରିବାରୁ ଉକ୍ତ ଜମା ଖାତାରେ ୮ ଲକ୍ଷ ୮୬ ହଜାର ୭୮୦ଟଙ୍କା ପରିବର୍ତ୍ତେ ମାତ୍ର ୭ ହଜାର ୧୩୧ ଟଙ୍କା ରହିଥିବା ଜଣାପଡ଼ିଥିଲା। ଏହାପରେ ଜିଲା ମତ୍ସ୍ୟ ଅଧିକାରୀ ଭାବଗ୍ରାହୀ କିସାନ ଗତ ମଇ ୨୩ରେ ଭାରତୀୟ ଷ୍ଟେଟ ବ୍ୟାଙ୍କ, ଦେବଗଡ଼ ଶାଖାକୁ ଯାଇ ଆକାଉଣ୍ଟ ଷ୍ଟେଟ୍‌ମେଣ୍ଟ୍‌ ବାହାର କରିବାରୁ ମୁଖ୍ୟ କିରାଣି ଶ୍ରୀ ପାତ୍ର ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତକୁ ଜାଲିଆତି କରି ଚେକ୍‌ ମାଧ୍ୟମରେ ମୋଟ୍‌ ୯ଟି ପର୍ଯ୍ୟାୟରେ ୮ଲକ୍ଷ ୭୯ ହଜାର ଟଙ୍କା ଉଠାଇ ନିଜ ଆକାଉଣରେ ଜମା କରିଥିବା ଜଣାପଡ଼ିଥିଲା । ତେବେ ବରିଷ୍ଠ କିରାଣି ଶ୍ରୀ ପାତ୍ର କେବଳ ଯେ, ଜିଲା ମତ୍ସ୍ୟ ଅଧିକାରୀଙ୍କ ଦସ୍ତଖତ ଜାଲିଆତି କରି ଟଙ୍କା ହଡ଼ପ କରିଥିଲେ ତାହା ନୁହେଁ, ମତ୍ସ୍ୟ ପୋଖରୀ ଯୋଜନା , ତାଲିମ, ଲିଜ ଭ୍ୟାଲ୍ୟୁ ଆଣ୍ଡ ରୟାଲିଟି ସମେତ ସେ ଉଠାଇଥିବା/ଅନ୍ୟଠାରୁ ଗ୍ରହଣ କରିଥିବା ନଗଦ ୪ଲକ୍ଷ ୪୧ ହଜାର ଟଙ୍କା ମଧ୍ୟ ଆତ୍ମସାତ କରିଥିବା ଜଣାପଡ଼ିଥିଲା। ଗୁରତ୍ୱପୂର୍ଣ୍ଣ ବିଷୟ ଏହା ଯେ, ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କର ଗତ ଜାନୁୟାରୀ ୧୯ରେ ବାଲେଶ୍ୱରସ୍ଥିତ ଅତିରିକ୍ତ ମତ୍ସ୍ୟ ଅଧିକାରୀଙ୍କ କାର୍ଯ୍ୟାଳୟକୁ ବଦଳି ହୋଇଥିଲା ଓ ସେ ସେଠାରେ ଯୋଗ ଦେଇଥିଲେ। ତେବେ ସେ ଏଠାରୁ ଅନ୍ୟତ୍ର ବଦଳି ହେବା ପରେ କିଭଳି ଜିଲା ମତ୍ସ୍ୟ ଅଧିକାରୀଙ୍କ ନାମରେ ଥିବା ଚେକ୍‌ ବ୍ୟବହାର କରିଥିଲେ। ଜାଲ ଦସ୍ତଖତ ବଳରେ ଟଙ୍କା ଉଠାଣ କଲେ ଓ ବିଭାଗୀୟ କର୍ତ୍ତୃପକ୍ଷ କିଭଳି ଏହା ଜାଣି ପାରିଲେ ନାହିଁ ତାହା ମଧ୍ୟ ରହସ୍ୟ ଘେରରେ ରହିଥିଲା। ତେବେ ବରିଷ୍ଠ କିରାଣି ଶ୍ରୀ ପାତ୍ରଙ୍କର ବଦଳି ହେବା ପରେ ଦାୟିତ୍ୱ ହସ୍ତାନ୍ତର ପାଇଁ ତାଙ୍କୁ ଏକାଧିକବାର ଚିଠି ଏବଂ ଫୋନ୍‌ ଦ୍ୱାରା ନିର୍ଦ୍ଦେଶ ଦିଆ ଯାଇଥିଲେ ମଧ୍ୟ ଶ୍ରୀ ପାତ୍ର ତାଙ୍କ କଥା ଶୁଣି ନ ଥିବା ଜିଲା ମତ୍ସ୍ୟ ଅଧିକାରୀ ଶ୍ରୀ କିସାନ ତାଙ୍କର ଏତଲାରେ ଦର୍ଶାଇଥିଲେ। ଏହି ଅଭିଯୋଗ ଆଧାରରେ ପୋଲିସ ଅଭିଯୁକ୍ତ ପ୍ରଦୀପ୍ତଙ୍କ ବିରୋଧରେ କେସ୍‌ ନଂ ୩୩୮/୨୩ରେ ଏକ ମାମଲା ଋଜୁ କରି ଘଟଣାର ତଦନ୍ତ ଚଳାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

‘ତ୍ରିଲୋଚନଙ୍କ ବଳିଦାନକୁ ଓଡ଼ିଶା ପୋଲିସ ଭୁଲିବ ନାହିଁ’

ଭଞ୍ଜନଗର,୨।୪(ବାବୁଲା ପ୍ରଧାନ)-ଏପ୍ରିଲ ପହିଲାରେ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳନ ହେଉଛି। ଏହି ଅବସରରେ ଶହିଦ୍ ଯବାନମାନଙ୍କୁ ପୋଲିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଦିଆଯାଉଛି । ଏହିଭଳି ଗଞ୍ଜାମ…

ବରଗଡ଼ରେ ଧରପଗଡ଼, ଅତର୍କିତ ଚଢ଼ାଉ କରି ୧୮ ସାର ବ୍ରିକ୍ରେତାଙ୍କ ଲାଇସେନ୍ସ ରବ୍ଦ

ବରଗଡ଼,୪।୨(ପ୍ରେମାନନ୍ଦ ଖମାରୀ)- ବରଗଡ଼ ଜିଲାରେ ସାରବିକ୍ରିରେ କଳାବଜାର ତଥା ଅନ୍ୟ ଅନିୟମିତତା ନେଇ କୃଷି ବିଭାଗ ପକ୍ଷରୁ ଧରପଗଡ଼ ଆରମ୍ଭ ହୋଇଛି। ଏହି କ୍ରମରେ ବୁଧବାର ଓ…

ପୂର୍ବ ଶତ୍ରୁତାରୁ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ, ଜାମିନ ନାମଞ୍ଜୁର ପରେ ଅଭିଯୁକ୍ତ…

ଦିଗପହଣ୍ଡି, ୨।୪ (ଅଶେଷ ନାଥ ମିଶ୍ର): ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଜଣେ ପଡୋଶୀଙ୍କୁ ମରଣାନ୍ତକ ଆକ୍ରମଣ କରିବା ଅଭିଯୋଗରେ ଦିଗପହଣ୍ଡି ପୋଲିସ ଜଣେ ବ୍ୟକ୍ତିଙ୍କୁ ଗିରଫ…

ଧରିତ୍ରୀ’ ପ୍ରଭାବ: ପଲିଥିନ୍ ତଳେ ଛଟପଟ ହାନ୍ଦୁଙ୍କୁ ମିଳିବ ସ୍ୱପ୍ନର ପକ୍କା ଘର, ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର, ୨। ୪(ଦୁର୍ଗା କୀର୍ତ୍ତି): ଅସହାୟଙ୍କ ସ୍ୱର ସାଜିଛି ‘ଧରିତ୍ରୀ’। ଖବର ପ୍ରସାରଣର ମାତ୍ର କିଛି ଦିନ ମଧ୍ୟରେ ପ୍ରଶାସନିକ ସ୍ତରରେ ଦେଖାଦେଇଥିବା ତ୍ୱରିତ ପଦକ୍ଷେପ…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri