ପରିବହନକୁ ନେଇ ଗୋଷ୍ଠୀ ସଂଘର୍ଷ; ମରଣାତ୍ମକ ଆକ୍ରମଣରେ ୪ରୁ ଅଧିକ ଗୁରୁତର

ସୁନ୍ଦରଗଡ଼,୪।୯(ଜୟ ନାରାୟଣ ମେଣ୍ଡୁଳି): ସୁନ୍ଦରଗଡ ଜିଲା ହେମଗିରି ଥାନା ଅନ୍ତର୍ଗତ ଗର୍ଜନବାହାଲ କୋଇଲା ଖଣିରେ  ଗୁରୁବାର ବିଳମ୍ବିତ ରାତିରେ ଗୋଷ୍ଠୀ ସଂଘର୍ଷ ହୋଇଛି । ଗାଡ଼ି ଧାଡ଼ିରେ ଅଗ୍ରାଧିକାରକୁ ନେଇ ଦୁଇ ଟ୍ରାନ୍ସପୋର୍ଟ କମ୍ପାନୀର ଚାଳକ ଓ କର୍ମଚାରୀଙ୍କ ମଧ୍ୟରେ ବିବାଦ ହୋଇଥିବା ଅଭିଯୋଗ ହୋଇଛି ।ଆଉ ଏହି ବିବାଦ ପରେ ହୋଇଥିବା ଆକ୍ରମଣରେ ଏସ୍‌ୟୁପିଏଲ୍ କମ୍ପାନୀର ୪ରୁ ଅଧିକ ଚାଳକ ଗୁରୁତର ହୋଇଥିବା ସୂଚନା ମିଳିଛି।ଆକ୍ରମଣର ପ୍ରତିବାଦରେ ଶୁକ୍ରବାର ସକାଳୁ ଖଣି ଫାଟକ ସମ୍ମୁଖରେ ଚାଳକମାନେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ଆନ୍ଦୋଳନକାରୀ ଚାଳକମାନେ ଗାଡ଼ି ଚଳାଚଳ ବନ୍ଦ କରି କୋଇଲା ପରିବହନକୁ ସମ୍ପୂର୍ଣ୍ଣ ଠପ୍ କରିଦେଇଛନ୍ତି । ଖବର ପାଇ ଘଟଣାସ୍ଥଳରେ  ହେମଗିରି ଥାନା ପୋଲିସ ପହଞ୍ଚିଛି । ତେବେ ଘଟଣା ନେଇ ଏଯାଏଁ ପୋଲିସ ନିକଟରେ କୌଣସି ଲିଖିତ ଅଭିଯୋଗ ହୋଇନଥିବା ସୂଚନା ମିଳିଛି ।

 

Dharitri – Odisha’s No.1 Odia Daily

Share