Posted inଜାତୀୟ

ୟୁଟ୍ୟୁବ୍‌ ଦେଖି ସନ୍ତାନ ପ୍ରସବ ପରେ ନବଜାତକକୁ ହତ୍ୟା କଲେ ନବମ ଶ୍ରେଣୀ ଛାତ୍ରୀ

ନାଗପୁର, ୬। ୩: ମହାରାଷ୍ଟ୍ର ନାଗପୁରରୁ ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ଜଣେ ନାବାଳିକା ୟୁଟ୍ୟୁବ ଦେଖି ସନ୍ତାନ ପ୍ରସବ କରିବା ପରେ ନବଜାତକର ତଣ୍ଟିଚିପି ହତ୍ୟା କରିଛନ୍ତି। ଶୁକ୍ରବାର ନାବାଳିକା ଜଣକ ଘରେ ଏକୁଟିଆ ଥିବାବେଳେ ୟୁଟ୍ୟୁବ୍‌ ଦେଖି ଏକ କନ୍ୟା ସନ୍ତାନ ପ୍ରସବ କରିଥିଲେ। ପଡ଼ୋଶୀ ନବଜାତକର କାନ୍ଦ ଶୁଣି ଘଟଣା ସମ୍ପର୍କରେ କାଳେ ଜାଣିଯିବେ ସେ ନେଇ ବେଲ୍ଟରେ ଶିଶୁର ଗଳାଚିପି ନାବାଳିକା ହତ୍ୟା କରିଥିବା ପୋଲିସ କହିଛି। ଇନ୍‌ଷ୍ଟାଗ୍ରାମ ଜରିଆରେ ଠାକୁର ନାମକ ଜଣେ ଯୁବକଙ୍କ ସଂସ୍ପର୍ଶରେ ନବମ ଶ୍ରେଣୀ ଛାତ୍ରୀ ଆସିଥିଲେ। ସେମାନଙ୍କ ମଧ୍ୟରେ ଶରୀରିକ ସମ୍ପର୍କ ଗଢ଼ିଉଠିବା ପରେ ନାବାଳିକା ଗର୍ଭଧାରଣ କରିଥିବା ଜଣାପଡ଼ିଛି। ନାବାଳିକାଙ୍କ ମା’ ଏକ ମଲ୍‌ରେ କାମ କରୁଥିବାବେଳେ ଶୁକ୍ରବାର ଘରକୁ ଫେରିବା ପରେ ସେ ଘର ଜାରିଆଡ଼େ ରକ୍ତ ଦାଗ ଦେଖିବାକୁ ପାଇଥିଲେ। ନାବାଳିକା ତାଙ୍କ ମା’ଙ୍କୁ ବାଟବଣା କରିବାକୁ ଯାଇ ସେ ସବୁ ମାସିକ ଋତସ୍ରାବର ରକ୍ତ ଦାଗ ବୋଲି କହିଥିଲେ। କିନ୍ତୁ ତାଙ୍କର ସନ୍ଦେହ ଦୂର ହୋଇ ନ ଥିଲା। ବହୁ ପଚାରାପଚରି କରିବା ପରେ ନାବାଳିକା ଶେଷରେ ସବୁ ସତ କହିଦେଇଥିଲେ। ମା’ ତୁରନ୍ତ ନାବାଳିକାଙ୍କୁ ମାୟୋ ଡାକ୍ତରଖାନା ଚିକିତ୍ସା ପାଇଁ ନେଇଥିଲେ। ସେଠାରେ ଡାକ୍ତରଖାନା କର୍ତ୍ତୃପକ୍ଷ ଏହାର ସୂଚନା ସ୍ଥାନୀୟ ପୋଲିସକୁ ଦେଇଥିଲେ। ନବଜାତକର ମୃତଦେହକୁ ଏକ ବ୍ୟାଗ୍‌ରେ ଭର୍ତ୍ତି କରି ଘରଛାତ ଉପରେ ରଖିଥିବାବେଳେ ପୋଲିସ ମୃତଦେହକୁ ପୋଷ୍ଟମର୍ଟମ୍‌ ପାଇଁ ପଠାଇଦେଇଛି। ନାବାଳିକା ଘଣ୍ଟା ଘଣ୍ଟା ଫୋନ୍‌ରେ ଚାଟିଂ କରୁଥିବା ନେଇ ମା’ ତାଙ୍କ ଫୋନ୍‌ଟିକୁ କିଛିଦିନ ପୂର୍ବେ ଭାଙ୍ଗି ଦେଇଥିଲେ। ତେବେ ନାବାଳିକା ଜଣକ ଉକ୍ତ ଯୁବକଙ୍କ ବିଷୟରେ ବେଶି କିଛି ଜାଣି ନ ଥିବା ପୋଲିସକୁ କହିଛନ୍ତି। ଅନ୍ୟପାକ୍ଷେ ଫୋନ୍‌ ଭାଙ୍ଗିଯିବା ଯୋଗୁ ସମ୍ପୃକ୍ତ ଯୁବକଙ୍କ ନମ୍ବର ମଧ୍ୟ ପୋଲିକୁ ମିଳିପାରି ନାହିଁ। ତେବେ ସାଇବର ଏକ୍ସପର୍ଟଙ୍କ ସହାୟତା କ୍ରମେ ପୋଲିସ ଘଟଣାର ତଦନ୍ତ ଚଳାଇଛି। ବଳାତ୍କାର ଓ ନବଜାତକର ଦୁର୍ଘଟଣାଜନିତ ମୃତ୍ୟୁ ନେଇ ପୋଲିସ ପକ୍ଷରୁ ଏକ ମାମଲା ରୁଜୁ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

ପୂର୍ବତନ ବିଧାୟକ, ପୂର୍ବତନ ଏମ୍‌ପିଙ୍କୁ ବିଜେଡିରୁ କରାଗଲା ନିଲମ୍ବନ , ଜାଣନ୍ତୁ କାହିଁକି ଏମିତି କାର୍ଯ୍ୟାନୁଷ୍ଠାନ ନେଲେ ନବୀନ

ବାସୁଦେବପୁର,୬।୪(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁରର ପୂର୍ବତନ ବ୍ଲକ ଅଧ୍ୟକ୍ଷ ତଥା ଧାମନଗରର ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ, ଭଦ୍ରକର ପୂର୍ବତନ ଏମ୍‌ପି ମଞ୍ଜୁଲତା ମଣ୍ଡଳଙ୍କୁ ଦଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri