ସ୍କୁଲ ସମୟରେ ୯ମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର: ପରିସ୍ରା କରିବାକୁ ଯାଇଥିବା ବେଳେ…

ନବରଙ୍ଗପୁର, ୨୯।୮(ସଦାଶିବ ପ୍ରହରାଜ): ନବରଙ୍ଗପୁର ଜିଲା ତେନ୍ତୁଳିଖୁଣ୍ଟି ବ୍ଲକ୍‌ ଅଧୀନ ଏକ ଉଚ୍ଚ ବିଦ୍ୟାଳୟରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ବଳାତ୍କାର କରାଯାଇଥିବା ଅଭିଯୋଗ ହୋଇଛି। ୨୧ ତାରିଖରେ ଘଟଣା ଘଟିଥିଲେ ମଧ୍ୟ ଶୁକ୍ରବାର ପୋଲିସ ସ୍କୁଲରେ ପହଞ୍ଚତ୍ ତଦନ୍ତ କରିବା ପରେ ଏହି ଘଟଣା ସାମ୍ନାକୁ ଆସିଛି। ଘଟଣାକୁ ନେଇ ପୀଡ଼ିତାଙ୍କ ପରିବାର ପକ୍ଷରୁ ତେନ୍ତୁଳିଖୁଣ୍ଟି ଥାନାରେ ଅଭିଯୋଗ ପରେ ପୋକ୍‌ସୋ ଧାରା ୨୦୨/୨୬ରେ ମାମଲା ରୁଜୁ ହୋଇଛି। ଅଭିଯୁକ୍ତଙ୍କୁ ଧରିବା ପାଇଁ ପୋଲିସ ବିଭିନ୍ନ ଦିଗରୁ ତଦନ୍ତ କରୁଛି। ଅଭିଯୋଗ ଅନୁସାରେ, ଗତ ଶୁକ୍ରବାର ୨୧ ତାରିଖରେ ସ୍କୁଲରେ ପାଠପଢ଼ା ଚାଲିଥିବାବେଳେ ଛାତ୍ରୀ ପରିସ୍ରା କରିବାକୁ ବାହାରକୁ ଯାଇଥିଲେ। ସେହି ସମୟରେ ଜଣେ ଦୁର୍ବୃତ୍ତ ଛାତ୍ରୀଙ୍କ ପାଟିକୁ ଚାପିଧରିବା ସହ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ କାହାକୁ ଜଣାଇଲେ ପୁଣି ବଳାତ୍କାର କରିବା ସହ ହତ୍ୟା କରିଦେବାକୁ ବେକରେ ଛୁରି ଲଗାଇ ଧମକ ଦେଇଥଲେ। ଭୟଭୀତ ଅବସ୍ଥାରେ ଛାତ୍ରୀ ଜଣକ ସ୍କୁଲକୁ ଦୌଡ଼ି ଆସି ଶିକ୍ଷକଙ୍କୁ ଜଣାଇଥିଲେ। ସ୍କୁଲ କର୍ତ୍ତୃପକ୍ଷ ତାଙ୍କ ଡ୍ରେସ୍‌ ବଦଳାଇବା ସହ ପରିବାର ଓ ବିଦ୍ୟାଳୟ ପରିଚାଳନା କମିଟି ସଭାପତିଙ୍କୁ ଖବର ଦେଇଥିଲେ। ଏହାପରେ ପୀଡ଼ିତାଙ୍କ ପରିବାର ପକ୍ଷରୁ ଥାନାରେ ଏତଲା ଦିଆଯାଇଥିଲା। ବିଦ୍ୟାଳୟ ପ୍ରଧାନଶିକ୍ଷକ କହିଛନ୍ତି, ସ୍କୁଲରେ ପାଠପଢ଼ା ଚାଲିଥିବା ସମୟରେ ଛାତ୍ରୀ ଜଣକ ପରିସ୍ରା ପାଇଁ ଶ୍ରେଣୀରୁ ବାହାରିଥିଲେ। ସ୍କୁଲରେ ଛାତ୍ରୀମାନଙ୍କ ନିମନ୍ତେ ପରିସ୍ରାଗାର ରହିଥିଲେ ମଧ୍ୟ ଛାତ୍ରୀ ଜଣକ ତାକୁ ବ୍ୟବହାର ନ କରି ପରିସ୍ରାଗାର ପଛପଟେ ସ୍କୁଲ ପରିସରରେ ଥିବା ଖୋଲା ସ୍ଥାନକୁ ଯାଇଥିଲେ। ତେବେ ସେଠାରେ ଏଭଳି ଘଟଣା ଘଟିଥିବା ଛାତ୍ରୀ ଅଭିଯୋଗ କରିଥିଲେ। ଛାତ୍ରୀ ଜଣକ ସ୍କୁଲରୁ ପରିସ୍ରା ପାଇଁ ଯିବା ଓ ଆସିବା ସମୟ ୩ ମିନିଟ୍‌ ଥିଲା। ଛାତ୍ରୀ ବାହାରୁ ଆସିବା ବେଳକୁ ତାଙ୍କ ଡ୍ରେସ୍‌ର ଉପରିଭାଗ ଚିରିଯାଇଥିବା ପ୍ରଧାନ ଶିକ୍ଷକ କହିଛନ୍ତି। ସ୍କୁଲ ପକ୍ଷରୁ କାମତା ଫାଣ୍ଡିରେ ମଧ୍ୟ ଘଟଣା ସମ୍ପର୍କରେ ଏତଲା ଦିଆଯାଇଛି। ଶୁକ୍ରବାର ନବରଙ୍ଗପୁର ଅତିରକ୍ତ ଆରକ୍ଷୀ ଅଧିକାରୀ ଆଦିତ୍ୟ ସେନ ନବରଙ୍ଗପୁର ଏସ୍‌ଡିପିଓ କୃଷ୍ଣଚନ୍ଦ୍ର ଭତ୍ରା ସ୍କୁଲରେ ପହଞ୍ଚତ୍ ତଦନ୍ତ କରିଥିଲେ। ସିସିଟିଭି ଫୁଟେଜ୍‌, ସିଡିଆର୍‌ ଓ ମୋବାଇଲ ଲୋକେଶନ ଯାଞ୍ଚ କରାଯାଉଛି। ତଦନ୍ତ ସମୟରେ ଯଦି କେହି ଦୋଷୀ ପ୍ରମାଣିତ ହୁଅନ୍ତି, ତେବେ ଆଇନ ଅନୁଯାୟୀ ଦଣ୍ଡିତ କରାଯିବ ବୋଲି ଏସ୍‌ଡିପିଓ ସୂଚନା ଦେଇଛନ୍ତି। ସେହିଭଳି ମାଆ ଘରର ଡ. କାଦମ୍ବିନୀ ତ୍ରିପାଠୀ, ପୂର୍ବତନ ଜିଲା ପରିଷଦ ସଭ୍ୟ ନଳିନୀପ୍ରଭା ହିଆଲଙ୍କ ସମେତ ଅନ୍ୟମାନେ ବିଦ୍ୟାଳୟରେ ପହଞ୍ଚତ୍ ସ୍ଥିତି ଅନୁଧ୍ୟାନକରି ସ୍କୁଲ କର୍ତ୍ତୃପକ୍ଷଙ୍କ ସହ ଆଲୋଚନା କରିଥିଲେ। ଛାତ୍ରୀଙ୍କୁ ନ୍ୟାୟ ପ୍ରଦାନ କ୍ଷେତ୍ରରେ ସହଯୋଗ କରିବାକୁ ସେମାନେ ଅନୁରୋଧ କରିଛନ୍ତି। ତେନ୍ତୁଳିଖୁଣ୍ଟି ଥାନା ଏସ୍‌ଆଇ ବିନୀତା ର୍ତିକୀସଙ୍କୁ ତଦନ୍ତ ଭାର ଦିଆଯାଇଛି।

Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଅଗଷ୍ଟର ଶେଷ ସପ୍ତାହ ଏହି ୫ ରାଶି ପାଇଁ ରହିବ ବହୁତ ଖାସ୍‌: ବଢିବ ଦରମା ସାଙ୍ଗକୁ…

ପଞ୍ଚାଙ୍ଗ ଓ ଜ୍ୟୋତିଷ ଦୃଷ୍ଟିରୁ ୨୯ ଅଗଷ୍ଟ ୨୦୨୬ ଦିନଟି ବେଶ ବିଶେଷ ରହିପାରେ। ଏହି ଦିନଠାରୁ ଭାଦ୍ରବ ମାସ ଆରମ୍ଭ ହେଉଥିବା ବେଳେ କୃଷ୍ଣପକ୍ଷ ପ୍ରତିପଦା…

ବନ୍ୟା ଉଜାଡ଼ିଲା ଚାଷୀଙ୍କ ସ୍ବପ୍ନ: ଜମି ବାଲିଚର, ଧାନଫସଲ ପଚି ନଷ୍ଟ

ଭବାନୀପାଟଣା,୨୯ା୮(ଉତ୍ତମ କୁମାର ଦାଶ):କଳାହାଣ୍ଡି ଜିଲା ଜୁନାଗଡ଼ ଓ କଲମପୁର ବ୍ଲକର ହାତୀ ନଦୀକୁଳିଆ ଚାଷୀଙ୍କ ସ୍ବପ୍ନ ବନ୍ୟା ଉଜାଡ଼ିଦେଇଛି। ଏହାକୁ ନେଇ ସ୍ଥାନୀୟ ଅଞ୍ଚଳର ଚାଷୀମାନେ ଚିନ୍ତାରେ…

ତେଲରେ ମିଶ୍ରଣ ଅଭିଯୋଗରେ ସରକାରଙ୍କ ବଡ଼ କାର୍ଯ୍ୟାନୁଷ୍ଠାନ: ୨୫୭୩ ପେଟ୍ରୋଲ ପମ୍ପ ଉପରେ ଲାଗିଲା ରୋକ, ତାଲିକାରେ…

ନୂଆଦିଲ୍ଲୀ,୨୯।୮: ଦେଶରେ ମିଶ୍ରିତ ପେଟ୍ରୋଲ ବିକ୍ରି କରୁଥିବା ପେଟ୍ରୋଲ ପମ୍ପ ବିରୋଧରେ କେନ୍ଦ୍ର ସରକାର ବଡ଼ ପଦକ୍ଷେପ ନେଇଛନ୍ତି। ଦୀର୍ଘଦିନ ଧରି ପେଟ୍ରୋଲରେ ମିଶ୍ରଣ ଏବଂ ଏହା…

ସ୍କୁଲ ଛାତରୁ ପାଣି ଗଳୁଛି, ରାସ୍ତା ନାହିଁ: ଖବରଦାତାଙ୍କୁ ବାହାରକରି ଗେଟ୍‌ରେ ତାଲା ପକାଇଦେଲେ ପ୍ରଧାନ ଶିକ୍ଷୟିତ୍ରୀ

ଆନନ୍ଦପୁର,୨୯ା୮(ସୁଶାନ୍ତ କୁମାର ସାହୁ):କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶାଳବଣି ପଞ୍ଚାୟତ ବାଲିପଶିସ୍ଥିତ ସରକାରୀ ପ୍ରାଥମିକ ବିଦ୍ୟାଳୟ ଦୟନୀୟ ଅବସ୍ଥାରେ ଚାଲିଛି। ପରିବେଶ ସଫା କରାଯାଉ ନ ଥିବା…

ମୃତଦେହ ରଖିବାକୁ ସ୍ଥାନାଭାବ

କାଠମାଣ୍ଡୁ,୨୯ା୮: ନେପାଳ ବନ୍ୟାରେ ୫୪୭ରୁ ଊର୍ଦ୍ଧ୍ୱ ଲୋକଙ୍କ ମୃତ୍ୟୁ ସହ ଅନେକ ନିଖୋଜ ଥିବାବେଳେ ଭୋଟେକୋଶୀ ଏବଂ ତ୍ରିଶୂଳୀ ନଦୀ ପ୍ରଣାଳୀରୁ ବାହାର କରାଯାଇଥିବା ମୃତଦେହଗୁଡ଼ିକୁ ରଖିବା…

ମାଲିକ ଆଖି ମିଟିକାଇଲେ ଅନୁକରଣ କରନ୍ତି କୁକୁର: ସାମ୍ନାକୁ ଆସିଲା ଚମକପ୍ରଦ ଘଟଣା

ସିଡ୍‌ନୀ/ଲଣ୍ଡନ,୨୯ା୮: କୁକୁର ଏବଂ ମଣିଷଙ୍କ ସମ୍ପର୍କକୁ ନେଇ ଏକ ଚମକପ୍ରଦ ଗବେଷଣା ସାମ୍ନାକୁ ଆସିଛି। ମାଲିକ ଆଖିପତା ପକାଇବା ବା ଆଖି ମିଟିକାଇବା (ବ୍ଲିକିଂ) ଦେଖିଲେ କୁକୁରମାନେ…

ପୁସ୍ତକ ପ୍ରତ୍ୟାହାର ଅଭିଯୋଗକୁ ଫେଙ୍ଗୁଇନ୍‌ ଇଣ୍ଡିଆର ଖଣ୍ଡନ

ନୂଆଦିଲ୍ଲୀ, ୨୯।୮: କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀଙ୍କ ବହୁଚର୍ଚ୍ଚିତ ଜୀବନୀ ‘ବିଲଙ୍ଗିଙ୍ଗ୍‌:ଏ ଜର୍ଣ୍ଣି ଅଫ୍‌ ଲଭ୍‌’ ପ୍ରକାଶନକୁ ନେଇ ଆସିଥିବା ସମସ୍ତ ଗଣମାଧ୍ୟମ ରିପୋର୍ଟକୁ ପେଙ୍ଗୁଇନ ରାଣ୍ଡମ…

ମହାକାଶରେ ଫେଣା ତିଆରିକଲେ ୩,୩୦୧ ମହୁମାଛି

ୱାଶିଂଟନ, ୨୯ା୮: ବିଜ୍ଞାନ ଜଗତରେ ଅନେକ ଅଦ୍ଭୁତ ପରୀକ୍ଷଣ କରାଯାଇଛି, କିନ୍ତୁ ମହାକାଶକୁ ମହୁମାଛି ପଠାଇବା ସବୁଠାରୁ ନିଆରା ଥିଲା। ଆମେରିକାର ଜାତୀୟ ମହାକାଶ ସଂସ୍ଥା ‘ନାସା’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri