‘ଗୋବିନ୍ଦଙ୍କ ପକେଟରୁ ମିଳିଛି ମାଟିଆ ରଙ୍ଗର ଲଫାପା’

ବଲାଙ୍ଗୀର ଅଫିସ, ୨୨ା୧୨: କଣ୍ଟାବାଞ୍ଜି ସବ୍‌ଜେଲରେ ମଙ୍ଗଳବାର ମମିତା ମେହେର ହତ୍ୟା ମାମଲାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦଙ୍କ ମୃତ୍ୟୁ ଘଟିଥିବାବେଳେ ତାଙ୍କ ପକେଟରୁ ଏକ ମାଟିଆ ରଙ୍ଗର ଲଫାପା ମିଳିଛି। ସେଥିରେ ଦୁଇପୃଷ୍ଟାର ଲେଖା ରହିଛି। ଏକଥା ପୋଲିସ କହିଥିବା ଗୋବିନ୍ଦଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁ କହିଛନ୍ତି। ଏପରି କି ସେହି ଦୁଇପୃଷ୍ଟାର ଲେଖା ପଢ଼ିବାକୁ ଚାହିଁଥିବାରୁ ତାଙ୍କୁ ପୋଲିସ ସୁଯୋଗ ଦେଇ ନ ଥିଲା ବୋଲି ମହେନ୍ଦ୍ର କହିଛନ୍ତି।

ଗୋବିନ୍ଦ ସାହୁଙ୍କ ମୃତଦେହକୁ ମଙ୍ଗଳବାର ରାତିରୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲକୁ ଅଣାଯାଇ ଶବାଗାରରେ ରଖାଯାଇଥିଲା। ବୁଧବାର ପୂର୍ବାହ୍ନରେ ବୁର୍ଲା ଭିମ୍‌ସାର ମେଡିକାଲ କଲେଜ ଏଫ୍‌ଏମ୍‌ଟି ପ୍ରଫେସର ସତ୍ୟସାଇ ପଣ୍ଡା, ଆସିଣ୍ଟାଣ୍ଟ ପ୍ରଫେସର ବୀରେନ୍‌ ଖାଲ୍‌କୋ ଏବଂ ଭୀମ ଭୋଇ ମେଡିକାଲ କଲେଜ ହସ୍ପିଟାଲ ଏଫ୍‌ଏମ୍‌ଟି ବିଭାଗ ଡାକ୍ତର ସୁବଳ ନାଏକ ବ୍ୟବଚ୍ଛେଦ କରିଥିଲେ। ଜାତୀୟ ମାନବାଧିକାର କମିଶନ(ଏନ୍‌ଏଚ୍‌ଆର୍‌ସି)ଙ୍କ ନିର୍ଦ୍ଦେଶ ଏବଂ ଗାଇଡଲାଇନ୍‌ ମୁତାବକ୍‌ ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ ବ୍ୟବଚ୍ଛେଦ କରାଯାଇଛି। ସମଗ୍ର ପ୍ରକ୍ରିୟାକୁ ଭିଡିଓ ରେକର୍ଡିଂ କରାଯାଇଛି। ଗୋବିନ୍ଦଙ୍କ କାକା ଶ୍ୱଶୁର ମହେନ୍ଦ୍ର ସାହୁ ଏବଂ ତାଙ୍କ ଶଳା ଟୁନା ସାହୁ ବ୍ୟବଚ୍ଛେଦ ଗୃହ ବାହାରେ ଉପସ୍ଥିତ ଥିଲେ। ମହେନ୍ଦ୍ର କହିଛନ୍ତି, ଗୋବିନ୍ଦଙ୍କ ଆତ୍ମହତ୍ୟା ବିଶ୍ୱାସଯୋଗ୍ୟ ନୁହେଁ। ସେ ଜଣେ ଷ୍ଟ୍ରଙ୍ଗ୍‌ ଲୋକ। ମମିତା ମେହେର ହତ୍ୟା ଘଟଣା ଏକ ସମ୍ବେଦନଶୀଳ ଘଟଣା ହୋଇଥିବାରୁ ତାଙ୍କୁ ମାରି ଦିଆଯାଇଥିବା ସନ୍ଦେହ ହେଉଛି ବୋଲି ସେ କହିଛନ୍ତି। ୪ ଘଣ୍ଟା ଧରି ବ୍ୟବଚ୍ଛେଦ ପ୍ରକ୍ରିୟା ଚାଲିବା ପରେ ମୃତଦେହକୁ ଗୋବିନ୍ଦଙ୍କ ସମ୍ପର୍କୀୟଙ୍କୁ ଦେବାକୁ ପୋଲିସ ଚାହିଁଥିଲା। ମାତ୍ର ଏହାକୁ ଗ୍ରହଣ କରିବାକୁ ମହେନ୍ଦ୍ର ଏବଂ ଶଳା ଟୁନା ମନା କରିଦେଇଥିଲେ। ଏହାପରେ ଗୋବିନ୍ଦଙ୍କ ଝିଅ ଲିପିକା ସାହୁ ଭୀମ ଭୋଇ ମେଡିକାଲ ଆସି ମୃତଦେହ ଗ୍ରହଣ କରି ମହାଲିଙ୍ଗ ଗଁାକୁ ନେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ମହିଳାଙ୍କୁ ମାଡ ମାରିବା ସହ ହାତ ଗୋଡ ବାନ୍ଧି, ଲୁଟିନେଲେ

