Posted inଜାତୀୟ

ପ୍ରିନ୍ସିପାଲ୍‌ଙ୍କୁ ଗୁଳି କରି ହତ୍ୟାକଲେ ଦ୍ୱାଦଶ ଶ୍ରେଣୀ ଛାତ୍ର

ଛତରପୁର,୬ା୧୨: ମଧ୍ୟପ୍ରଦେଶର ଛତରପୁର ଜିଲାରେ ଜଣେ ଦ୍ୱାଦଶ ଶ୍ରେଣୀ ଛାତ୍ର ସ୍କୁଲ ପ୍ରିନ୍ସିପାଲ୍‌ଙ୍କୁ ଗୁଳିକରି ହତ୍ୟା କରିଛନ୍ତି। ଏଥିସହିତ ଛାତ୍ର ଜଣକ ତାଙ୍କ ସହଯୋଗୀଙ୍କ ସହ ମିଶି ପ୍ରିନ୍ସିପାଲ୍‌ ଏସ୍‌.କେ. ସାକ୍ସେନା (୫୫)ଙ୍କ ସ୍କୁଟର ନେଇ ପଳାଇଛନ୍ତି। ସ୍କୁଲ କ୍ୟାମ୍ପସ୍‌ରେ ଶୁକ୍ରବାର ଏହି ହତ୍ୟାକାଣ୍ଡ ଘଟିଥିବା ଏସ୍‌ପି ଆଗମ ଜୈନ କହିଛନ୍ତି।

ପୋଲିସ କହିବା ଅନୁଯାୟୀ, ୨ ଛାତ୍ର ବିଳମ୍ବରେ ସ୍କୁଲକୁ ଆସିବାରୁ ପ୍ରିନ୍ସିପାଲ ସେମାନଙ୍କୁ ଗାଳି ଦେଇଥିଲେ। ଏଥିରେ କ୍ଷୁବ୍ଧ ହୋଇ ୨ ଛାତ୍ର ପ୍ରିନ୍ସପାଲଙ୍କୁ ହତ୍ୟା କରିବାକୁ ଯୋଜନା କରିଥିଲେ। ସାକ୍ସେନା ୫ ବର୍ଷ ହେଲା ଧାମୋରା ଗଭର୍ନମେଣ୍ଟ ହାୟର ସ୍କୁଲର ପ୍ରିନ୍ସିପାଲ ରହିଥିଲେ। ସେ ଅପରାହ୍ନରେ ସ୍କୁଲ୍‌ ଟଏଲେଟ୍‌କୁ ଯାଉଥିବାବେଳେ ଛାତ୍ର ଜଣକ ତାଙ୍କ ମୁଣ୍ଡକୁ ଲକ୍ଷ୍ୟକରି ଦେଶୀ ପିସ୍ତଲରୁ ଗୋଟିଏ ରାଉଣ୍ଡ ଗୁଳି ଚଳାଇଥିଲେ। ଘଟଣାସ୍ଥଳରେ ସାକ୍ସେନାଙ୍କ ମୃତ୍ୟୁ ଘଟିଥିବା ଜିଲା ଶିକ୍ଷା ଅଧିକାରୀ କହିଛନ୍ତି।

ପୋଲିସ ଘଟଣାର ତଦନ୍ତ ଚଳାଇଥିବା ବେଳେ ଉଭୟ ଛାତ୍ରଙ୍କୁ ଧରିବା ପାଇଁ ତନାଘନା ଜାରି ରଖିଛି। ହତ୍ୟାକାଣ୍ଡରେ ବ୍ୟବହୃତ ପିସ୍ତଲକୁ ଏପର୍ଯ୍ୟନ୍ତ ଜବତ କରାଯାଇପାରି ନାହିଁ। ସ୍କୁଲ୍‌ ଶିକ୍ଷକ ହରିଶଙ୍କର ଯୋଷୀଙ୍କ କହିବା ଅନୁଯାୟୀ, ସାକ୍ସେନା ଜଣେ ଭଲ ମଣିଷ ଥିଲେ। ତେବେ ଆକ୍ରମଣକାରୀ ଛାତ୍ର ଜଣକ ଜଣେ ବଦନାମୀ ପିଲା, ଯିଏକି ନିଜ ଇଚ୍ଛାରେ ସ୍କୁଲ ଆସୁଥିଲେ। ପ୍ରିନ୍ସିପାଲ୍‌ ଏଭଳି ପିଲାଙ୍କୁ ଭଲ ବାଟକୁ ଆସିବା ପାଇଁ ସବୁବେଳେ ବୁଝାଉଥିଲେ ବୋଲି ଯୋଷୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଚାକିରି ଜୀବନ ମଝିରେ ଏତେ ବର୍ଷ ରହିଛନ୍ତି ବେରୋଜଗାର? କେମିତି ମିଳିବ ପେନଶନ, ଜାଣନ୍ତୁ…

ନୂଆଦିଲ୍ଲୀ,୧୮।୧: ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି ଏବଂ EPFO ରେ ଅବଦାନ ଦେଉଛନ୍ତି, ତେବେ ଏହା ଆପଣଙ୍କର ଅବସର ପରବର୍ତ୍ତୀ ସୁରକ୍ଷା ସୁନିଶ୍ଚିତ କରେ।...

ବିରାଟ କୋହଲିଙ୍କୁ ଚେତାବନୀ ଦେଲା ବିସିସିଆଇ

ନୂଆଦିଲ୍ଲୀ,୧୮।୧: ଭାରତୀୟ ଦଳକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଘରୋଇ ଟେଷ୍ଟ ସିରିଜରେ ୩-୦ରେ ପରାଜୟର ସାମ୍ନା କରିବାକୁ ପଡିଥିଲା। ଏହିପରି ଭାରତୀୟ ଦଳ ପ୍ରାୟ ୧୨ ବର୍ଷ...

ମହାକୁମ୍ଭରେ ରୁଷିଆର ‘ମସ୍କୁଲାର ବାବା’

ପ୍ରୟାଗରାଜ,୧୮।୧: ଉତ୍ତରପ୍ରଦେଶର ପ୍ରୟାଗରାଜରେ ଆୟୋଜିତ ମହାକୁମ୍ଭରେ ସାରା ବିଶ୍ୱରୁ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମ ଦେଖିବାକୁ ମିଳିଛି। ଗଙ୍ଗା, ଯମୁନା ଏବଂ ପୁରାଣବର୍ଣ୍ଣିତ ସରସ୍ବତୀ ନଦୀର ମିଳନ...

କୋଟାରେ ଓଡ଼ିଆ ଏନ୍‌ଇଇଟି ଆଶାୟୀଙ୍କ ଆତ୍ମହତ୍ୟା

କୋଟା,୧୮ା୧: ରାଜସ୍ଥାନର କୋଟାରେ ନ୍ୟାଶନାଲ ଏଲିଜିବିଲିଟି କମ୍‌ ଏଣ୍ଟ୍ରାନ୍ସ ଟେଷ୍ଟ (ଏନ୍‌ଇଇଟି) ପାଇଁ ପ୍ରସ୍ତୁତ ହେଉଥିବା ଜଣେ ଓଡ଼ିଆ ଛାତ୍ର ଆମତ୍ହତ୍ୟା କରିଛନ୍ତି। ମୟୂରଭଞ୍ଜ ଜିଲାର...

ପଞ୍ଜାବରେ କଙ୍ଗନାଙ୍କ ‘ଏମର୍ଜେନ୍ସି’ ବନ୍ଦ

ଚଣ୍ଡିଗଡ଼,୧୮।୧: ଶିରୋମଣି ଗୁରୁଦ୍ୱାରା ପ୍ରବନ୍ଧକ କମିଟି (ଏସ୍‌ଜିପିସି) ଏବଂ ଅନ୍ୟ ଶିଖ୍‌ ସଂଗଠନଗୁଡ଼ିକ ରାଜ୍ୟବ୍ୟାପୀ ବିକ୍ଷୋଭ କରିବାରୁ ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାଓ୍ବତ୍‌ଙ୍କ ‘ଏମର୍ଜେନ୍ସି’ ଫିଲ୍ମ...

ରୁଷିଆ ସେନାରେ ୧୨ ଭାରତୀୟଙ୍କ ମୃତ୍ୟୁ, ୧୬ ନିଖୋଜ

ନୂଆଦିଲ୍ଲୀ,୧୮।୧: ରୁଷିଆ ସେନାରେ ନିୟୋଜିତ ଥାଇ ୟୁକ୍ରେନ୍‌ ବିରୋଧରେ ଯୁଦ୍ଧ ଲଢ଼ୁଥିବାବେଳେ ୧୨ ଜଣ ଭାରତୀୟଙ୍କ ମୃତ୍ୟୁ ଘଟିଲାଣି। ଅନ୍ୟ ୧୬ ଭାରତୀୟ ନିଖୋଜ ଥିବା...

ଜାନୁଆରୀ ୩୧ରୁ ସଂସଦର ବଜେଟ ଅଧିବେଶନ

ନୂଆଦିଲ୍ଲୀ,୧୮।୧: ପାର୍ଲାମେଣ୍ଟ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟ ଜାନୁଆରୀ ୩୧ରୁ ଆରମ୍ଭ ହୋଇ ଫେବୃଆରୀ ୧୩ ପର୍ଯ୍ୟନ୍ତ ଚାଲିପାରେ। ଜାନୁଆରୀ ୩୧ରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ...

ସୈଫ୍‌ ଆକ୍ରମଣ: ଭୁଲ୍‌ ବ୍ୟକ୍ତିଙ୍କୁ ଧରିଲା ମୁମ୍ବାଇ ପୋଲିସ

ମୁମ୍ବାଇ,୧୮ା୧: ବଲିଉଡ୍‌ ଅଭିନେତା ସୈଫ୍‌ ଅଲୀ ଖାନ୍‌ଙ୍କ ଘରକୁ ବୁଧବାର ରାତିରେ ଅନୁପ୍ରବେଶ କରି ତାଙ୍କୁ ୬ ଥର ଛୁରାମାଡ଼ କରିଥିବା ଅଭିଯୁକ୍ତଙ୍କୁ ମୁମ୍ବାଇ ପୋଲିସର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri