ଏପ୍ରିଲରୁ ରବିବାର କ୍ଲାସ ବନ୍ଦ

ଭୁବନେଶ୍ୱର, ୧୦।୩(ବ୍ୟୁରୋ): ଆସନ୍ତା ଏପ୍ରିଲରୁ ସ୍କୁଲରେ ଆଉ ରବିବାର ପାଠପଢ଼ା ହେବ ନାହିଁ। ଏ ନେଇ ବୁଧବାର ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ସୂଚନା ଦେଇଛନ୍ତି।
ମନ୍ତ୍ରୀ ଦାସ କହିଛନ୍ତି ଯେ, ଏପ୍ରଲରୁ ରିଭିଜନ କ୍ଲାସ ଚାଲିବ। ତେଣୁ ରବିବାର ଆଉ ପାଠପଢ଼ା ହେବ ନାହିଁ। ପାଠପଢ଼ା ଶେଷ ହୋଇ ଆସିଲାଣି। ତେଣୁ ଆଉ ନିତିଦିନ ପାଠପଢ଼ାର ଆବଶ୍ୟକତା ନାହିଁ। ପିଲାଙ୍କ ସଂଖ୍ୟା ମଧ୍ୟ ଧିରେ ଧିରେ କମିବାକୁ ଲାଗିଲାଣି। ପିଲାମାନେ ଏବେ ସେଲ୍ଫ ଷ୍ଟଡି ଉପରେ ଗୁରୁତ୍ୱାରୋପ କରୁଛନ୍ତି ବୋଲି ମନ୍ତ୍ରୀ କହିଛନ୍ତି।
ପ୍ରକାଶ ଯେ, କରୋନା ଯୋଗୁ ଚଳିତ ଶିକ୍ଷାବର୍ଷରେ ପାଠପଢ଼ା ହୋଇପାରି ନଥିଲା । ତେବେ କଟକଣା ହଟିବା ପରେ ଦଶମ ଓ ଦ୍ୱାଦଶ ଶ୍ରେଣୀ ପିଲାଙ୍କର ପାଠ ପଢ଼ା ଜୋର ଧରିଥିଲା । ଏପରିକି ରବିବାର ବି କ୍ଲାସ କରାଯାଉଥିଲା । ଅତି କମ୍‌ରେ ପିଲାଙ୍କୁ ଶହେଦିନ ପାଠ ପଢ଼ାଇବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା।