ଭାଷା ବନ୍ଦନା @ ଗୋଟେ ଟଙ୍କା, ଗୋଟେ ଘଣ୍ଟା

ଓଡ଼ିଶା ଶ୍ରୀଜଗନ୍ନାଥଙ୍କ ମାଟି। ଆମ ସଂସ୍କୃତି ଯେମିତି ମହାପ୍ରଭୁଙ୍କୁ ନେଇ ଋଦ୍ଧିମନ୍ତ, ଭାଷା ବି ସେମିତି ବିକଶିତ ‘ଚକାଡୋଳା’କୁ ନେଇ। ଅର୍ଥାତ୍‌ ଆମର ପ୍ରାୟ ପ୍ରତ୍ୟେକ ଲିପି ଚକାଡୋଳା ପରି ଡୋଳାକୃତି(ଗୋଲାକୃତି) ବା ଅର୍ଦ୍ଧ ଗୋଲାକୃତିର ସମାହାର। ମାତ୍ର ୩ଟି ଲିପିଚିତ୍ର ଯଥା ଚକାଡୋଳା, ଅର୍ଦ୍ଧଡୋଳା ଓ ଦଣ୍ଡ (ଶ୍ରୀସୁଦର୍ଶନଙ୍କ ପ୍ରତୀକ)ଙ୍କୁ ନେଇ ସମ୍ପୂର୍ଣ୍ଣ ଓଡ଼ିଆ ବର୍ଣ୍ଣମାଳା ସଂରଚିତ। ଓଡ଼ିଆରେ ଯେବେ କିଛି ଲେଖୁଛୁ ସେତେବେଳେ ମନେକରିବା ଉଚିତ ଯେ ‘ପ୍ରଭୁ ଶ୍ରୀଚକାଡୋଳାଙ୍କ ପ୍ରତୀକାତ୍ମକ ଚିତ୍ରଟିଏ ଆଙ୍କୁଛୁ ବୋଲି।’ ଶ୍ରୀମତ୍‌ଭଗବତ ଗୀତାରେ ଶ୍ରୀକୃଷ୍ଣ କହିଛନ୍ତି, ”ସେ ହେଉଛନ୍ତି ଅକ୍ଷରଙ୍କ ମଧ୍ୟରେ ‘ଅ’ କାର। ଅର୍ଥାତ୍‌ ଅକ୍ଷରଙ୍କ ଭିତରେ ଭଗବାନଙ୍କ ସତ୍ତା ବିଦ୍ୟମାନ। ପ୍ରତିଟି ଅକ୍ଷର ମନ୍ତ୍ରସମ ପବିତ୍ର। ଏଣୁ ବର୍ଣ୍ଣବିଶେଷ ଲେଖିବାବେଳେ ନିର୍ଭୁଲଭାବେ ଲେଖିବାକୁ ଯତ୍ନବାନ ହେବା ଉଚିତ। “ ଅ ରୁ କ୍ଷ ସବୁ ଅକ୍ଷର ‘ମୋ ମା’ ର ମୁହଁ ଅବା ଉତ୍କଳ ମାତାଙ୍କ ପ୍ରତିବିମ୍ବ ପରି- ଏହି ଭାବଧାରା ଯେ ପର୍ଯ୍ୟନ୍ତ ନ ଆସିଛି, ସେ ପର୍ଯ୍ୟନ୍ତ ଭାଷାପ୍ରୀତି, ଭୂମିପ୍ରୀତି ଆସିବ କିପରି? ଭାଷାର ଅସ୍ତିତ୍ୱ ନିର୍ଭର କରେ ବ୍ୟବହାର ଉପରେ। ବ୍ୟବହାର ଉପରେ ନିର୍ଭର କରେ ଭାଷାର ବିକାଶ। ସେଥିପାଇଁ ଲୋଡ଼ା ଆଦରଭାବ। ମୋର ଏକ ସ୍ବର୍ଣ୍ଣିମ ଇତିହାସ ଅଛି। ସ୍ବାଧୀନତା ସଂଗ୍ରାମର ପ୍ରଥମ ବିଗୁଲ୍‌ ମଧ୍ୟ ଏ ମାଟିରୁ ବାଜିଥିଲା ୧୮୦୪ରେ। ମହାତ୍ମା ବୁଦ୍ଧଙ୍କ ପ୍ରଥମ ଶିଷ୍ୟ (ତ୍ରପୁସ ଓ ଭଲିକ) ଥିଲେ ଏମାଟିର ପୁଅ। ଦେଶର ପ୍ରଥମ ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା। ଦେଶରେ ପ୍ରଥମ ଭାଷାନୀତି ପ୍ରଣୟନ ହୋଇଥିଲା ଏ ମାଟିରେ। ସରକାରୀ କାର୍ଯ୍ୟ ଓଡ଼ିଆ ଭାଷାରେ ସମ୍ପାଦନାର୍ଥେ ‘ଓଡ଼ିଶା ସରକାରୀ ଭାଷା ଅଧିନିୟମ’ ପ୍ରଥମେ ପ୍ରଣୟନ ହୋଇଥିଲା ୧୯୫୪ରେ। ଏ ମାଟିର ଭାଷା ‘ଓଡ଼ିଆ’ ହେଉଛି ଏକ ପ୍ରାଚୀନ ଓ ଶାସ୍ତ୍ରୀୟ ଭାଷା – ଏହିଭଳି ଗୌରବବୋଧ ରହିଲେ ସ୍ବତଃ ଆଗ୍ରହ/ ଆଦର ଭାବ ଜାତହେବ।
ଭାଷାର ବର୍ଣ୍ଣମାଳା ବିଜ୍ଞାନରେ ଭରା। ବର୍ଣ୍ଣମାଳାର ପ୍ରତ୍ୟେକ ଅକ୍ଷର ତାର୍କିକ ଓ ଯଥାର୍ଥ ଗଣନା ସହ କ୍ରମିକ ରୂପରେ ରଖାଯାଇଛି। ଏହିପରି ବୈଜ୍ଞାନିକ ଦୃଷ୍ଟିକୋଣ ଅନ୍ୟ କୌଣସି ବିଦେଶୀ ଭାଷାର ବର୍ଣ୍ଣମାଳାରେ ନାହିଁ। ଯେପରିକି,‘କ ଖ ଗ ଘ ଙ’ – ଏହି ପାଞ୍ଚ ସମୂହକୁ ‘କଣ୍ଠ୍ୟ’ କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ କଣ୍ଠରୁ ଧ୍ୱନି ବାହାରିଥାଏ। ‘ଚ ଛ ଜ ଝ ଞ୍ଜ’ – ଏହି ପାଞ୍ଚ ସମୂହକୁ ‘ତାଲବ୍ୟ’କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଜିଭ ତାଳୁରେ ଲାଗିଥାଏ। ‘ଟ ଠ ଡ ଢ ଣ’ – ଏହି ପାଞ୍ଚ ସମୂହକୁ ‘ମୂର୍ଦ୍ଧନ୍ୟ’କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଜିଭ ମୂର୍ଦ୍ଧାରେ ଲାଗିଥାଏ। ‘ତ ଥ ଦ ଧ ନ’ – ଏହି ପାଞ୍ଚ ସମୂହକୁ ‘ଦନ୍ତ୍ୟ’ କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଜିଭ ଦାନ୍ତକୁ ଛୁଇଁଥାଏ। ‘ପ ଫ ବ ଭ ମ’ – ଏହି ପାଞ୍ଚ ସମୂହକୁ ‘ଓଷ୍ଠ୍ୟ’ କୁହାଯାଇଥାଏ। କାରଣ ଏହାକୁ ଉଚ୍ଚାରଣ ସମୟରେ ଦୁଇ ଓଠ ପରସ୍ପର ସହିତ ମିଶିଥାଏ।
ଆମ ଓଡ଼ିଆ ଭାଷା ପ୍ରାୟ ଦୁଇ ହଜାର ବର୍ଷର ପୁରୁଣା ଭାଷା। ଯେଉଁଠି ଇଂରାଜୀ ଭାଷା କେଇଶହ ବର୍ଷ ତଳର। ପୁନଶ୍ଚ ‘ଓଡ଼ିଆ’ ହେଉଛି ପୂର୍ବ ଭାରତର ପ୍ରାଚୀନତମ ଭାଷା, ଏପରିକି ବଙ୍ଗଳାଭାଷାଠାରୁ ପୁରୁଣା। ଓଡ଼ିଆ ଭାଷା ଏକ ପୂର୍ଣ୍ଣାଙ୍ଗ ଓ ପ୍ରାଚୀନ ଭାଷା। ବିଶ୍ୱର ସମୁଦାୟ ୭୧୦୨ଟି ଭାଷା ମଧ୍ୟରେ ବହୁ କଥିତ ୩୭ତମ ଭାଷା ହେଉଛି ଓଡ଼ିଆ ଭାଷା। ଦେଶରେ ସ୍ବୀକୃତ ଭାଷା ମଧ୍ୟରୁ ଓଡ଼ିଆ ଭାଷାର ସ୍ଥାନ ଦଶମ। ଏହା ମଧ୍ୟ ଦେଶର ୬ଷ୍ଠ ଶାସ୍ତ୍ରୀୟ ଭାଷା। ଅତି ସୁନ୍ଦର ଆମ ମାତୃଭାଷାକୁ ଅଣଦେଖା କରି ‘ଇଂରାଜୀ’ ଭାଷାକୁ ପ୍ରାଧାନ୍ୟ ଦେଉଥିବା ଆମ ଯୁବବର୍ଗ ଜାଣିରଖିବା ଉଚିତ ଯେ ଆଜିସୁଦ୍ଧା ସାରା ବିଶ୍ୱର ମାତ୍ର ୧୧ଟି ଦେଶରେ ଇଂରାଜୀ ଭାଷା ପ୍ରଚଳିତ। ମିଳିତ ଜାତିସଂଘରେ ମଧ୍ୟ ଏହା ପ୍ରଚଳିତ ଭାଷା ନୁହେଁ (ପ୍ରଚଳିତ ଭାଷା-ଫରାସୀ)। ଅନ୍ୟପକ୍ଷରେ ଓଡ଼ିଆ ଏକ ସରଳ, ସାବଲୀଳ, ବିଜ୍ଞାନସିଦ୍ଧ ସମୃଦ୍ଧ ଭାଷା। ମାତୃଭାଷାକୁ ଯଦି ଆମେ ଯଥୋଚିତ ସମ୍ମାନ ନ ଦେବା କି ତା’ର ସୁରକ୍ଷା ଓ ସମୃଦ୍ଧି ପାଇଁ ଯତ୍ନବାନ ନ ହେବା, ତା’ହେଲେ କିଏ କରିବ ସେ କାମ? ଆମ ଜାତିର ଜାତକ ଆମେ ନିଜେ ଲେଖିବା ନାହିଁ କାହିଁକି? ସେଥିପାଇଁ ଉତ୍କଳର ବରପୁତ୍ରମାନେ ଆମକୁ ଚେତେଇ ଯାଇଛନ୍ତି-‘ଉଚ୍ଚ ହେବା ପାଇଁ କର ଯେବେ ଆଶା, ଉଚ୍ଚ କର ଆଗ ନିଜ ମାତୃଭାଷା’ (ଗଙ୍ଗାଧର ମେହେର)। ଆମ ଭାଷାର ସୁଯୋଗ୍ୟ ସେନାପତି ‘ଫକୀରମୋହନ’ ଉଦ୍‌ଘୋଷ କରିଯାଇଛନ୍ତି-‘ଭାଷା ହିଁ ଜୀବନିଶକ୍ତି ଜାତିମାନଙ୍କର’। ଏଣୁ ଆସନ୍ତୁ, ସମସ୍ତ ଓଡ଼ିଆପ୍ରାଣ ଓଡ଼ିଆ ଭାଷାର ସୁରକ୍ଷା ଓ ଅଭିବୃଦ୍ଧି ପାଇଁ ଯତ୍ନବାନ୍‌ ହେବା। ଭାଷା ଓ ଭୂମିର ବନ୍ଦନା କରିବା। ସେଥିପାଇଁ ଶାସ୍ତ୍ରୀୟ ଭାଷା ମାନ୍ୟତା ଦିବସ ଅବସରରେ ପ୍ରତିଟି ଓଡ଼ିଆଙ୍କ ନିକଟରୁ ମାଟି ମାଆ ମାଗୁଛି ଦିନକୁ ମାତ୍ର ଗୋଟେ ଟଙ୍କା ଏବଂ ଗୋଟେ ଘଣ୍ଟା। ଭାଷା ଓ ସାହିତ୍ୟର ପ୍ରସାର ପାଇଁ ଦୈନିକ ଗୋଟିଏ ଟଙ୍କା ହିସାବରେ ବର୍ଷରେ ଅନୂ୍ୟନ ୩୬୫ ଟଙ୍କାର ପୁସ୍ତକ ନିହାତି କିଣିବା ଏବଂ ଗୋଟିଏ ଘଣ୍ଟା ନିହାତି ପଢ଼ିବା।
-ଉପେନ୍ଦ୍ର ବିଶ୍ୱାଳ
ମୋ: ୯୪୩୭୪୩୬୦୭୩

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ମଧ୍ୟପ୍ରାଚ୍ୟରେ ମହାଯୁଦ୍ଧ! ଆମେରିକାର ବଡ଼ ଆକ୍ସନ, ଧ୍ୱଂସ କଲା ଇରାନର…

ଓ୍ବାଶିଂଟନ୍‌,୧୧।୩: ଆମେରିକା ଏବଂ ଇରାନ ମଧ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ ଉତ୍ତେଜନା ବୃଦ୍ଧି ପାଇବାରେ ଲାଗିଛି। ଆମେରିକା ବୁଧବାର ଦାବି କରିଛି ଯେ ସେ ମଙ୍ଗଳବାର ଏକ…

ମାଛ ଧରିବାକୁ ଯାଇଥିଲେ, ଝାମ୍ପିନେଲା କୁମ୍ଭୀର: ସ୍ତ୍ରୀ-ପୁଅ ପହଞ୍ଚିବାରୁ, ଲୋମଟଙ୍କୁରା ଘଟଣା ଜାଣିଲେ…

ମହାକାଳପଡ଼ା,୧୧ା୩(ପ୍ରତାପ ଚନ୍ଦ୍ର ସ୍ବାଇଁ):କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ବଉଳକଣି ପଞ୍ଚାୟତ କାଂଶପାଳ ମୌଜା ଗୋବରୀ ନଦୀ ସଂଲଗ୍ନ ୫୦ ନଂ. ପ୍ଲଟ ନିକଟରେ ମଙ୍ଗଳବାର ଭୋର ୫ଟାରେ…

BCCIର ବଡ଼ ଘୋଷଣା: ଏହି ଦିନ ୫ଟି ବିଶ୍ୱ ଚାମ୍ପିଅନ ଭାରତୀୟ ଦଳକୁ କରାଯିବ ସମ୍ମାନିତ

ନୂଆଦିଲ୍ଲୀ,୧୧।୩: ସୂର୍ଯ୍ୟକୁମାର ଯାଦବଙ୍କ ଅଧିନାୟକତ୍ୱରେ ଟିମ ଇଣ୍ଡିଆ ୨୦୨୬ ଟି-୨୦ ବିଶ୍ୱକପ ଜିତି ଇତିହାସ ରଚିଛି। ଏହି ଐତିହାସିକ ବିଜୟ ସାରା ଦେଶରେ ଉତ୍ସବର ଉଦବୋଧନ ଦେଇଛି।…

ନୂଆ ସ୍ବାଦରେ ରାଜ୍ୟ ସଭା: ଚାଲିଛି ମୂଲଚାଲ୍‌

ଭୁବନେଶ୍ୱର,୧୧ା୩(ସୁନିତ୍‌ ମିଶ୍ର):ରାଜ୍ୟ ରାଜନୀତିରେ ରାଜ୍ୟ ସଭା ନିର୍ବାଚନ ଏବେ ମୁଖ୍ୟ ପ୍ରସଙ୍ଗ ପାଲଟିଛି। ସବୁ ଦଳର ବିଧାୟକମାନେ ସେମାନଙ୍କ ପାର୍ଟିରୁ ରାଜ୍ୟ ସଭା ପାଇଁ ଯିଏ ପ୍ରାର୍ଥୀ…

ଯୁଦ୍ଧ ମଧ୍ୟରେ ବାଂଲାଦେଶ ପାଇଁ ସଙ୍କଟମୋଚନ ସାଜିଲା ଭାରତ, କଲା ଏମିତି କାମ, ଚାରିଆଡେ ଚର୍ଚ୍ଚା

ନୂଆଦିଲ୍ଲୀ,୧୧।୩: ଭାରତ ଏବଂ ବାଂଲାଦେଶ ମଧ୍ୟରେ ଦ୍ୱିପାକ୍ଷିକ ସମ୍ପର୍କ ଧୀରେ ଧୀରେ ସୁଧୁରୁଛି। ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଯୋଗୁ ବାଂଲାଦେଶ ଗୁରୁତର ତେଲ ଏବଂ ଗ୍ୟାସ ଅଭାବର ସମ୍ମୁଖୀନ…

ଭତ୍ତା ଅପେକ୍ଷାରେ ମଞ୍ଜୁ: ଦୁର୍ଦ୍ଦିନରେ ବିତୁଛି ଜୀବନ

ଲୋଇସିଂହା ବ୍ଲକ ଅନ୍ତର୍ଗତ ବାଦିବାହାଲ ପଞ୍ଚାୟତ ଭାଲିଆମୁଣ୍ଡା ବଳଦେବପୁର ବସ୍ତିରେ ରୁହନ୍ତି ମଞ୍ଜୁ ହୋତା(୬୦)। ବିଧବା ଭତ୍ତା ପାଇଁ ବ୍ଲକ ପ୍ରଶାସନ ନିକଟରେ ଆବେଦନ କରିଥିଲେ ମଧ୍ୟ…

ମନ୍ଥର ଗତିରେ ଚାଲିଛି ମେଗା ପାନୀୟ ପ୍ରକଳ୍ପ: ଲାଗିରହିଛି ଜଳ ସମସ୍ୟା

ଲୋଇସିଂହା,୧୧ା୩(ସୁଶାନ୍ତ ବାରିକ):ବଲାଙ୍ଗୀର ଜିଲା ଆଗଲପୁର ବ୍ଲକ ବଡଟୀକା ପଞ୍ଚାୟତ ବଡଟୀକା ସଦର ଗାଁରେ ପାନୀୟ ଜଳ ସମସ୍ୟା ଲାଗି ରହିଛି। ଗ୍ରାମକୁ ମେଗା ପ୍ରକଳ୍ପ ଜରିଆରେ ପଇିବା…

କନିଷ୍ଠ ଶିକ୍ଷକ ଚୟନ ପ୍ରାର୍ଥୀଙ୍କ ଧାରଣା

ଭୁବନେଶ୍ୱର,୧୧ା୩(ସୁଚିସ୍ମିତା ସାହୁ): ସର୍ବୋଚ୍ଚ ନ୍ୟାୟାଳୟ ଏବଂ ଓଡ଼ିଶା ଉଚ୍ଚ ନ୍ୟାୟାଳୟଙ୍କ ରାୟର ୫ ମାସ ପରେ ମଧ୍ୟ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ କନିଷ୍ଠ ଶିକ୍ଷକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri