Posted inଫୁରସତ

ମାଟି କଣ୍ଢେଇ କାରିଗରି

ଓଡ଼ିଶାର ପାରମ୍ପରିକ ହସ୍ତଶିଳ୍ପ ଓ କଳାକାରିଗରି ଦେଶ ବିଦେଶରେ ସ୍ବତନ୍ତ୍ର ପରିଚୟ ସୃଷ୍ଟି କରିଛି। ଏପରି ବିଭିନ୍ନ ହସ୍ତଶିଳ୍ପ କଳାରେ ନିୟୋଜିତ କାରିଗରମାନଙ୍କୁ ରୋଜଗାର ପନ୍ଥା ମିଳିପାରୁଛି। ବିଭିନ୍ନ ସ୍ଥାନରେ ଆୟୋଜିତ ମେଳା, ମହୋତ୍ସବରେ କାରିଗରମାନଙ୍କ କଳାକୃତି ଦେଖିବାକୁ ମିଳିଥାଏ। ଏମିତିରେ ଏହି କଳାକାରିଗରିରେ ଓଡ଼ିଆଘରର ସାମାଜିକ ଚଳଣି ପ୍ରତିଫଳିତ ହୋଇଥାଏ। ଏହା ଦେଖିବାକୁ ଯେତିକି ସୁନ୍ଦର, ସେତିକି ମନଛୁଅଁା ହୋଇଥାଏ। ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ନାନାପ୍ରକାରର ହସ୍ତକଳା କାରିଗରି ରହିଛି। ଯେମିତିକି କେନ୍ଦୁଝର ଜିଲା ଘଟଗାଁ ବ୍ଲକର ବାଟହରିଚନ୍ଦନପୁର କୁମ୍ଭାରସାହିର ଟେରାକୋଟା କଳାକୃତି ଏବଂ ଏହି ଜିଲାର ହଳଧରପୁର ଗାଁର କାରିଗରମାନେ ମାଟିରେ ବିଭିନ୍ନ କଳାକୃତି ଗଢି ନିଜର ଜୀବିକା ନିର୍ବାହ କରିଥାନ୍ତି। ଏହି କାରିଗରମାନଙ୍କ ହାତର ସ୍ପର୍ଶରେ ସୃଷ୍ଟି ହୁଏ ସୁନ୍ଦର ସୁନ୍ଦର ମାଟିର କଣ୍ଢେଇ। ଏହି ମାଟିକଣ୍ଢେଇ ତିଆରି ସମ୍ପର୍କରେ ହଳଧର ଗାଁର ଗୁନୁ ସାହୁ କୁହନ୍ତି, ଘରେ ବାପାଙ୍କଠାରୁ ମାଟିରେ ବିଭିନ୍ନ କଣ୍ଢେଇ ତିଆରି କରିବା ଶିଖିଥିଲୁ। ତେବେ ରାଜ୍ୟ ସରକାରଙ୍କ ଓରମାସ ଜରିଆରେ ଭୁବନେଶ୍ୱରରୁ ଟ୍ରେନିଂ ନେଇଛି। ଆଜକୁ ପ୍ରାୟ ୧୨ବର୍ଷ ହେଲା ଏମିତି ମାଟିର ବିଭିନ୍ନ କଳାକୃତି ତିଆରି କରିଥାଉ। ଏଥିପାଇଁ ଆମ ଅଞ୍ଚଳର କୁକୁରକଟା ନଦୀ ନିକଟରୁ ମାଟିକୁ ସଂଗ୍ରହକରି ଆଣିଥାଉ। ପ୍ରଥମେ କଞ୍ଚାମାଟିକୁ ଚକଟି ଥାଉ । ବିଭିନ୍ନ କଳାକୃତିର ଛାଞ୍ଚରେ ଓଦାମାଟିକୁ ପକାଇ ନମୁନା ତିଆରି କରାଯାଇଥାଏ। ଏହାପରେ ଅଳ୍ପ ଖରାରେ ସେହି କଳାକୃତି ନମୁନାକୁ ଶୁଖାଯାଇଥାଏ । ତା ପରେ ତାକୁ ମସୃଣ କରାଯାଏ।

ଏମିତିରେ ହାତୀ, ଘୋଡ଼ା, ଫୁଲଦାନୀ, ଚଉଁରା, କଣ୍ଢେଇ ଆଦି ବିଭିନ୍ନ କଳାକୃତି ତିଆରି କରିଥାଉ। ଆମ ପରିବାରର ପ୍ରାୟ ୫ଜଣ ଏହି ମାଟି ତିଆରି ବିଭିନ୍ନ କଳାକୃତି ତିଆରି କରିଥାଉ। ଗୋଟିଏ ଗୋଟିଏ ମାଟିର କଳାକୃତିକୁ ପ୍ରାୟ ୨୦ଟଙ୍କାଠାରୁ ଆରମ୍ଭକରି ୨୫୦୦ ଟଙ୍କା ପର୍ଯ୍ୟନ୍ତ ଦାମରେ ବିକ୍ରି କରାଯାଇଥାଏ। ଓଡ଼ିଶାର ବିଭିନ୍ନ ସ୍ଥାନରେ ଆୟୋଜିତ ହେଉଥିବା କେତେକ ମେଳା ମହୋତ୍ସବରେ ମାଟିର କଣ୍ଢେଇକୁ ବିକ୍ରି ପାଇଁ ନେଇଥାଉ। ସେହିପରି ଏହି ଗାଁର ସକୁନ୍ତଳା ସାହୁ କୁହନ୍ତି, ‘ଆଜକୁ ପ୍ରାୟ ୨୦ବର୍ଷ ହେଲା ମାଟିର ବିଭିନ୍ନ କଣ୍ଢେଇ, ଘୋଡ଼ା, ହାତୀ ଭଳି ବିଭିନ୍ନ କଳାକୃତି ତିଆରି କରି ଆସୁଛି। ପ୍ରଥମେ ମାଟିକୁ ଚକଟି ଚକରେ ଘୂରାଇ ବିଭିନ୍ନ ପ୍ରକାରର ଦୀପ, ହରିଣ, ପାଣିପୋଟ, ବୁଦ୍ଧମୂର୍ତ୍ତି, ମାଟିର କଣ୍ଢେଇ ଆଦି କଳାକୃତି ଗଢ଼ିଥାଉ। ତା’ପରେ ଓଦାମାଟିର କଳାକୃତିକୁ ଶାଳରେ ପୋଡ଼ିଥାଉ। ଏହା ପରେ ସେଥିରେ ବିଭିନ୍ନ ରଙ୍ଗ ଦେଇଥାଉ। ବିଭିନ୍ନ ଅଞ୍ଚଳରେ ଆୟୋଜିତ ମେଳାରେ ଏପରିକି ତୋଷାଳି, ଶରସ ଶିଶିର ଆଦି ହସ୍ତଶିଳ୍ପ ମେଳାରେ କଳାକୃତିକୁ ବିକ୍ରି କରିବାକୁ ନେଇଥାଉ। ଉକ୍ତ କଳା କାରିଗରି କାମ କରି ଗାଁର ପ୍ରାୟ ୩ଶହରୁ ଅଧିକ କାରିଗର ଜୀବିକା ନିର୍ବାହ କରିଥାନ୍ତି। ବାର୍ଷିକ ପ୍ରାୟ ୭୦/୮୦ହଜାର ଟଙ୍କା ରୋଜଗାର ହୋଇଥାଏ।’ ଭୁବନେଶ୍ୱର ହସ୍ତଶିଳ୍ପ ମେଳାରେ ନିଜର କଳାକୃତି ପସରା ପକାଇଥିବା ଜଗତସିଂହପୁର ଜିଲା କୁଜଙ୍ଗ ବ୍ଲକ ଅଧୀନ ନତଙ୍ଗ ଗାଁର କାରିଗର ନିତ୍ୟାନନ୍ଦ ବେହେରା କୁହନ୍ତି, ‘ଆମ ପରିବାରରେ ପ୍ରାୟ ୬ଜଣ ସଦସ୍ୟ ଆଜକୁ ୧୨ବର୍ଷ ତଳୁ ଏମିତି ମାଟିରେ ବିଭିନ୍ନ କଣ୍ଢେଇ ତିଆରି କରିଆସୁଛନ୍ତି। ତେବେ ଏଥିରେ ବାର୍ଷିକ ସବୁ ଖର୍ଚ୍ଚ ଯାଇ ପ୍ରାୟ ୮୦ହଜାର ଟଙ୍କା ଆୟ ହୋଇପାରୁଛି। ଏମିତି କି ପ୍ରାୟ ୫ଟଙ୍କା ଠାରୁ ଆରମ୍ଭକରି ୧୫ଶହ ଟଙ୍କା ପର୍ଯ୍ୟନ୍ତ ମାଟିର ବିଭିନ୍ନ କଳାକୃତି ରହିଛି। ’ ଓଡ଼ିଶାର ବିଭିନ୍ନ ପୁରପଲ୍ଲୀରେ ଏମିତି ମାଟିର କଣ୍ଢେଇ ଗଢୁଥିବା କାରିଗରଙ୍କ କଳାକୃତି ଦେଖିବାକୁ ମିଳେ। ଏହା ଆମ ଓଡ଼ିଶାର କଳାକ୍ଷେତ୍ରକୁ ସମୃଦ୍ଧ କରିଥାଏ।
– ବନବିହାରୀ ବେହେରା


Enter your email to get our daily news in your inbox.

All Right Reserved By Dharitri.Com

ବିଶ୍ୱର ଏହି ଦେଶ ପାଖରେ ରହିଛି ସବୁଠୁ ଘାତକ ବାୟୁସେନା, ଜାଣନ୍ତୁ କେଉଁ ସ୍ଥାନରେ ରହିଛି ଭାରତ…

ବିଶ୍ୱରେ ବଢ଼ୁଥିବା ଭୂରାଜନୈତିକ ଉତ୍ତେଜନା ଯେପରିକି ୟୁକ୍ରେନ ସଙ୍କଟ ଏବଂ ମଧ୍ୟପ୍ରାଚ୍ୟର ପରିସ୍ଥିତି, ସାମରିକ ଖର୍ଚ୍ଚ ରେକର୍ଡ ସ୍ତରରେ ପହଞ୍ଚିବାରେ ଲାଗିଛି। ଷ୍ଟକହୋମ୍‌ ଇଣ୍ଟରନ୍ୟାଶନାଲ ପିସ୍‌ ରିସର୍ଚ୍ଚ…

ଜାଣନ୍ତି କି ପାଇପ୍‌ଲାଇନ୍‌ ଗ୍ୟାସ୍‌ କେଉଁଠାରୁ ଆସେ? କେମିତି ଆସି ସିଧାସଳଖ ପହଞ୍ଚୁଛି ରୋଷେଇ ଘରେ…

ନୂଆଦିଲ୍ଲୀ,୨୯ା୩: ଦେଶର ଲୋକମାନେ ବର୍ଦ୍ଧିତ ଗ୍ୟାସ୍‌ ଦର ଏବଂ ସିଲିଣ୍ଡର ପାଇଁ ହଇରାଣ ହରକତ ହେଉଥିବାରୁ ଏବେ PNG (ପାଇପ୍‌ ନାଚୁରାଲ୍‌ ଗ୍ୟାସ୍‌) ଆଡ଼କୁ ମୁହାଁଇଛନ୍ତି। ଆଜି…

ଦୁନିଆର ଏମିତି ଏକ ମନ୍ଦିର, ଯେଉଁଠି ରାଜା ରାମଙ୍କୁ ଗାର୍ଡ ଅଫ ଅନର ଦିଅନ୍ତି ପୋଲିସ, ରାଜକୀୟ ନିୟମ ଅନୁସାରେ…

ଭାରତରେ ଏମିତି ଏକ ସହର ଅଛି, ଦେବତାଙ୍କୁ ମନ୍ଦିରରେ ନୁହେଁ ବରଂ ରାଜକୀୟ ଆଡ଼ମ୍ବର ଏବଂ ମହିମା ସହିତ ଏକ ପ୍ରାସାଦରେ ପୂଜା କରାଯାଏ। ଏଠାରେ ପରମ୍ପରା…

ରୋଜଗାରର ପହିଲି ପୁଲକ ପାଇଥିଲି ବାପାଙ୍କ ଖୁସିରୁ: ନଳିନୀକାନ୍ତ ନାୟକ ନିଜ ପ୍ରଥମ ରୋଜଗାର ସମ୍ପର୍କରେ ଯାହା କୁହନ୍ତି …

ଦୀର୍ଘ ବର୍ଷର ବ୍ୟବଧାନ ପରେ ଯେତେବେଳେ ନିଜ ପ୍ରଥମ ରୋଜଗାର ବିଷୟରେ କିଛି ଲେଖିବାକୁ ଯାଉଛି, ମୁଁ ବେଶ୍‌ ଭାବପ୍ରବଣ ହୋଇ ପଡୁଛି। ମୋ ପିଲାଦିନ କଟିଗଲା…

ଘର-ଘର LPG ସିଲିଣ୍ଡର ପହଞ୍ଚାଉଥିବା ବ୍ୟକ୍ତି ମାସକୁ କରନ୍ତି ୭୦ହଜାର ଟଙ୍କା ଯାଏ ରୋଜଗାର! କମିଶନ ବିଷୟରେ ଜାଣିଲେ ହୋଇଯିବେ ତାଜୁବ

ଏଲପିଜି ସିଲିଣ୍ଡର ଡେଲିଭରି କରୁଥିବା ବ୍ୟକ୍ତି କେତେ ରୋଜଗାର କରନ୍ତି? ଏଠାରେ ସେମାନଙ୍କର କମିଶନ ଏବଂ ମାସିକ ଆୟର ସମ୍ପୂର୍ଣ୍ଣ ବିବରଣୀ ଦିଆଯାଇଛି। ସାମ୍ପ୍ରତିକ ଦିନଗୁଡ଼ିକରେ, ଏଲପିଜି…

ଯୁଦ୍ଧ ଭିତରେ ବାବା ଭେଙ୍ଗାଙ୍କ ବଡ଼ ଭବିଷ୍ୟବାଣୀ: ଭାରତ ଉପରେ ପଡିବ ସାଂଘାତିକ ପ୍ରଭାବ!

ବୁଲଗେରିଆର ରହସ୍ୟମୟୀ ବାବା ଭେଙ୍ଗାଙ୍କ (Baba Vanga) ୨୦୨୬ ପାଇଁ ଯେଉଁ ଭବିଷ୍ୟବାଣୀ ଏବେ ତାହା ସତ ହେବାରେ ଲାଗିଛି! ବିଶେଷ କରି ଆମେରିକା, ଇସ୍ରାଏଲ ଏବଂ…

ପ୍ରକୃତିର ଅଜବ କାରନାମା: ବିନା ବିଶ୍ରାମରେ ୧୧ ଦିନରେ ୧୩,୫୬୦ କିଲୋମିଟର ଉଡ଼ିଲା ଏହି ପକ୍ଷୀ

ନୂଆଦିଲ୍ଲୀ,୧୨ା୩: ଆପଣମାନେ ଅନେକ ଦୂରଗାମୀ ବିମାନ ଯାତ୍ରା ବିଷୟରେ ଶୁଣିଥିବେ, କିନ୍ତୁ ଆଜି ଆମେ ଆପଣଙ୍କୁ ଏମିତି ଏକ ପକ୍ଷୀ ବିଷୟରେ କହିବୁ ଯାହା କୌଣସି ସୁପରମ୍ୟାନ୍‌ଠାରୁ…

ହୋଟେଲ ରୁମ୍‌ କିମ୍ବା ଚେଞ୍ଜିଂ ରୁମ୍‌ରେ ଅଛି କି ‘Hidden Camera’? ଏଭଳି ଉପାୟରେ କରନ୍ତୁ ଚିହ୍ନଟ, ନହେଲେ ରେକର୍ଡ ହୋଇଯିବ…

ଭୁବନେଶ୍ୱର,୬।୩: ଆଜିର ସମୟରେ ଟେକ୍ନୋଲୋଜି ଯେତିକି ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ସେତିକି ପ୍ରାଇଭେସି ବା ଗୋପନୀୟତାକୁ ନେଇ ଚିନ୍ତା ମଧ୍ୟ ବଢ଼ିବାରେ ଲାଗିଛି। ଅନେକ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri