ଟ୍ୟୁସନ ଯାଇ ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ, ସାଙ୍ଗ ସହ…

ପାଟକୁରା,୧୨।୫(ରବୀନ୍ଦ୍ର ନାଥ ବାରିକ ): ନିଖୋଜ ହେଲେ ଦଶମ ଶ୍ରେଣୀ ଛାତ୍ରୀ । କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଳକ ତଥା କୁଦାନଗରୀ ଥାନା ଅଂଚଳର ଗୋଟିଏ ହାଇସ୍କୁଲରେ ଦଶମ ଶ୍ରେଣୀରେ ପଢ଼ୁଥିବା ୧୬ବର୍ଷୀୟା ନାବାଳିକା ସୋମବାର ଠାରୁ ନିଖୋଜ ହୋଇଥିବାର ଆଭିଯୋଗ ହୋଇଛି ।

ସୂଚନା ଅନୁସାରେ, ଝିଅଟି ସବୁଦିନ ପରି ସୋମବାର ମଧ୍ୟ ଟ୍ୟୁସନକୁ ଯାଇଥିଲେ । ନିଜ ସାଇକେଲ୍ ନନେଇ ସାଙ୍ଗ ସହିତ ଯାଇଥିଲେ । ତେବେ ବନ୍ତଳା ନିକଟରେ ଦିନ ପ୍ରାୟ ୯ଟା୩୦ ମିନିଟିରେ ଝିଅଟି ଆସୁଥିବାର ଲୋକମାନେ ଦେଖିଥିବା କଥା ଝିଅର ମା’ କହିଛନ୍ତି ।

ହେଲେ ଚବିଶ ଘଣ୍ଟା ବିତିଯାଇଥିଲେ ସୁଦ୍ଧା ନିଖୋଜ ନାବାଳିକାଙ୍କୁ ପୋଲିସ ଉଦ୍ଧାର କରିପାରି ନାହିଁ । ନିଖୋଜ ନାବାଳିକାର ମା’ ଝିଅର ନିଖୋଜ ହେବା ଘଟଣା ସମ୍ପର୍କରେ କୁଦାନଗରୀ ଥାନାରେ ସୋମବାର ଦିନ ଲିଖିତ ଆଭିଯୋଗ ଦାଖଲ କରିଛନ୍ତି । ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।

 

Dharitri – Odisha’s No.1 Odia Daily

Share