ଘୁଞ୍ଚିଲା ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା, ଜାଣନ୍ତୁ ପୁଣି କେବେ ହେବ…

ଖୋର୍ଦ୍ଧା,୨୨।୯(ପ୍ରଭାତ ପାଣିଗ୍ରାହୀ): ସମ୍ଭାବ୍ୟ ବାତ୍ୟା ‘ଅର୍ଣ୍ଣବ’କୁ ଦୃଷ୍ଟିରେ ରଖି ଉଚ୍ଚ ପ୍ରାଥମିକ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ଘୁଞ୍ଚାଇ ଦିଆଯାଇଛି। ବୃତ୍ତି ପରୀକ୍ଷା ସେପ୍ଟେମ୍ବର ୨୪ରେ ହେବା ନେଇ ଦିନ ଧାର୍ଯ୍ୟ ହୋଇଥିଲା। ବର୍ତ୍ତମାନ ଏହି ପରୀକ୍ଷା ଅକ୍ଟୋବର ୩ ତାରିଖରେ ହେବ।

ବୋର୍ଡ ଅଫ ସେକେଣ୍ଡାରୀ ଏଜୁକେସନ ଓଡ଼ିଶା ପକ୍ଷରୁ ଜାରି ଏକ ପ୍ରେସ ବିଜ୍ଞପ୍ତିରେ କୁହାଯାଇଛି ଯେ, ଅକ୍ଟୋବର ୩ ତାରିଖ ସକାଳ ୧୦ଟାରୁ ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ପରୀକ୍ଷା ହେବ। ସଂଶୋଧିତ ତାରିଖ ଅନୁଯାୟୀ ପରୀକ୍ଷା ପ୍ରସ୍ତୁତି ପାଇଁ ଛାତ୍ରୀଛାତ୍ର ଏବଂ ସମ୍ପୃକ୍ତ ଅଧିକାରୀଙ୍କୁ ବୋର୍ଡ ପକ୍ଷରୁ ଅବଗତ କରାଯାଇଛି।

Dharitri – Odisha’s No.1 Odia Daily

Share