ବୌଦ୍ଧ,୧୧।୨(ଅଜିତ କୁମାର ବାରିକ): ବୌଦ୍ଧ ଆଦର୍ଶ ଥାନା ଭାଲିଆପଦର୍‌ ଗ୍ରାମରେ ମଙ୍ଗଳବାର ରାତ୍ରିରେ ସଶସ୍ତ୍ର ଡକାୟତି ହୋଇଛି। ଗ୍ରାମର ଦେବବ୍ରତ ମିଶ୍ରଙ୍କ ଘରେ ଡକାୟତି କରିଛନ୍ତି ଦୁର୍ବୃତ୍ତ…

ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି ଭାଲୁ: ବେଲସୁନ୍ଦରୀରେ ଆତଙ୍କ

ଆନନ୍ଦପୁର,୧୧।୨(ସୁଶାନ୍ତ କୁମାର ସାହୁ): ସଞ୍ଜ ନଇଁଲେ ଗାଁ ଦାଣ୍ତରେ ବୁଲୁଛନ୍ତି  ଭାଲୁ ପଲ। ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆନନ୍ଦପୁର ବନ୍ୟପ୍ରାଣୀ ବନଖଣ୍ତ ଅଧୀନ ବରାଙ୍ଗ ସଂରକ୍ଷିତ…

ଚଳନ୍ତା କଣ୍ଟେନରକୁ ପଛପଟୁ ଧକ୍କା ଦେଲା କାର: ଆଉ ତା’ପରେ…

ବାହାନଗା, ୧୧।୨(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ସୋର ଥାନା ୧୬ ନମ୍ବର ଜାତୀୟ ରାଜପଥ ତଳନଗରଠାରେ ଏକ ଚଳନ୍ତା କଣ୍ଟେନର ପଛକୁ ଏକ କାର ଧକ୍କା…

ଭାଇର ମୃତ୍ୟୁ ଖବର ଶୁଣି ଟଳିପଡିଲେ ବଡ଼ ଭାଇ, ଜଳିବ ଦୁଇ ଭାଇଙ୍କ ଜୁଇ, ଦୁଃଖରେ ଭାଙ୍ଗିପଡିଛି ପରିବାର

ମୋରଡା,୧୧।୨(ସ୍ମାରକ ମାଜୀ): ଜଳିବ ଦୁଇ ଭାଇଙ୍କ ଜୁଇ। ଦିନେ ହାତ ଧରା ଧରି ଛୋଟରୁ ବଡ଼ ହୋଇଥିଲେ। ଦୁହେଁ ଦୁହିଁଙ୍କୁ ନ ଦେଖିଲେ ରହି ପାରୁନଥିଲେ। ଦୁଇ…

୧୫ ଦିନ ତଳେ କିଣିଥିଲେ ବ୍ୟାଟେରୀ ସ୍କୁଟି, ରାତିରେ ହୁତୁହୁତୁ ହୋଇ ଜଳିଗଲା…

ରାୟଗଡ଼ା,୧୧।୨(ଆଶିଷ ରଞ୍ଜନ ପଣ୍ଡା): ରାୟଗଡ଼ା ବ୍ଲକ ମହକୁମା ଠାରୁ ମାତ୍ର ୩ କିମି ଦୂରରେ ଅବସ୍ଥିତ ପିତାମହଲ ଗ୍ରାମ ବାସିନ୍ଦା ତଥା ବରିଷ୍ଠ ଆଇନଜୀବୀ ବିଭୁ ପ୍ରଧାନଙ୍କ…

ବାଇକରେ ଘରକୁ ଫେରୁଥିଲେ ୨ ଜଣ ଯୁବକ, ବାଟରେ ଘଟିଲା ବଡ଼ ଅଘଟଣ, ଘଟଣାସ୍ଥଳରେ…

ଥୁଆମୂଳ ରାମପୁର, ୧୧ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକରେ ପୁଣି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ଜଣେ ଯୁବକଙ୍କ ଅକାଳ ବିୟୋଗ…

ଡୁଡୁକା ପଞ୍ଚାୟତରେ ଏମ୍‌ଜିଏନ୍‌ଆର୍‌ଇଜିଏସ୍‌ କାମରେ ଅନିୟମିତତା ଅଭିଯୋଗ

ଲୋଇସିଂହା,୧୧।୨(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକରେ ଏମ୍‌ଜିଏନଆରଇଜିଏସ୍‌ କାମରେ ଅନିୟମିତତା ହେଉଥିବା ନେଇ ଅଭିଯୋଗ ହେଉଛି। ପଞ୍ଚାୟତ ସ୍ତରରେ ହେଉଥିବା କାମ ସଂକ୍ରାନ୍ତରେ ଏମ୍‌ଜିଏନଆରଇଜିଏସ୍‌ କାମ ସାଇଟ୍‌ର…

ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ରଖୁଥିଲେ ଶାରୀରିକ ସମ୍ପର୍କ, ଥାନାରେ ପହଞ୍ଚିଲା ପ୍ରେମିକା

ଦେବଗଡ,୧୧।୨(ଶଶାଙ୍କ ଶେଖର ଝାଙ୍କର): ବିବାହର ମିଥ୍ୟା ପ୍ରଲୋଭନ ଦେଖାଇ ପ୍ରେମିକା ସହିତ ଶାରୀରିକ ସମ୍ପର୍କ ସ୍ଥାପନ ପରେ ପ୍ରତାରଣା ଅଭିଯୋଗରେ ପ୍ରେମିକଙ୍କୁ ଗିରଫ କରି ମଙ୍ଗଳବାର ଦେବଗଡ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri