ବଜ୍ରଗଡ଼ରେ ବିଶୁଦ୍ଧ ପାନୀୟ ଜଳ, ପକ୍କା ଘର ସ୍ବପ୍ନ

ଭଞ୍ଜନଗର,୧୩।୮(ଡି.ଏନ.ଏ.): ଦେଶର ସମସ୍ତ ଗରିବ ଲୋକଙ୍କୁ ପକ୍କା ଘର, ବିଜୁଳି, ପାଣି ଆଦି ସୁବିଧା ୨୦୨୨ ଅଗଷ୍ଟ ୧୫ ସୁଦ୍ଧା ଯୋଗାଇ ଦିଆଯିବ ବୋଲି ଗତ ସାଧାରଣ ନିର୍ବାଚନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଘୋଷଣା କରିଥିଲେ। ସେହିପରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ୨୦୨୪ ସୁଦ୍ଧା ରାଜ୍ୟର ସମସ୍ତ ଘରକୁ ପାଇପ୍‌ ଯୋଗେ ପିଇବା ପାଣି ଯୋଗାଇ ଦେବାକୁ ଲକ୍ଷ୍ୟ ରଖିଛନ୍ତି। ମାତ୍ର ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଲକ ଆମ୍ବପୁଆ ପଞ୍ଚାୟତ ବଜ୍ରଗଡ଼ ଗ୍ରାମକୁ ଗଲେ ବିକାଶ କେତେଦୂର ପହଞ୍ଚିଛି ତାହା ଅନୁମାନ କରାଯାଇପାରିବ। ଏଠାରେ ବିକାଶ କେବଳ ଭାଷଣରେ ଅଟକିଛି।
ବଜ୍ରଗଡ଼ରେ ପ୍ରାୟ ୫୦ ପରିବାର ବସବାସ କରୁଥିବା ବେଳେ ସେମାନେ ଏବେ ବିଶୁଦ୍ଧ ପାଣି ଟୋପାଏ ପାଇପାରୁନାହାନ୍ତି। ଗାଁରେ ଥିବା ୩ଟି ନଳକୂପ ମଧ୍ୟରୁ ୨ଟି ସମ୍ପୂର୍ଣ୍ଣ ଅଚଳ ହୋଇପଡ଼ିଛି। ଯେଉଁଟି କାର୍ଯ୍ୟକ୍ଷମ ଅଛି ସେଥିରୁ ଲୌହଗୁଣ୍ଡ ବାହାରୁଛି। ସୋଲାର ପାନୀୟ ଜଳ ପ୍ରକଳ୍ପଟି ୩ ମାସରୁ ଊର୍ଦ୍ଧ୍ୱ ହେବ ଅଚଳ ପଡ଼ିଛି। ଲୋକେ ପାଣି ପାଇଁ ଗ୍ରାମଠାରୁ ପ୍ରାୟ ୧ କି.ମି. ଦୂର ଜଣଙ୍କ ଘରକୁ ଯାଉଛନ୍ତି। ଗ୍ରାମକୁ ପକ୍କା ରାସ୍ତା ନାହିଁ । ବେଲଗୁଣ୍ଠା ସହରଠୁ ମାତ୍ର ୪ କି.ମି. ଦୂରରେ ଥିବା ଏହି ଗ୍ରାମର ବିକାଶ ପ୍ରତି ପ୍ରଶାସନ ଏବଂ ରାଜନୈତିକ ନେତାମାନେ ନଜର ଦେଉନାହାନ୍ତି । ଗ୍ରାମରେ ଏକାଧିକ ଚାଳ ଛପର ଘର ରହିଛି। ଗରିବଙ୍କୁ ପ୍ରଧାନମନ୍ତ୍ରୀ ଆବାସ କିମ୍ବା ବିଜୁ ପକ୍କା ଘର ଯୋଜନାରେ ସାମିଲ କରାଯାଉନାହିଁ। ଅଧିକାଂଶ ପରିବାର ଶ୍ରମିକ ଶ୍ରେଣୀର ହୋଇଥିବା ବେଳେ ସେମାନେ ମୂଲ ଲାଗିି ପରିବାର ଚଳାଉଛନ୍ତି। ଗ୍ରାମର ଝୁନୁ ନାଇକ, ଡମୁଣି ନାଇକ, ରାଘବ ନାଇକ, କପିଳ ନାଇକଙ୍କ ଭଳି ବହୁ ପରିବାର ପକ୍କା ଘର ଯୋଜନାରୁ ବଞ୍ଚିତ ହୋଇଛନ୍ତି । କରୋନା ବେଳେ ଗ୍ରାମରେ ଅଗ୍ନିକାଣ୍ଡ ଯୋଗୁ ଝୁନୁ ନାଇକ, କପିଳ ନାଇକ ପ୍ରମୁଖଙ୍କ ଘର ପୋଡ଼ିଯାଇଥିଲା। କିନ୍ତୁ ସେମାନଙ୍କୁ ଏବେ ସୁଦ୍ଧା ପକ୍କା ଘର ଦିଆଯାଇନାହିଁ। ଗ୍ରାମର ଜଣେ ଡ୍ରାଇଭର ରାଘବ ନାୟକ କହିଛନ୍ତି, ପକ୍କା ଘର ପାଇଁ ବହୁତ ଥର ପଞ୍ଚାୟତ ଏବଂ ବ୍ଲକ କର୍ତ୍ତୃପକ୍ଷଙ୍କୁ ଜଣାଇଛୁ, କିନ୍ତୁ ଆମ କଥା କେହି ଶୁଣିବାକୁ ନାହିଁ। ତେଣୁ ଭାଗ୍ୟକୁ ଆଦରି ଦୁଃଖ କଷ୍ଟରେ ବଞ୍ଚିଛୁ। ସେହିପରି ଗ୍ରାମର ଡମୁଣୀ ନାୟକ କହିଛନ୍ତି, ସୋଲାର ପାନୀୟ ଜଳ ପ୍ରକଳ୍ପ ବହୁଦିନ ହେବ ଅଚଳ ଥିବାରୁ ଜଣଙ୍କ ଘରୁ ଯାଇ ପାଣି ଆଣୁଛୁ। ସେ ଯେଉଁଦିନ ମନା କରିଦେବେ ସେଦିନଠୁ ସମସ୍ୟା ଆହୁରି ବଢ଼ିଯିବ। ଅନ୍ୟପକ୍ଷରେ ଗ୍ରାମ୍ୟ ପାଇପ ଜଳ ଯୋଗାଣ ପ୍ରକଳ୍ପ କନିଷ୍ଠ ଯନ୍ତ୍ରୀ ସୁଜିତ କୁମାର ପାତ୍ର କହିଛନ୍ତି, ହ୍ୟାଣ୍ଡ ଟ୍ୟୁବଲ ଅଚଳ ସମ୍ପର୍କରେ ଆମ ପାଖରେ କୌଣସି ଖବର ନାହିଁ। ଅଭିଯୋଗ ଆସିଲେ ମରାମତି କରାଯିବ । ସୋଲାର ପାନୀୟ ଜଳ ପ୍ରକଳ୍ପ ମରାମତି ଦାୟିତ୍ୱ ପଞ୍ଚାୟତର ବୋଲି କହିଛନ୍ତି। ସେହିପରି ଖୁବଶୀଘ୍ର ବଜ୍ରଗଡ଼ ଗ୍ରାମବାସୀଙ୍କ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନିଆଯିବ। ପଞ୍ଚାୟତ ଫଣ୍ଡରୁ ତୁରନ୍ତ ସୋଲାର ପ୍ରକଳ୍ପ ମରାମତି କରାଯିବ ବୋଲି ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

ଆଖଣ୍ଡଳମଣି ପୀଠରେ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ଭିଡ଼

ଧୂଷୁରୀ,୧୫ା୨(ଦୀପ୍ତି ରଞ୍ଜନ ନାୟକ): ପବିତ୍ର ମହାଶିବରାତ୍ରିରେ ଭଦ୍ରକ ଜିଲାର ପ୍ରସିଦ୍ଧ ଶୈବପୀଠ ଆରଡ଼ି ହୋଇ ଉଠିଛି ଚଳଚଞ୍ଚଳ। ଭୋର୍‌ ୪ଟାରେ ମନ୍ଦିର ପହୁଡ଼ ଖୋଲିବା ପରେ ମଙ୍ଗଳ…

ପାଇପ୍‌ ଫାଟି ଭାସୁଛି ପାଣି, ହେଲେ ଲୋକଙ୍କ ନିକଟରେ ପହଞ୍ଚୁନି

କେନ୍ଦୁଝର,୧୫ା୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଯୋଡ଼ା ବ୍ଲକ ଅନ୍ତର୍ଗତ ବଳଦା ପଞ୍ଚାୟତର ଖଣି ଖାଦାନ ଦ୍ୱାରା ପ୍ରଭାବିତ ବି ପ୍ଲଟ ଗ୍ରାମରେ ଦୀର୍ଘ ଏକ ମାସ ହେବ ବସୁଧା…

ଜାଗରରେ ବଡ଼ ଅଘଟଣ: ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର

ଖଲ୍ଲିକୋଟ,୧୫।୨(ପ୍ରଶାନ୍ତ କୁମାର ମିଶ୍ର): ମର୍ଣ୍ଣିଂଓ୍ୱାକ୍ ବେଳେ ଟଳିପଡ଼ିଲେ ଦଶମ ଶ୍ରେଣୀ ଛାତ୍ର । ମୃତକ ହେଲେ ଖଲ୍ଲିକୋଟ ଶ୍ରୀଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷା କେନ୍ଦ୍ରର ଦଶମ ଶ୍ରେଣୀ ଛାତ୍ର…

ଶୀତଳ ଭଣ୍ଡାରରେ ଭୟାବହ ଅଗ୍ନିକାଣ୍ଡ: ୧୦ କୋଟିରୁ ଉର୍ଦ୍ଧ୍ବ ଟଙ୍କାର ସମ୍ପତ୍ତି ନଷ୍ଟ, ନିଆଁ ଲିଭାଉଛି ରୋବର୍ଟ

କୁଚିଣ୍ଡା,୧୫।୨(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା ବାମରା ନିକଟସ୍ଥ ନୁଁନୁନିଆମୁଣ୍ଡା ସ୍ଥିତ ଲାଠ ଶୀତଳ ଭଣ୍ଡାରରେ ରଵିବାର ସକାଳେ ସର୍ଟସର୍କିଟ ଯୋଗୁଁ ଅଗ୍ନିକାଣ୍ଡ ହୋଇଛି । ଏଥିରେ କୋଟି…

ମହାଶିବରାତ୍ରି: ଵାଲୀ ଲୋକନାଥ-ଝାଡ଼େଶ୍ୱର ଓ ବଟେଶ୍ୱର ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ଼

ଗଞ୍ଜାମ,୧୫ା୨(ବିଦ୍ୟାଧର ସାହୁ ): ସମଗ୍ର ରାଜ୍ୟରେ ମହା ଶିବରାତ୍ରି ଜାଗର ଯାତ୍ରା ପାଳିତ ହେଉଥିବା ବେଳେ ଗଞ୍ଜାମରେ ମଧ୍ୟ ଏହି ଜାଗର ଯାତ୍ରା ମହା ଆଡମ୍ବରରେ ପାଳିତ…

ଜୀବିତ ସାବିତ୍ରୀଙ୍କୁ ମୃତ ଦର୍ଶାଇଲା ପ୍ରଶାସନ, ଧରିତ୍ରୀରେ ଖବର ପ୍ରକାଶ ପରେ…

ଥୁଆମୂଳ ରାମପୁର,୧୫ା୨(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଅନ୍ତର୍ଗତ ଓଡରୀ ପଞ୍ଚାୟତ ଦୋଳଗୁଡ଼ା ଗ୍ରାମର ଜଣେ ଅସହାୟା ମହିଳାଙ୍କୁ ନେଇ ପ୍ରଶାସନର ଚରମ ଅବହେଳା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri