୮ମ ଶ୍ରେଣୀ ଛାତ୍ରଙ୍କ ବେକରେ ଗୁଡାଇ ହୋଇଗଲା ଦୋଳି; ଅଚେତ ହୋଇ ତଳେ ପଡିଗଲେ ଛାତ୍ର, ତାପରେ…

ଦିଗପହଣ୍ଡି,୨୨ା୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଲରା ପଦର ପଞ୍ଚାୟତ ଭୁଡୁକି ଗ୍ରାମରେ ବୁଧବାର ସକାଳେ ଏକ ଅଭାବନୀୟ ଘଟଣା ଘଟିଛି । ୮ମ ଶ୍ରେଣୀରେ ପଢୁଥିବା ଡି. ଭିକାରି ଦୋରାଙ୍କ ପୁଅ ଆକାଶ ଦୋରା(୧୨) ଦୋଳି ଖେଳୁଥିଲେ । ଘରର ହାତ ଭାଡ଼ିରେ ରଖାଯାଇଥିବା ପ୍ଲାଷ୍ଟିକ ଦୋଳିକୁ ଚେୟାର ପକାଇ ବାହାର କରୁଥିବା ବେଳେ ଅସାବଧାନତା କାରଣରୁ ଦୋଳିର ପ୍ଲାଷ୍ଟିକ ରଶି ବେକରେ ଗୁଡେଇ ହୋଇଯିବାରୁ ସେ ତଳକୁ ଖସି ପଡ଼ିଥିଲେ ।

ପ୍ଲାଷ୍ଟିକ ରଶି ଦ୍ଵାରା ତାଙ୍କ ବେକ ଚିପି ହୋଇଯିବାରୁ ସେ ଶ୍ୱାସରୁଦ୍ଧ ହୋଇ ଅଚେତ ହୋଇପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଗୁରୁତର ଅବସ୍ଥାରେ ଦିଗପହଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ପ୍ରାଥମିକ ଚିକିତ୍ସାପରେ ତାଙ୍କୁ ସଙ୍କଟାପନ୍ନ ଅବସ୍ଥାରେ ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଛି । ସେ ବିପଦମୁକ୍ତ ଥିବା ଡ଼ାକ୍ତର ପରିବାର ଲୋକଙ୍କୁ ଆଶ୍ୱାସନା ଦେଇଥିବା ଜଣାପଡିଛି ।

Dharitri – Odisha’s No.1 Odia Daily